Ramakrushna Dakua

Romance Tragedy

4.4  

Ramakrushna Dakua

Romance Tragedy

ରୂପାର ପାଉଁଜୀ

ରୂପାର ପାଉଁଜୀ

8 mins
74


ଘର ବାହାରେ ବାଜା ବାଜୁଛି ବାଣ ଫୁଟୁଛି । ବଲିଉଡ୍ ବିଟର ତାଳେ ତାଳେ ତାଳେ ସାହି ପିଲାମାନେ ଡ୍ୟାନ୍ସରେ ମାତିଛନ୍ତି । କଲୋନୀ ଆରପଟେ ଟ୍ରେନ୍ ଲାଇନ୍ । ଲକଡାଉନ ଚାଲିଛି, ଟ୍ରେନ୍ ଯିବା ଆସିବା କମିଯାଇଛି । ମଝିରେ ମଝିରେ ଯାହା କିଛି ମାଲ୍ ଗାଡ଼ିର ଶବ୍ଦ । ତଥାପି ଯେବେ ଯେବେ ମାଲ୍ ଗାଡ଼ି କି ସ୍ପେଶାଲ ଟ୍ରେନ୍ ବିକଟାଳ ରଡି କରି ଯାଆନ୍ତି ରୂପା ଦେହରେ କାହିଁକି କେଜାଣି ଅଜଣା ଛନକାଟିଏ ପଶିଯାଏ । ବଧୁ ବେଶରେ ଆଜି ଅପସରୀଙ୍କୁ ପଛରେ ପକାଉଥିବା ରୂପା କାନ୍ଥରେ ଟଙ୍ଗା ହୋଇଥିବା ମାଆଙ୍କ ଫୁଲ ହାର ପକା ଫଟୋକୁ ଦେଖି କଇଁ କଇଁ କାନ୍ଦୁଛି । ଆଉ ହାତରେ ଧରିଥିବା ପ୍ରେମର ଶେଷ ଚିଠିଟାକୁ ଚାହିଁଦେଇ ଗୁମୁରି ଗୁମୁରୁ କାନ୍ଦୁଛି । ଆଉ ଭାବୁଛି କାଶ୍ ସେଥିରେ ଲେଖାଥିବା ପ୍ରତିଟି ଧାଡ଼ି ସତରେ କଣ ବାସ୍ତବ ହୋଇଯାଆନ୍ତାନି ? ବହୁ ଥର ପଢ଼ିଛି ପୁଣି ପଢ଼ିଲା ରୂପା ।


‘ପ୍ରେମିକା ଦେଇଛି ତା ବର ଠିକଣା

କହିଛି ଆସିବ ଭୋଜିକି

ବିରହୀ ପ୍ରେମିକ ଉତ୍ତର ଲେଖିଛି

କହିଛି ସେ ଯିବ ଭୋଜିକି

ଉପହାର ନୁହେଁ ଫୁଲ ହାର ନେଇ ପିନ୍ଧେଇବ ନିଜ ହାତେ

ଶେଷ ଥର ପାଇଁ ଆଲିଙ୍ଗନ କରି ଦେଇ ଦେବ ପ୍ରୀତି ସ୍ମୃତି’


ହଠାତ ଅନ୍ୟମନସ୍କ ହୋଇ ଉଠିଲା ରୂପା । ଅଜଣା ହସଟିଏ ଖେଳିଗଲା ତା ମୁହଁରେ , ଗୋରା ଗାଲରେ ସତେ ଯେମିତି ପ୍ରୀତିର ଭଉଁରୀଟିଏ ଖେଳିଗଲା । ଆଉ ମନେ ପକାଇବାକୁ ଚେଷ୍ଟା କଲା ପ୍ରେମ ସହ ଶେଷ ଟ୍ରେନ୍ ଯାତ୍ରା ବେଳର ସେ ଅଭୂଲା ସ୍ମତି ସବୁକୁ ଯାହାକୁ ସେ ଆଜି ଯାଏଁ ସାଇତି ରଖିଛି । ଆଉ ଯାହାକୁ କିଛି ଘଣ୍ଟା ପରେ ତାକୁ ହୋମ ନିଆଁ ସହ ଜଳାଇ ପାଉଁଶ କରିଦେବ । ......

ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସରେ ସେ ଦିନ ଶେଷ ଥର ପାଇଁ ରୂପା ଆସିଥିଲା ପ୍ରେମ ସହ , ଡେଟିଂ ରେ କିମ୍ବା ଟ୍ରାଭେଲ ଟୁର୍ ରେ ନୁହେଁ । ସେ ଦିନ ରୂପା ଆସିଥିଲା ସବୁ ଦିନ ପାଇଁ ସ୍ୱପ୍ନର ପୁରୁଷକୁ ବିଦାୟ ଜଣାଇବାକୁ । ଭଲା ଏମିତି କିଏ ସାହସ କେମିତି କରିପାରିବ । ମନର ମଣିଷ ଜନ୍ମ ଜନ୍ମ ପାଇଁ ଦୂରେଇ ଯାଉଛି ଆଉ ସେ ତାକୁ ନିଜେ ଆସୁଛି ହଜାର ହଜାର କିଲୋମିଟର ବାଟ ବାଟେଇ ଦେବାକୁ ! ହଁ ବୋଧେ ଇଏ ହିଁ ତ ପ୍ରେମ, ପ୍ରେମର ଅନ୍ୟ ନାମ ତ୍ୟାଗ ବୋଲି ଯ।ହା କୁହାଯାଏ ବୋଧେ ଏହା ହିଁ ତାହା, ନିଜ ଜୀବନର ନିଜେ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛି ଆଜି ରୂପା । ବୋଧେ ଖାସ୍ ସେଥିପାଇଁ ଆଜି ରୂପା ନିଜ ଜୀବନ ଯୁଦ୍ଧରେ ନିଜେ ସଂଗ୍ରାମୀ ସାଜି ନୂଆ ଇତିହାସ ଲେଖିବାର ସାହାସ ଜୁଟାଇପାରିଛି ।


