Anuradha Nath

Children Stories Inspirational

4  

Anuradha Nath

Children Stories Inspirational

ଦାଇତ୍ୱ

ଦାଇତ୍ୱ

3 mins
305


ଛୋଟ ଵେଳେ ଆମେ ଢେଙ୍କାନାଳ ରେ ରହିଥିଲୁ। ଆମ ଢେଙ୍କାନାଳ ଵରା ପାଇଁ ବହୁତ ପ୍ରସିଦ୍ଧ। ଆମ ଘର ପାଖାପାଖି ଜେନା ଵରା ଦୋକାନ (କାଳ୍ପନିକ) ବହୁତ ପ୍ରସିଦ୍ଧ ଲାଭ କରିଥିଲା। ସବୁବେଳେ ସନ୍ଧ୍ୟାଵେଳେ ବହୁତ ଭିଡ଼ ଜମିଯାଏ ସେଇଠି। ସେତେବେଳେ ଦଶ ଟଙ୍କା ପେଟପୁରା ଵରା ଘୁଗୁନି ମିଳୁଥିଲା। ଅବଶ୍ୟ ଏବେ ସେଇ ପ୍ଲେଟ ଟା କୋଡିଏ ଟଙ୍କା ହୋଇଗଲାଣି। ଲକ୍ଷ୍ମୀ ପୂଜା ସମୟରେ ଯିଏ ଯେତେ ଵୁଲିକି ଖାଇଥିଲେ ଵି ଫେରିବା ଵାଟରେ ଜେନା ଠେଲା ପାଖରେ ଵରା ଘୁଗୁନି ଖାଇଲେ ହିଁ ପେଟ ଶାନ୍ତି ହେଵା ସହିତ ଆତ୍ମା ଵି ଶାନ୍ତି ହୁଏ। ଖରା ବର୍ଷା ଶୀତ କେଵେ ମଧ୍ୟ ଠେଲା ବନ୍ଦ କରେ ନାହିଁ ସେ। କିଛି ଦିନ ପରେ ସେ ଲୋକଙ୍କ ଭିଡ଼ ଦେଖି ଆଉ ଏକୁଟିଆ ପାରିଲାନି। ତାର ପତ୍ନୀ ଆସିକି ସାହାଯ୍ୟ କରେ । ଦିନେ ମୁଁ ମୋ ସାଙ୍ଗ ମାନଙ୍କ ସହ ମିଶି ସେଠି ଵରା ଖାଇବାକୁ ଯାଇଥାଏ। ଗୋଟିଏ ଆଠ ଦଶ ବର୍ଷର ପିଲାକୁ ତାର ବାପା ସେଇଠି ଛାଡି ଚାଲିଗଲେ। ଜେନା ମଉସାଙ୍କୁ କହିକି ଗଲେ। ଏ ପୁଅ ଆଜି ଠାରୁ ଏଇଠି କାମ କରିବ। ମାସକୁ ଥରେ ଆସି ତାର ଦରମା ପଇସା ଆସି ନେଇଯିଵି। ଏତିକି କହି ବସ୍ ରେ ଚଢିଗଲେ। ପିଲାଟି ଚିତ୍କାର କରି କହୁଥାଏ ମୁଁ ଆହୁରି ପାଠ ପଢିଵି ବାପା ମତେ ନେଇଯାଅ। ମୁଁ ଏଠି ରହି ଚାକର କାମ କରିବି ନାହିଁ। କିନ୍ତୁ ସେତେବେଳେ ତା ନିଷ୍ଠୁର ଵାପା ବସରେ ବହୁତ ଦୂର ଚାଲି ଯାଇଥିଲେ। ଜେନା ମାଉସୀ ଵରା ଘୁଗୁନି ପ୍ଲେଟରେ ଆଣି ସେ ପିଲାକୁ ଦେଲେ, କହିଲେ ଧନରେ କିଛି ଖାଇ ନଥିଵୁ ଖାଇଦେ ଟିକିଏ। ତା ପରେ ପିଲାଟି ସେ ପ୍ଲେଟକୁ ଫୋପାଡି ଦେଲା। ଜେନା ମଉସାଙ୍କ ଆଖିରୁ ଲୁହ ଵୋହିଗଲା। କହୁଥିଲେ ଭଗବାନ ଵି ଵିଚିତ୍ର ଯେଉଁ ମାନଙ୍କ ପୋଷିଵାର କ୍ଷମତା ନାହିଁ ସେମାନଙ୍କୁ କେତେ ଛୁଆ ଦେଉଛନ୍ତି, ଆଉ ଛୁଆ ଟିକିଏ ବଡ ହୋଇଗଲେ କାମ କରି ଟଙ୍କା ରୋଜଗାର କରିବାକୁ ପଠେଇ ଦେଉଛନ୍ତି। ଆଉ ଆମ ପରି ଲୋକ ଯିଏ କି ଛୁଆଟେ ଖୋଜୁଛୁ, ଆମ କୋଳରେ ଦେଉ ନାହାନ୍ତି। ସେତେବେଳେ ଜେନା ମାଉସୀଙ୍କ ଆଖି ଵି ଭିଜି ଯାଇଥିଲା। ଆମେ ସେଇଠୁ ଚାଲି ଆସିଲୁ। ପିଲାଟିର ଚିତ୍କାର ବହୁତ ଦୂର ଯାଏଁ ଶୁଭୁଥିଲା। କିଛିଦିନ ପରେ ପୁଣି ଏକୁଟିଆ ଵରା ଖାଇବାକୁ ଗଲି। ଖାଇଲା ଵେଳେ ସେ ପିଲା ଟିକୁ ଦେଖିଥାଏ। ସତରେ ଏଇ କିଛିଟା ଦିନ ଭିତରେ ସେ କାମରେ ପୁରା ଅଭ୍ୟସ୍ତ ହୋଇ ସାରିଥିଲା। ଜେନା ମଉସା ଵରା ଛାଣନ୍ତି। ପିଲାଟି ପ୍ୟାକିଙ୍ଗ କରେ ଆଉ ପ୍ଲେଟ ନେଵା ଆଣିବା କରେ। ଆଉ ମାଉସୀ ମଝିରେ ମଝିରେ ଆସି ଵାସନ ମାଜି ଚାଲି ଯାଆନ୍ତି। ମୋ ଭାବନା ଭିତରେ ସେ ଆସି ହାତ ବଢାଇ କହିଲା ,ଦିଦି ଆଉ କଣ ଖାଇବ କି। ମୁଁ କହିଲି ନା। ମୁଁ ତାକୁ କହିଲି ଆମ ସ୍କୁଲ୍ ରେ ଭଲ ପାଠ ପଢାହୁଏ ,ତୁ ପଢୁନୁ। ପିଲାଟି କହିଲା ନା ଦିଦି ପାଠ ଉପରୁ ଇଛା ଉଠିଗଲା। ଏହାପରେ ଜେନା ମଉସା କହିଲେ ମୁ ଵି ତାକୁ ସେୟା କହୁଛି। କିନ୍ତୁ ସେ ଵୁଝୁ ନାହିଁ। ସେ ଭଲ ପାଠ ପଢୁଥିଲା। ହିସାବ ପତର ଵି ଫଟାଫଟ କହିଦେଉଛି। ତଥାପି ପାଠ ପ୍ରତି ଆଉ ଆଗ୍ରହ ଆସୁନାହିଁ। ମୁଁ ତାକୁ ରଖିବାକୁ ମନା କରିଥିଲେ ତା ଵାପା ଆଉ କଉଠି ରଖାଇ ଦେଇଥାନ୍ତା। ଅମଣିଷ ଟା, ଟଙ୍କା ଛଡା କିଛି ଚିହ୍ନି ନାହିଁ। ପିଲାଟି ଶାନ୍ତ ହୋଇଗଲା ସବୁ ଶୁଣିକି। ମତେ ବହୁତ ଖରାପ ଲାଗୁଥିଲା। ତଥାପି ଯେତେଦିନ ଯାଏଁ ଢେଙ୍କାନାଳରେ ଥିଲି ତାକୁ ଦେଖିବା ଵାହାନାରେ ବରା ଘୁଗୁନି ଖାଇବାକୁ ଠେଲା ପାଖକୁ ଚାଲିଯାଏ। ଆଉ ସେ ହସି ହସି ମୋ ସହ କଥାହୁଏ। କିନ୍ତୁ ମୁଁ ତାର ଆଖିର ଭାଷା ଵୁଝିଥାଏ। ପ୍ରାୟ ପନ୍ଦର ବର୍ଷ ପରେ ମୁଁ ପୁଣି ଢେଙ୍କାନାଳ ଯାଇଥାଏ ସ୍କୁଲ୍ ଗେଟ୍ ଟୁଗେଦର ପାଇଁ। ପୁଣି ଗଲି ଜେନା ଵରା ଠେଲା ପାଖକୁ। ଆଜି ଵି ଭିଡ ଜମିଥାଏ । କିନ୍ତୁ ଜେନା ମଉସା ଆଉ ମାଉସୀ ନଥାନ୍ତି। ସେଇ ପିଲାଟି ଥାଏ। ବହୁତ ବଡ ହୋଇଥିଲା। ଟିକିଏ ସମୟ ପରେ ମତେ ଚିହ୍ନି ପାରିଲା। ମୁଁ କହିଲି ଆରେ ତୁ ଏକା ଆଉ ମଉସା ମାଉସୀ? ସେ କହିଲା ତମେ ଜାଣିନାହଁ କି ଦିଦି, ଏଇ କିଛି ବର୍ଷ ହେଲା ମଉସା ଙ୍କ ଆକ୍ସିଡେନ୍ଟ୍ ହୋଇଗଲା। ସେ ତାଙ୍କର ଗୋଟିଏ ହାତ ହରାଇ ବସିଲେ। ସେ ମତେ କହିଲେ ତୁ ଯା ଏବେ ଆଉ କଉଠି କାମ କରିବୁ। ମୁଁ ଆଉ ଠେଲାକୁ ସମ୍ଭାଳି ପାରିଵିନି। କେମିତି ଏମିତି ଅବସ୍ଥାରେ ଛାଡି ଦେଇଥାନ୍ତି। ଛୋଟରୁ ପୁଅ ପରି ଆଦର କରିଛନ୍ତି ମୋର। ମୁଁ ତାଙ୍କ ଵ୍ୟଵସାୟ ସମ୍ଭାଳିଲି। ଆଉ ମୋ ସ୍ତ୍ରୀ ଘର ସମ୍ଭାଳୁଛି। ମଉସା ମାଉସୀଙ୍କ ଯତ୍ନ ନେଉଛି। ଆମେ ଗୋଟିଏ ପରିବାର ହୋଇ ରହୁଛୁ। ମତେ ଖୁସି ଲାଗୁଥିଲା ତା ସଫଳତା ଆଉ ଚିନ୍ତାଧାରା ଦେଖି। ଟିକିଏ ରହି ପଚାରିଲି ଆଉ ତୋ ଵାପା ମା, ସେ କହିଲା ଦିଦି ତାଙ୍କର ପୁଅ ଦରକାର ନାହିଁ, ଟଙ୍କା ସହ ମତଲବ। ପ୍ରତି ମାସରେ ପଇସା ପଠେଇ ଦେଉଛି। ସେମାନେ ଖୁସ୍। ନା ସେମାନେ ମତେ ଦେଖିବାକୁ ଆସୁଛନ୍ତି ନା ମୁଁ ତାଙ୍କୁ

ମୁ ତା ମୁଣ୍ଡରେ ହାତ ଦେଇ ଚାଲି ଆସିଲି, କହିଲି ହଉ ଖୁସି ରେ ରହ। ପଛକୁ ଵୁଲି ଜେନା ଠେଲାକୁ ଚାହୁଁଥାଏ । ସେମିତି ଭିଡ ଜମିଥାଏ ଆଗ ପରି। ଆଉ ବରା ଘୁଗୁନିର ସ୍ୱାଦ ଵି ସେମିତି ଥାଏ। ଲାଗୁଥାଏ ଯେମିତି ଜେନା ମଉସାଙ୍କ ପରେ ତାଙ୍କ ପୁଅ ତାଙ୍କ ଠେଲାକୁ ସମ୍ଭାଳୁଛି ।



Rate this content
Log in