Anuradha Nath

Drama

4.5  

Anuradha Nath

Drama

କିଛି ଲୁହ କିଛି ସ୍ୱପ୍ନ

କିଛି ଲୁହ କିଛି ସ୍ୱପ୍ନ

4 mins
265



  ପାଞ୍ଚ ବର୍ଷ ର ଝିଅ ରିୟା ଆଖିକୁ ମଳି ମଳି ଵାପା ଙ୍କ ପାଖରେ ବସି ପଡିଲା। ଆଉ କହିଲା ଵାଵା ମୁଁ ଆଜି ଗୋଟିଏ ସ୍ୱପ୍ନ ଦେଖିଲି, ତମେ ମତେ ଗୋଟିଏ ଡଲ ହାଉସ ଗିଫ୍ଟ କରିଛ। ଆଉ ମୁଁ ସେ ଡଲ ହାଉସ ଦେଖି ହାପି ହୋଇଗଲି। ଆଉ ସେତିକିବେଳେ ମାମା ଉଠେଇ ଦେଲା। ମୁଁ ସ୍ୟାଡ୍ ହୋଇଗଲି। କାରଣ ସେଇଟା ମୋର ସ୍ୱପ୍ନ ଥିଲା।

ଏଇ ଡଲ ହାଉସ ପାଇଁ ମୋ ଝିଅ ସ୍ୟାଡ ହୋଇଯିଵ, ଏବେ ମୁଁ ଅନଲାଇନ୍ ରୁ ଅର୍ଡର କରିଦେଉଛି।

ଠିକ୍ ସେତିକିବେଳେ ରିୟା ର ମାମା ଶ୍ୟାମା ଆସି କହିଲେ କିଛି ମଗେଇଵା ଦରକାର ନାହିଁ। ପିଲାଙ୍କ ସଵୁ ଜିନିଷ ପୂରଣ କରିଵା କଥା ନୁହେଁ। ନହେଲେ ସେମାନେ ଜିଦିଆ ହୋଇଯିଵେ।

ଶ୍ୟାମା ଛ ମାସ ରେ ଥରେ ମୁଁ ଥରେ ଆସୁଛି। ଆଉ ଯଦି ମୁଁ ତାକୁ କିଛି ଦେଵାକୁ ଚାହୁଁଛି ତମେ ମନା କରି ଦେଉଛ।

ଆରବ ଛ ମାସ ରେ ଥରେ ଆସୁଛ ,ସେଇଥିପାଇଁ କହୁଛି ତାକୁ ଜିନିଷ ର ଲାଳସା ଦିଅ ନାହିଁ। ଗୋଟିଏ ଜିନିଷ ପାଇଲେ ସେ କିଛି ଦିନ ପରେ ଆଉ ଗୋଟିଏ ଜିନିଷ ପାଇଁ ଜିଦ କରିଵ। ତେଵେ ତମେ କଣ ତା ପାଖରେ ଥାଇ ତାର ସଵୁ ୱିସ୍ ପୂରଣ କରି ପାରିଵ? ସେଇଥିପାଇଁ ମନା କରୁଛି ଆମକୁ ଆମ ରାସ୍ତା ରେ ବଞ୍ଚିଵାକୁ ଦିଅ।

ଆରବ ଅଧିକ ଯୁକ୍ତି ନକରି ଚାଲିଗଲେ ତାର ଆଉ ଗୋଟିଏ ଘର କୁ। ଯେଉଁଠି ତାଙ୍କର ନୂତନ ପତ୍ନୀ ସିମରନ ଅଛି। ଆଉ ଶ୍ୟାମା ଆରବ ଯିଵା ପରେ କବାଟ ବନ୍ଦ କରିଦେଲା। ଦୁଇଧାର ଲୁହ ବୋହି ପଡିଲା।

ଶ୍ୟାମା ଲୁହ ପୋଛି ରିୟା ପାଖକୁ ଗଲା। ଆଉ ଝିଅ କୁ ଵୁଝାଇଵାକୁ ଚେଷ୍ଟା କଲା କିଛି ସ୍ୱପ୍ନ ଆଖି ଖୋଲିବା ଆଗରୁ ଭୁଲିବାକୁ ହୁଏ। କାରଣ ଵାସ୍ତଵ ଜୀଵନରେ ସ୍ୱପ୍ନ ର କୌଣସି ସ୍ଥାନ ନଥାଏ। ଆଉ ଯଦି ସ୍ୱପ୍ନ ଦେଖିଵାକୁ ଇଚ୍ଛା ହୁଏ, ତେଵେ ଖୋଲା ଆଖିରେ ସେତିକି ସ୍ୱପ୍ନ ଦେଖ ଯେତିକି ପୂରଣ କରି ପାରିଵ।