ରୂପା ଆଉ ପ୍ରେମ , ଉଭୟେ ବେଙ୍ଗାଲୁରୁର ଏକ ଅନ୍ ଲାଇନ୍ ହୋମ୍ ଡେଲିଭରି ସଂସ୍ଥାରେ କାର୍ଯ୍ୟ କରନ୍ତି । ସେଇଠି ହିଁ ଉଭୟଙ୍କ ଦେଖା ସାକ୍ଷାତ ଆଉ ପରେ ଧିରେ ଧିରେ ଜଣେ ଅନ୍ୟ ଜଣଙ୍କୁ ପସନ୍ଦ କରନ୍ତି । ନିଜେ ଅନ୍ୟ ଜଣଙ୍କୁ ସମର୍ପି ବି ଦିଅନ୍ତି । କାହିଁକି କେଜାଣୀ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ଏ ସମ୍ପର୍କ କୌଣସି ନା ନେଇ ବଞ୍ଚିନଥିଲା । କିନ୍ତୁ ଉଭୟେ ଉଭୟଙ୍କ ପାଇଁ ଡେଡିକେଟ୍ ଥିଲେ, ଫ୍ୟୁଚର ପ୍ଲାନ ନଥିଲା କିନ୍ତୁ ଦୁହେଁ ଯେ ଦୁହିଁଙ୍କ ବିନା ବଞ୍ଚିପାରିବେନି ଏକଥା ସେମାନେ ଜାଣିଥିଲେ । କିନ୍ତୁ ନା ନଥିବା ଏକ ପ୍ରେମ ସମ୍ପର୍କରେ ଦୁହେଁ ବେଶ୍ ଖୁସି ଥିଲେ ଜୀବନ ବି ଜିଉଁଥିଲେ । ପ୍ରାୟ ସମୟରେ ଦୁହିଁଙ୍କ ଏନକାଉଣ୍ଟର ହୁଏ ଅଫିସ୍ ଲିଫ୍ଟରେ । ଲିଫ୍ଟ ନମ୍ବର ଥ୍ରୀସ ଆଉ ସେମାନଙ୍କ ଫ୍ଲୋର ନମ୍ବର ଏଇଟ୍ , ବାସ୍ କିଛି ମିନିଟ୍ର ଲିଫ୍ଟ ଯାତ୍ରା ହିଁ ଉଭୟଙ୍କ ପ୍ରେମକୁ ଅଧିକ ରୋମାଣ୍ଟିକ କରୁଥିଲା । ଯେତେବେଳେ ଲିଫ୍ଟ ରେ କେହି ନଥାନ୍ତି ଉଭୟେ ଉଭୟଙ୍କୁ ପାଇ ଖୁସିରେ ଆତ୍ମହରା ହୋଇ ଯାଆନ୍ତି । ଦୁହେଁ ଦୁହିଁଙ୍କ ଆଖିରେ ହଯି ଯାଆନ୍ତି, ମଜି ଯାଆନ୍ତି । ଏମିତି ଅନେକ ଥର ହୋଇଛି ପ୍ରେମର ଦୁଷ୍ଟାମି ଆରମ୍ଭ ହେଉ ସେମାନଙ୍କ ଫ୍ଲୋର ଆସିଯାଇଥାଏ ଆଉ ଲିଫ୍ଟରୁ ବାହାରି ରୂପା ଛୋଟିଆ ହସଟିଏ ଦେଇ ନିଜ କ୍ୟାବିନକୁ ଚାଲିଯାଏ । ପ୍ରେମ କିନ୍ତୁ ବିରହୀ ପ୍ରେମିକ ଭଳି ‘ଇଟ୍ସ ୟୁର ଡେ ବେବି, ୱାନ୍ ଡେ ୱିଲ୍ .... କ୍ୟା ...ଦୁଷ୍ଟ କୋଉଠିକାର ..ପ୍ରେମର କଥା ଛଡ଼ାଇ ତାକୁ ଚିଡାଇବା ଆରମ୍ଭ କରିଦିଏ ରୂପା । ଅଫିସ ସରିଲେ ଦୁହେଁ ଗୋଟିଏ ବସ୍ ରେ ହିଁ ଘରକୁ ଫେରନ୍ତି ।

ରୂପା ଓ ପ୍ରେମ ଗୋଟିଏ ଆପାର୍ଟମେଣ୍ଟରେ ହିଁ ରୁହନ୍ତି । ରୂପା ନିଜର ରୁମ୍ ମେଟ୍ ସହ ତ ପ୍ରେମ ବି ନିଜ ସାନ ଭାଇ ସହ ରୁହେ। ତେଣୁ ଆପାର୍ଟମେଣ୍ଟରେ ଅଧିକ ସମୟ ଦେଖା ହୋଇପାରେନି । ଯାହା ଦେଖା ସାକ୍ଷାତ ସେଇ ଅଫିସ ଓ ଅଫିସର ଲିଫ୍ଟରେ ଅବଧି ଅଳ୍ପ ହେଲେ ବି ଅନ୍ତରଙ୍ଗ ମୁହୁର୍ତ୍ତରେ ନିଜେ ଆରଜଣଙ୍କୁ ନେଇ ଖୁସିରେ ରୁହନ୍ତି । ତଥାପି କେବେ ଉଭୟଙ୍କ ଲଭ୍ ଲାଇଫରେ କୌଣସି ଅସୁବିଧା ହୋଇନି । ଉଭୟେ କିନ୍ତୁ ସମୟ ବାହାର କରି କେତେବେଳେ ଫିଲ୍ମ ତ ପୁଣି ସିଟି ଟୁର୍ ରେ ବାହାରି ପଡ଼ନ୍ତି । ଉଭୟେ ଅନେକ ସମୟରେ ଏକ ହୋଇଛନ୍ତି । ଦୁହେଁ ଦୁହିଙ୍କୁ ନେଇ ଅନେକ ଥର ସିରିୟସ ଡିସ୍କସନ୍ ବି କରିଛନ୍ତି । ସବୁ କିଛି ଠିକ୍ ଠାକ୍ ଚାଲିଥାଏ କିନ୍ତୁ ବାହାଘର କଥା ପଡ଼ିଲା ବେଳକୁ ଉଭୟେ ସତେ ଯେମିତି ପୂରା ନିରବି ଯାଇଥାନ୍ତି । ଲଭ୍ ରିଲେସନସିପରେ ତ ଉଭୟେ ପାସ୍ କିନ୍ତୁ ପତି, ପତ୍ନୀର ପରିଚୟ ନେଇ ବଞ୍ଚିବାକୁ ବୋଧେ ଏବେ ସେମାନେ କିଛି ପ୍ଲାନ୍ କରୁନଥିବା ସେମାନଙ୍କ ହାବ ଭାବରୁ ଜଣାପଡ଼ିଯାଏ ।

