STORYMIRROR

Ramakrushna Dakua

Romance Inspirational

3  

Ramakrushna Dakua

Romance Inspirational

ବିଦେଶୀ ବୋହୂ

ବିଦେଶୀ ବୋହୂ

2 mins
357


ଗାଁ ସାରା ଲୋକେ ଟାହି ଟାପରା କରୁଛନ୍ତି। ଯାହା ମୁହଁରୁ ଶୁଣିବ ସେଇ ଗୋଟିଏ କଥା। ଅମୁକ ଘରର ସାନ ପୁଅ ଅଜାତି ଘରର ଝିଅକୁ ବୋହୂ କରି ନେଇ ଆସିଛି! ଛି... ଛି ଛି ଛି । ଆଗରୁ ବି ଆଣୁଥିଲା ଏବେ କିନ୍ତୁ , କେଉଁ ଜାତି ନାଇ କେଉଁ ଜାତିର ଝିଅ ହୋଇଥିବ କେଜାଣି? ଆମର ଏପଟର ଝିଅ ହୋଇଥିଲେ ସିନା ଜାଣିଥାନ୍ତେ ! ହେଲେ ପୁଅ ତ ବିଦେଶ ରାଇଜରୁ ବୋହୂ ଆଣିଛି। ଧନ୍ୟ ତା ବାପା ମା! ସେ ଝିଅ ପୁଣି ଓଡ଼ିଆ ଜାଣିନି ଲୋ ମକର? ବୁଢ଼ା ବୁଢ଼ୀ କୁ ଯାହା ଦଇବ ହିଁ ସାହା ।


ହେ ଭଗବାନ! ଆମ ଗାଁ ର ମାନ ମହତ ସବୁକୁ ପୋଡ଼ି ଜାଲିଦେଲା । ପୁଅ ତ ନୁହେଁ କୁଳାଙ୍ଗାରଟିଏ। କେବେ ବି ଭାବିଲାନି ବାପା ମା ଜୀବନ ସାରା ଦହ ଗଞ୍ଜ ହୋଇ କମେଇଥିବ ନା ଟିକକ ଏମିତି କାରନାମାରୁ ସେତକ ବି ଗଲା।


 ଅବସର ପରେ ଘରେ ବସିଥିବା ବୁଢ଼ା ବାପା ଏବେ ଘର କଣରେ ବସି କାନ୍ଦିବା । ଭାଇ ଭାଗାରିରେ କଣ ମୁହଁ ଦେଖେଇ ପାରିବ? ଇତର ଲୋକେ ତ ବାର କଥା ତେର ନିନ୍ଦା ଦେବେ । 


ବିଦେଶ ରାଇଜରେ ରହି ବଡ଼ ପାଠ ପଢି କଣ ଦି ପଇସା ରୋଜଗାର କରିଦେଲା ବୋଲି ଆମକୁ ଏତେ ହୀନିମାନ ଦେଖେଇ ଏୟା କଲା! 


ଗାଁ ମାଇପେ ଏବେ ତ ସେ ଟିଭି, ଯାତରା ଦେଖି ଛତର ଖାଇ ଭଳି ହେଉଛନ୍ତି, ଏମିତି ଯଦି ଆଉ କିଏ ଅଜାତି ଝିଅକୁ ଘରକୁ ଆଣିବ ତେବେ ଝିଅ ମାନେ ବି କାହା ସହ ପାଲେବେ! ଜଗନ୍ନାଥ ହେ ତୁମେ ପଥର ହେଇଯାଅ! ହେ ଓଡ଼ିଆ ଜାତିର ପ୍ରାଣ! ଆମ ଗାଁ ର ଇଜ୍ଜତ ରଖ।


ଘରକୁ ଅନେକ ଥର ' ଆଶା' ଆସିଛି। ଏବେ କିନ୍ତୁ ଲକ୍ଷ୍ମୀ ହୋଇ ଘରେ ପାଦ ଦେବାକୁ ଆସିଛି । ପୁଅର ବାନ୍ଧବି ହିସାବରେ ଥରେ ଅଧେ ଆସି ଘରେ ରହିଛି । ଏବେ କିନ୍ତୁ ଗୃହ ଲକ୍ଷ୍ମୀ ଭାବେ ବନ୍ଦାପନା କରି ଘରକୁ ପାଛୋଟି ନେଉଛନ୍ତି ବାପା ମାଆ । ହସ ହସ ବଦନରେ ନୂଆ ବୋହୂକୁ ସ୍ବାଗତ କରୁଛନ୍ତି ବଡ଼ ଦୁଇ ପୁଅ ଆଉ ବୋହୂ। ଗୋଟେ ବୋଲି ଭଉଣୀର ତ ଇଚ୍ଛା ଥିଲା ' ଆଶା' ହିଁ ' ଆକାଶ ' ର ହାତଧରି ବାଟ ଚାଲୁ। ଆଜି ସେ ସ୍ବପ୍ନ ତାର ପୂରଣ ହୋଇଛି । 


ବିଦେଶୀ ବୋହୂ ହେଲେ କ'ଣ ହେଲା ! କମ୍ ଦିନରେ ସମସ୍ତଙ୍କ ମନ ଜିଣି ନେଲା । ସ୍ପଷ୍ଟ ନ ହେଲେ ବି ଓଡ଼ିଆ କହି ପାରୁଛି ବୁଝି ବି ପାରୁଛି । ଆଖି ଛଳ କରି ପୁଅ - ବୋହୂ ଙ୍କୁ ସ୍ଵାଗତ କରିଥିବା ବାପା ମା ଏବେ ବୋହୂର ଗୁଣ ଗାନ୍ କରୁଛନ୍ତି। 


ଆମ ବୋହୂ ପରି ଏ ଗାଁ ରେ କିଏ ଅଛି? ଏଇ ଦେଖୁନ ସମୁକ ଘରର ବୋହୂ ବାହା ହୋଇ ଆସିଲା, ହେଲେ କଣ ହେବ? ବୋପା ମା କଥା ମାନି ଶଶୁର ଘର ଟାକୁ ନର୍କ କରିଦେଲାଣି । ଏବେ ପୁଣି ଦିଅର ମାନଙ୍କୁ ମତେଇ ବୁଢ଼ା ର ପେନସନ ଟଙ୍କାକୁ ବି ଭାଗ ଭାଗ କରିବାକୁ ଜିଦ୍ ଧରି ବସିଛି । 


' ମୁଁ ତ ଚାହୁନି, ଯେ ଆକାଶ ଓ ଆଶା ଗାଁ ଆଉ କିଛି ଦିନ ରହିବା ଅପେକ୍ଷା ବାହାରେ କିଛି ଦିନ ବୁଲି ଆସନ୍ତୁ । କଣ କୁହନ୍ତି ତାକୁ ହଁ ହଁ.... ହନିମୁଁ ( ହନିମୁନ) ...


 ହେଲେ ଆଶା ତ ଚାହୁଁଛି ଏଠି ଗୋଟେ ପାର୍ଲର ଖୋଲିବ । ଗାଁ ମାଇପେ ଓ ଝିଅଙ୍କୁ ଶିକ୍ଷା ଦେଇ ସେମାନଙ୍କ ରୋଜଗାରକ୍ଷମ କରାଇବ । କେତେ ଭଲ ହେବ କହିଲ, ଚାରି ଆଡେ ଆମ ବୋହୂର ନା ଓ କୀର୍ତ୍ତି ବଢିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance