STORYMIRROR

Gitanjali Pujapanda

Romance Tragedy

3  

Gitanjali Pujapanda

Romance Tragedy

ସ୍ୱାମୀଙ୍କର ସ୍ତ୍ରୀ

ସ୍ୱାମୀଙ୍କର ସ୍ତ୍ରୀ

7 mins
198


ଦୀପ୍ତି ଅଜୟର ବାହାଘର କାର୍ଡଟିକୁ ହାତରେ ଧରି ଆଖିରୁ ଲୁହପୋଛୁ ପୋଛୁ ମନେ ପଡିଗଲା ତାର ବିଗତ ଦିନର ପ୍ରେମ ଅନୁରାଗ ସ୍ୱାମୀ ଅଜୟ ସହ ପୁଣି ଏକତରଫା !!ସତରେ ଦୀପ୍ତି ଅଜୟର ବାହାଘର ଆଉ କାହା ସାଥିରେ କରିବାକୁ କେମିତି ରାଜି ହେଲା ସାହି ପଡ଼ିଶା ବନ୍ଧୁ ବାନ୍ଧବ ତାଙ୍କ ବିଷୟରେ ଚର୍ଚ୍ଚା ସବୁଆଡେ ଅଜୟ କେମିତି ମାନିଲା ତା କଥା ସତେରେ କଣ ଦୀପ୍ତି ଥାଉ ଥାଉ ଅଜୟ ଆଉ ଗୋଟେ ବାହା ହେବ ଆଉ ସଉତୁଣୀ ତା ପାଇଁ ଆଣିବ।ସଉତୁଣୀ ଶବ୍ଦଟି ସତେ କାହା କାନକୁ ଭଲ ଶୁଭେ ନାହିଁ ।ସ୍ୱାମୀଙ୍କର ସେହ୍ନକୁ କଣ ଦୁଇ ଭାଗ ଵିଭକ୍ତ କରି ହୁଏ । କେମିତି ଛାତିରେ ପଥର ରଖି ଦୀପ୍ତି ଅଜୟକୁ ମୋନା ହାତରେ ଟେକି ଦେବ ସେ କଥା ଭାବୁଥିଲା ସେ ଦିନରାତି ଅଜୟ କିଛି ନ କହିଲେ ବି ସହମତି ଥିଲା,ତାର ଡିସିସନ ଉପରେ କାରଣ ବିବାହର ଚାରିମାସରେ ସେ ତା ମୁହଁକୁ ମାତ୍ର ଦୁଇ ଥର ଚାହିଁଛି । ଗୋଟେ ଥର ଚଉଠି ରାତିରେ ଆଉ ଗୋଟେ ଥର ମୋନାଲିସା କଥା ତା ଆଗରେ କହିଲା ବେଳେ।