ଏମିତି ପାଞ୍ଚ ବର୍ଷର ମିଠା ଖଟା-ଖଟା ମିଠା ସମ୍ପର୍କରେ କିନ୍ତୁ ବିରାମ ଲାଗିବାକୁ ଯାଉଥିବା ରୂପା ଜାଣିବାକୁ ପାଏ । ପ୍ରେମ ନ କହି ଅଫିସରୁ ରିଜାଏନ୍ କରିସାରିଥାଏ । ସେ ଏବେ ହାଇଦ୍ରାବାଦ୍ ସିଫ୍ଟ ହେବାକୁ ଯାଉଛି । ରୂପା ସହଜରେ ଏକଥାକୁ ଗ୍ରହଣ କରିପାରିନଥିଲା । ରାଗ ତମ ତମ ହୋଇ ପ୍ରେମର ଡେକ୍ସକୁ ଯାଇ ଚିଲାଇଲା । ଆଉ କହିଲା (ତମର ସାହସ କେମିତି ହେଲା ମୋତେ ନ କହି ରିଜାଏନ କରିବା, କଣ ପାଇଁ ଏ ଫାର୍ସ କରୁଛ? ଯାଅ ଜଲଦି ରିଜାଏନ ୱିଥଡ୍ର କର। ନଚେତ୍ ଆଜି ତମର ଦିନକୁ ମୋର ଦିନେ ) ଅଧଘଣ୍ଟା ଯାଏ ରୂପାର ରାଗ ତମ ତମ ଗୋରା ମୁହଁକୁ ଦେଖି ତା ଗାଳିର ବର୍ଷାକୁ ସହିଲା ପ୍ରେମ । ଶେଷରେ ଆଣ୍ଠୁମାଡ଼ି ତଳେ ପ୍ରେମ ବସି କହିଲା (ସରି କାନ ଧରୁଛି ବଟ୍ ଇଟ୍ସ ପ୍ରଫେସନାଲ୍ ଡିସିସନ୍ , ଆଇ ହେବ୍ ଟୁ ଗୋ- ମୁଁ କଥା ଦେଇସାରିଛି ।’ ସରି (ଆଶ୍ଚର୍ଯ୍ୟ ହୋଇ ପଚାରିଲା ରୂପା) କଥା ଦେଇ ଦେଇଛି ମାନେ , ଆମ କଥାର ଆଉ କିଛି ମାନେ ନାହିଁ , ଆମ ସ୍ୱପ୍ନର କିଛି ଭେଲ୍ୟୁ ନାହିଁ, ମୋ ପ୍ରେମର ମୂଲ୍ୟ କିଛି ନାହିଁ, ମୋ ଡେଡିକେସନର କିଛି ସମ୍ମାନ ହିଁ ନାହିଁ ? ମୋ କଥା ନହେଲା ନାହିଁ ଆଟଲିଷ୍ଟ ଆମ ପ୍ରେମ ପାଇଁ ତୁମେ ..(ଛି) . ..। ମୋ ପାର୍ଟନର କହିବାକୁ ଆଜି ଖରାପ ଲାଗୁଛି କହି ପ୍ରେମ କୁ ପୁଣି ବହେ ଶୋଧିଲା ରୂପା । ଜଷ୍ଟ ଲିସେନ୍ ପ୍ଲିଜ୍ କୁଲ୍ , ଆଇ ବ୍ରିଫ୍ ୟୁ ଡିଟେଲ୍ସ କମ୍ ଡାଉନ । କ୍ୟାବିନ୍ ଭିତରେ ହିଁ ରୂପାକୁ ହଗ୍ କରି କିଛି କହିବା ଆରମ୍ଭ କଲା ପ୍ରେମ । ଦେଖ ରୂପା, ବହୁତ କମ୍ ସମୟରେ ହିଁ ସବୁ କିଛି ଘଟିଗଲା । ତମକୁ ନ ପଚାରି ତୁମ ଠାରୁ ସବୁଦିନ ପାଇଁ ଦୂରେଇ ଯିବାର ଭୁଲ୍ କରି ବସିଲି । କ୍ୟାରିଅର ପାଇଁ ଯାହା ଠିକ୍ ଲାଗିଲା ସେ ନିଷ୍ପତ୍ତି ନେଇଗଲି । ତୁମେ କୁହ, ଯେଉଁ ପ୍ରଫେସନାଲ ଇସ୍ୟୁସ୍ ନେଇ ମୁଁ ଏଠି ରହିଛି ତାକୁ କେତେଦିନ ଯାଏ ବରଦାସ୍ତ କରିପାରିବି? ତୁମକୁ ଚାହିଁ ତୁମ ସହ ରହି ତୁମକୁ ବି ମୁଁ ଡିଷ୍ଟର୍ବ କରୁଛି । ମୋ ପାଇଁ ତୁମେ ବି ନାନା ନିନ୍ଦା ଶୁଣୁଛ, ବାର ଲୋକ ତେର କଥା କହୁଛନ୍ତି । ଲିଭ୍ ଇଟ୍ ୟାର ....ଆଇ ଏମ୍ ଡନ୍ ୟୁଥ୍ ଅଲ୍ ଅଫ୍ ଦିସ୍ , ପ୍ଲିଜ ଟ୍ରାଏ ୟୁ ଅଣ୍ଡରଷ୍ଟାଣ୍ଡ । ପ୍ରେମର ଆଖି ଜକେଇ ଆସିବାକୁ ଲାଗୁଥାଏ । ପ୍ରେମର ବାହୁରୁ ନିଜକୁ ହାଲକା କରି ରୂପା ପ୍ରେମ କୁ ଚାହିଁଲା , ଆଗରୁ କେବେ ଏମିତି ଅସହାୟ ଭାବେ ରୂପା ତାକୁ ଦେଖିନି । କଣ କରିବ କିଛି ବୁଝିପାରୁନଥିଲେ ଉଭୟେ । ଲାଷ୍ଟ ୱାର୍କିଂ ଡେ କେବେ ବୋଲି ରୂପାର ପ୍ରଶ୍ନ ଶୁଣି ଆସନ୍ତା ସୋମବାର ମୋର ଟ୍ରେନ୍ ଅଛି । ସଟର ଡେ ଲାଷ୍ଟ ୱାର୍କିଂ ଡେ, ସଣ୍ଡେ ହିଁ ଗୋଟେ ଦିନ ରଖିଛି ତୁମମାନଙ୍କ ସହ ଶେଷ ଦେଖା ପାଇଁ । ଚୁପ୍ ! ବଦମାସ୍ ବହୁତ କହୁଛ । ରୂପା କାନ୍ଦିବାକୁ ଲାଗିଲା । ହାତରେ ମାତ୍ର ଚାରିଦିନ । ହେ ଭଗବାନ ମୋ ସହ କାହିଁକି ଏମିତି ହେଉଛି ବୋଲି ନିଜକୁ ନିଜେ ପ୍ରଶ୍ନ କଲା ରୂପା । ଓକେ ଆଜି ରାତିରେ ରୁମକୁ ଆସିବ । ଏକା ସାଙ୍ଗରେ ଡିନର କରିବା । ଓକେ ରୂପା....ହ୍ବାଟ୍ ? ସରି ବେବି... ଆସିବି କହି କାନ୍ଦ କାନ୍ଦ ମୁହଁରେ ହସି ରୂପାକୁ ଉତ୍ତର ଦେଲା ପ୍ରେମ ।


