Ramakrushna Dakua

Inspirational

2  

Ramakrushna Dakua

Inspirational

କିଏ ସେ ପରଫେକ୍ଟ ?

କିଏ ସେ ପରଫେକ୍ଟ ?

1 min
512


ତୁମେ ଚୁପ୍ ରୁହ ସବୁ ଇସ୍ୟୁ ତୁମ ପାଇଁ ! ନୁହେନ୍ତ ଆଉ କଣ ? କେବେ ନିଜ ସେଫ୍ ଜୋନରୁ ବାହାରି ମୋ କଥା ଚିନ୍ତା କରିଛ ? ଖାଲି କଥାରେ କଣ ନା ..... ଲଭ୍ ୟୁ ବେବି, ମିସ୍ ୟୁ ସୋନା କହିଦେଲେ ପ୍ରେମ ଗଭିର ହୋଇ ଯାଏନା !


ପ୍ରେମକୁ ପବିତ୍ର ଓ ଅମର କରିବାକୁ ହେଲେ ସମାଜରେ ମୋ ନା କୁ ତମ ନାଁ ସହ ଯୋଡ଼ା ହୋଇ କଥା ହେବା ବେଳେ ତାକୁ ଗ୍ରହଣ କରିବାର ସାମର୍ଥ୍ୟ ଥିବାର ବି ଆବଶ୍ୟକତା ରହିଛି । ସେ ସାହସ ଦୁନିଆ ପାଇଁ ନୁହଁ , ଯେହେତୁ ମୋ ଅତିତ ଜାଣି ମୋ ଭବିଷ୍ୟତର ସାଥି ହେବାକୁ କଥା ଦେଇଛ ତେଣୁ ତାକୁ ବାସ୍ତବରେ ପରିଣତ କରିବାକୁ ଚେଷ୍ଟାକର । କନକଲତାର ଏ କଥାଶୁଣି ଚୁପ୍ ଥିଲା ଖାରବେଳ । ହୁଁ .. କହି ନିରବ ରହିଥିଲା । ପ୍ରେମ କରିଛି ସତ ବାସ୍ତବତାକୁ ଗ୍ରହଣ ବି କରିଛି ସତ । କିନ୍ତୁ କାହିଁକି କେଜାଣୀ ବାସ୍ତବତାକୁ ଗ୍ରହଣ କଲା ବେଳକୁ କଥା ଛଳରେ ମନକୁ ମାରି ଗୋଟିଏ କୋଣରେ ବସି କେତେ କଥା ଭାବେ ଖାରବେଳ । ଖାରବେଳ ସବୁବେଳେ ନିଜ ସେଫ୍ ଜୋନକୁ ନେଇ ବଞ୍ଚି ଆସିଛି । ପ୍ରେମିକାଠୁ ଅଧିକ ସେ ନିଜ ସମୟକୁ ଭଲ ପାଇ ବସିିଛି । ବାସ୍ତବତା, କଠୋରତା ଏମିତି ଅନେକ କଥା ତଥାପି ଖାରବେଳ ଭାବିଛି ସେ କନକଲତା ପାଇଁ ସବୁ କିଛି ସାକ୍ରିଫାଇଜ କରିବାକୁ ପ୍ରସ୍ତୁତ । ତଥାପି ଉଭୟ କନକଲତା ଓ ଖାରବେଳ ଆଜି ଗୋଟିଏ କଥାକୁ ଗ୍ରହଣ କରିଛନ୍ତି ଯାହା ବି ହେଉନା କାହିଁକି ସେମାନେ ସତକୁ ଗ୍ରହଣ କରିଛନ୍ତି । ଆଉ ସତକୁ ମାନି ନେଇଛନ୍ତି ବୋଲି ଆଜି ସେମାନେ ଖୁସିରେ ।



Rate this content
Log in

Similar oriya story from Inspirational