STORYMIRROR

Ramakrushna Dakua

Romance

3  

Ramakrushna Dakua

Romance

ସଂଗ୍ରାମ ପରୀ କା ପ୍ୟାର

ସଂଗ୍ରାମ ପରୀ କା ପ୍ୟାର

2 mins
181

ସୁଇଜରଲାଣ୍ଡରୁ ଆଜି ଇଭିନିଂରେ ହିଁ ଫେରିଛି । ଘରକୁ ଆସୁ ଆସୁ କଣ ଦରକାର ଥିଲା ସାଙ୍ଗେ ସାଙ୍ଗେ ବଜାର ବୁଲିଯିବା । ବଦମାସ କୋଉଠି କାର ...କିଛି ଟାଇମ କଣ ପରୀ ପାଇଁ ବାହାର କରିଥିଲେ ହେଇ ନଥାନ୍ତା ? ପ୍ଯାଚ ଅପର ନା ଗନ୍ଧ ନାହିଁ, ବାବୁ ଚାଲିଲେ ବଜାର ବୁଲି । ଠିକ ଅଛି। ସାତ ବର୍ଷ ହେଲାଣି ଯେମିତି ପରୀ ସାଥୀ ବିନା ଝୁରି ଝୁରି ଝଡ଼ିଛି ତାଙ୍କୁ ବି ତ ସେମିତି ଫିଲ୍ ହେବା ଦରକାର ନା.. । ସେ ବି ଜାଣିବା ଦରକାର ତାଙ୍କ ବିନା ଆଉ କାହାର କାହାଣୀ ଅଧା । ମୁଁ ରାଧା କି ମୀରା ନୁହେଁ ଯେ, ସବୁ ସହି ମହାନ ହେବି । ଆଜି ଆସନ୍ତୁ (ରାଗିକି)..ସବୁ ହିସାବ କିତାବ ହେବ..!


ମୁଁ ଜାଣେ ତମେ ଗୋଟେ ପରଦେଶୀ ଚଢ଼େଇ । ମୋତେ ଆଘାତ ଦେଇ, ମୋ ପ୍ରେମକୁ ଡେଣା ସଜେଇ ଉଡିଯିବ ଯଦି, ଯାଅ । ଯାଅ ଯେ, ହେଲେ ମନେରଖିବ ସକାଳୁ ଯାଇ ଯେମିତି ସଂଧ୍ୟାରେ ଫେରିଆସିବ । ଆଉ କୋଉଠି ଅଟକି ଯେମିତି ନ ଯିବ। ତମେ ଯେଉଁଠି ଥାଅ, ଯେମିତି ଥାଅ ମୋ ମନର କୁନି କବିତା ଟିଏ ହୋଇ ମୋ ଓଠର ହସରେ ଏମିତି ଝରୁଥାଅ । ମୁଁ ଜାଣେ ତମେ ଆଜି ବି ମାନ ଯେ, ତୁମେ ଫେରିଲେ କେବଳ ମୋର ଆଉ ମୋର....।