ଦୀପ୍ତି ସାଧାରଣ ଗହମ ରଙ୍ଗର ଝିଅଟିଏ ଦେଖିବାକୁ ସୁନ୍ଦର ନ ହେଲେ ବି ଚଳନିୟ ଅଜୟର ପିତାମାତା ତାକୁ ଘରର ବୋହୁ କରି ଆଣିଥିଲେ ଅଜୟ ପାଇଁ ଅଜୟ ଗୋଟେ ବୋଲି ପୁଅ ସେମାନଙ୍କର ମାତ୍ର ଅଜୟ ପ୍ରେମ କରୁଥିଲା ତା କଲେଜ ପଢ଼ୁଥିବା ସୁନ୍ଦରୀ ଝିଅ ମୋନାଲିସା ସହ ମୋନା ଦେଖିବାକୁ ଯେମିତି ସୁନ୍ଦର ସତେ ଗୋଟେ ଚାଉଳରେ ଗଢା ରୂପରଙ୍ଗକୁ ଖୁଣିବାକୁ ନଥାଏ ତାର, ପାଠ ବି ଭଲପଢେ ଅଜୟ ତାକୁ ପ୍ରଥମ ଦେଖାରୁ ମନ ଦେଇଥିଲା ମାତ୍ର କିଛି ତାକୁ କହିପାରୁ ନ ଥିଲା ଅଜୟ ଟିକେ ଜେଣ୍ଟଲ ମ୍ୟାନ ଟାଇପର ବ୍ୟକ୍ତି ସବୁ କଥା ମନରେ ମାରିଦିଏ କିଛି କୁହେନି ମାତ୍ର ନଜର ରଖିଥାଏ ମୋନାଲିସାର ହାଵଭାବ ଉପରେ କଲେଜରେ ମୋନାଲିସାର ବହୁତ ପୁଅ ସାଙ୍ଗ ଥାନ୍ତି ଯାହା ଅଜୟର ହଜମ ହୁଏ ନାହିଁ। ସେ କିଛି ନ କହିଲେ ବି ମନେ ମନେ ବିରକ୍ତ ହୋଇ ସାଙ୍ଗ ମାନଙ୍କର ଆଗରେ ସେକଥାକୁ ପ୍ରକାଶ କରେ ।ସାଙ୍ଗ ମାନେ ମଧ୍ୟ କିଛି କମ ନୁହଁନ୍ତି । ଯୋଉଟା କହି ଥିବ ତୁମେ ନ କହିବା ପାଇଁ ସେହିଟା ଆଗେ ଯାଇ ନ କହିବା ଲୋକ ଆଗେ କହିଦେବେ । ମୋନା ସାଙ୍ଗମାନଙ୍କର ଦ୍ଵାରା ଜାଣିଯାଏ ଯେ ଅଜୟ ତାକୁ ଖୁବ ଭଲପାଏ ବୋଲି । ମୋନା ଏସବୁ ଶୁଣି ସିଧା ଯାଇ ଅଜୟ ପାଖରେ ହଜାର ହୋଇଯାଏ, ଆଉ ପଚାରେ 'ତୁମେ ପସନ୍ଦ କରକି ମତେ '!!ଅଜୟ ଲାଜକୁଳା ସ୍ଵଭାଵର ହୋଇଥିବାରୁ କିଛି ନ କହି ସେଠାରୁ ଚାଲିଯାଏ।ଆଉ ମୋନା ରହିଯାଏ ତା ପ୍ରଶ୍ନର ଉତ୍ତର ନ ପାଇ ଝିଅ ପିଲା ଯଦି ଏତେ ସାହସ ଦେଖେଇ ତୁମକୁ ଏ ପ୍ରଶ୍ନ ପଚାରିଲା ତୁମେ ପୁଅଟିଏ ହୋଇ ନ ଶୁଣିଲେ ପରି ଚାଲି ଆସିଲ କେମିତି,ସେ ପ୍ରଶ୍ନ ର୍ବାଣରେ ତା ମନ ଘାଇଲା ହୋଇଯାଏ ଆଉ ସେ ଅଜୟକୁ ତା ମନରୁ ପୋଛି କାଢ଼ିଦେଇ ଅନ୍ୟ ପିଲାଙ୍କର ସହିତ ମିଳାମିଶା ଭଲ ଭାବରେ କରେ ।ଅଜୟର ମନଦୁଃଖ ହୁଏ ତାକୁ ଦେଖିକି ଯେ ଯାହାକୁ ସେ ଏତେ ଭଲ ପାଉଛି ସେ ତାକୁ ଟିକେ ବି ପାଖରେ ପୁରାଉନି କି ମୁହଁ ଚାହୁଁ ନି।ସେଦିନର ପ୍ରଶ୍ନର ଉତ୍ତର ନ ଦେଇ କଣ ସେ ଭୁଲ କରିଛି ସେ ତ ମୌନ ରହିଥିଲା ଆଉ ତା ମତରେ ମୌନ ସମତିର ଲକ୍ଷଣ ସେଦିନ ତାର ମୌନତାକୁ ମୋନାଲିସା ବୁଝିପାରି ନ ଥିଲା ମାତ୍ର ଦୀପ୍ତି ତାର ସବୁ କଥାକୁ ବୁଝେ କେମିତି ତାର ମନକୁ ଖୁଲା କିତାବ ପରି ପଢି ନିଏ କିପରି ??ସେ ଆଜି ପର୍ଯ୍ୟନ୍ତ ବୁଝିପାରେ ନି ଦୀପ୍ତିକୁ ।

