Anuradha Nath

Drama Romance

3.5  

Anuradha Nath

Drama Romance

ଅଚିହ୍ନା ବନ୍ଧୁ

ଅଚିହ୍ନା ବନ୍ଧୁ

4 mins
149



ଅନେକ ଦିନ ତଳର କଥା। ସୁନ୍ଦରଗଡ଼ ଜିଲ୍ଲାର ଵ୍ରାହ୍ମଣୀ ନଦୀ ପାଖରେ ଏକ ରାଧାକୃଷ୍ଣ ମନ୍ଦିର ରହିଥିଲା। କିମ୍ବଦନ୍ତୀ ଅନୁଯାୟୀ ସେଇଠି ଭଗବାନ ଙ୍କ ଆଶିର୍ବାଦ ରେ ଯେଉଁ ଜୋଡି ର ଵିଵାହ ହୁଏ, ସେମାନେ ସାତ ଜନମ ର ସାଥୀ ହୋଇଥାନ୍ତି। ଚୈତ୍ର ମାସ ଶୁକ୍ଳପକ୍ଷ ରେ ଏହି ମନ୍ଦିର ପାଖରେ ଭିଡ ଜମେ ଵିଵାହ ପାଇଁ। ଧନୀ ଗରୀବ, ଉଚ୍ଚ ନୀଚ ସମସ୍ତ ଜାତି ର ସମସ୍ତ ପ୍ରକାର ଲୋକେ ଡଙ୍ଗା ସାହାଯ୍ୟ ରେ ଏଠିକୁ ନଦୀ ପାର ହୋଇ ଆସନ୍ତି,କିଛି ଜଣ ଦର୍ଶନ ଉଦେଶ୍ୟରେ ଆଉ କିଛି ଜଣ ଵିଵାହ ଉଦେଶ୍ୟରେ ।

ଥରେ ଏମିତି ଏକ ପବିତ୍ର ଦିନ ରେ ରାଧାପୁର ର ଜମିଦାର ମଧ୍ୟ ତାଙ୍କ ପରିବାର, ଭାବି ପତ୍ନୀ, ଆଉ ଭାଵି ଶଶୁର ଙ୍କ ସହ ଆସୁଥିଲେ। ସେଇଦିନ ଵିଵାହ ଵେଶ ରେ ଅନେକ ବର କନ୍ୟା ସହ ଵରଯାତ୍ରୀ ଡଙ୍ଗା ରେ ଯାତ୍ରା କରୁଥିଲେ। ହଠାତ୍ ଏକ ଅଦିନିଆ ଝଡ ମାଡି ଆସିଲା। ଡଙ୍ଗା ସଵୁ ଭାରସାମ୍ୟ ହରାଇ ଵୁଡିଗଲା। ନିଜ ଆଖି ସାମ୍ନାରେ ନିଜ ପରିବାର ଲୋକଙ୍କୁ ଭାସି ଯାଉଥିବା ର ଦେଖି ଜମିଦାର ଅଥର୍ବ ମ୍ରିୟମାଣ ହୋଇ ପଡୁଥିଲେ। ତଥାପି ଘରେ ରହି ଯାଇଥିବା ମା ଙ୍କ ପାଇଁ ପହଁରି ପହଁରି କୂଳ ରେ ଲାଗିଥିଲେ। ସେହି ସମୟରେ ଏକ ଅଜଣା କନ୍ୟା ନଦୀ କୂଳରେ ଲାଗିଥିବାର ଦେଖିଲେ। ମୃତ ଭାବି ଆଗେଇ ଚାଲୁଥିଲେ ସେ । ଠିକ୍ ସେହି ସମୟରେ କନ୍ୟାର ପାଟିରୁ କିଛି ଶଦ୍ଦ ଶୁଣି ପୁଣି ପଛକୁ ଫେରିଗଲେ।

କନ୍ୟା ଜଣଙ୍କ କ୍ରନ୍ଦନ କରୁଥିଲେ, ନିଜ ଏକମାତ୍ର ଆତ୍ମୀୟ ପିତା ଙ୍କୁ ହରାଇ। ଯେତେବେଳେ ଜମିଦାର ଏହିସବୁ ଜାଣିଲେ ନିଜ ସହ ଘରକୁ ନେଇ ଆସିଲେ। ମା ଙ୍କ ଆଗରେ ଲୋମୋଟାନ୍କୁରା ଝଡ ର ବଣ୍ଣନା କରି କାନ୍ଦି ପକାଇଲେ। ମା ମଧ୍ୟ ଭାରସାମ୍ୟ ହରାଇ ଵସିଲେ। କିଛି ଦିନ ପରେ ପୁଅ ଅଥର୍ବ କୁ ସେ କନ୍ୟା କୁ ତାଙ୍କ ଘରେ ଛାଡି ଆସିବା ପାଇଁ ପରାମର୍ଶ ଦେଲେ। ସେତେବେଳେ କନ୍ୟା ଜଣକ ଅଥର୍ବ ଙ୍କ ମା ଙ୍କ ପାଖରେ ନେହୁରା ହୋଇ କହିଲା, ମତେ ଏଇଠି ରହିବାକୁ ଦିଅନ୍ତୁ। ମୋର ଆଉ ଦୁନିଆରେ କେହି ନାହାନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ ଆପଣ ଙ୍କ ଘରେ ରହି ଆପଣ ଙ୍କ ସେବା କରିଵି, ଘର ର ସବୁ କାମ କରିଵି । ମୁଠାଏ ଖାଇଵା ଛଡା ମୁଁ କିଛି ମଧ୍ୟ ମାଗିବି ନାହିଁ।

