Ramakrushna Dakua

Others

3  

Ramakrushna Dakua

Others

ସୁରତ-ସମ୍ଭାବନାର ସହରଠୁ ରାଜନେତାଙ୍କ ପ୍ରୟୋଗଶାଳା ଯାଏ..ପାର୍ଟ-01

ସୁରତ-ସମ୍ଭାବନାର ସହରଠୁ ରାଜନେତାଙ୍କ ପ୍ରୟୋଗଶାଳା ଯାଏ..ପାର୍ଟ-01

2 mins
228


ପେଟର ଭୋକ ମେଣ୍ଟାଇବାକୁ ହେଉ କିମ୍ବା ବାପ ଜେଜେ ଅମଳର ଧାର କରଜ ଋଣରୁ ମୁକ୍ତି । କିଏ ପୁଣି ରୋଜଗାର ଆଶାରେ ତ କିଏ ପାଠ, ଶାଠ ନ ହେବାରୁ ଘରୁ ଚାଲି ଆସିଯାଇଛନ୍ତି ଏଠାକୁ । ମାଇଲ ମାଇଲ ବାଟ ଟ୍ରେନ୍ ଯାତ୍ରା କରି ଏଠାରେ ପହଞ୍ଚିବାକୁ ପଡ଼େ । ଜନ୍ମଭୂମିର ମୋହ ତୁଟାଇ ପ୍ରବାସୀ ପାଲଟି ଆଦରି ନେବାକୁ ପଡ଼େ ଏହି କର୍ମଭୂମିକୁ । ଥରେ ଦାଦନ, ଶ୍ରମିକ, ସୁପରଭାଇଜର ହୋଇ କର୍ମମୟ ଜୀବନ ଆରମ୍ଭ ହେଲା ମାନେ କେବେ ଘରେ ପାଦ ପଡ଼ିବ କହିବା ମୁସ୍କିଲ । ତଥାପି ସମସ୍ତଙ୍କ ମୁହଁରେ ହସ ଦେଇ ଆଦରି ନେଇଛି ଏହି ସହର । ଯାହାର ନାଁ ସୁରତ, ଜେଜେ ଜେଜେମାଙ୍କ ଭାଷାରେ ବିଦେଶ । ପିଲାଟି ଦିନୁ ଆମେ ସମସ୍ତେ ଏହି ସୁରତ ସହ ପରିଚିତ । 


କାହିଁକି କେଜାଣି ଏହି ସୁରତ ନାଁ ଶୁଣିଲାମାନେ ଅନେକଙ୍କୁ ଡର ଲାଗେ, ଭୟ ମାଡ଼ି ଗୋଡାଏ । ନବମ ଶ୍ରେଣୀର ଛାତ୍ରକୁ ଦଶମରେ ଫେଲ୍ ହେଲେ ଘର ଲୋକ ସୁରତ ପଠେଇ ଦେବାର ଭୟ ହେଉ କିମ୍ବା ଅର୍ଥାଭାବରୁ ବାଧ୍ୟ ହୋଇ ଦାଦା-ଭାଇଙ୍କ ସହ ସୁରତ ଚାଲିଯିବାର ଦୁଃଖ । ସମୟ ବିତିଛି, ସୁରତକୁ ଓଡ଼ିଆ ଦାଦନଙ୍କ ସଂଖ୍ଯା ହ୍ରାସ ହେବା ପରିବର୍ତ୍ତେ ବଢିଛି । ଅବଶ୍ଯ ସୁରତ ଭଳି ଅନ୍ଯ ସହରକୁ ରୋଜଗାର ଆଶାରେ ଓଡ଼ିଆଙ୍କ ପଳାୟନ ବି ଚିନ୍ତାର ବିଷୟ । ଶିକ୍ଷିତମାନେ ଭଲ ଦରମାରେ ସହରକୁ ବାଛୁଥିବା ବେଳେ ଅଧାରୁ ପାଠ ଛାଡ଼ିଥିବା ଯୁବକ ଯୁବତୀ ସ୍ବାବଲମ୍ବୀ ହେବାକୁ ଅନବରତ ଏବେ ବି ସଂଘର୍ସ ଜାରି ରଖିଛନ୍ତି । 


ମୋତେ କିନ୍ତୁ ସୁରତ ନାଁ ଶୁଣିଲେ କାଲି ଯେମିତି ଡର ମାଡୁଥିଲା ଆଜି ବି ସେମିତି କରୋନା ଭୂତାଣୁର ଡର ଭଳି ଭୟ ଲାଗେ । ଅବଶ୍ଯ ଏବେ ଜାଣୁଛି କୋଟି ଓଡ଼ିଆଙ୍କ ସମ୍ଭାବନାର ସହର ସୁରତ ଅନେକ ରାଜନେତାଙ୍କ ପ୍ରୟୋଗଶାଳା ପାଲଟିଛି । ଭଲ କଥା ଓଡ଼ିଆଙ୍କ ବିକାଶ ହେବା କଥା । ସୁରତ, ପ୍ରବାସୀମାନଙ୍କ ପାଇଁ ଇଏ ତ ଘରଠୁ ଦୁର ଆଉ ଏକ ଘର । ଓଡ଼ିଶା ଜନ୍ମଭୂମି ହେଲେ ସୁରତ ପାଲଟିଛି କର୍ମଭୂମି । ପିଲା, ବୁଢ଼ା, ଭେଣ୍ଡିଆ ସମସ୍ତଙ୍କୁ ଆପଣାର କରିଛି ସୁରତ । କେବେ କାହାକୁ ଖାଲି ହାତରେ ଫେରାଇ ଦେଇନି । 


ଯିଏ ସୁରତକୁ ଆପଣାଇଛି ସୁରତ ତାକୁ ସବୁ କିଛି ଦେଇଛି । ଆଉ ଯାହା ନାହିଁ ତାକୁ ଓଡ଼ିଶାର ନେତା, ମନ୍ତ୍ରୀ, ସମାଜସେବୀ ଆଖ୍ଯା ଧାରି ମଦ ବେପାରୀ, ଗାଁ ଟାଉଟର, ମିଲ୍ ମାଲିକ, କଣ୍ଟ୍ରାକଟର, ଅମୁକର ପାଖ ଲୋକ, ସମୁକର ଅମୁକ ହାତ ସେମାନଙ୍କ ପାଇଁ କିଛି କରି ଦେଖାଇବାର ସୁଯୋଗକୁ ହାତଛଡ଼ା ନ କରିବା ଭଲ । ଶେଷରେ ଅନ୍ତ ଭଲ ତ ସବୁ ଭଲ । ଏହି ନ୍ଯାୟରେ ଯଦି ପ୍ରବାସୀଙ୍କ ମୁହଁରେ ହସ ଆସେ ତେବେ ଏହାର ଶ୍ରେୟ ବି ସରକାରଙ୍କ ପାଖକୁ ଯାଉ, ଆମ ଲୋକ ଭଲରେ ରୁହନ୍ତୁ ।..



రచనకు రేటింగ్ ఇవ్వండి
లాగిన్