Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ramakrushna Dakua

Others

3.3  

Ramakrushna Dakua

Others

ମାଡାମଙ୍କ ୱିସ୍ ଲିଷ୍ଟ

ମାଡାମଙ୍କ ୱିସ୍ ଲିଷ୍ଟ

5 mins
626



ପ୍ରଥମ ଦୃଶ୍ୟ

ସ୍ତ୍ରୀ: ଏଥର ମୋ ପାଳି, ମୁଁ କୁନି ପିଲାଟେ ଭଳି ବ୍ୟବହାର କରିବି ଆଉ ତୁମେ ତାକୁ ସହିବ ।

ସ୍ବାମୀ: ଓକେ, ଆଉ କ'ଣ ?

ସ୍ତ୍ରୀ: ରୁହ କହୁଛି, କାଲିଠୁ ମୁଁ ଲେଟରେ ଉଠିବି, ତୁମେ ବଡ଼ିଆ ସେ ବେଡ୍ ଟି ପ୍ରିପେର କରି ମୋତେ ଆଣିଦେବ । ଦେବ ନା?

ସ୍ବାମୀ: ଆଗକୁ...

ସ୍ତ୍ରୀ: ଓକେ ଦେନ୍ , ଶୁଣ ଆହୁରି ଅଛି... ପ୍ଲିଜ୍ ତୁମେ ମୋତେ ଜମାରୁ କାମ ପାଇଁ ଇରିଟେଡ୍ କରିବନି !

ସ୍ବାମୀ: ଆଚ୍ଛା, ମୁଁ ତୁମକୁ ବେଡ୍ ଟି ଆଣିଦେବି । ତୁମକୁ ଉଠାଇ ଦେବି ଆଉ ତୁମ କାନ ତଳକୁ ଗାଡ ଚୁମ୍ବନ ଦେବି ଏୟା ତ !

ସ୍ତ୍ରୀ: ଧେତ୍ ! ତମର ଆଉ କିଛି ଚିନ୍ତା ନାହିଁ ଦୁଷ୍ଟ କୋଉଠିକାର! ଛାଡ ମୁଁ ଯାଏ ତେଣେ ତମ ଅଫିସ ଟାଇମ ହେଲାଣି । ତୁମ ଟିଫିନ ରେଡି କରେ । ନହେଲେ କହିବ କ'ଣ ନା ସ୍ତ୍ରୀ'ଟା ଘରେ ଥାଉ ଥାଉ ବାହାରେ ଟିଫିନ କରିବାକୁ ପଡ଼ୁଛି ।


ଦ୍ବିତୀୟ ଦୃଶ୍ୟ

ସ୍ତ୍ରୀ: ଘରର ସବୁ କାମ ମୋତେ ହିଁ କରିବାକୁ ପଡ଼ୁଛି । ବାବୁ ଆମର ଖାଲି ବଡ଼ ବଡ଼ କଥା କହିବେ । ଫୁଲେଇ ଫୁସେଇ ମୋତେ ଗାଁରୁ ଭୁବନେଶ୍ବର ନେଇ ଆସିଲେ ! କହିଲେ କଣ ନା .. ତୁମକୁ ନନ୍ଦନକାନନ ଡେଲି ବୁଲେଇ ନେବି । ଗୋଟେ ଦିନ କେବଳ ବାଘ ଭାଲୁ ଦେଖିବା, ଆର ଦିନ କେବଳ କୁମ୍ଭୀର, ସାପ, ବେଙ୍ଗ କଇଁଚ ସହ ଫୋଟ ନେବା । ସପ୍ତାହକୁ ପାଳି ପାଳି କରି ନନ୍ଦନ କାନନ ବୁଲିବା । ମୁଁ ପଚାରିଲି ନନ୍ଦନକାନନ କ'ଣ ତୁମ ବାରିପଟେ ଯେ,ମୋତେ ଖାଲି ସେ ଜଙ୍ଗଲ ଯନ୍ତାକୁ ନେବ ? ମୋ ଫଟା କପାଳ ସତକୁ ସତ ଘରଠୁ ବେଶି ଦୂର ନୁହଁ ନନ୍ଦନ କାନନ । ନା..ନା ମାନେ ନା । ମୋତେ ସବୁ ବୁଲିବାର ଅଛି ଯଦି ୟେ, ନ ନିଅନ୍ତି ମୁ ନିଜେ ନିଜେ ବୁଲିବି । ଆଜି ସେ ଆସନ୍ତୁ, ତାଙ୍କର ଦିନେକୁ ମୋର ଦିନେ ଯଦିି ନ କରାଇଛି ତାହେଲେ ମତେ ଚିହ୍ନିବେ....ହାରେ ମୁ କ'ଣ ଚାଲାକ ନୁହଁ ବୋଲି ଭାବିଛନ୍ତି?


(ଘରର କଲିଂ ବେଲ୍ ବାଜି ଉଠିଲା)

ସ୍ବାମୀ : କ'ଣ ମାଡାମ୍ କୋଉ ଭାବନା ରାଇଜରେ ବୁଲୁଥିଲେ କି ? ଡୋର ଖୋଲିବାରେ ଏତେ ଲେଟ୍.. ହାଁ! ମୋ ବାବୁ ମୋ ଗେଲୁ ମୋ ସୁନାଟା ସତ ସତ କହିଦିଅ କନ କରୁଥିଲ ! ସତ କହଲେ ଆଜି ନାଟକ ଦେଖିଯିବା ।

ସ୍ତ୍ରୀ: ରଖ ହୋ ତମ ନାଟକ ତମ ପାଖରେ । ଘରେ ତ ଯାହା ନାଟ ଲଗାଉଛ ତାହା ପୁଣି କୋଉ କମ୍ କି ! କେତେ ଥର କହିଛି ମୋତେ ଆଇନକ୍ସ ନିଅ ବାବୁସାନ ଫିଲ୍ମ ଦେଖାଅ । ହେଲେ ତେମେ ଆପଣ କୋଉଠିକି ନେଇକି ଯାଅ ? ଏଇ ତମେ କହୁଥିବା ତମର ଆଉ ଗୋଟେ ଘର, ମୋ ସଉତୁଣୀର ଘର ରବୀନ୍ଦ୍ର ମଣ୍ଡପ । ଏଠି କାମ କରୁଛ ବୋଲି ମାଗଣାରେ ଯାହା ନାଟକ ଦେଖେଇ ନେଉଛ କେବେ କୋଉ ରେଷ୍ଟୁରାଣ୍ଟ ନେଇଛ ? କହିଲେ କହିବ କ'ଣ ନା ଧନଲୋ ଘରଠୁ ସହର ଅନେକ ଦୂର । ଯୁକ୍ତି କଲେ କହିବ ବାପ ଜେଜେ ଅମଳର ଘରଟା । ସହର ତଳିଆ ବୋଲି ସବୁବେଳେ ଖୁଣ୍ଟା ମାରୁଛ? କୋଉ ନାଟ୍ୟକାରଙ୍କ ହେଲପର ହେଇଛ ହୋ ତୁମେ ବି ତାଙ୍କ ଭଳିଆ ହେଇ ଗଲଣି । ସତେ ଯେମିତି ନିଜେ ନାଟକ ଲେଖୁଛ !

ସ୍ବାମୀ: ହଉ ସରିଲା ! ଏବେ ଯାଅ ଏ ବ୍ୟାଗଟା ନିଅ । ତମ ପାଇଁ ସରପ୍ରାଇଜ ଅଛି।

ସ୍ତ୍ରୀ: ସତ କହୁଛ ! କଣ ଅଛି ? ଖୋଲିବି ?

ସ୍ବାମୀ: ଏ ସବୁ ତୁମର, ତୁମ ପାଇଁ ହିଁ ଆସିଛି । ଯାଅ ସଜ ହୁଅ ଆଜି ତୁମକୁ ଗୋଟେ ଖାସ୍ ଯାଗାକୁ ନେବି । ତୁମକୁ ଭଲ ଲାଗିବ ।

ସ୍ତ୍ରୀ: ସତ! ଆଜି ଯହି ଫୁଲେଇ ଫୁସଲେଇ ନାଟକ ଦେଖାଇବାକୁ ରବୀନ୍ଦ୍ର ମଣ୍ଡପ ନେବ ତେଣେ ମୋତେ ଦେଖିବ ।

ସ୍ବାମୀ: ହଉଲୋ ମୋ ଗେଲୁ ଯା, ଏବେ ବ୍ୟାଗରେ ଥିବା ତମ ୱିସ୍ ଲିଷ୍ଟ ମୁତାବକ ଚାଇନା କାନଫୁଲ, ପ୍ୟାରିସ ମେହେନ୍ଦି, ନ୍ୟୁୟର୍କ କାଜଲ, ଜାପାନ ହ୍ୟାଣ୍ଡବେଗ,ଇରାନ ଅତର । ଆଉ କ'ଣ କହିଥିଲ ହଁ ଲାକମିର ମେକଅପ୍ କିଟ୍ ବି ଅଛି । ହଁ ସବା ତଳେ ହାଇଦ୍ରାବାଦୀ ଲେହେଙ୍ଗା । ତୁମେ ଲେହେଙ୍ଗାକୁ ଖୁବ୍ ମିସ୍ କରୁଛ ମୁଁ ଜାଣେ । ବ୍ଲାକ ରେଡ୍ କଲରର ଶାଡୀ ବି ଅଛି ବେକ୍ ଲେସ ବ୍ଲାଉଜ ବି । ଦେଖ ତୁମର ଶାଡୀ କି ଲେହେଙ୍ଗା ପସନ୍ଦ । ମୁଁ ତ କହିବି ଆଜି ତମେ ଖାଣ୍ଟି ଓଡ଼ିଆଣୀ ହୋଇ ମୋ ନାଟକ ଦେଖିବାକୁ ଯାଅ ।

ସ୍ତ୍ରୀ: କ'ଣ ? ତୁମ ନାଟକ! ୟା ଭିତରେ ତୁମେ ନାଟୁଆ ହୋଇଗଲଣି ! ବୋଉଲୋ ଉଜୁଡ଼ି ଗଲା ମୋ ସଂସାର । କ'ଣ କରିବି ଏବେ ?ଏ ଲୋକଟାକୁ ବାହା ହେଇ ମୋ ସ୍ବପ୍ନ ସବୁ ଅନ୍ଧାର ହେଇଗଲା । ଏବେ ଏ ଲୋକଟା ଖାଲି ରାତିରେ ଚମକିବ ଦିନରେ ମୋ ଉପରେ ଦାଉ ସାଧିବ । ନା କିଛି କରିବ ନ କରେଇ ଦେବାକୁ ଦେବ । ଖାଲି କହିବ ମୋ ଗୋଡ଼ ଚିପ, ମୋତେ ପଇଡ ପାଣି ଦିଇ । ଗରମ ନୁହେଁ ଭାତ ପଖାଳ କରି ଦିଅ । ମୁଁ ମଲିଲୋ ମୋ ମାଆ ।ତୁ ସରଗରେ ଥାଇ ଦେଖୁଥା ! ତୋ ଜୋଇଁ ପୁଅ ଏବେ ନାଟ ମହଲର ମେନେଜରରୁ ନାଟକାର ହେଲାଣି । କାହାକୁ କହିବି ଦୁଃଖଲୋ ।

ସ୍ବାମୀ: ଚୁପ୍ ! ପୁରା ଚୁପ୍ । ବେଶି କହୁଛ । ରଖହୋ ତମ ୱିସ୍ କିଟ୍ । ନାଟକୁ ତମର ପାଉଡର ବେଶି । ଲୋଡା ନାହିଁ ତମକୁ ନେଇ କୋଉ ରେଷ୍ଟୁରାଣ୍ଟ ନେଇଯିବା କି ମନ୍ଦିର । ମୁ ଯାଏ ମୋ କାମରେ । ଏବେ ଜେଏଲଟି, ମାନେ "ଯା ଲେଖା ତାର" ।

ସ୍ତ୍ରୀ: ମୋ ବାବୁ ରାଗିଲା କି? ମୁ ଥଟ୍ଟା କରୁଥିଲି ଲୋ । ଆକ୍ଟିଂ କରୁଥିଲି । ମୋ ସୁନାଟା ପରା ରାଗନା ପ୍ଲିଜ୍ । ଏଇନା ଗଲି ଆଉ ଆସିଲି । ତମେ ଯୋଉଠିକି ନେବେ ସେଠିକି ଯିବି । ମୋର କିଛି ଦରକାର ନାହିଁ ତୁମେ କେବଳ ତୁମେ ମୋ ସାଥିରେ ମୋ ପାଖରେ ରୁହ । ମୋ ଆଖି ସାମ୍ନାରେ ରୁହ । ତୁମେ ଯାହା କରୁଛ କର ମୋର କିଛି ଆପତ୍ତି ନାହିଁ ବାସ୍ ଏମିତି ଭଲ ପାଉଥାଅ । ମୁଁ ୱିସ୍ କରୁଛି କି ସାତ ଜନ୍ମ ପାଇଁ ତୁମେ ହିଁ ମୋ ସ୍ବାମୀ ହୁଅ ବାସ୍ ।

ସ୍ବାମୀ: ଉଉଉମା....ହଉ ଏ ଗୋଟେରେ ହେବ ନା ଆଉ ଦେବି?

