STORYMIRROR

Anuradha Nath

Tragedy Crime Inspirational

3  

Anuradha Nath

Tragedy Crime Inspirational

ମଞ୍ଜୁଲତା

ମଞ୍ଜୁଲତା

2 mins
172

ସେଦିନ ସ୍ଵାଧୀନତା ଦିବସ ପାଳିତ ହୋଇଥିଲା । ନଟ ମାଷ୍ଟେକୁ କେହି ଜଣେ ଅଭିନନ୍ଦନ କଲେ । ନଟ ମାଷ୍ଟ୍ରେ ମୁହଁ ଫେରାଇ କହିଲେ କି ସ୍ଵାଧୀନତା ଦିବସ ? ତମମାନଙ୍କ ପାଇଁ ଦେଶ ସ୍ଵାଧୀନ ହୋଇପାରେ କିନ୍ତୁ ମୋ ପାଇଁ ନୁହେଁ । ଯେତେଦିନ ପର୍ଯ୍ୟନ୍ତ ଦୁର୍ବଳ ଉପରେ ସବଳର ଅତ୍ୟାଚାର ହେଉଥିବ, ଦେଶ ସ୍ଵାଧୀନ ହୋଇ ପାରିଵନି ।


ପଛରୁ କେହି ଜଣେ ଚିତ୍କାର କରି କହିଲା ଅବସର ପରେ ନଟ ମାଷ୍ଟର ପାଗଳ ହୋଇ ଯାଇଛି। ଇଆଡୁ ସିଆଡୁ ଗପୁଛି। ଆଉ ଏହାପରେ ଜାତୀୟ ପତାକା ଉତ୍ତୋଳନ ପ୍ୟାରେଡ଼ ଚାଲିଲା । କିନ୍ତୁ ନଟ ମାଷ୍ଟର ମୁହଁ ଫେରାଇ ଚାଲି ଆସିଲା । 


ଘରେ ଆସି ପତ୍ନୀକୁ କହିଲା । ପତ୍ନୀ କହିଲେ କାହିଁକି ସେ ପିଲାଙ୍କ ସହ ଲାଗୁଛ । ସେମାନଙ୍କୁ ତାଙ୍କ ବାଟରେ ଛାଡ । ପୁରୁଣା କଥା ସବୁ ଭୁଲିଯାଅ । 


ନଟ ମାଷ୍ଟର କାନ୍ଦି କାନ୍ଦି କହୁଥାଏ କେମିତି ଭୁଲିବି ସେଦିନ ଘଟଣା । ଆଉ କେମିତି ଭୁଲିବି ମଞ୍ଜୁଲତା ଘଡାଇକୁ ? ଏ ଦେଶର ଆଇନ କଣ ତାକୁ ସ୍ୱାଧୀନତା ଦେଇ ପାରିଲା ? ସବୁଥର ପରି ଟଙ୍କା ଆଗରେ ମଣିଷ ପଣିଆ ଆଉ ନୀରିହ ଵଳି ପଡ଼ିଗଲା । 


ମଞ୍ଜୁଲତା ନଟ ମାଷ୍ଟରଙ୍କ ସ୍କୁଲରେ ମାଷ୍ଟରାଣୀ ଥିଲା । କିଛି ଖଳଲୋକ ତାକୁ ମଝି ରାସ୍ତାରୁ ଉଠେଇ ନେଲେ, ଭିତରେ ପ୍ରଚାର କଲେ ମଞ୍ଜୁଲତା ଚରିତ୍ରହୀନା ଥିଲା, କାହା ସହ ପଳାଇ ଯାଇଥିଵ । ନଟ ମାଷ୍ଟର ଆଖି ଆଗରେ ତିନି ଦିନ ପରେ ତା ମୃତଶରୀରକୁ ଡିଜେଲ ଜଳାଇ ମାରିଦେଲେ । ପ୍ରମାଣ ଅଭାବରୁ ଦୋଷୀମାନେ ଖୋଲା ଵୁଲିଲେ । 


ଆଉ ସେଇ ଜିନିଷ ନଟ ମାଷ୍ଟର ଭୁଲି ପାରି ନାହିଁ। କାରଣ ଏମିତି କେତେ ମଞ୍ଜୁଲତା ଘଡାଇ ଅଛନ୍ତି, ଯେଉଁ ମାନେ ସ୍ୱାଧୀନ ଭାବରେ ବଞ୍ଚି ନପାରି ମୃତ୍ୟୁ ବରଣ କରିଛନ୍ତି। ଆଉ ସେଇ ଦିନଠାରୁ ନଟ ମାଷ୍ଟର ସିଦ୍ଧାନ୍ତ ନେଇଛି ଯେତେ ପର୍ଯ୍ୟନ୍ତ ଏ ଦେଶର ନାରୀ ପୁରୁଷ ମାନଙ୍କ ପରି ଖୋଲା ରାସ୍ତାରେ ଏକୁଟିଆ ଵୁଲି ପାରି ନାହିଁ, ଆଉ ପୁରୁଷମାନଙ୍କ ପରି ସ୍ୱାଧୀନ ପାଇ ପାରିନାହିଁ, ସେତେ ପର୍ଯ୍ୟନ୍ତ ଏ ସ୍ୱାଧୀନତା ଦିବସକୁ ସେ ବର୍ଜନ କରିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy