Extra service; ସ୍ୱର୍ଗୀୟ ସୁଖ
Extra service; ସ୍ୱର୍ଗୀୟ ସୁଖ
ଗୋରା ତକ ତକ ରିଙ୍କିର ଦେହ ସାରା ନଖ ଚିହ୍ନ । ଯେଉଁଥି ପାଇଁ ତା ଗୋରା ଦେହଟା ଲାଲ ଦିଶୁଛି । ହଳଦୀ ଲଗାଇଲେ ଯିଏ ହେମା ପୁଷ୍ପା ମାଧୁରୀ ଲାଗେ ସେ କିନ୍ତୁ ଆଜି ଲାଲ ଲାଲ ଦିଶୁଛି । ଦେହର ଦାଗ ଚିହ୍ନ ତା ମୁହଁକୁ ବି କେମିତି ଗୋଟେ କରି ଦେଇଛି । ସେ ହସର ମୁହଁ କି ଅବସାଦର ତାହା ମୋତେ ଜଣା ନାହିଁ । ତାହା ଦେହର ଭୂଗୋଳ ଅନେକ ଥର ପଢ଼ିଛି ତା ଶରୀରର ନକ୍ସା ବି ମୋ ଆଖି ଆଗରେ ନାଚୁଛି। ବିନା ସଙ୍କଚୋରେ କହି ଦେଇ ପାରେ ସେ କେବେ କେଉଁଠି ଆଉ କାହା ସହ କି ଭାବ ଦିଆ ନିଆ ହୋଇଛି । ତା ବେକ ତଳ ଦାଗ ବିଷୟରେ ସେ ମୋତେ କଥା କଥାରେ କହିଛି ବୁଝେଇଛି ଏହା ବି କହି ଭୁଲେଇ ଦେଇଛି ଯେ ଏତେ ବେଶୀ କିଛି ନ ଭାବି ସତକୁ ଗ୍ରହଣ କରି ଆଗକୁ ବଢ଼। କେବେ ବି ତାକୁ ପଚାରିନି ସେ ସତଟା କଣ ବୋଲି ।
ହେଲେ ଆଜି ତା ଦେହର ଦାଗ ଆଉ ଏ ନଖ ଚିହ୍ନ ମୋତେ କାହିଁକି କେଜାଣି ଅସ୍ତ ବ୍ୟସ୍ତ ବିବ୍ରତ କରି ପକାଏ? ପଚାରିବାକୁ ସାହସ ଯେ ନାହିଁ ସେ କଥା ନୁହଁ କିନ୍ତୁ କେବେ ସେ ଦେଇଥିବା ଦୁଇ ପଦର ରାଣ ପାଇଁ ମୁଁ କେବେ କିଛି ଜାଣିବାକୁ ତା ଉପରେ ଚାପ ପକାଇନି । ଆଜି ବି ଜାଣିବାକୁ ଇଚ୍ଛା ତା ଦେହରେ କିଏ ରାଜୁତି କରିଛି? ଦାଗ ଆଉ ନଖ ଚିହ୍ନ ଦେଖିଲା ପରେ ମୁଁ ଏତିକି ତ ନିଶ୍ଚୟ ହୋଇଛି ଯେ ସେ ଆଜି ଖୁବ୍ ଯନ୍ତ୍ରଣା ସହିଛି। ତା ଦେହରେ ଆଉ କାହା ହାତ ଯେବେ ବୁଲି ଆସୁଥିବ ସେଇ ସବୁ ଜାଗାରେ ହାତ ଅଟକି ଯାଉଥିଵ ଆଉ ହାତ ଅଟକୁ ଅଟକୁ ନଖ ତା କାମ କରି ନେଇଥିବ । ନାରୀ ଦେହ ଉପରେ ନଖର ଲୋଭ ସେତିକି ଯେତିକି ମିଠା ଦେଖିଲେ ପିମ୍ପୁଡ଼ି ଆଉ କ୍ଷୀର ଦେଖିଲେ ବିଲେଇ । ବିଲେଇ ଭଳି ଆଖି ବନ୍ଦ କରି ଯେବେ କିଏ ଜଣେ ରିଙ୍କି ଦେହରେ ଆଉଁସି ଦେଉଥିବ ମୁଁ ନିଶ୍ଚୟ ଜାଣିଛି ରିଙ୍କି ସହମତି ଥାଉ କି ନଥାଉ ବୁଦ୍ଧ ମୂର୍ତ୍ତି ଆଉ ସୁମଧୁର ସଙ୍ଗୀତର ଉପସ୍ଥିତି ଜାହିର କରୁ ହିବ ସେ କିଟି ମିଟି ଶୀତ ତାପ ନିୟନ୍ତ୍ରିତ କୋଠରୀ ଭିତର ଖଠଟାକୁ ଜାବୁଡ଼ି ଧରି ଇସ୍ କହି ହଁ ଭରିଥିବ। ଆଉ ଠିକ୍ ସେତିକି ବେଳେ ସେ ପର ପୁରୁଷର ଡାହାଣ ହାତର ବୁଢା ବିଶି ମଝି ଆଉ ସାନ ଆଙ୍ଗୁଠିର ନଖ ତାକୁ ଆକ୍ଟା ମାକ୍କ୍ତା କରୁଥିବ ।
ସାମ୍ନା ଲୋକ ନିଜ ଦେହରେ ତାତି ବଢେଇ ନିଜକୁ ରିଙ୍କି ଆଗରେ ସମର୍ପି ଦେଇଥିବ ଆଉ ରିଙ୍କି ଖି କରି ହସି ଦେଇ ସାଷ୍ଟାଂଗ ଅଙ୍ଗକୁ ଜାବୁଡ଼ି ଧରିଥିବ ଆଉ ଏପଟେ ମଣିଷର ହାତ ଯେବେ ତାକୁ ଜୋରରେ ଜାବୁଡ଼ି ଧରିବାକୁ ଚେଷ୍ଟା କରି ନିସ୍ତେଜ୍ ହୋଇଯିବ ସେତେବେଳେ ରିଙ୍କି ଦେହରେ ସତେ ଯେମିତି ଆତ୍ମା ଫେରିଆସେ ଆଉ ନିଜକୁ ସମ୍ଭାଳି ନେଇ ସେ ରୁମ ଛାଡ଼ି ଦେଇ ଚାଲି ଯିବାକୁ ଉଦ୍ୟତ ହେଉଥିବ । ହେଲେ ସେ ପର ପୁରୁଷ ଯେବେ ରିଙ୍କି ହାତରେ ସବୁଜ ଲମ୍ବା ନୋଟ ଖଣ୍ଡେ ମନି ପର୍ଷରୁ ବାହାର କରି ଧରେଇ ଦେଇଥିବ ସେତେବେଳେ ତା ଦେହରେ କଣ୍ଟା ଫୋଡ଼ି ହେଲା ଭଳି ନଖ ଦାଗର କଷ୍ଟ ବି କୁଆଡେ ଗୋଟେ ଉଭେଇ ଯାଇଥିବ । ଭୁଲି ଯାଇଥିବ ଦୀର୍ଘ ୫୫ ମିନଟ ଧରି ଯେଉଁ ଅଜଣା ଅଚିହ୍ନା ପୁରୁଷକୁ ସେ ଅତି ଆଦରରେ ଅତି ଯତ୍ନରେ ଦିପ୍ ଲାଇଟ୍ ର ନଜର ଆଗରେ ତା ଦେହକୁ ଆଉଁଶି ଦେଉଥିବ ଘଷି ଦେଉଥିବ ସ୍ୱର୍ଗୀୟ ସୁଖ ଦେଇ ଦେଉ ଭାବୁଥିବ ସମୟ ସରି ଆସିଲା ବେଳକୁ ମୋତେ ଏକ୍ସଟ୍ରା ସର୍ଭିସ୍ ଦେବାର ଅଛି ଆଉ ତା ବାବଦକୁ ଅଧିକା ଦି ପଇସା ପାଇବାର ଅଛି । ଯେଉଁଥି ପାଇଁ ସେ ରାଜନଗର ଛାଡ଼ି ଆସି ରାଜଧାନୀର କେଉଁ ଏକ ମସାଜ୍ ସେଣ୍ଟର୍ ରେ କ୍ଲାଇଣ୍ଟ ଆଟେଣ୍ଡର ଗାର୍ଲ୍ ଭାବେ କାମ କରୁଛି ।
ସକାଳ ୧୦ ରୁ ଆରମ୍ଭ ହୁଏ ରିଙ୍କିର ଡ୍ୟୁଟି ଯାହା ରାତି ୯ଟା ଯାଏଁ ଚାଲେ । ତଥାପି ପ୍ରାୟ ସବୁଦିନ ରାତି ୧୦ ଟା ହେଇଯାଏ ସ୍ପା ସେଣ୍ଟର୍ ଛାଡ଼ିଲା ବେଳକୁ । କେବଳ ଭୟ ଥାଏ ଲେଟ୍ ନାଇଟ ଗରାଖ ଯଦି ଈଶ୍ୱର ନ ହୋଇ ଅସୁର ହୋଇଥାଏ ତେବେ କଥା ସରିଲା । Extra service ପାଇଁ ସମୟ ସିନା ଦେବାକୁ ପଡେ କିନ୍ତୁ ମନ ମୁତାବକ ଟିପ୍ସ ମିଲେନି। ତଥାପି ଅଭିଯୋଗ ନାହିଁ କାହିଁକି ଶୀଘ୍ର ଗଲେ ପୁଣି କାଲି ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଦେହକୁ ଦେହ ସହ ମିଶେଇ ହାଡ଼ ଭଙ୍ଗା ଖଟଣି ଖଟିବାକୁ ହେଲେ ପେଟ ପୁରେଇ ଖାଇ ଶୋଇ ବାକୁ ପଡ଼ିବ, ପୁଣି ସକାଳୁ ଉଠିବା ଲାଗି । କାହିଁକି ନା ମସାଜ୍ ନାଁ ରେ ତାକୁ ଏକ୍ସଟ୍ରା ସର୍ଭିସ୍ ଦେବାକୁ ପଡୁଛି ଆଉ ଏ ଲାଇନରେ ଥିବା ଯାଏଁ ଦେବାକୁ ପଡ଼ିବ । ଏଥିପାଇଁ କିନ୍ତୁ ତା ମନରେ ଏହି ଏକ୍ସଟ୍ରା ସର୍ଭିସ୍ ପ୍ରଫେସନ ପାଇଁ ଟିକେ ବି ଅବସାଦ ନାହିଁ । ଏଇଥିରୁ ଦି ପଇସା ରୋଜଗାର ଯେହେତୁ ସେ କରୁଛି ।......
(ଆଗକୁ ଅଛି )