ଦୀପ୍ତି ଅଜୟ ବାପା ମାଆଙ୍କର ପ୍ରଥମ ପସନ୍ଦ ଥିଲା ଆଉ ଏବେ ବି ଅଛି ହେଲେ ମୋର ତ ପ୍ରଥମ ପସନ୍ଦ ମୋନା ମୁଁ ତାକୁ କେମିତି ଭୁଲି ପାରିବି ଆଜି ଯେତେ ବେଳେ ମୋର ନଜର ତା ଉପରେ ପଡ଼ିଲା ଅଫିସ ଗଲା ବସରେ ମୁଁ ତା ପାଖରେ ଯାଇ ବସିଲି ଆଉ ସେ ମୋ ଠାରୁ ଦୁରେଇ ଯାଉଥିଲା ଆଜି ବି କଣ ସେ ତା ରାଗ ଶାନ୍ତ ହେଇନି ।,ଏମିତି ପ୍ରାୟ ତା ସହିତ ଦେଖା ହୁଏ ମୋର ମାତ୍ର ଆଜି ତାକୁ ମୋ ମନର ବ୍ୟଥା କଥା ଆକାରେ ତାକୁ କହିବି ବୋଲି ଭାବିଛି ସେ କଣ ଶୁଣିବେ ମୋ ମନର ବ୍ୟଥା,କଥା ମୋର ବିଅର୍ଥ ହେବନି ତ !!ନା ନା ମୁଁ କହିବିନି ମନରେ ଅନେକ ପ୍ରଶ୍ନ ମୋନା ଯଦି ଆଜି ରାଗିକି ମନା କରିଦେବେ ମୁଁ ଦୂତୀୟ ଥରେ ନିଜକୁ ସମ୍ଭାଳି ପାରିବିନି ଜମା !!ମୁଁ କାହିଁକି ତାଙ୍କ ରୂପରେ ତାଙ୍କ ହସ ହସ ମୁହଁର ପାଗଳ ଥିଲି ଆଉ ଆଜି ବି ପାଗଳ ଗୋଟିଏ ଭୁଲ ପାଇଁ ମୋର ମୁଁ କାଲି ତାଙ୍କୁ ହରେଇ ଥିଲି ଆଉ ଆଜିବି ହରେଇବାକୁ ଯାଉଛି ।ବାହାଘର ଦୁଇ ବର୍ଷ ଭିତରେ ଦୀପ୍ତି ମୋର ଭଲ ସାଙ୍ଗ ଟେ ପାଲଟିଯାଇଛନ୍ତି ହସ ଖୁଶ ସେୟାର ମୁଁ ତାଙ୍କ ସହିତ କରିବାକୁ କୁଣ୍ଠିତ କେବେ ବି ନ ଥିଲି,ମାତ୍ର ମୋନାକୁ ଏତେ ମନେ ମନେ ଭଲପାଇସରିଲା ପରେ ତାଙ୍କୁ ଦେଖି ମୋ ହୃଦୟର ସ୍ପନ୍ଦନ କାହିଁକି??ଯେ ବନ୍ଦ ହୁଏ ମୁଁ ଆଜି ମଧ୍ୟ ଜାଣିପାରେ ନାହିଁ ।ସବୁ କଥା ଶୁଣି ଦୀପ୍ତି ମୋ ସହିତ ଅଗ୍ନିକୁ ସାକ୍ଷୀ ରଖି ବିବାହ କଲେ ମଧ୍ୟ ତାଙ୍କ ନିଷ୍ପତ୍ତି ଆଗରେ ମୁଁ ହାରମାନି ନେଇ ଥିଲି।ସେ କହୁଥିଲି ମୁଁ ତମକୁ ତୁମ ମନ ପସନ୍ଦର ସ୍ତ୍ରୀ ସହିତ ବିବାହ କରିଇ ଦେବି,କେଉଁ ନାରୀଟି ଚାହିଁବ ତା ସ୍ୱାମୀ ତାକୁ ଛାଡି ଆଉ ଜଣଙ୍କୁ ବିବାହ କରି ଖୁଶି ଘର ସଂସାର କରୁ ତା ଅଗରେ ଦୀପ୍ତି ଆଜିକାଲିକା ଝିଅ ବୋଉକୁ ଯେତେବେଳେ ଏ କଥା କହିଲା ସେ ମାଆ ଗୋଟେ କଥା କହିବି ବୋଉ ତାକୁ ନିଜ ଝିଅ ପରିଭାବେ କାରଣ ବୋଉର ଦେହ ଖରାପ ଥିଲା ବେଳେ ସେ ନିଜ ଝିଅ ପରି ସେବା ଦେଇ ଭଲ କରିଥିଲା ବୋଉକୁ ମୋର, ସେଦିନ ଠାରୁ ବାପା ଓ ବୋଉ ଦୁଇ ଜଣ ତାକୁ ନିଜ ଝିଅ ଭାବନ୍ତି ।ସେ ନିଜ ରାଣ ଦେଇ ବାପା ଆଉ ବୋଉକୁ ମନେଇ ନେଇ ଥିଲା ମୋ ପାଇଁ କେବଳ ମୋ ଖୁସି ପାଇଁ ସେ ଜାଣି ସାରିଥିଲା ବାଧ୍ୟ ହୋଇ ସମ୍ପର୍କର ମୂଳଦୁଆ ରଖାଯାଏ ନାହିଁ କି ଜୋର ଜବରଦସ୍ତ କାହାକୁ ନିଜର କରି ହୁଏ ନାହିଁ ।

