Tushar kanta sahoo

Inspirational

3  

Tushar kanta sahoo

Inspirational

100ଟଙ୍କିଆ ଭଲ ପାଇବା

100ଟଙ୍କିଆ ଭଲ ପାଇବା

3 mins
216


ଇଏ କଣ????

   ମାଉସୀ; କିଛି ନ କହି, ମୋ ବ୍ୟାଗର ଚେନଟିକୁ ବନ୍ଦ କରି ହାତକୁ ବ୍ୟାଗ୍ ବଢେଇ ଦେଲା।

     ତୁ ଖରାପ୍ ଭାବିଲୁ କି??

ନା,କହି ଟିକେ ହସି ଦେଲି ମୁଁ ।

  ମାଉସୀ ଅଳ୍ପ ହସି ଦେଇ କହିଲା, ତୋ ବ୍ୟାଗର ଚେନ ଖୋଲା ଥିଲା।ସେଥି ପାଇଁ ଦେଇ ଦେଲି।ଦେଖି କରି ଯିବୁ।

ହଁ ମାଉସୀ।

   ମୁଁ ଆଉ କଣ ଛୋଟ ପିଲା ହେଇ ଅଛି।ବଡ଼ ହୋଇ ଗଲିଣି।ମୁଁ ବାହା ହୋଇ ସାରିଲିଣି।

ହୋଉ ହେଲା। ଶୀଘ୍ର ବାହାରେ।

ମାଉସୀ ଘରୁ ବସଷ୍ଟାଣ୍ଡର ଦୂରତା ମାତ୍ର ୧ କିଲୋମିଟର।

ମୁଁ ମାଉସୀ ଘରୁ ଶୀଘ୍ର ଶୀଘ୍ର ବାହାରିଲି ବସଷ୍ଟାଣ୍ଡକୁ।

ଏକା ଏକା ଚାଲିବାକୁ ବିରକ୍ତ ଲାଗୁ ଥିଲା,ଯେଉଁମାନଙ୍କୁ ଫୋନ କରୁଥିଲି,କେହି ରିସିଭ କରୁ ନଥିଲେ ମୋ ଫୋନ୍।

ତାପରେ ମୋବାଇଲ ଡାଟା ଅନ କରି ୟୁ ଟୁବରେ ଗୀତ ଲଗେଇ ଶୁଣିବାକୁ ମନସ୍ଥ କଲି।ବ୍ୟାଗ୍ ଭିତରକୁ ହାତ ଭର୍ତ୍ତି କଲା ସମୟରେ ହାତକୁ କିଛି ଓଦା ଓଦା ଅନୁଭବ ହେଲା।ମୁଁ ନିଜର ବ୍ରସ୍ ଭାବିଲି ସେଇ ଓଦ।ଳିଆ ଜିନିଷଟିକୁ। ତାପରେ ମୋ ମୋବାଇଲ୍ ଇଅର୍ ଫୋନ କାଢି ଗୀତ ଶୁଣି ଶୁଣି ବସଷ୍ଟାଣ୍ଡରେ ପହଞ୍ଚିଗଲୀ।

ବସ ବହୁତ୍ ଭିଡ଼ ଥିବାରୁ ଠିଆ ହୋଇ ଅଧା ବାଟ ଯାଏ ଆସିଲି।କିଛି ବାଟ ଆସିବା ପରେ ବସ କଣ୍ଡକ୍ଟର ପଇସା ମାଗିଲା।ମୁଁ ଗୋଟେ ସିଟ କଥା କହିବାରୁ ଗୋଟେ ସିଟ ଦେଲା।ପୁନର୍ବାର ପଇସା ମାଗିଲା।

