Anuradha Nath

Others

3  

Anuradha Nath

Others

ଆଉ ଜଣେ ପରାକ୍ରମୀ

ଆଉ ଜଣେ ପରାକ୍ରମୀ

2 mins
206


ଅନେକ ବର୍ଷ ତଳର କଥା। ଭାରତରେ ଜଣେ ଶକ୍ତିଶାଳୀ ରାଜା ରହୁଥିଲେ। ତାଙ୍କୁ କେହି ପରାଜୟ କରି ପାରୁ ନଥିଲେ। ପ୍ରଜାମାନଙ୍କ ପାଇଁ ସେ ଥିଲେ ଭଗବାନ । ସେ ନିଜ ରାଣୀଙ୍କ ଅପେକ୍ଷା ନିଜ ଭାଇମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। ଏଥିପାଇଁ ରାଣୀଙ୍କ ମନ ଦୁଃଖ ରହୁଥିଲା। କାରଣ ରାଜାଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ବନାଇ ନପାରି ନଥିଲେ । କିନ୍ତୁ ରାଣୀ ମଧ୍ୟ ଯଥେଷ୍ଟ ଵୁଦ୍ଧିମତୀ ଥିଲେ। ସେହି କାରଣରୁ ରାଜାଙ୍କ ପରିବାର ଲୋକେ ତାଙ୍କୁ ପସନ୍ଦ କରୁ ନଥିଲେ।

ରାଜାଙ୍କ ଭାଈ ମାନେ ସଵୁଵେଳେ ରାଜାଙ୍କ ଵିରୋଧରେ ଷଡଯନ୍ତ୍ର କରୁଥିଲେ। ରାଜା କିନ୍ତୁ ଅନ୍ଧ ଭାବରେ ତାଙ୍କ ଭାଇମାନଙ୍କୁ ଵିଶ୍ୱାସ କରୁଥିଲେ। ସେମାନେ ରାଜାଙ୍କୁ କ୍ଷତି ପହଁଚାଇଵା ପୂର୍ବରୁ ରାଣୀ ତାଙ୍କ ଷଡଯନ୍ତ୍ରକୁ ଜାଣି ପାରୁଥିଲେ।

ଏମିତି କିଛି ଦିନ ପରେ ରାଣୀ ଗର୍ଭବତୀ ହେଲେ। ଏଣୁ ରାଣୀ ତାଙ୍କ ଵାପଘରକୁ ଚାଲି ଗଲେ। ଆଉ ସେହି ସମୟରେ ରାଜା ଭାଇମାନଙ୍କ ସହିତ ଵିଦେଶ ରାଜ୍ୟ ର କନ୍ୟାଙ୍କ ଵିଵାହରେ ଯୋଗ ଦେବାକୁ ଯାଇଥିଲେ। କିନ୍ତୁ ଫେରିଵା ବାଟରେ ରାଜା ତାଙ୍କ ଭାଇମାନଙ୍କ ସହ ଫେରି ନଥିଲେ।

ପ୍ରଜାମାନେ ରାଜାଙ୍କ ପାଇଁ ବ୍ୟସ୍ତ ହେଉଥିଲେ ।ଏଣୁ ରାଜ୍ୟରେ ତାଙ୍କ ଭାଇ ମାନେ ଘୋଷଣା କରେଇଲେ ରାଜା ଆତ୍ମହତ୍ୟା କରିଛନ୍ତି। ଆଉ ଏହାର କାରଣ ତାଙ୍କ ପତ୍ନୀ। ସେ ଜଣେ ଚରିତ୍ରହିନା । ତାଙ୍କ ପେଟରେ ବଢୁଥିବା ପିଲା ରାଜାଙ୍କ ନୁହେଁ। ଯେତେବେଳେ ରାଜା ଏ ଵିଷୟରେ ଜାଣି ପାରିଲେ ସେ ଆତ୍ମହତ୍ୟା କଲେ। ଏହାପରେ ପ୍ରଜାମାନେ ରାଜାଙ୍କୁ ସ୍ମରଣ କରି ରାଣୀଙ୍କୁ ଘୃଣା କଲେ। 