ଏ କଥାରେ ଦୀପ୍ତି ପ୍ରତି ମୋର ସାମାନ୍ୟ ସମ୍ମାନ ଆହୁରି ବଢିଯାଇଥିଲା ତାର ମୁଖର ସୁନ୍ଦରତା ମୁଁ ଦେଖି ପାରୁଥିଲି ।ସତେରେ ସେ ମୋନା ଠାରୁ ଅଧିକ ସୁନ୍ଦର ଆଉ ଭଲ ମଧ୍ୟ ମୋ କଣ ମୋନା ପରି ପଥରକୁ ପାଇବା ପାଇଁ ଦୀପ୍ତି ପରି ହୀରାକୁ ହରେଇବି ଯିଏ ମୋ ବାପାଙ୍କୁ ନିଜ ବାପା ଆଉ ମୋ ବୋଉକୁ ନିଜର ଭାବି ତାଙ୍କୁ ସେହ୍ନ କରିବା ସହିତ ତାଙ୍କ ପରିଣତ ବୟସରେ ଉପଯୁକ୍ତ ଯତ୍ନ ନେଉଛି ଆଜିକୁ ଦୁଇ ବର୍ଷ ହେବ ମୋ ଠାରୁ ତାର ସ୍ତ୍ରୀ ହେବାର ଅଧିକାର ନ ମାଗି ।ଏମିତି କଣ ସ୍ତ୍ରୀଟିଏ ହୋଇପାରେ,ମୁଁ କେବେ ଠାରୁ ଏତେ ସ୍ୱାର୍ଥପର ହେଇଗଲି ।

ଭାବି ଭାବି ମତେ ନିଦ ନ ଆସିଲେ ସେ ମତେ କେତେ ମିଠା ମିଠା କଥା କହି ମୋ ଟେନସନକୁ ହାଲୁକା କରନ୍ତି ଆଉ ମାସ ତେଳେ ଯେଉଁ ବାଇକ ଧକାରେ ମୋ ଗୋଡ଼ ଭାଙ୍ଗି ଯାଇଥିଲା ମୋର ପୁରା ବେଡ଼ ରେଷ୍ଟରେ ସେ ନର୍ସ ପରି ମୋ ସେବା କରି ମତେ ମୋ ନିଜ ଗୋଡ଼ରେ ଠିଆ କରାଇଲେ ।ଏସବୁ କଣ ପ୍ରେମ ତାଙ୍କର ମୁଁ କେବେ ବୁଝିବାକୁ ଚେଷ୍ଟା କରିଛି ଆଉ ମୋ ହୃଦୟର ଆକର୍ଷଣ ମୋନା ସେ ମତେ ଦିନେ ହେଲେ ଦେଖିବାକୁ ଆସିନି ଏକା ଅଫିସରେ କାମ କରି ମଧ୍ୟ ତଥାପି ମୁଁ କାହିଁକି??ତାକୁ ମନରୁ କାଢି ପାରୁନି।

କି କିମିଆଁ କରିଛି ମତେ ମୋନା ସେ ମତେ ପ୍ରେମ ନ କଲେ ମଧ୍ୟ ମୁଁ ତାଙ୍କୁ ମୋ ହୃଦୟର ସହ ପ୍ରେମ କରିବାକୁ ବାଧ୍ୟ ହୋଇଯାଇଛ ସେ ପ୍ରେମ ମୋର ମୂଲ୍ୟହୀନ ମୁଁ ଆଜି ଯେତେବେଳେ ଜାଣିସାରିଛି ସେତେବେଳେ ଦୀପ୍ତି ତାଙ୍କ ସ୍ୱାମୀର ସ୍ତ୍ରୀ ଖୋଜିବାକୁ ବାହାରିପଡିଛନ୍ତି ଅଣ୍ଟାକୁ ଭିଡି!!