 ମୁଁ ପକେଟ୍ ଭିତରେ ହାତ ଭର୍ତି କଲା ପରେ ମନେ ପଡ଼ିଲା ଯେ,ମନିପର୍ସ ମୁଁ ବ୍ୟାଗ୍ ଭିତରେ ରଖିଛି ।ବ୍ୟାଗ୍ ଚେନ ଖୋଲି ଘାଣ୍ଟିବାକୁ ଲାଗିଲି।ପୁଣି ସେଇ ଓଦା ପାଣି ସରସର ଜିନିଷଟି ହାତରେ ବାଜିଲା।ମୁଁ ଦେଖିବାକୁ ପାଇଲି ସେଇ ଓଦା ଜିନିଷଟି କିଛି ନୁହଁ,୧୦ ଟଙ୍କିଆ ନୋଟ୍ ଗୁଡାକ।

  ପଇସା ଦେଖିବା କ୍ଷଣି ମୋ ମୋବାଇଲ୍ ଫୋନ୍ ବାଜି ଉଠିଲା।

ମୁଁ ପଇସାଟିକୁ କଣ୍ଡକ୍ଟର ହାତକୁ ବଢେଇ ଫୋନ ରିସିଭ୍ କଲି।

ହେଲୋ ମାଉସୀ କୁହ???

  ପହଞ୍ଚିଲୁ?

ହଁ.... ।ହଁ.......।

ଦେଖିକି ଯିବୁ।

  ହଉ।

ପହଞ୍ଚିକି ଫୋନ କରିବୁ ହେଲା????

   ହଉ ଠିକ୍ ଅଛି।

ଶୁଣୁ, ତୋ ବ୍ୟାଗରେ କିଛି ପଇସା ଦେଇଛି।ରାସ୍ତାରେ କଣ ଦିଟା ଖାଇ ଦେବୁ।

ମୁଁ କହିଲି ପଇସା କଣ ପାଇଁ ଦେଲ ତମେ?

ଖର୍ଚ୍ଚ କରିବାକୁ ଦେଇଛି।

  ଗରିବ ମାଉସୀ ମୁଁ...... ।

          ସେତିକି ରଖିଥା।

( ଆଉ କିଛି କହିବା ଆଗରୁ ମୁଁ କଥା ଆଳରେ କହିଲି କି ମୁଁ ଘରେ ପହଞ୍ଚି କଲ୍ କରିବି ବୋଲି।)


ମୁଁ ଜାଣି ଥିଲି ମାଉସୀର ପରବର୍ତ୍ତୀ କଥା ଗୁଡ଼ିକ।ପଇସାଟିକୁ ହାତରେ ଧରି ବ୍ୟାଗ୍ ଭିତରୁ ବାହାରକୁ ଆଣିଲି।ଓଦା ସରସର ସେଇ ୧୦ ଟଙ୍କିଆ ନୋଟଗୁଡ଼ିକୁ ହାତରେ ପୋଛି ସଫା କଲି।ସେ ପଇସାରୁ ଖାଲି ଫୁଟଣର ବାସ୍ନା ମହକୁ ଥିଲା।ସେ ପଇସା ଥିଲା ମୋ ମାଉସୀର ଭତ୍ତା ଟଙ୍କା।ଯାହାକୁ ସେ ବହୁତ୍ ସମ୍ଭଳିକି ରଖେ,ନିଜ ରୋଷେଇଘର ଫୁଟଣ ଡବା ଭିତରେ।

  ଯୋଉ ଭତ୍ତା ଟଙ୍କା ମିଳେ, ତାହା ବାର୍ଦ୍ଧକ୍ୟ ଭତ୍ତା ନୁହେଁ।ତାହା ଅଟେ ସିନ୍ଦୂର ହଜି ଯିବା ପରର ଭତ୍ତା।ମାନେ ବିଧବା ଭତ୍ତା।

