STORYMIRROR

Anuradha Nath

Children

3  

Anuradha Nath

Children

ଏଲିଏନ ର ଅସ୍ତିତ୍ବ

ଏଲିଏନ ର ଅସ୍ତିତ୍ବ

2 mins
121

ସେଦିନ ମୁନୁ କିଛି ପୁରୁଣା ଜହ୍ନମାମୁଁ ବହିର ସନ୍ଧାନରେ ଜେଜେଙ୍କ ଲାଇବ୍ରେରୀକୁ ପଶିଥିଲା । ଗପ ବହି ଖୋଜୁ ଖୋଜୁ ଗୋଟିଏ ପୁରୁଣା କାଠ ବାକ୍ସଟିଏ ପାଇଲା । କିଛି ସମୟ ପାଇଁ ଭାବିଲା ଏହି ବାକ୍ସଟି ନିଜ ପାଠ ପଢା ଟେବୁଲ୍ ପାଖରେ ରଖିବ । ନିଜର କିଛି ଜରୁରୀ ଜିନିଷ ରଖିବ ବୋଲି ଭାବି ନେଲା । ମନ ଖୁସିରେ ବାକ୍ସଟି ନେଇ ନିଜ ରୁମକୁ ଗଲା । ଯେତେବେଳେ ବାକ୍ସଟି ଖୋଲିଲା , ତାତିଲା ସେଥିରେ ଜେଜେଙ୍କ ବହୁତ କିଛି ସ୍ମୃତି ଲୁଚି ରହିଛି । ଜେଜେ ତ ପାଖରେ ନଥିଲେ , କିନ୍ତୁ ଜେଜେଙ୍କ କିଛି ପୁରୁଣା ଜିନିଷ ଦେଖି ମୁନୁ ଟିକିଏ ଭାବୁକ ହୋଇଗଲା ।

ତା ଭିତରେ କିଛି ପୁରୁଣା ଖବରକାଗଜ ଥିଲା , ସେଥିରେ ବୈଜ୍ଞାନିକ ଜେଜେଙ୍କ କିଛି ପୁରୁଣା ସଫଳତା ଜଳ ଜଳ ହୋଇ ଦୃଶ୍ୟମାନ ହେଉଥିଲା । ଆଉ କିଛି ପୁରୁଣା ଫଟୋ, ତା ଭିତରେ ଗୋଟିଏ ଫୋଟ ଥିଲା ଜେଜେଙ୍କ ଏକ ଅଦ୍ଭୁତ ଜୀଵ ସହିତ।  ଫୋଟ ଟି ଦେଖି ସେ ବାପା ଵାପା କହି ଚିତ୍କାର କଲା ଏହାପରେ ବାପା ମୁନୁ ପାଖକୁ ଆସି ଫୋଟ ଟି ଛଡ଼ାଇ ନେଲେ ମୁନୁ ପଚାରିଲା ବାପା ରେ କିଏ ଜେଜେଙ୍କ ସହିତ । ବାପା କହିଲେ ଏ ଏଲିଏନ । ଆମ ବ୍ରହ୍ମାଣ୍ତ ବହୁତ ବଡ଼ । ଯେମିତି ପୃଥିବୀରେ ଆମ ପରି ଜୀଵ ରହୁଛନ୍ତି। ଠିକ ସେହିପରି ଏମିତି ବି କିଛି ଗ୍ରହ ଅଛି , ଯେଉଁଠି ଭିନ୍ନ ଜୀଵ ରହୁଛନ୍ତି। ଆମ ବୈଜ୍ଞାନିକ ଭାଷାରେ ତାକୁ ଏଲିୟନ କୁହାଯାଏ । 

ତୋ ଜେଜେ ଜଣେ ବୈଜ୍ଞାନିକ ଥିଲେ । ତାଙ୍କ ସମୟରେ ଗୋଟାଏ ଏଲିଏନ ଧରା ପୃଷ୍ଠକୁ ଚାଲି ଆସିଥିଲା । ଜେଜେ ଆଉ ତାଙ୍କ କିଛି ସହଯୋଗୀ ତାକୁ ପଠାଇଵାର ବ୍ୟବସ୍ଥା କରୁଥିଲେ। କିନ୍ତୁ ଥରେ ଏଲିଏନ ଟି ଜେଜେଙ୍କ ଅଫିସ ପରିସର ରୁ ବାହାରି ଯାଇଥିଲା । ଜେଜେ ଆଉ ତାଙ୍କ ସହଯୋଗୀ ବହୁତ ଖୋଜିଥିଲେ । କିନ୍ତୁ ପାଇଁ ନଥିଲେ। କିଛି ଦିନ ପରେ ଏଲିଏନର ମୃ୍ତ ଶରୀର ଜଙ୍ଗଲରୁ ମିଳିଥିଲା ।

ସେମାନଙ୍କ କହିବା କଥା ଧରାପୃଷ୍ଠରେ ଏଲିଏନଟି ନିଜକୁ ଖାପ ଖୁଆଇ ପାରି ନଥିଲା । ଆଉ ମୃତ୍ୟୁବରଣ କରିଥିଲା । ସେତେବେଳେ ଏହା ଗୋଟିଏ ଏଲିଅନ ବୋଲି କେହି ବିଶ୍ବାସ କରୁ ନଥିଲେ । କିନ୍ତୁ ଧିରେ ଧିରେ ବୈଜ୍ଞାନିକ ମାନେ ମଧ୍ୟ ପ୍ରମାଣିତ କରି ଦେଇଥିଲେ ଏଲିଏନର ଅସ୍ତିତ୍ବକୁ । ବାପାଙ୍କ ଠାରୁ ଏସବୁ ଶୁଣି, ମୁନୁ ଗପ ବହି ଛାଡି ମୋବାଇଲ ଧରି ବସି ପଡିଲା। ଆଉ ଦେଖୁଥିଲା ଏଲିଏନ ମାନଙ୍କ ବିଷୟରେ କିଛି କାରଣ ସେ ଅଧିକ କିଛି ଜାଣିବାକୁ ଚାହୁଁଥିଲା ।


Rate this content
Log in

Similar oriya story from Children