କିଛିଦିନ ପରେ ରାଣୀ ଏକ ପୁତ୍ର ସନ୍ତାନକୁ ନେଇ ରାଜ୍ୟକୁ ଫେରିଲେ। କିନ୍ତୁ ସମସ୍ତେ ତାଙ୍କୁ ଵିତାଡିତ କରିଦେଲେ। ରାଣୀ ମର୍ମାହତ ହୋଇ ପୁଣି ତାଙ୍କ ଵାପଘରକୁ ଫେରି ଆସିଲେ। ଯେହେତୁ ରାଣୀ ତାଙ୍କ ଵାପାଙ୍କ ଏକମାତ୍ର କନ୍ୟା ଥିଲେ, ତାଙ୍କ ଵାପାଙ୍କ ପରେ ରାଣୀଙ୍କ ପୁତ୍ର ସେ ରାଜ ସିଂହାସନ ର ଏକମାତ୍ର ଉତ୍ତରାଧିକାରୀ ହେଲେ। ରାଣୀଙ୍କ ପୁତ୍ରଙ୍କ ନାମ ମୁକ୍ତେଶ୍ଵର ଥିଲା।

ଯେତେବେଳେ ରାଜ୍ୟଭାର ସେ ସମ୍ଭାଳି ଥିଲେ ସେତେବେଳେ ତାଙ୍କୁ ଅଠର ବର୍ଷ ହୋଇଥିଲା। ଆଉ ସେ ମଧ୍ୟ ଠିକ୍ ତାଙ୍କ ପିତାଙ୍କ ପରି ପରାକ୍ରମୀ ଥିଲେ। ଆଉ ସେ ଅବିକଳ ତାଙ୍କ ପିତାଙ୍କ ପରି ଦିଶୁଥିଲେ। ଆଉ କିଛି ଦିନ ପରେ ସେ ଯୁଦ୍ଧ କରି ନିଜ ଵାପାଙ୍କ ରାଜ୍ୟକୁ ଜୟ କଲେ। ପ୍ରଜାମାନେ ମଧ୍ୟ ରାଜା ମୁକ୍ତେଶ୍ଵରଙ୍କ ଚେହେରା ଦେଖିବା ପରେ ଜାଣି ପାରିଲେ ରାଜାଙ୍କ ଭାଇମାନେ ରାଣୀଙ୍କ ଵିଷୟରେ ସେତେବେଳେ ମିଥ୍ୟା ପ୍ରଚାର କରିଥିଲେ। ଆଉ ସବୁ ରାଜ୍ୟଵାସୀ ରାଣୀଙ୍କୁ କ୍ଷମା ପ୍ରାର୍ଥନା କଲେ। ଆଉ ରାଣୀ ମଧ୍ୟ ସମସ୍ତଙ୍କୁ କ୍ଷମା କରି ଦେଇଥିଲେ।

ଏତେ ଘଟଣା ଘଟିଲା ପରେ ମଧ୍ୟ ରାଣୀ ରାଜାଙ୍କ ଭାଇମାନଙ୍କୁ ରାଜ୍ୟରୁ ଵିତାଡିତ କରି ନଥିଲେ। କାରଣ ମୃତ ରାଜାଙ୍କ ସେମାନେ ଅତିପ୍ରିୟ ଥିଲେ।

ଏମିତି କିଛି ଦିନ ପରେ ପୁରୁଣା ରାଜା ପୁନଃଵାର ରାଜ୍ୟକୁ ଫେରିଲେ। ସେ ସମସ୍ତଙ୍କୁ କହିଲେ ତାଙ୍କ ଭାଇ ମାନେ ତାଙ୍କୁ ମାରି ରକ୍ତାତ ଅବସ୍ଥାରେ ଏକ ପାହାଡ଼ ତଳ ଝରଣାକୁ ପକାଇ ଦେଇଥିଲେ। ଜଣେ ମୁନିବର ତାଙ୍କ ଜୀବନ ବଞ୍ଚାଇଥିଲେ ।ଦୀର୍ଘ ବର୍ଷ କାଳ ସେ ତାଙ୍କ ପାଖରେ ଚିକିତ୍ସା ହେଉଥିଲେ। ଆଉ ସେ ଶେଷରେ ସୁସ୍ଥ ହୋଇ ଫେରିଛନ୍ତି।

ଏହାପରେ ରାଜ୍ୟଵାସୀଙ୍କ ସହିତ ରାଜା ମୁକ୍ତେଶ୍ଵର ମଧ୍ୟ ରାଗିଗଲେ। ଆଉ ତାଙ୍କ ଭାଈମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲେ। ରାଣୀ ହଜି ଯାଇଥିବା ରାଜାଙ୍କୁ ପାଇ ଖୁସିରେ ନିଜର ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ। ଆଉ ରାଜା ମଧ୍ୟ ରାଣୀଙ୍କୁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ଦେଇ ନିଜ ପୁତ୍ର ଆଉ ପତ୍ନୀଙ୍କ ସହିତ ନିଜ ସାମ୍ରାଜ୍ୟରେ ଖୁସିରେ ରହିଲେ।

ସମାପ୍ତ 



Rate this content
Log in