ଶେଷ ବର୍ଷା
ଶେଷ ବର୍ଷା
ଘଡଘଡି ର ଶବ୍ଦ ଶୁଣି ଝରକା ଖୋଲିଲା ପାର୍ଥ। ଧୀର ପବନ, ସାଙ୍ଗ ରେ ଝିପ୍ ଝିପ୍ ବରଷା ରେ ପାର୍ଥ ର ଲୋମ ଟାଙ୍କୁରି ଉଠୁଥିଲା। ସେ ସେମିତି ଝରକା ପାଖରେ ବସି ଦେଖୁଥିଲା ସେହି ବଦ୍ ମାସ୍ ବେଙ୍ଗ କୁ। ବେଙ୍ଗ କେମିତି ଛିଟା ସହ ଖେଳୁଛି,ସତରେ ଫୁଲେଇ ଟା ଠିକ୍ ରାଧା ପରି। ସେ ବେନ୍ଗୁଲୀ ଆଜି ଭି କଣ ଏମିତି ବର୍ଷା ଦେଖି ଡେଇଁ ଥିବ । ପଛ ରୁ ପାର୍ଥ ର ଭାବନା ରେ ପୁର୍ନଛେଦ ଦେଇ ଚାଲି ଆସିଲେ ଧରା। ହାତରେ ଥିଲା ଚାହା ଆଉ ପକୁଡି। ପକୁଡି ଟିଏ ପାଟିରେ ପକେଇ, ସତରେ ତମ ହାତ ରେ ଯାଦୁ ଅଛି। ଭଗବାନ କରନ୍ତୁ ମୋ ପତ୍ନୀ ପରି ପତ୍ନୀ ସମସ୍ତଙ୍କୁ ମିଳୁ।
ଆଜକୁ ପ୍ରାୟ ୫ ବର୍ଷ ତଳେ ଧାରା ସହ ପାର୍ଥ ର ବିବାହ ହୋଇଥିଲା। ଧାରା ପାର୍ଥ କୁ କେବେ ଭି ଅବହେଳା କରିନି। ଆଉ ପାର୍ଥ ଭି ରାଣୀ ପରି ରଖିଛି। ଯେମିତି ୭ ବର୍ଷ ପୂର୍ବେ ରାଧା କୁ ରଖିବାକୁ ଚାହୁଁ ଥିଲା।ଭାଗ୍ୟ ଚାହୁଁଥିଲା କିଛି ଅଲଗା।ପାର୍ଥ ର ହୃଦୟ ଦର୍ପଣ ଆଗରେ ସେ କେବଳ ଧାରା ର। କିନ୍ତୁ ହୃଦୟ ର ଗଭୀରତା ଭିତରେ ଲୁଚାଇ ରଖିଛି ରାଧା କୁ। ପୁରୁଣା କାଠ ବାକ୍ସ ଭିତରେ ସାଇତି ରଖିଛି ରାଧା ର ସ୍ମୃତି ସବୁ। ବେଳେବେଳେ ଧରା ଶୋଇ ପଡ଼ିବା ପରେ ଏହି ସ୍ମୃତି ସବୁ ସାଉଟେ ଅନ୍ଧାର ରେ ଲୁଚି ଲୁଚି।
ରାଧା ପାର୍ଥ ର ପୁରୁଣା ସହପାଠୀ।ଆଉ ସେ ଭାବନା ରେ ହଜିଯାଏ। ହଁ ସେହି ଫୁଲେଇ ରାଧା, ଯିଏ ଝିଟିପିଟି ଦେଖିଲେ ଡରେ, ଆଉ ବର୍ଷା ଆରମ୍ଭ ହେଲେ ଵେନ୍ଗ ମାନଙ୍କ ସହ ଡେଇଁ ଡେଇଁ ଖେଳେ। ପାର୍ଥ ତାକୁ ଵେନ୍ଗୁଲୀ ଡାକେ। ଆଉ ତା ପରେ ସେ ପାର୍ଥ କୁ ତଡି ତଡି ଵାଡାଏ। ଆଉ କହେ, ଏମିତି କଣ ଡାକୁଛୁ। ଲୋକ କଣ ଭାବୁଥିଵେ। ମୋର କଣ ପେର୍ଟିଜ୍ ନାହିଁ। ସତରେ ନିଜ ସମ୍ମାନ କୁ ବହୁତ ଜଗୁଥିଲା ସେ। ଗୁପ୍ ଚୁପ୍ ଵାଲା ଯଦି ପାନ ଖାଉଥିବା ଦେଖିଦେଲେ, ତା ଠେଲା ମାଟି ମାଡେନା ସେ। କିଛି ଏମିତି ଥିଲା ରାଧା। ଯାହା କୁ ଭଲ ପାଇ ବସିଥିଲା ପାର୍ଥ।
