Tushar Bky

Inspirational

4  

Tushar Bky

Inspirational

ଜେଜେ ମା

ଜେଜେ ମା

5 mins
169


ରାତିର ସେ ନିଛାଟିଆ ଶୁନଶାନ୍ ପ୍ରହରରେ କୁନାକୁ ହେଉନି ନିଦ । ବାପା ମାଆ ଶୋଇ ପଡିଲେଣି । ରାତି ପ୍ରାୟେ ତ ୧ଦୁଇ ଟା ହେବାକୁ ବସିଲାଣି । ଆସୁ ନାହିଁ ନିଦ କୁନାକୁ । ଏକା ଶୋଇବା କିଛି ନୂଆ କଥା ନୁହଁ । ଏହା ସମସ୍ତଙ୍କ ଘରେ ପରିଲକ୍ଷିତ ହେଉଛି ଆଜି କାଲିର ସମୟରେ । ବାପା ମାଆ ଗୋଟେ ଘରେ ଶୁଅନ୍ତି ଆଉ ଆଉ ଗୋଟେ ଘରେ ଶୁଏ କୁନା । କୁନାର ବୟସ ମାତ୍ର ୫ ବର୍ଷ । ଗୋଟେ ଏତେ ବଡ଼ ଘରେ ଏକା ଏକା ଶୋଇବାକୁ ସେ ଭଲ ପାଉନି । ଆଉ ଗୋଟେ ଲୟରେ ଚାହିଁ ରହିଛି ସେ ଝାପସା ଝାପସା ଝରକାରୁ ଦୂରକୁ......

କିଛି ସମୟ ଚାହିଁ ଚାହିଁ ନିଜକୁ ଏକା ଏକା ଅନୁଭବ କରୁଛି ସେ । ରାତି ବେଶୀ ହୋଇ ଗଲା ପରେ ଗପ ଟିଏ କହି, କି ମ୍ୱା ଗୀତ ଟିଏ ଗାଈ, କିଏ ଜଣେ ଶୋଇ ଦିଆନ୍ତକି ? କୁନା ଏକ ଚିଡା ପ୍ରକୃତିର ହୋଇ ଗଲାଣି ପ୍ରାୟେ । 

କୁନାର ମନକୁ ସକାଳୁ ସକାଳୁ ବାପା ମାଆ ଦୁହେଁ ବୁଝେଇ ଦେଇଛନ୍ତି । ଦେଇଛନ୍ତି କୁନାକୁ ବହୁତ୍ ଖେଳନା, ରିମୋଟ ଲଗା ଗାଡ଼ି,ଆଉ ଗୋଟେ ସ୍ମାର୍ଟ୍ ଫୋନ । ନା ଅଛି ଅଭାବ,ନା ଅଛି ଧନର କମି । ଆଗରୁ ଖେଳନା ଥିଲେ ବି ଆହୁରି ଖେଳନା ଆଣି ଧରେଇ ଦେଇଛନ୍ତି ନିଜର ପୁଅ କୁନାକୁ । 

କଣ୍ଢେଇ ମନ ସିନା ବୁଝେଇ ଦିଏ,ହେଲେ କୌଣସି ଏକ ମଣିଷର ମନକୁ କିଣି ନେଇ ପାରିବନି । କୁନା ସବୁ ବେଳେ ଚିଡ଼ି ଚି ଡ । ସ୍ୱଭାବର ହୋଇ ଯାଇ ଥିଲା । କାରଣ ତା ପାଇଁ କାହା ପାଖରେ ସମୟ ନାହିଁ । ଅଫିସରୁ ବାପା ଫେରି ଆସିଲା ପରେ ଥକାଣିଆ ହୋଇ ଶୋଇ ପଡ଼ନ୍ତି । ଆଉ ଘର କାମରେ ବ୍ୟସ୍ତ ରହି ଫୁଲ ରେଷ୍ଟ କରନ୍ତି କୁନାର ମାଆ । କୁନା ସେଇ ସ୍କୁଲରୁ ଘର ,ଆଉ ଘରୁ ଟିଉସନ । କୁନାର ବି ଗୋଟେ ଛୋଟିଆ ହୃଦୟ ଟିଏ ଅଛି,ତାକୁ କେହି ଜାଣି ପାରୁ ନାହାନ୍ତି । 