ନିଜେ ସରକାରୀ ସହାୟତାରେ ବଞ୍ଚୁଛି।ଆଉ ଦୁଇ ଦୁଇଟି ଛୁଆ।ଗୋଟେ +୨ରେ, ଆଉ ଗୋଟେ ମାଟ୍ରିକ।କେତେ ଟେନସନ୍,ପଢ଼ିବା ଖର୍ଚ୍ଚ, ଟିଉସନ୍ ଖର୍ଚ୍ଚ, ଡ୍ରେସ୍ ଖର୍ଚ୍ଚ,ଦେହ ପା।ଏତକ ଭିତରେ ମାଉସୀ ନିଜକୁ ଗୋଟେ ରୋବୋଟ ପରି ଗଢି ତୋଳିଛି।ମଉସା ଯିବା ଦିନରୁ ମାଉସୀ କେମିତି ଯେ ନିଜକୁ ବୁଝେଇ ରଖିଛି,ତାହା ମୁଁ ବି ଜାଣି ପାରେନା।

 ସେ ୧୦୦ ଟଙ୍କାର ଭଲ ପାଇବା,ସେ ଫୁଟଣ ବାସ୍ନାରେ ମହକି ଉଠୁଥିବା ମୋ ନାକ।ଲୁହ ଛଳ ଛଳ ମୋ ସେ ଆଖି।ମୁଁ ନିଜକୁ ନିଜେ କହୁ ଥାଏ, ଏ ପଇସା ସିନା ବହୁତ୍ କମ୍।ହେଲେ ଏଥିରେ ଥିବା ସେ ଭଲ ପାଇବା,ଏଥିରେ ଲୁଚି ରହି ଥିବା ସେ ଆତ୍ମୀୟତ। ଢେର୍ ଅଧିକ।

ଭଗବାନଙ୍କୁ ଏତିକି ପ୍ରାର୍ଥନା କରେ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ।କାହିଁକି ନା ସ୍ବାମୀ ଅଳ୍ପ ବୟସରୁ ଚାଲି ଗଲା ପରେ ଏଠି ବହୁତ୍ କଥା କହନ୍ତି।ଯାହାକି ଜଣେ ଶୁଣି କରି ବଞ୍ଚିବା ବହୁତ୍ କଷ୍ଟକର। 

 ( ଯେମିତିକି ମାଙ୍ଗଳିକ କର୍ମରେ ଯାଇ ପାରିବେନି, ସକାଳୁ କାହାକୁ ମୁହଁ ନ ଦେଖେଇବା,କଲା କର୍ମର ଫଳ, ଅଲକ୍ଷଣି ଏମିତି ଆହୁରି ଅନେକ.......)

ଥରେ ସେ ଚରିତ୍ରକୁ ବୁଝିବାକୁ ଚେଷ୍ଟା କର।ସେ ଚରିତ୍ରକୁ ଯିଏ ଉପସ୍ଥାପନ କରିଛି ସମାଜର କାଠ ଗଡାରେ।ଯିଏ ଉପସ୍ଥାପନ କରିଛି ନିଜକୁ ଗୋଟେ ବାପା ଭୂମିକାରେ,ଗୋଟେ ମାଆ ଭୂମିକାରେ,ଏମିତିକି ଘରର ମୂରବୀ ପଣିଆରେ।ଗୋଟେ ଚରିତ୍ର କେତେ ଯେ ଏକକ ଅଭିନୟ କରିପାରେ,ତାହା କେବଳ ସେଇ ଅଭିନୀତ ମଣିଷଟି ହିଁ ଜାଣି ପାରେ।

ଏତିକି ଅନୁରୋଧ,ସମାଜରେ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି।ନିଜେ ବଞ୍ଚନ୍ତୁ,ଅନ୍ୟ ମାନଙ୍କୁ ମଧ୍ୟ ବଞ୍ଚିବାକୁ ଦିଅନ୍ତୁ।ଦୁଃଖକୁ ସହି,କଷ୍ଟକୁ ଭୋଗି ନିଜକୁ ପଥର କରି ବଞ୍ଚିବା ବହୁତ୍ କଷ୍ଟକର।

ଜୀବନ ମରଣ କାହାରି ହାତର ରିମୋଟ ନୁହଁ।



Rate this content
Log in

Similar oriya story from Inspirational