ଡିନର ସାରି ଉଭୟେ ଢେର ରାତି ଯାଏ ଗପୁଥାନ୍ତି । ଏ ସମୟରେ ରୁମ୍ ମେଟ୍ ଆସି କହିଲେ- ଲେଟ୍ ହେଲାଣି ରୂପା ଆସ ଆଉ ତୁମ ବରକୁ ବି ଯିବାକୁ କୁହ, ସେମାନେ ଜାଣିନଥିଲେ ଯେ ପ୍ରେମ ସବୁଦିନ ପାଇଁ ଚାଲିଯିବାକୁ ବସିଛି । ରୂପା ବି କିଛି କହିଲାନି । ତୁମେ ଦି ଜଣ ଯାଅ ଆମେ ବାଲକୋନିରେ ଅଛୁ । ଓକେ....ଇଟ୍ସ ୟୁରୋ ନାଇଟ ମାଇଁ ଜାନ୍ , କିଲ୍ ହିମ୍ ବୋଲି କହି କମେଣ୍ଟ ମାରି ସେମାନଙ୍କୁ ଏକାଠି ଛାଡ଼ିଦେଇ ଚାଲିଗଲେ । ସରି୍ ବର ପିଲା , ହେ ଛାଡ଼ ସେମାନେ ଆମକୁ ନେଇ ଏମିତି ମୋତେ ଚିଡ଼ାନ୍ତି । ଆଛା ଆଉ କଣ ସବୁ କହି ଚିଡାନ୍ତି ବୋଲି ପ୍ରେମ କହିବା ପୂର୍ବରୁ ହିଁ ରୂପା ଆଗତୁରା କହିଲା, ସେ ସବୁର ଆଉ କିଛି ମୂଲ୍ୟ ନାହିଁ । ଛାଡ଼ି ହଉ ଶୁଣ, ମୁଁ ବି ଘରକୁ ଯାଉଛି । ତମ୍ ଟ୍ରେନ୍ କେତେବେଳେ ଇଭିନିଂ ସାଢେ 5ଟା । ମୋର ବି ସେଇ ଟ୍ରେନ୍ ଏସ୍- ଫୋର୍ ଆଉ ମୋର ଏସ୍-7 ବୋଲି ଉତ୍ତର ଦେଲା ପ୍ରେମ । ବାସ୍ ଆଉ ତା ପରେ ଉଭୟେ ଚୁପ୍ ଚାପ୍ ବାଲକୋନିରେ ଗପସପ କରି ରାତିଟେ କଟିଲେ । ଭୋର 5ଟାରେ ରୂପା ରୁମ୍ ରୁ ଆସି ନିଜ ଲଗେଜ୍ ରେଡି କଲା ପ୍ରେମ ।