ନା ମୁଁ କଣ ଦୀପ୍ତି ବିନା ରହିପାରିବି !!ସେ ମୋ ବିନା ରହିପାରିବେ କାରଣ ମୁଁ ତାଙ୍କୁ ଦୁଃଖ ଯନ୍ତ୍ରଣା ଛଡା ଆଉ କିଛି ବି ଦେଇ ନି ।ଆଉ ମୋ ବାପା ମାଆ କଣ ଦୀପ୍ତିକୁ ଛାଡି ରାଜି ହେବେ ମୋନାକୁ ବୋହୁ କରିବାକୁ ହଁ ଦୀପ୍ତି କଥାରେ ରାଜି ତ ଅଛନ୍ତି ମାତ୍ର ତାଙ୍କ ମୁଁହକୁ ଚାହିଁଲେ ହୃଦୟର ପ୍ରତ୍ୟେକ ଦରଜ ଆଖିରେ ଧରାପଡ଼ିଯାଏ।କାନ୍ଦୁ କାନ୍ଦୁ ରହିଯାନ୍ତି ସେମାନେ ।ମୋର କିଛି ଅଧିକାର ନାହିଁ ତାଙ୍କ ଆଖିରେ ଲୁହ ଦେବାର । ମୁଁ ଜଣେ ସ୍ୱାର୍ଥପର ବୋଲି ମତେ ଲାଗୁଛି ଏବେ ।ନିଜକୁ ଖୁସି କରିବା ପାଇଁ ତିନି ଜଣଙ୍କର ଆଖିରେ ଲୁହ ମୁଁ କେମିତି ଦେବି।ପ୍ରକୃତ ପ୍ରେମ ମୁଁ ଜାଣିସା ରିଲିଣି ଯାହା ଦୀପ୍ତି ମୋ ଘରଲୋକ ଆଉ ମତେ କରନ୍ତି।କାରଣ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ନ ଥାଇ ମଧ୍ୟ ସେ ଆମ ପରିବାର ପ୍ରତି ସମର୍ପିତ।

ଆଜି ସେ ମୋନାକୁ ଫୋନ ଯୋଗେ ଜଣାଇଲେ ସେ ତାଙ୍କ ସ୍ୱାମୀକୁ ବିବାହ କରନ୍ତୁ ବୋଲି ଆଉ ସେ ନିଜେ ଡିଭୋସ ପେପର ସେ ସାଇ ନ କରିଦେବେ ଆଉ ଏ ସହର ଛାଡି ଚାଲିଯିବେ ମୋନା ତ ପୁରା ଖୁସି ମତେ ଫୋନ କରି କହିଲା କେଉଁ ଦିନ ବାରତ ନେଇ ଆସିବ ବୋଲି ।ଯଦି ମୁଁ ତାଙ୍କ ପ୍ରଶ୍ନର ଉତ୍ତର ସେଦିନ କଲେଜରେ ଦେଇଥାନ୍ତି ତା ହେଲେ ତାଙ୍କୁ ଏତେ ବର୍ଷ ନାମକୁ ମାତ୍ର ସମ୍ପର୍କରେ ରହିବାକୁ ପଡି ନ ଥାନ୍ତା।ମୁଁ କିନ୍ତୁ ଆଉ ଦୀପ୍ତିକୁ ଛାଡି ରହିପାରୁନି ସେ ମତେ ମୋନା ଠାରୁ ଏବେ ବେଶ ଭଲ ଲାଗନ୍ତି ସବୁ ଥିରେମୁଁ ତାଙ୍କ ମତାମତ ନିବାକୁ ଭୁଲେ ନାହିଁ କାରଣ ସେ ମତେ ଉପଯୁକ୍ତ କଥା କୁହନ୍ତି ।

