Anuradha Nath

Inspirational

3  

Anuradha Nath

Inspirational

ଉପବାସ

ଉପବାସ

2 mins
204


୩୦ ବିଜ୍ଞାନ

ଦୀର୍ଘ ବର୍ଷ ପରେ ଲୁସିତା ତାର ପୁରୁଣା ବାନ୍ଧବୀ ରେଖା ସହିତ ଦେଖା ହୋଇଗଲା ଆମେରିକା ରେ । ଅଜଣା ଦେଶରେ ନିଜ ଦେଶର କେହି ଅଜଣା ବ୍ୟକ୍ତି ଙ୍କୁ ଦେଖିଲେ ମଧ୍ୟ ଖୁସି ଲାଗେ ।କିନ୍ତୁ ଏଠି କେହି ଅଜଣା ନଥିଲେ । ଏମାନେ ଥିଲେ ଦୁହେଁ ଦୁହିଁଙ୍କ କଲେଜ ଟାଇମ୍ ର ଵନ୍ଧୁ ।

ଦୁହେଁ ଏକାଠି ଇଞ୍ଜିନିୟରିଂ ପଢୁଥିଲେ । ହଷ୍ଟେଲ ରେ ଗୋଟିଏ ରୁମ ରେ ରହୁଥିଲେ ମଧ୍ୟ। ପୁରୁଣା ଦିନ ରେ କେତେ ସ୍ମୃତି ରହିଛି ସେମାନଙ୍କର । ଇଚ୍ଛା ହେଉଥିଲା ଦୁହେଁ ଦୁହିଁଙ୍କ ମଧ୍ୟରେ ବାଣ୍ଟିଦେଵେ ପୁରୁଣା ହସ ଖୁସିର ସ୍ମୃତି କିଛି କିଛି।


ଲୁସିତା , ରେଖା କୁ ତା ଘର କୁ ନେଇଗଲା । ତାକୁ ତା ମନ ପସନ୍ଦର ଦମ ଵିରିଆନି ଖାଇବାକୁ ଦେଲା । କିନ୍ତୁ ରେଖା କିଛି ଖାଇଵନି ବୋଲି ମନା କରିଦେଲା । କହିଲା ଆଜି ମୋର ଉପବାସ।


ଏତିକି କଥାରେ ଲୁସିତା ଠୋ ଠୋ ହୋଇ ହସିବାକୁ ଲାଗିଲା। କହିଲା କେଉଁ ଜମାନା ରେ ଅଛୁ ମୁଁ । ଆଜି କାଲିକା ଝିଅ ହୋଇ ଉପବାସ କରୁଛୁ । ତତେ କଣ ଲାଗୁଛି ଭଗବାନ ଙ୍କ ପାଇଁ ଏମିତି ଭୋକିଲା ରହିଲେ ଭଗବାନ ତୋ ସାମ୍ନାରେ ଠିଆ ହୋଇଯିବେ ?


ରେଖା କହିଲା ମୁଁ ଏଇ ଜମାନା ର ଆଉ ମଝିରେ ମଝିରେ ଉପବାସ ରହିଲେ କୌଣସି କ୍ଷତି ନାହିଁ। ଆଉ ତତେ କିଏ କହିଲା ମୁଁ ଉପବାସ ଭଗବାନ ଙ୍କ ପାଇଁ କରୁଛି ବୋଲି , ଏଇଟା ସତ ଏମିତି ବହୁତ ପରମ୍ପରା ଆମ ସଂସ୍କୃତି ରେ ଅଛି , କିନ୍ତୁ କିଛି ପରମ୍ପରା ବିଜ୍ଞାନ ସହିତ ଜଡିତ ଯଦି ଥାଏ ତେବେ ଅସୁବିଧା କେଉଁଠି ?


ଲୁସିତା ଚକିତ ହୋଇ କହିଲା ଆରେ ଏ ଉପବାସ ସହିତ ବିଜ୍ଞାନ ର କି ସମ୍ପର୍କ?


ରେଖା କହିଲା ଆମେ ସବୁବେଳେ ତେଲ ଲୁଣ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି, କିନ୍ତୁ କେଵେ ଭାଵିଛୁ ପରୋକ୍ଷରେ ସେ ଆମ ଶରୀରର ର କେତେ କ୍ଷତି କରିଥାଏ । ଏଣୁ ସଵୁଥିରେ ଵାଲାନ୍ସ କରି ଚଳିବା ଉଚିତ। ବିଜ୍ଞାନ କହୁଛି ମଝିରେ ମଝିରେ ପାଚନ ଦଳି କୁ ତା ମୁତାବକ ଖାଦ୍ୟ ଦରକାର । ସବୁଦିନିଆ ଖାଇବାରୁ ତାକୁ ମୁକ୍ତି ଦେଇ ହଜମ ଶକ୍ତି କୁ ବୁଝିବାକୁ ହେବ । ଯାହାଦ୍ବାରା ଆମ ଶରୀର ସୁସ୍ଥ ରହିଵ ଆଉ ଖାଦ୍ୟ ବଦଳରେ ଖାଉଥିବା ଫଳ ଆମକୁ ନିରୋଗ ରଖିବ । ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିବ । ବିଜ୍ଞାନ ଏଇଟା ବି କହୁଛି ମଝିରେ ମଝିରେ ଉପବାସ ରହୁଥିବା ଲୋକ ସୁସ୍ଥ ଓ ନିରୋଗ ରହିଥାନ୍ତି। ଆଉ କ୍ୟାନ୍ସର ର ସମ୍ଭାବନା ମଧ୍ୟ ସେମାନଙ୍କ ପାଇଁ କମ ଥାଏ।

ଏତିକି ଶୁଣି ଲୁସିତା କ୍ୟାଲେଣ୍ଡର ଧରି ବସି ପଡିଲା। କହିଲା ଯଦି ଏତେ କଥା ତେବେ ମତେ ଉପବାସ କରିବା ଦିନ ଗୁଡ଼ିକ କହ , ମୁଁ ବି ରହିବି ନିଜ ପାଇଁ ।

ଏହାପରେ ଦୁହେଁ ଠୋ ଠୋ ହୋଇ ହସିବାକୁ ଲାଗିଲେ।



Rate this content
Log in

Similar oriya story from Inspirational