ଚାହୁଁ ଚାହୁଁ ଦିନ ଗୁଡ଼ାକ ବି ଘଣ୍ଟା କଣ୍ଟାର ସେକେଣ୍ଡ କଣ୍ଟା ପରି ଶୀଘ୍ର ଚାଲିଗଲା । ଆଜି ବିଦାୟର ଦିନ, ଗୋଟିଏ କ୍ୟାବରେ ଷ୍ଚେସନ୍ ବାହାରିଲେ , ଟ୍ରେନରେ ବି ଚଢ଼ିଲେ । ଟିଟି ସହ କଥା ହୋଇ ରୂପାର ପାଖ ସିଟରେ ବସିଥିବା ଜଣେ ଯାତ୍ରୀଙ୍କ ସହ ସିଟ୍ ଏକ୍ସଚେଞ୍ଜ କଲା ପ୍ରେମ । ବେଙ୍ଗାଲୁରୁରୁ ଭୁବନେଶ୍ୱର ଯାଏ ଦୁହେଁ ଏକାଠା ଯାତ୍ରା କଲେ । ଷ୍ଟେସନ୍ ଛାଡ଼ିବାର ତିନି ଘଣ୍ଟା ହୋଇଗଲାଣି ତଥାପି ଉଭୟେ ନିରବ, ଅଜଣା, ଅଚିହ୍ନା ଭଳି ବିହେବ୍ କରୁଥାନ୍ତି । ରୂପା ଇରିଟେଡ୍ ହୋଇ ପଚାରିଲା ବାସ୍ , ଏତିକିରେ ତମ ପ୍ରେମ ସରିଗଲା, ତମ ହୃଦୟରେ ହିଁ ମୁଁ ମରିଗଲି । ବାସ୍ ଏତିକି କହୁ କହୁ ବ୍ୟାକ୍ ପେକ୍ ରୁ ଏକ ଗିଫ୍ଟ ପକେଟ୍ ବାହାର କରି ରୂପା ହାତରେ ବଢ଼ାଇ ଦେଇ କହିଲା ୟାକୁ ଦେଖିଲ, ରୂପା ଜାଣିଥିଲା ସେଥିରେ କଣ ଥିଲା । ତା ପସନ୍ଦର ଏକ ଡିଜାଇନ ରୂପାର ପାଉଁଜି । ପ୍ରେମ ତା ପାଇଁ ଏହି ପାଉଁଜି ଅର୍ଡର କରିଥିବା କଥା ଆଗରୁ ଜାଣିଥିଲା , ତେଣୁ ଅଧିକ ଖୁସି ହେବାର କୌଣସି କାରଣ ନଥିଲା । ତଥାପି ସମସ୍ତଙ୍କ ସାମ୍ନାରେ ଥାଙ୍କ ୟୁ କହି ହଗ୍ କଲା ରୂପା ।

