Anuradha Nath

Children Stories

3  

Anuradha Nath

Children Stories

ଅଲେଖ ବାବା

ଅଲେଖ ବାବା

2 mins
206


୨୨- ସୁପର ପାୱାର 

ତରତର ହୋଇ ସୁମି କଲେଜ ରୁ ବାହାରି ଯାଉଥିଲା । ରାସ୍ତା ରେ ଗୋଟେ ପାଗଳ ତାକୁ ଅଟକାଇ କହିଲା , ରହିଯା ଝିଅ ଟିକିଏ ପରେ ଯିବୁ , ଏବେ ତୋ ସମୟ କିଛି ଠିକ୍ ନାହିଁ ।

ସୁମି ତାଛଲ୍ୟ କରି ଚାଲିଗଲା । ତା ପରଠାରୁ କେହି ସୁମି କୁ କେହି ଆଉ କଲେଜ ପାଖରେ ଦେଖି ନାହାନ୍ତି।


ସେହି କଥାର କିଛିଦିନ ପରେ ଗୋଟିଏ ବ୍ରିଜ ପାଖରେ ଗୋଟିଏ ବାଇକ୍ ଵାଲା ବାଇକ୍ ନେଇ ଠିଆ ହୋଇଥିଲା। ସେଇ ପାଗଳ ଜଣକ କହିଲା ଏ ପୁଅ ଏଠୁ ତୋ ଗାଡ଼ି ଉଠେଇନେ , ବିପଦ ଅଛି । ସେଇ ବାଇକ୍ ଵାଲା ଟି ପାଗଳ ଟିକୁ ଠେଲି ଦେଲା ,ଆଉ ବାଇକ୍ ଉପରେ ବସି ରହିଲା। ତଥାପି ପାଗଳଟି ଉଠି ବାଇକ୍ ରୁ ବାଇକ୍ ଚାଳକକୁ ଟାଣି ବାହାର କରିଦେଲା । ଆଉ ସଙ୍ଗେ ସଙ୍ଗେ ଲୋକ ଭିଡ ହୋଇଗଲେ । ଲୋକମାନେ କହୁଥିଲେ , ଛାଡ ସେ ଚାଳକ କୁ । କିନ୍ତୁ ପାଗଳ ଟି ସେମିତି ଭିଡ଼ି କି ରଖିଥାଏ । ଆଉ ମନେ ମନେ କହୁଥାଏ ଧଳା ରଙ୍ଗ ଆସି ତାକୁ ଉଡ଼େଇ ନେବ। ପାଣି ରେ ପଡ଼ିଯିବ। ଆଉ ସତକୁ ସତ ଗୋଟିଏ ଧଳା କାର ଆସି ବାଇକ୍ ଟିକୁ ଉଡ଼େଇ ନେଲା । ବାଇକ୍ ଟି ପାଖ ନଦୀ ଭିତରେ ପଡ଼ିଲା । ଆଉ ସମସ୍ତେ ଚକିତ ହୋଇ ଗଲେ । ଚାଳକ ଆଖିରୁ ଲୁହ ଚାଲି ଆସିଲା , କହିଲା ମୋ ଜୀବନ ବଞ୍ଚାଇଦେଲ ତମେ । 


ସେହି ଅଞ୍ଚଳର ଲୋକମାନେ ପାଗଳ କୁ ଏତେ ଭଲପାଇବା ଦେଲେ ଯେ ସେ ସେଯାଗା ଛାଡି ଆଉ କୁଆଡେ ଗଲା ନାହିଁ । ଏମିତି କେତେ ଲୋକଙ୍କୁ ବିପଦ ସମୟରେ ରକ୍ଷା କରିଲା । ଲୋକେ ଭାବିନେଲେ ପାଗଳ ପାଖେ କିଛି ସୁପର ପାୱାର ଅଛି । 

ଆଉ ତାକୁ ସଫା ସୁତୁରା କରି ଭଲ ପୋଷାକ ପିନ୍ଧାଇଲେ। ସେ ବ୍ରିଜ୍ ପାଖ ଏକ ବରଗଛ ତଳେ ବସି ରହେ । ଲୋକମାନେ ଜାଣି ପାରିଲେ , ପାଗଳ ଟି ଭବିଷ୍ୟ ଦେଖି ପାରୁଛି । ଏଣୁ ଲୋକମାନେ ତାଙ୍କୁ ଅଲେଖ ବାବା ନାଁ ରେ ଡାକିବା ଆରମ୍ଭ କରିଦେଲେ । 


ଧିରେ ଧିରେ ଲୋକ ପୂଜା ବି କରିବା ଆରମ୍ଭ କରିଦେଲେ , ବିଭିନ୍ନ ଭୋଗଦ୍ରବ୍ୟ ଦେଇ । ପାଗଳ ଟି ପୂଜା ର ମୂଲ୍ୟ ବୁଝି ପାରେ କୁ ନାହିଁ ଜାଣେନା , କିନ୍ତୁ ପୂଜା ପରେ ଭୋଗ ଥାଳି ଟି ଧରି ଗଛ ଉପରେ ଚଢ଼ିଯାଏ । 


 



Rate this content
Log in