କୃଷ୍ଣପକ୍ଷର ଶୀତୁଆ ସନ୍ଧ୍ୟା, ଛାତ ଉପରେ ଛିଡ଼ା ହୋଇ ପରୀ ଏମିତି କେତେ କଣ ଭାବି ଚାଲିଛି । ସାତବର୍ଷ ଭିତରେ ସଂଗ୍ରାମ କଣ ତାକୁ ଅପେକ୍ଷା କରିଥିବେ। ନାଁ ଆଉ କାହାର ହାତ ଧରି ମୋ ଠାରୁ .....ନା ନା...ଏମିତି କେବେ ହେଇ ନଥିବ। ମୋ ମନ କେବେ ମୋତେ ଧୋକା ଦେବନି। ମନର ଚଂଚଳତା ସହ ପରୀର ହୃଦସ୍ପନ୍ଦନ ବି ବଢିବାରେ ଲାଗିଲା। ହଠାତ୍ କାହାର ଉଷ୍ମ ଛୁଆଁରେ ପରୀ ଚମକି ପଡିଲା। ବୁଲି ଦେଖିଲା ବେଳକୁ ସାମ୍ନାରେ ସଂଗ୍ରାମ। ୭ ବର୍ଷ ପୂର୍ବରୁ ଯାହା ଏବେବି ସେୟା...ଟଲ୍, ଫେୟାର ଆଉ ହ୍ଯାଣ୍ଟସମ୍। ଆଜି ବି ଅନେକ ଝିଅଙ୍କୁ ଆରାମରେ ନିଜର କରିପାରିବେ। ହଠାତ୍ କିଛି ରିଆ କରିବା ପୂର୍ବରୁ ପରୀକୁ ଟାଣି ନେଇ ନିଜ ଛାତିରେ ଜାବୁଡି ଧରିଥିଲା ସଂଗ୍ରାମ। ଆଉ ବାସ୍, ପରୀର ରାଗ, ଅଭିମାନ ପୁରା ଉଭାନ୍। ସତେ ଯେମିତି କଲେଜ ଦିନରେ ପରୀକୁ ମନାଇବାକୁ ସାଇକେଲ ଷ୍ଟାଣ୍ଡରେ ସଂଗ୍ରାମ କରୁଥିଲା ଆଜି ଭି ସେଇ ଫର୍ମୁଲା..ଓଃ ମାଇ ଗଡ଼... ସଂଗ୍ରାମ.... ମିସ ୟୁ ୟାର ... ଆଫ୍ଟର ଲଙ୍ଗ ଟାଇମ.... ଆଜି ତମକୁ ଏତେ ପାଖରୁ ଦେଖିଲି ଯେ, ଭୁଲିଗଲି ତୁମେ ଆଉ କାହାର । ହଉ ଛାଡ଼ ସେ କଥା, କହିଲ ମୁଁ କିଏ ତୁମର ? ଓହଃ ଅତୀତ ହୋଇଥିଲେ ସିନା କହିଥାନ୍ତ। ଏବେ ତ ତୁମେ ସଂସାରୀ, ପର, ଆଉ କାହାର । ମୁଁ କଣ ତୁମର ସେ ପରୀ? ଯିଏ ତମ ସହ ବଞ୍ଚୁଥିଲା, ବାଟ ଚାଲୁଥଲା ଆଉ ସଂସାରର ସ୍ବପ୍ନ ଦେଖିଥିଲା । ପରୀର କଥା ସିରିନି ତା ପାଟିରୁ କଥା ଛଡାଇ ନେଇ ସଂଗ୍ରାମ କହିଲା ପରୀ....ଆଇ ଆମ୍ ଷ୍ଟିଲ ଅନମ୍ୟାରେଡ଼ । ତୁମ ପରି ଆଉ କୋଉ ପରୀ ଯେ, ମୋ ହୃଦୟକୁ ଛୁଇଁ ପାରିନି । ସାତ ବର୍ଷ ତୁମଠାରୁ ଦୂରରେ ରହି ବହୁତ କଷ୍ଟ ପାଇଲିଣି। କାମ, କାମ ଆଉ କାମ ବାସ୍ ବହୁତ ହୋଇଗଲା, କିନ୍ତୁ ଆଉ ନୁହେଁଁ..ଏବେ ତୁମ ସହ ତୁମ ସାଥୀ ହୋଇ ସାରା ଜୀବନ ରହିବାକୁ ଚାହୁଁଛି। ଓ୍ୱିଲ ୟୁ ମ୍ଯାରୀ ମି.....ବାସ୍ ଆଉ କିଛି ନ କହି ପରୀ କେବଳ ମୁଣ୍ଡ ଟୁଙ୍ଗାରୀ ହଁ କହିଲା ।


Rate this content
Log in

Similar oriya story from Romance