ଏହାପରେ ତାକୁ ସେଠାରେ ରହିବାକୁ ଦିଆଗଲା। ଅଳ୍ପ ଦିନରେ ସେ ସମସ୍ତ ଙ୍କ ହୃଦୟ କିଣି ନେଇଥିଲା। ଏଣୁ ଅଥର୍ବ ଙ୍କ ମା ଅଥର୍ବ ଙ୍କୁ କହିଲେ, ବିନା ପରିଚୟ ସେ ଝିଅ ଟି ଆମ ଘରେ ରହିଲେ ଲୋକମାନେ ଟାହି ଟାପରା କରିବେ। ତୁ ତାକୁ ଵିଵାହ କରିନେ। ମା ଙ୍କ ଅନୁମତି ନେଇ ଅଥର୍ବ ସେହି କନ୍ୟା ମାନେ ରେଵ କୁ ଵିଵାହ କଲେ। କିନ୍ତୁ ଵିଵାହ ପୂର୍ବରୁ ଏକ ସର୍ତ୍ତ ରଖିଥିଲେ, ସେ ତାଙ୍କୁ ନିଜ ପତ୍ନୀ ଭାବରେ କେଵେ ଗହଣ କରି ପାରିଵେନି। କାରଣ ସେ ତାଙ୍କ ଭାଵି ପତ୍ନୀ ତଥା ପୂର୍ବତନ ପ୍ରେମିକା ମାଧବୀ ଙ୍କୁ ସେ ଆଜି ମଧ୍ୟ ବହୁତ ଭଲ ପାଆନ୍ତି। ଆଉ ତାଙ୍କୁ ଆଜିଵି ଲାଗୁଛି ସେ ଭବିଷ୍ୟ ରେ ଫେରି ଆସିଵେ ।ଏଣୁ ସେ ରେଵ କୁ କେଵେ ମଧ୍ୟ ମାଧବୀ ର ସ୍ଥାନ ନେଇ ପାରିବେ ନାହିଁ, ସେ ସବୁବେଳେ ତାଙ୍କ ସମ୍ମୁଖରେ ଏକ ଅଚିହ୍ନା ଅପରିଚିତ ବନ୍ଧୁ ହୋଇ ରହିଵେ।

ରେଵ ତାଙ୍କୁ କହିଥିଲା ମୁଁ ଆପଣଙ୍କ ଠାରୁ କୌଣସି ଜିନିଷ ଆଶା କରିଵି ନାହିଁ। ଆପଣ ଙ୍କ ସ୍ଥାନ ମୋ ହୃଦୟରେ ଭଗବାନ ତୁଲ୍ୟ ରହିଵ । ଆପଣ ଙ୍କ ସହ ମୁ କେବଳ ଏକ ସମ୍ମାନ ର ସମ୍ପର୍କ ରଖିଵାକୁ ଚାହେଁ।ବିବାହ ପରେ ଧିରେ ରେଵ ର ଵ୍ୟଵହାର ଅଥର୍ବ ଙ୍କୁ ବି ଆକୃଷ୍ଟ କରି ସାରିଥିଲା ।କିନ୍ତୁ ସେ କେଵେହେଲେ ତାଙ୍କ ମନକଥା କହି ପାରୁ ନଥିଲେ । ମନ କହୁଥିଲା ଦୁଇ ପାହୁଣ୍ଡ ରେଵ ଆଡକୁ ଆଗେଇବା ପାଇଁ, କିନ୍ତୁ ନିଜେ ଟାଣି ଥିବା ଅଚିହ୍ନା ବନ୍ଧୁ ର ଲକ୍ଷ୍ମଣଗାର ତାଙ୍କ ପାଦ ଦୁଇଟି କୁ ଜାବୁଡି ଧରୁଥିଲା। ରେଵ ପାଠ ପଢୁଆ ଝିଅ ଥିଲା। ଧିରେ ଧିରେ ସେ ତାଙ୍କ ବ୍ୟବସାୟ ରେ ମଧ୍ୟ ସାହାଯ୍ୟ କରୁଥିଲା। ଦୁହେଁ ଦୁହିଁଙ୍କ ଭିତରେ ଏକ ନୂତନ ସମ୍ପର୍କ ର ଆରମ୍ଭ କରିବାକୁ ଚାହୁଁଥିଲେ। କିନ୍ତୁ ଦୁହେଁ ଥିଲେ ନିରୁପାୟ। ଆଉ ମନ ଭିତରେ ସାତ ଜନମ ର ସାଥୀ ହେବାର ଆଶା ଥିଲେ ମଧ୍ୟ ଅଭିନୟ କରୁଥିଲେ ଦୁହେଁ ଦୁହିଁଙ୍କ ସହ ଏକ ଅଚିହ୍ନା ବନ୍ଧୁ ର।