ଯେତେବେଳେ କୁନା କହେ କି ମତେ ନିଦ ହେଉନି । ସେତେବେଳେ ମାଆ ତା ମୋବାଇଲ ରୁ ଉ ଟ୍ୟୁବ୍ ରୁ କିଛି ଭଲ ଭଲ ଭିଡ଼ିଓ ଲଗେଇ ଦିଅନ୍ତି । ସେଇ ଭିଡିଓ ଦେଖି ଖୁସି ହୋଇ ଯାଏ,କିନ୍ତୁ ସେଇ ମାନସିକତା ଆଜି ଯାଏଁ ବି ଦେଖା ଯାଏ । ସେଇ ମୋବାଇଲ ରୁ ଭିଡ଼ିଓ ଦେଖି ଦେଖି ଆଖି ଖରାପ୍ କରି ସାରିଲାଣି । 

ଦିନରେ ଖେଳ ଖେଳେ ,ସେଇ ସ୍ମାର୍ଟ୍ ଫୋନ ରୁ ଗେମ୍,ସେଇ ଭିଡିଓ ଗେମ୍,ସେଇ କାର୍ଟୁନ୍ ଚିତ୍ର । କେତେ ଦେଖିବ ସେଇ ସେ ଟିଭି ଆଉ ମୋବାଇଲକୁ ବିରକ୍ତି ପ୍ରକାଶ କରିଛି ସେ ସବୁକୁ ଦେଖି ଦେଖି । ଗୋଟିଏ ଆବଦ୍ଧ ଘରେ କେତେ କଟେଇ ବ ସେ । ନିଜର ମନ କଥାକୁ କହିବ କାହାକୁ । ଶୁଣେଇବ କାହାକୁ । ରହିବା,ଖାଇବା,ପିନ୍ଧିବା ହେଲେ ସବୁ ମିଳି ଯାଏ ତାହା କେହି ବୁଝନ୍ତିନି । ଗୋଟେ ଛୋଟ ଛୁଆ ଟିଏ ଖେଳିବାକୁ ଚାହେଁ ,ଖୁସି ମନେଇବାକୁ ଚାହେଁ ନିଜ ଲୋକଙ୍କ ସାଙ୍ଗରେ । ତା କଥା ଶୁଣିବାକୁ କେହି ନାହାନ୍ତି । 

ରାତି ବଢିବାରେ ଲାଗିଲେ ନିଜକୁ କୁନା ଏକା ଏକା ଭାବିବା ସାଙ୍ଗେ ସାଙ୍ଗେ ସେ ସ୍ମାର୍ଟ୍ ଫୋନରେ ଉ ଟ୍ୟୁବ୍ ଖୋଲି ଆଈମାଆ କାହାଣୀ ସୁନେ । ପ୍ରଥମ ଦିନରେ ତା ମନ ଖୁସିରେ ପୁରୀ ଉଠିଲା । ସତରେ ମୋର ଗୋଟେ ଆଈମାଆ ଥିଲେ ମତେ ବି କାହାଣୀ ଶୁନେଇ ଥାନ୍ତା,ଆଉ ମତେ ବି ଗୀତ ଗାଈ ଶୁଆଈ ଦେଇ ଥାନ୍ତା । ଆଉ ମୁଁ ନ ଖାଇଲେ ମତେ ବାପା ଗୁଣ୍ଡା ବୋଉ ଗୁଣ୍ଡା କରି ଖୋଈ ଦେଇ ଥାନ୍ତା । 

ସେ ଆଈମାଆ କାହାଣୀ ଶୁଣି ଶୁଣି ଆଈମାଆକୁ ଖୋଜିବାରେ ଲାଗି ଥାଏ ସେ । ନିଜ ବାପାମାଆଙ୍କୁ ମଧ୍ୟ ପଚାରିବାକୁ ଚେଷ୍ଟା କରିଛି । କିନ୍ତୁ ବାପା ମାଆ ତା କଥାକୁ ଭୁଲେଇବାକୁ ଚେଷ୍ଟା କରିଛନ୍ତି । 

ଘରକୁ କାମ କରିବାକୁ ଆସୁ ଥିବ କାମବାଲୀ ମାଉସୀକୁ ପଚାରିଛି ଆଈମାଆ ବିଷୟରେ । ସେ ସବୁ କଥା କହିଛନ୍ତି । ମାଆର ବୋଉକୁ ଆଈମାଆ କହନ୍ତି । ଆଉ ବାପାଙ୍କ ମାଆକୁ ଜେଜେମାଆ କହନ୍ତି । ତାପରେ କୁନା କହିଛି ତମର ଆଈମାଆ ଅଛି ନା ଜେଜେମା? ମୋର ଦୁଇ ଜଣ ଅଛନ୍ତି । ତମକୁ ସେ ଗପ କହନ୍ତି । ହଁ କହନ୍ତି । ମତେ ବି ଗପ କହିବେ?

ହଁ । ମୋର ଆଈମାଆ ନାହାନ୍ତି ତମ ଆଈମାଆକୁ ମତେ ଦେଇ ଦିଅ । ମୁଁ ଗପ ଶୁଣିବି । ଆଉ ଏହି କଥା ରାତିର ସେଇ ଟେବୁଲ୍ ଉପରେ କହିଛି ତା ବାପାଙ୍କୁ ଖାଇବା ସମୟରେ । ବାପା କଥା ଭୁଲେଇ ଶୋଇ ଦେବାରେ ବ୍ୟସ୍ତ ହୋଇ ଯାଇଛନ୍ତି । ନ ଶୋଇବାରୁ ଗାଳି କରି ଶୋଇ ଦେଇଛନ୍ତି କୁନାକୁ । 

ସକାଳୁ ଉଠିଲା ବେଳକୁ କୁନାକୁ ପ୍ରବଳ ଜୋର ହୋଇ ଯାଇଛି । ଆଉ କୁନାର ବାପା କୁନାକୁ ନେଇ ମେଡିକାଲରେ । ଆଡ଼ମିଟ କରିଛନ୍ତି । ମେଡ଼ିକାଲରେ ଖାଲି ବିଳିବିଳି ହୋଇ ଆଈମାଆକୁ ଖୋଜୁଛି । ଜ୍ୱର ବଢ଼ିବାରେ ଲାଗିଛି । ଦିନକୁ ଦିନ ଆହୁରି ପତଳା, ଆଉ ରୁଗ୍ଣ ହେବାରେ ଲାଗିଛି କୁନା । କୁନା ତାର ବାପାକୁ କହିଛି କାମବାଲୀ ମାଉସୀ ଆଈମାଆକୁ ଆଣିବ । ପାଇଁ । ବାପା କଣ କହିବେ ନିଜ ପୁଅକୁ । ନିଜର ଗୋଟେ ଜେଜେମାଆ ଅଛି ବୋଲି । ପୁଅର ଦେହ ଖରାପ ହେବାରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । 

ତାଙ୍କୁ ନିଜର ମାଆ କଥା ମନେ ପଡି ଯାଉଛି । ବାପ ମନ ପୁରା ବଦଳି ଯାଇଛି ପୁଅର ଏ ଜ୍ୱର ଦେଖି । ବାପାର ମନ ତରଳି ଯାଇଛି ସମ୍ପୂର୍ଣ୍ଣ । ଗୋଟେ ମାଆକୁ ବୃଦ୍ଧା ଶ୍ରମରେ ଛାଡି କଣ ସେ ଭୁଲ୍ କରି ଛନ୍ତି । ଆଜି ତାହା ଅନୁଭବ କରୁଛନ୍ତି । ତାଙ୍କୁ ଅଥୟ କରୁଛି ନିଜର ସେ ପିଲା ଦିନର କଥା,ଯେବେ ମାଆ ନିଜେ ନ ଖାଇ ପୁଅକୁ ଖାଇବାକୁ ଦଉ ଥିଲା ,ଆଉ କେତେ କଷ୍ଟ ପାଇ ନଥିଲା । ସେତେବେଳେ ସିନା ଛୋଟ ଥିଲେ କୁନାର ବାପା ,ହେଲେ ଏବେ ତ ସେ ଗୋଟେ ବାପା ନା । ଗୋଟେ ବାପା ହୋଇ ପୁଅର ଏ ଶରୀରକୁ ଦେଖି ବହୁତ୍ ଅନୁତାପ କରୁଛନ୍ତି । 

ରାତି ସାରା ଶୋଇ ପାରି ନାହାନ୍ତି ସେ । କେମିତି ଥିବ ନିଜ ମାଆ,କଣ କରୁଥିବ, କଣ ଖାଉ ଥିବ । ଏମିତି ବହୁତ୍ କିଛି । ସକାଳ ହୋଇ ଯାଇଛି, କୁନାର ବାପା କାଳ ବିଳମ୍ବ ନ କରି ନିଜର ମାଆକୁ ନିଜର ଭୁଲ ମାଗି ନେଇ ଆସିଛି ନିଜ ଘରକୁ । ଘରେ ସମ୍ପୂର୍ଣ୍ଣ ରୂପେ ରେଡି କରି ନେଇ ଆସିଛି ମେଡ଼ିକାଲକୁ । ଆଉ କୁନା ସହ ମିଳେଇ ଦେଇଛି ନିଜର ନାତିକୁ । ନାତିକୁ ଦେଖି ଗୋଟେ ସୁନ୍ଦର ହସଟିଏ ଫୁଟି ଉଠିଛି ଖେଜେମାଆଙ୍କ ମୁହଁରେ । ମେଡିକାଲରେ ପହଞ୍ଚିଲା ପରେ କୁନା ପାଚରିଛି ଏ କଣ କାମବାଲି ଆଈମାଆ । କୁନାର ବାପା କୁନାକୁ ମନା କରି କହିଛନ୍ତି । ଏ ତୋର ନିଜର ମାଆ । 

କଥା ଭୁଲେଇବାକୁ ଯାଇ କହିଛନ୍ତି ତୋ ଆଈମାଆ ନୁହେଁ ଏ । ଏ ତୋର ଜେଜେମାଆ । ମାନେ ମୋର ମାଆ । ଏ ଗାଆଁରେ ରୁହନ୍ତି । ଆଜି ଆସିଲେ । ଆଗରୁ ଆସୁ ନଥିଲେ ଆଜି ନେଇ କରି ଆସିଲି । 

ଜେଜେମାଆ ବାପାର କଥାକୁ ଶୁଣି କହିଲେ ସେଠି ମତେ ଭଲ ଲାଗିଲାନି । ସେଇଥି ପାଇଁ ପଳେଇ ଆସିଲି । ତତେ ଦେଖିବାକୁ । ଏବେ ତୋ ପାଖରେ ରହିବି ଆଉ ତୋ ସାଙ୍ଗରେ ଖାଇବି । ତୋ ସାଙ୍ଗରେ ଖେଳିବି । କୁନା କହିଲା ମୋ ସାଙ୍ଗରେ । ଶୋଇବ ଆଉ ଗପ ମଧ୍ୟ କହିବ । ଗୋଟେ ବଡ଼ ହୁଁ ମାରି ଘରକୁ ଫେରି ଆସିଛନ୍ତି ସମସ୍ତେ । 

ଆଉ ରାତିରେ ଗପ ଶୁଣିବାକୁ ୟୁଟ୍ୟୁବ୍ ଖୋଲିବାକୁ ପଡୁନି । କି ଖେଳିବାକୁ କାହାକୁ ଖୋଷାମତ୍ କରିବାକୁ ପଡୁନି । କୁନା ଏବେ ସଂପୂର୍ଣ୍ଣ ସୁସ୍ଥ । ତା ଶରୀରରେ ଗୋଟେ ନୂଆ ଶକ୍ତି ସଞ୍ଚାରିତ ହେବ ଭଳି ତାକୁ ଓ ତାର ବାପା ମାଆଙ୍କୁ ଲାଗୁଛି । ଆଜି ସେମାନେ ବହୁତ୍ ଖୁସିରେ ଅଛନ୍ତି । 

ନିଜର ବାପାମାଙ୍କୁ ବୃଦ୍ଧାଶ୍ରମରେ ଛାଡନ୍ତୁ ନାହିଁ । ସେମାନେ ନିଜକୁ ଅନୁତାପର ନିଆଁରେ ଜାଳି ଦେଉଛନ୍ତି । 

ଆଜି କାଲିର ଟେକ୍ନୋଲୋଜି ଭରା ଦୁନିଆ ମନ ବୁଝେଇ ମନୋରଞ୍ଜନ ଦେଇ ଦବ । କିନ୍ତୁ ନିଜର କରି ପାରିବନି । ଆପଣଙ୍କୁ ଟାଇମ ପାସ୍ ସହ ଖୁସି ମଧ୍ୟ କରାଇ ଦବ,ହେଲେ ସେ ଭଲ ପାଇବା ଦେଇପାରିବନି । ନିଜ ବଡ଼ ବଡ଼ ଗୁରୁଜନମାନଙ୍କଠାରୁ ସେ ସଂସ୍କାର, ସେ ସ୍ନେହ, ସେ ଭଲ ପାଇବା, ଆଉ ବଞ୍ଚିବାର ର।ହା ପାଇ ପାରିବ । ପିଠିରେ ବସେଇ ଘୋଡ଼ା କହି ଚଳେଇବା, ଆକାଶରେ ଜହ୍ନ ଦେଖେଇ ବୁଢ଼ୀ ଅସୁରୁଣୀ ଗପ କହିବା, ଆଉ ନିଜ ଛୁଆ ମାନଙ୍କୁ ଉତ୍ତମ ସଂସ୍କାର ଶିଖେଇବା , ଆହୁରି ଅନେକ ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖି ପାରିବେ ନିଜ ବୃଦ୍ଧା ଜେଜେମାଆ ଆଉ ଜେଜେ ବାପାଙ୍କ ପାଖରୁ । ଏମିତି ଏକ ସମୟ ଆସିବ, ଦିନେ ଆମ ପାଖରେ ବ୍ୟାଙ୍କ୍, ଗାଡ଼ି, ପଇସା, ବଙ୍ଗଳା ସବୁ ଥିବ, ହେଲେ ଆମ ଭିତରେ ବଞ୍ଚି ରହିବାର ଆଗ୍ରହ ନ ଥିବ । 

ଏ ଆଧୁନିକ ଯୁଗରେ ଆମେ ରୋବୋଟ ଚାଳିତ ଜିନିଷ ଯେତେ ଚଲେଇଲେ କଣ ହବ,ଆମେ ଆମର ଭଲ ପାଇବା,ସଂସ୍କାର ଆଉ ଭାଇଚାରା ସବୁ କିଛି ହରେଇବକୁ ବସିଲେଣି । ନିଜର ପରିବାରକୁ ନିଜର ବହୁମୂଲ୍ୟ ସମୟ ଦିଅନ୍ତୁ ,ଯାହା ଫଳରେ ଆପଣଙ୍କର ଛୋଟିଆ ସଂସାର ମଧ୍ୟ ବହୁତ୍ ଖୁସିରେ ପୁରି ଉଠିବ । ଆଉ ନିଜର ବାପା ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ନ୍ତୁ ନାହିଁ । ସେ ବି ବହୁତ୍ କଷ୍ଟ ସହିଛନ୍ତି ,ତମକୁ ମଣିଷ କରିବାକୁ । 



Rate this content
Log in

Similar oriya story from Inspirational