ଲଣ୍ଠନ
ଲଣ୍ଠନ
ଘନ ଅନ୍ଧକାରର ସେ ମିଞ୍ଜି ମିଞ୍ଜି ହୋଇ ଜଳି ଉଠୁଥିବା ସେଇ ଆଲୋକର ପ୍ରତିମାଟି ହେଉଛି ଲଣ୍ଠନ । ସଂଧ୍ୟା ବେଳେ ନିଦକୁ ଭାଙ୍ଗିବାକୁ ଯାଇ କେତେ ଗରମ୍ କାଗଜ ଆଖିରେ ଲଗାଇଛି । ଲୁଣ ଭଜା, କଇଁଆ ମଞ୍ଜି ପୋଡ଼ା, ପଣସ ମଞ୍ଜି ପୋଡ଼ା, ମଟର ପୋଡ଼ା କେତେ ଖାଇଛି ।
ଲଣ୍ଠନ କାଚ ପୋଛା ପାଇଁ କେତେ ଛ।ଟିଆ ଖାଇଛି, ସରିଲା ରିଫିଲକୁ ଲଣ୍ଠନରେ ଦେଖେଇ କେତେ ଫୋଟକା କରିଛି । ତିନିକୋଣିଆ ଆଲୋକ ଶିଖା ପାଇଁ କେତେ ଚେଙ୍କ ନ ଖାଇଛି!
ଶୀତ ଦିନେ ଧୁନି ଜାଳିବାକୁ କେତେ ନିଆଁ ଗୋଳ ନ କରିଛି, କୋଣ ଅନୁକୋଣ ଜ୍ୟାମିତି କରୁ କରୁ କେତେ ଥର ଲଣ୍ଠନର ଗରମ୍ ବାମ୍ଫ ନ ଖାଇଛି । କୁକୁଡ଼ା କାଟିବା ସମୟରେ ବାରି ତଳେ କେତେ ଲଣ୍ଠନ ଆଲୁଅ ନ ଦେଖେଇଛି । କୁଟା ଗଦାରେ ପାଲ ଘୋଉଦେଇବାକୁ କେତେ ଲଣ୍ଠନ ଆଲୁଅ ନ ଦେଖେଇଚି । ଭାଗବତ ଟୁଙ୍ଗିରେ କେତେ ଥର ଲଣ୍ଠନ ଆଲୁଅକୁ କମେଇ ଚାପୁଡ଼ା ନ ଖାଇଛି । ଲଣ୍ଠନ ଆଲୁଅର ଛାଇରେ କେତେ କୁକୁର,ପକ୍ଷୀର ପଟଚିତ୍ର ନ ବନେଇଛି ।
ଆଜି କିନ୍ତୁ ସେ ଲଣ୍ଠନ ବିଲୁପ୍ତ ପ୍ରାୟ । ଆଜି କାଲିର ଘରେ ଖାଲି ଚୀନ ସୋଲାର ଲାଇଟ୍ ଆଉ ଚ।ର୍ଜିଂ ଲାଇଟ୍ । ଲଣ୍ଠନକୁ ପଚାରେ କିଏ?