ସମସ୍ତେ ରେଡି ଯିବାକୁ ଆଜି । ମୋନା ଘରେ ଆମର ଲଞ୍ଚ। ସବୁ ଅରେଞ୍ଜମେଣ୍ଟ ଦୀପ୍ତିଙ୍କର ପ୍ରେମ କଣ ଏତେ ମହାନ ହେଇପାରେ ଯେ ନିଜ ସ୍ୱାମୀ ପାଇଁ ମନ ମୁତାବକ ସ୍ତ୍ରୀ ଖୋଜିବା ହେଉ କି ଛୋଟ ଛୋଟ ଖୁସି ହେଉ ସେ ସବୁ ଦେବାକୁ ମଧ୍ୟ ପଛେଇ ନାହିଁ । ଦୀପ୍ତି ସକାଳୁ ଯେମିତି ନର୍ମାଲ ଦିନମାନଙ୍କର କାମ କରନ୍ତି ସେମିତି ଆଜି ମଧ୍ୟ ମତେଅଫିସକୁ ଯିବା ପାଇଁ ରେଡି କରିବା, ବାପାଙ୍କୁ ଚାହା ଜଳଖିଆ ଆଉ ବୋଉର ପୂଜା ସାମଗ୍ରୀ ସହିତ ବାଡ଼ିପଟୁ ଫୁଲ ଆଣି ରଖି ଦେଉ ଦେଉ କହିଲେ ମାଆ ଆଜି ମୁଁ ଆମ ଘରକୁ ତ ଯିବିନି ଗୋଟେ ପିଲା ଦିନର ସାଙ୍ଗ ଘରକୁ ଚାଲିଯିବି ଆପଣଙ୍କର ନୂଆ ବୋହୁ ଆସିଲେ ମତେ ମନେପକେଇବେଟି । ମୁଁ ଦୂରରେ ଥାଇ ସବୁ ଶୁଣୁ ଶୁଣୁ ମୋ ଆଖିରୁ ଦୁଇ ଟୋପା ଲୁହ ଝରି ଆସେ । ନାରୀ ସତେରେ ଏତେ ମହାନ ହୋଇପାରେ।

ମୁଁ ଆଜି ଯେଉଁ ନାରୀର ରୂପ ଦେଖିଲି ତାହା ସତେରେ ଗୋଟେ ଉଦାହରଣ ଥିଲା ନାରୀର ମହାନତାର ।ଏପରି ନାରୀ ସହିତ ମୁଁ ନ ରହି ଏକ ପ୍ରେମର ଫାଶରେ ମୋ ହୃଦୟ ପଡିଛି ଯାହାକୁ ମୁଁ ପ୍ରେମ କରୁଛି ମାତ୍ର ଭରସା ନାହିଁ ତା 'ଉପରେ ମୋର ଯେତିକି ଦୀପ୍ତି ଉପରେ ମୋର ଭରସା ଦୃଢ କରିଛି ଆପେ ଆପେ ମୋର ଏ ହୃଦୟ ମୁଁ ହୃଦୟଙ୍ଗମ କରିପାରିଛି ପ୍ରକୃତ ପ୍ରେମ କଣ । ଆଉ ଦୀପ୍ତି ଯେଉଁ ସ୍ୱାମୀର ସ୍ତ୍ରୀ ଖୋଜିବାକୁ ଯାଉଛନ୍ତି ମୁଁ ସେହି ଅଭାଗା ସ୍ୱାମୀ ଯିଏ ଦୀପ୍ତିକୁ କେବେ ସ୍ତ୍ରୀର ଅଧିକାର ଦେଇ ନି ପାଖରେ ରହି ସବୁ କାମ ସେ ମୋର ତୁଲାଇଲେ ବି ମୁଁ ସେ ଅଧିକାରରୁ ତାଙ୍କୁ ବଞ୍ଚିତ କରି ନିଜେ ମରୁଛି । ଆଉ ତା ସହିତ ତାଙ୍କୁ ବି ବିରହ ଦେଉଛି ମୋ ପ୍ରେମର ସେ,ସେସବୁକୁ ହସିହସି ବିନା ଦ୍ଵଧାରେ ସହି ଯାଉଛନ୍ତି ।ନା ଆଉ ମୁଁ ତାଙ୍କୁ ଏତେ କଷ୍ଟ ସହିବାକୁ ଦେବିନି । ସୋଫା ଉପରେ ଦୀପ୍ତି ବସିଥିବା ଦେଖି ମୋ ମନ ଆଜି ରହିପାରିଲାନି ଆଉ ମୁଁ ଅଫିସ ନ ଯାଇ ସେଠି ତାଙ୍କ ପାଖରେ ବସିଗଲି ସେ ମୋ ହାତର ସ୍ପର୍ଶକୁ ଅନୁଭବ କରି କଣ ହେଲା ଜୟ ଆଜି ଅଫିସ ଯିବନି କି?