ରିୟା ର ନିରୀହ ମନ ମାର କଥା କିଛି ଵି ଵୁଝି ପାରି ନଥିଲା, ତଥାପି ମା କୁ କହିଥିଲା ସେ ବନ୍ଦ ଆଖିର ସ୍ୱପ୍ନ ,ଆଖି ଖୋଲିବା ଆଗରୁ ଭୁଲି ଯିଵ। ଆଉ ଵାସ୍ତଵ ଦୁନିଆ ରେ ତାଳ ଦେଇ ଚାଲିବ। ଆଉ ମା କୋଳରେ ମୁଣ୍ଡ ରଖି ପୁଣି ଶୋଇ ପଡିଲା।

ଝିଅ ଶୋଇଵା ପରେ ଶ୍ୟାମା କାନ୍ଥଘଣ୍ଟା କୁ ନଜର କରି ହଜିଗଲା ଅତୀତର କିଛି ପୁରୁଣା ପୃଷ୍ଠା ରେ। ମେଧାବୀ ଛାତ୍ରୀ ଥିଲା। ଇଛା ଥିଲା ଡାକ୍ତରାଣୀ ହୋଇ ଲୋକଙ୍କ ସେବା କରିବ। କିନ୍ତୁ ଭୁଲି ଯାଇଥିଲା ସେ କିଛି ଡାକ୍ତରାଣୀ ହେଵା ପାଇଁ ପାଠ ସହିତ ଟଙ୍କା ଵି ଆବଶ୍ୟକ ହୁଏ। ତଥାପି ମୁହଁ ଖୋଲି କହିଥିଲା ପାଠ ପଢିବା ପାଇଁ, କିନ୍ତୁ ଘରେ ପାଠ ଵଦଳରେ ଆରବ କୁ ତା ଭାଗ୍ୟ ସହ ଯୋଡ଼ି ଦେଲେ।

ଵହୁତ କଷ୍ଟ ହେଉଥିଲା ନିଜ ସ୍ୱପ୍ନ କୁ ଵିଵାହ ର ହୋମ ନିଆଁ ରେ ପୋଡି ଯିବାର ଦେଖିକି। ତଥାପି ନିଜକୁ ପ୍ରସ୍ତୁତ କରୁଥିଲା ଆରବ ଆଉ ତାଙ୍କ ପରିଵାର ପାଇଁ। କିନ୍ତୁ ସଂସାର ର ଗାଡି ଚଲାଇବା ପେନ ର ମୁନ ଚଲାଇଵା ଠାରୁ ଯଥେଷ୍ଟ କଷ୍ଟ ଥିଲା। ସ୍କୁଲ କଲେଜ ର ଗୋଲ୍ଡ ମେଡାଲିଷ୍ଟ ଶାଶୁଘରେ ଏକ ଅଯୋଗ୍ୟ ଵୋହୂ ପାଲଟି ଥିଲା।

ଶ୍ୟାମା ମାନିଥିଲା ସମୟ, କିନ୍ତୁ ଵ୍ୟସ୍ତ ଜୀଵନରେ ସମୟ କାହା ପାଖରେ ଅଛି। ଶାଶୁଘର ଲୋକ ଯନ୍ତ୍ରଣା ଦେଉଥିଲେ। ଶାଶୁଘର ଲୋକଙ୍କ ଯନ୍ତ୍ରଣା ଠାରୁ ଆରବ ଙ୍କ ନୀରବତା ଵେଶି କଷ୍ଟ ଲାଗୁଥିଲା ଶ୍ୟାମା କୁ। କିଛି ଦିନ ପରେ ଶାଶୁ ନିଜ ଵାନ୍ଧଵୀ ଙ୍କ ଝିଅ ସିମରନ କୁ ଘରକୁ ନେଇ ଆସିଲେ। ସିମରନ ଘର ପାଇଁ ଉପଯୁକ୍ତ ଥିଲା। ଵିନା ଵିଵାହ ରେ ସେ ଘର ର ଵୋହୂ ଆଉ ଆରବ ଙ୍କ ହୃଦୟ ରେ ଵି ଛୋଟିଆ ଯାଗା ଟେ ଗଢି ସାରିଥିଲା।

ଶ୍ୟାମା କୁ କଷ୍ଟ ହେଉଥିଲା ଆରବ କୁ ସିମରନ ର ନିକଟତର ହେଉଥିବାର ଦେଖି। ଯାହା ପାଇଁ ନିଜ ସ୍ୱପ୍ନ କୁ ଧୂଳିସାତ୍ କରି ସେ ଆସିଛି, ଯଦି ସେହି ସମ୍ପର୍କ ହୃଦୟ ରେ ତାର ସ୍ଥାନ ଗୋଟିଏ କାଗଜରେ ଲେଖାହୋଇଥିବା ପତ୍ନୀ କେବଳ, ତେଵେ ସେହି ସମ୍ପର୍କର ମୂଲ୍ୟହୀନ ।