ହଠାତ୍ ଗାଁ ରୁ ଟେଲିଗ୍ରାମ୍ ଆସେ, ଆଉ ପାର୍ଥ କାହାକୁ କିଛି ନକହି ଚାଲିଯାଏ।ଭାବିଥାଏ ଫେରିଲା ପରେ ରାଧା କୁ କହିବ ତା ମନକଥା, କିନ୍ତୁ ଆସିଲା ପରେ ସେ ପିନ୍ଧି ସାରିଥାଏ ଆଉ କାହା ନା ର ଶଙ୍ଖା ସିନ୍ଦୂର। ଆଉ ସେଇ ଦିନଠାରୁ ସେ ଵୁଲିକି ଚାହିଁ ନାହିଁ ସେ ରାଧା କୁ।
କିଛି ଦିନ ପରେ ପାର୍ଥ ଜିବନ ରେ ଆସେ ଧରା। ଆଉ ସେଦିନ ଠାରୁ ଅତୀତ ର କିଛି ପୃଷ୍ଠା କୁ ଛାତି ଭିତରେ ଚାପି ଗଢି ଚାଲିଛି ଅଭିନୟ ର ରଙ୍ଗମଞ୍ଚ। ଧରା ଭି ସରଳତା ସହ ସବୁ ଅଭିନୟ କୁ ସତ ମାନି ନେଇଛି ବିନା କୌଣସି ଅଭିଯୋଗ ରେ।
ସେଦିନ ଟିକିଏ ଶିଘ୍ର ଅଫିସ୍ ରୁ ବାହାରି ଥିଲା ସେ। କାର ର ପଛ ସିଟ୍ ରେ ବସି ଦେଖୁଥିଲା ଏହି ଆଲୋକମୟ ସହର କୁ। ସତରେ ଏ କୋଳାହଳ ପରିବେଶ ରେ କେତେ ଏକୁଟିଆ ସେ। ହଠାତ୍ ଭୋଳା ଗାଡି ଅଟକାଇ ଦେଲା ଆଉ କହିଲା ଆଜି ପୁଣି ସେହି ଝାମେଲା। କାହିଁ ବାନ୍ଧି ରଖୁନାହାନ୍ତି ଏ ମଦୁଆ। ପାଲା ଚଲେଇଛି ଗୋଟେ।
ପାର୍ଥ ଦେଖୁଥିଲା ତାକୁ, ହଠାତ୍ ଗୋଟିଏ ନାରୀ ର କରୁଣ କଣ୍ଠ ଶୁଭିଲା। ଉଠ ଘର କୁ ଯିବା। ସମସ୍ତେ ଦେଖୁଛନ୍ତି।
ମଦୁଆ ଟି ସେମିତି ଗାଳି ଗୁଲଜ କରୁଥାଏ। ଗୋଟିଏ ଚିହ୍ନା ଵାଇକ୍ ଵାଲା ଆସି ମଦୁଆ କୁ ଉଠେଇ ଘର କୁ ନିଏ। ତା ପରେ ନାରୀ ଟି ଉଠିଯାଏ। ଶରୀର ଭଗ୍ନ ପ୍ରାୟ। ନୁଖୁରା ଚୁଟି। ହୃଦୟରେ ବହୁତ କୋହ। କିନ୍ତୁ ଆଖିରେ ଲୁହ ନଥିଲା। ସେ ଆଉ କେହି ନୁହେଁ ତା ରାଧା ଥିଲା। ବହୁତ ପ୍ରଶ୍ନ ଥିଲା ତା ମନରେ ପଚାରିବା ପାଇଁ, କିନ୍ତୁ କଉ ଅଧିକାର ରେ। ହଠାତ୍ ମନେ ପଡ଼ିଗଲା ଆଜି ଜୁନ୍ ୨୫. ପକେଟ ରୁ ଫୋନ୍ ଟି କାଢି ଧରା କୁ ଫୋନ୍ କଲା- Happy anniversary sweetheart. I m coming..
ସେଇଠୁ ନିଜ ପଥ ବଦଳାଇ ଦେଲା, ପୁଣି ଅଭିନୟ କରିବାର ଥିଲା ତାକୁ। କିନ୍ତୁ ଵର୍ଷା କୁ ମାଗିଥିଲା କିଛି ବୁନ୍ଦା ରାଧା ପାଇଁ, ଆଉ କହିଲା-ଶେଷଥର ପାଇଁ ମୋ ବଦଳ ଯା ରାଧା ପାଖକୁ। କାନ୍ଦୁ ସେ ମନଭରି। ଆଉ ସେ ତୁ ଧୋଇ ଆସିବୁ ତା ଲୁହ ସବୁ ।