ଟ୍ରେନ୍ ଆଗକୁ ଆଗକୁ ବଢ଼ୁଥାଏ , ରୂପା ଠାରୁ ପ୍ରେମ ଆଉ ପ୍ରେମ ଠାରୁ ରୂପା ସବୁ ଦିନ ପାଇଁ ଅଲଗା ହେବାର ଅବଧି ମଧ୍ୟ କମି କମି ଆସୁଥିଲା । ନିର୍ଦ୍ଧାରିତ ସମୟରେ ଟ୍ରେନ୍ ନିଜ ଗନ୍ତବ୍ୟ ସ୍ଥଳ ଆଡକୁ ଆଗେଇ ଚାଲିଥିଲା । ଆଉ ପାଞ୍ଚ ମିନିଟ ପରେ ଟ୍ରେନ୍ ଲାଗିବ ବ୍ରହ୍ମପୁର, ଏଇଠି ଓଲ୍ହାଇବ ରୂପା । ଆଗକୁ ଚାଲିଯିବ ପ୍ରେମ । ଦୁହେଁ ଅସ୍ଥିର ଅଥୟ । ଜୀବନରେ ଆଉ କେବେ ଦେଖା ହେବନି , ଏକଥା ଜାଣି ବି ରୂପା ପ୍ରେମକୁ ଛାଡ଼ିବାକୁ ଏତେ ବାଟ ଟ୍ରେନ୍ ଯାତ୍ରା କରି ଆସିଛି । ପ୍ରେମ କିନ୍ତୁ ନିଜ କୋହକୁ ସମ୍ଭାଳି ନ ପାରି କଇଁ କଇଁ କାନ୍ଦିବାକୁ ଲାଗିଲା , ସେତେବେଳକୁ ପ୍ରାୟ ସେ ବଗିରେ କେହି ନଥାନ୍ତି । ପ୍ରେମକୁ ଟାଇଟ ହଗ୍ କରି ରୂପା କହିଲା (ତମଠୁ ଏହା ଆଶା ନଥିଲା ତୁମେ କାନ୍ଦିଲନି ଯେ, ମୋ ସବୁ ପ୍ରେମକୁ ଏଇଠି କବର ଦେଇଦେଲ । ମୋ ସବୁ ସ୍ମୃତିକୁ ତମେ ଜିଅନ୍ତି ମାରିଦେଲ । ଓକେ ଭଲରେ ପହଞ୍ଚିବ ପୁଣି ଫେରିଲେ ଦେଖାହେବ) ଅଧାବାଟରେ ଓଲ୍ଗାଇଗଲା ରୂପା, ଦୁଃଖ ଥିଲା ଯେ, ଅଧାବାଟରେ ସେ ନୁହେଁ ପ୍ରେମ ତାକୁ ଜୀବନର ଅଧାବାଟରେ ଏକାକି କରି ଚାଲିଯାଇଛି । ଆଉ ଗଲା ବେଳେ ଶେଷ ସନ୍ତକ ଭାବେ ଦେଇ ଯାଇଛି ଗୋଟିଏ ରୂପାର ପାଉଁଜୀ । ରୂପା ତାକୁ ସାଇତି ରଖିଛି , ପ୍ରେମର ସେଇ ରୂପା ପାଉଁଜୀକୁ । ଗଲା ବେଳେ ପ୍ରେମ କହିଛି, ତୁମ ବାହାଘର ଦିନ ବେଦୀ ଉପରେ ଯେମିତି ୟାକୁ ସେ ପିନ୍ଧିବ । ବାସ୍ ଏତିକି ......