ଆଜି lunch ସମୟରେ ତୁମେ ମୋନା ଘରେ ପହଞ୍ଚିବ ଆଉ ମୁଁ ବାପା ବୋଉ ନେଇ ଯିବି ତୁମ ବିବାହର ସମୟ ଠିକ କରିବା ପାଇଁ ।

ମୋର ମଧ୍ୟରେ ଥିବା କୋହକୁ ଚାପିଧରି ତାଙ୍କ ହାତକୁ ଜୋରେ ଧରି ଭୋ ଭୋ ହୋଇ କାନ୍ଦିପକାଇଲା ବେଳେ ସେ ମୋର ଲୁହ ନିଜ ପଣତକାନିରେ ରଖି ନେଉଥିଲେ ଆଉ କହୁଥିଲେ ଆକୁ ନେଇ ମୁଁ ଜୀବନ ବଞ୍ଚିଯିବି ଜୟ ତୁମେ ଭଲରେ ରହିଲେ ମୋ ଜୀବନ ଧନ୍ୟ!!ତମର ସ୍ତ୍ରୀ ଏବେ ମୋନା ହେବାକୁ ଯାଉଛି ଆଉ ତୁମେ ଖୁଶି ହେବା ପରିବର୍ତ୍ତେ କାନ୍ଦୁଛ !!

ନା, ମୁଁ କାନ୍ଦୁନି ଦୀପ୍ତି ତୁମ ସେହ୍ନ,ତ୍ୟାଗ ଆଗେ ମୋର ଭଲପାଇବା କିଛି ନୁହେଁ ।ମୋର ପ୍ରତ୍ୟକ ଭୁଲକୁ କ୍ଷମା କର । ମୁଁ ତୁମକୁ ବୁଝିପାରି ନ ଥିଲି ତୁମ ସେହ୍ନକୁ ଆଉ ତୁମକୁ ଏବେ ମୁଁ ବୁଝିସାରିଛି ତୁମ ସ୍ୱାମୀର ତୁମେ ହିଁ ଉପଯୁକ୍ତ ସ୍ତ୍ରୀ । ମୁଁ ତୁମ ପରି ସ୍ତ୍ରୀକୁ ପାଇ ନିଜକୁ ଧନ୍ୟ ମନେ କରୁଛି । ଦୀପ୍ତି ଆଖିର ଲୁହ ଶୁଖୁ ନ ଥିଲା ଆଉ ଜୟ ତାକୁ ନିଜ ବହୁ ବନ୍ଧନରେ ବାନ୍ଧି ରଖିଥିଲେ ।ସତେ ଯିଏ ଯାହା ହାଣ୍ଡିରେ ଚାଉଳ ଦିଏ ସେ ତା ଘରବାଲି ହୁଏ ସେ କଥା ଛୋଟ ବେଳେ ଆଇ କହୁଥିଲା ଅଜୟକୁ ସେ ମନେ ମନେ ଭାବି ଦୀପ୍ତିର ମଥାରେ ଏକ ଚୁମ୍ବନ ଆଙ୍କି ଦେଇ ତାକୁ ପ୍ରତିଶ୍ରୁତି ଦେଲା ଆମେ ଆଉ ଥରେ ନୂଆକରି ଜୀବନର ଆରମ୍ଭ କରିବା ତୁମକୁ ମୁଁ କେୟ ମନ ବାକ୍ୟରେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିବାକୁ ଚାହେଁ ।ଦୀପ୍ତିର ଖୁଶିର ସୀମା ନ ଥିଲା ଆଉ ସେ ଭାବୁଥିଲା ଜୟ ସହିତ ତାର ନୂଆ ଜୀବନ କଥା !! ତା ଜୀବନରେ ଦୁଃଖର ବାଦଲ ଗୁଡିକ ହଟି ସଫା ଆକାଶ ସହିତ ସବୁଜିମା ହସୁଛି।



Rate this content
Log in

Similar oriya story from Romance