ଏହି ଭିତରେ ଅଥର୍ବ ନିଜ ଅତୀତ ତଥା ମାଧବୀ କୁ ଭୁଲି ରେଵ ସହ ନୂତନ ସମ୍ପର୍କର ର ଆରମ୍ଭ କରିଵ ଵୋଲି ଭାଵି ନେଇଥିଲେ। କିନ୍ତୁ ଭାଗ୍ୟ ଖେଳୁଥିଲା ଏକ ଭିନ୍ନ ଖେଳ, ପୁଣି ଥରେ ମାଧବୀ କୁ ଅଥର୍ବ ଙ୍କ ସାମ୍ନାରେ ଜୀବିତ ଅବସ୍ଥାରେ ଠିଆ କରାଇ ଦେଇଥିଲା। ମାଧବୀ ଯେତେବେଳେ ରେଵ କୁ ତାର ପରିଚୟ ପଚାରନ୍ତି, ସେ କହେ ସେ ଏ ଘର ର ଜଣେ ସେଵିକା ମାତ୍ର। ଵିଵାହ ର କିଛି ଦିନ ପରେ ନିଜ ସ୍ୱାମୀ ଙ୍କ ନିଖୋଜ ହେଵା ପରେ ଅସହାୟ ଅବସ୍ଥାରେ ଏଇଠି ପଡିଛନ୍ତି। ମାଧବୀ ର ରେଵ ପ୍ରତି ଦୟା ଆସିଲା, ଆଉ ସେ ଅଥର୍ବ ଙ୍କ ଘରେ ତାକୁ ରହିବାକୁ କହିଲା। କିନ୍ତୁ କିଛି ଦିନ ଭିତରେ ସେ ଵୁଝି ସାରିଥିଲା, ଯେଉଁ ଅଥର୍ବ କୁ ସେ ଜାଣିଥିଲା, ସେ ଏବେ ବହୁତ ଵଦଳି ଯାଇଛନ୍ତି। ନିଜ ଠାରୁ ଅଧିକା ଆତ୍ମୀୟତା ଅଥର୍ବ ଙ୍କ ଆଖିରେ ରେଵ ପାଇଁ ସେ ଦେଖୁଥିଲା। ଆଉ କିଛି ଦିନ ପରେ ତାଙ୍କ ଵିଵାହ ଵିଷୟ ରେ ମଧ୍ୟ ଜାଣି ପାରିଲା। ଏଣୁ ନିଷ୍ପତ୍ତି ନେଇଥିଲା, ସେମାନଙ୍କ ଙ୍କ ରାସ୍ତା ରୁ ହଟିଯିବା ପାଇଁ। 

ଆଉ ସେ ଗୋଟିଏ ଦିନ ଗାଁ ଛାଡି ନଦୀ ପାର ହୋଇ ସଵୁଦିନ ପାଇଁ ତାଙ୍କ ଜୀବନ ରୁ ଚାଲିଗଲା। ଆଉ ଯିଵା ପୂର୍ବରୁ ଦୁହିଁଙ୍କ ଭିତରର ଅଚିହ୍ନା ବନ୍ଧୁ ର ସମ୍ପର୍କ କୁ କାଟି ଚିହ୍ନା ବନ୍ଧୁ କରି ଦେଇଥିଲେ। ଦୁହେଁ ମାଧବୀ କୁ ଖୁସିରେ ଵିଦାୟ ଦେଲେ। ଆଉ ମାଧବୀ ଯାଇ ନଦୀ କୂଳ ରାଧାକୃଷ୍ଣ ମନ୍ଦିର ପାଖରେ ଅସହାୟ ହୋଇ ଵସିଥିଲା। ଠିକ୍ ସେହି ସମୟରେ ତାର ଭେଟ ହୋଇଥିଲା ଜଣେ ଅଚିହ୍ନା ବନ୍ଧୁ ରଘୁନାଥ ଙ୍କ ସହିତ। ଦୁହେଁ ହାତରେ ହାତ ମିଶାଇ ଆଗେଇ ଚାଲୁଥିଲେ ଅଥର୍ବ ଆଉ ରେଵ ପରି ପୁଣି ଏକ ଚିହ୍ନା ସମ୍ପର୍କର ସନ୍ଧାନରେ ।



Rate this content
Log in

Similar oriya story from Drama