ଥରେ ଆରବ ସହ ସିମରନ କୁ ଦେଖି ଶ୍ୟାମା ପ୍ରଶ୍ନ କରେ ଆରବ କୁ ସେ ଆମ ଭିତରେ ଆସୁଛି, ତାକୁ ନିଜଠାରୁ ମୁକ୍ତ କର। ଆଉ ସେତେବେଳେ ଆରବ କହିଲେ, ମୁକ୍ତି ମତେ ସିମରନ ଙ୍କ ଠାରୁ ନୁହେଁ ତମ ଠାରୁ ଦରକାର। ଯଦି କଷ୍ଟ ହେଉଛି ଛାଡପତ୍ର ଦେଇଦିଅ। ଆଉ ନିଜ ସ୍ୱପ୍ନ ପୂରଣ କର, ଯାହା ପାଇଁ ପ୍ରକୃତ ରେ ତମେ ତିଆରି ହୋଇଛ ।

ଶ୍ୟାମା ଚାହିଁଥିଲେ ତା ଅଧିକାର ପାଇଁ ଲଢେଇ କରି ପାରିଥାନ୍ତା ।କିନ୍ତୁ ଚୁପ ରହି ଛାଡପତ୍ର ଦେଇଦେଲା। କାରଣ ହୁଏତ ସେ ଅଧିକାର ର ଲଢେଇ ରେ ଜିତି ପାରିଥାନ୍ତା। କିନ୍ତୁ ସମ୍ପର୍କ ର ଲଢେଇ ରେ ହାରି ଯାଇଥାନ୍ତା।

ଛାଡପତ୍ର ପରେ ଏକୁଟିଆ ଜୀବନ ଭାରି କଷ୍ଟ ଥିଲା, କିନ୍ତୁ କିଛି ଦିନ ପରେ ସେ ଜାଣି ପାରିଲା ସେ ଗର୍ଭବତୀ। ଵହୁତ ଖୁସି ହୋଇ ଗଲା। ଵାପଘରେ ରହି ନିଜ ଝିଅ କୁ ଦୁନିଆ କୁ ଆଣିଲା। ଝିଅ ଖବର ପାଇ ଆରବ ଶ୍ୟାମା ପାଖକୁ ଆସିଥିଲେ, କିନ୍ତୁ ସେତେବେଳେ ସେ ଏକୁଟିଆ ନଥିଲେ ତାଙ୍କ ସହିତ ତାଙ୍କ ନୂତନ ପତ୍ନୀ ସିମରନ ଥିଲା। ଆରବ ଵହୁତ ପସ୍ତାଉଥିଲେ। କିନ୍ତୁ ତାଙ୍କ ପାଖରେ କିଛି ଉପାୟ ନଥିଲା। ତଥାପି ଆରବ କଥା ଦେଇଥିଲେ ପ୍ରତି ଛ ମାସ ରେ ଝିଅ ସହ ଦେଖା କରିଵେ।

ସ୍ୱଳ୍ପ ଟଙ୍କା ଖର୍ଚ୍ଚ କରି ପାଠ ପଢିଲା ଶ୍ୟାମା। ଆଉ କିଛି ଦିନ ପରେ ତାକୁ ଗୋଟିଏ ସରକାରୀ ସ୍କୁଲ ରେ ଶିକ୍ଷୟତ୍ରୀ ଚାକିରି ମିଳିଗଲା। ସେଦିନ ସେ ବହୁତ ଖୁସି ହୋଇଗଲା। କାରଣ ସେ ଵୁଝି ପାରିଥିଲା ସେ ଆଉ ତା ଝିଅ କେଵେ ଆଉ କାହା ଉପରେ ଵୋଝ ହେଵେ ନାହିଁ। ସେଦିନ ସେ ଶିକ୍ଷୟତ୍ରୀ ଚାକିରି କରି ଯେତିକି ଖୁସି ଥିଲା, ହୁଏତ ଵିଵାହ ପୂର୍ବରୁ ଡାକ୍ତରାଣୀ ହୋଇଥିଲେ ସେତିକି ଖୁସି ହୋଇ ନଥାନ୍ତା।

ଆଉ ଵୁଝି ସାରିଥିଲା ସମୟ ଆଉ ପରିସ୍ଥିତି ଅନୁଯାୟୀ ନିଜ ସ୍ୱପ୍ନ କୁ ଵଦଳାଇଵାକୁ ପଡେ। ଆଉ ସେତିକି ସ୍ୱପ୍ନ ଦେଖିବା ଉଚିତ ଯେତିକି ପୁରଣ କରିବା ସମ୍ଭବ। ଅଯଥା ସ୍ୱପ୍ନ ପୂରଣ ତ ହୋଇ ପାରେନା, କିନ୍ତୁ ହୃଦୟ ରେ ଗଭୀର ଆଘାତ ଦିଏ।


Rate this content
Log in

Similar oriya story from Drama