ବାହାରୁ ଜୋରରେ କେହି ଜଣେ ପାଟି କରି ରୁମକୁ ଆସିଲା, ରୂପା ଦିଦି ତମ ବର ଆସିଲେଣି । କି ସୁନ୍ଦର ମ ତମ ବର ।...ଆସ ଆସ ଛାତକୁ ଆସ..ମୁଁ ଯାଉଛି । ରୂପା ଇତସ୍ତତ ହୋଇ କଣ ଗୋଟେ ଖୋଜିବାକୁ ଲାଗିଲା । ପୁରୁଣା ବ୍ୟାଗରୁ ପ୍ରେମର ପାଉଁଜୀ ଶେଷରେ ଖୋଜି ପାଇଲା ରୂପା । ପାଞ୍ଚ ବର୍ଷ ତଳର ଗିଫ୍ଟକୁ ଦେଖି କାନ୍ଦ କାନ୍ଦ ହୋଇ ତାକୁ ଧରି ଚୁମିବାକୁ ଲାଗିଲା । ବାହୁନି ବାହୁନି କାନ୍ଦି ରୂପା କହିଲା ‘ତମେ ଯେଉଁଠି ଥାଅ, ଯେମିତି ଥାଅ ମୁଁ ତମର ଆଉ ତୁମେ ମୋର ନ ହେଲେବି ଏ ରୂପାର ପାଉଁଜି ଆମର ହୋଇ ରହିବ । ଆମ ପ୍ରେମକୁ ଅମର ରଖିବ ଏ ପାଉଁଜୀ । ମିସ୍ ୟୁ ବତମିଜ୍ ....



Rate this content
Log in

Similar oriya story from Romance