ସ୍ତ୍ରୀ: ଆର ଗାଲରେ କିଏ ପଡ଼ିଶା ଲୋକ ଆସି ଦେବକି ? ଦିଅ ଜଲଦି ମୁଁ ଆଖି ବନ୍ଦ କରିଛି । ....ଥାଙ୍କ ୟୁ । ମୁଁ ଏଇନା ଗଲି ଆଉ ଆସିଲି ଲୋ ବେବି । ଦଖିବ ଆଜି ଏମିତି ସଜ ହେବି ଯେ, ତମ ଆଖି ଟେରା ହୋଇଯିବ । 


(ଘର କବାଟ ପଡୁ ପଡୁ କରତାଳିରେ ଫାଟି ପଡ଼ିଲା ରଙ୍ଗମଞ୍ଚ । ରବୀନ୍ଦ୍ର ମଣ୍ଡପ ସାରା ଗୋଟିଏ ଚର୍ଚ୍ଚା । ଏ ନାଟକ ହିଁ ବେଷ୍ଟ ପ୍ଳେ'ର ପୁରସ୍କାର ପାଇବ । ଦର୍ଶକଙ୍କ ଚର୍ଚ୍ଚା ମଧ୍ୟରେ ଉଦଘୋଷିକା ଆସି ମଞ୍ଚ ଉପରକୁ ନାଟକର କଳାକାର, ନିର୍ଦ୍ଦେଶକଙ୍କୁ ଆମନ୍ତ୍ରଣ କଲେ । ଲେଖକ ବି ମଞ୍ଚ ଉପରେ ଛିଡ଼ା ହୋଇଥିଲେ । ଆଉ ଭିଆଇପି ସିଟ ରେ ନାଟକ ଦେଖୁଥିବା ଲେଖକଙ୍କ ସ୍ତ୍ରୀ ନା କାନ୍ଦିପାରୁଛନ୍ତି ନା ହସିପାରୁଛନ୍ତି । ଲେଖକ ମଞ୍ଚ ଉପରେ ରହି ନିଜ ସଫଳତାର ଶ୍ରେୟ ନିଜ ସ୍ତ୍ରୀକୁ ଦେଲେ । ଖୁସିରେ ଆତ୍ମହରା ହୋଇଗଲେ ମଞ୍ଚ ତଳେ ବସିଥିବା ଲେଖକଙ୍କ ସ୍ତ୍ରୀ । ଲେଖକ ଆଗକୁ ଯାଇ କୁହନ୍ତି ସ୍ତ୍ରୀ ରୂପରେ ଏମିତି ଜଣେ ନାରୀକୁ ପାଇ ସେ ଧନ୍ୟ । ଆଉ ଏହା ବି କୁହନ୍ତି ଯେ, ଆଜି ମୁ ଯାହା ..ତା ପଛରେ କେବଳ ଏଇ ନାରୀର ହାତ ରହିଛି । କାନ୍ଦି ଉଠିଲେ ମହିଳା ଜଣକ । ନିଜ ଲେଖକ ସ୍ବାମୀ ମୁହଁରୁ ଏତେ ପ୍ରଶଂସା କେବେ ଶୁଣି ନଥିଲେ । ପାଖରେ ବସିଥିବା ଅନ୍ୟ ଜଣେ ମହିଳାକୁ କହିଲେ । ଏହା କୌଣସି ନାଟକର କାହାଣୀ ନୁହଁ । ଏ ହେଉଛି ଆମ ଘରର ନିତିଦିନିଆ ଘଟଣା । ଦେଖୁନାହାନ୍ତି ଏ ଲୋକଟା ନିଜ ଘରକୁ ବି ଛାଡ଼ିଲେନି ! "ସତରେ ତୁମେ ତ ନାଟୁଆଟେ" ହିଁ କହି ସ୍ବାମୀଙ୍କୁ ଫ୍ଲାଇଁ କିସ୍ ଦେବାରେ କୁଣ୍ଠାବୋଧ କଲେନି ।ସେତେବେଳେ କରତାଳିରେ ଗୁଞ୍ଜରିତ ହେଉଥାଏ ରବୀନ୍ଦ୍ର ମଣ୍ଡପ )


Rate this content
Log in