Ramakrushna Dakua

Others

5.0  

Ramakrushna Dakua

Others

ପରିଚିତ ନା ଆଗନ୍ତୁକ

ପରିଚିତ ନା ଆଗନ୍ତୁକ

2 mins
499


ଠିକ୍ ସେ ମନେ ପଡୁ଼ନି | ତଥାପି ଭୋର୍ ୫ଟା ୩୦ ଖଣ୍ଡେ ସମୟ ହେବ | ଶୀତ ଦିନ, ଏତେ ଭୋରରୁ ଭଲା କିଏ ସେ ଉଠିବ ଯେ | ଏମିତିରେ ମୁ ଟିକେ ଡେରିରେ ଖଟିଆ ଛାଡ଼େ | ତେଣୁ ସେ କେବେ ମୋତେ ଡିଷ୍ଟର୍ବ କରନ୍ତି ନାହିଁ | ମୋ ନିଦ କିନ୍ତୁ ସବୁଦିନ ଭାଙ୍ଗି ଦିଅନ୍ତି ସେ | ଏତେ ସକାଳୁ ଉଠି ପୂଜା କରିବା କ'ଣ ନିହାତି ଦରକାର | ଧୂପଦୀପ ଠିକ୍ ଅଛି କିନ୍ତୁ ଘଣ୍ଟି ବଜାଇବା ..... ହଉ ଯେଉଁଠି ଭାବ-ଭକ୍ତି-ଭକ୍ତ ଓ ଭଗବାନଙ୍କ କଥା ସେଠି ମୁ ତ ଛାର ନର | ନାରୀ ଓ ନାରାୟଣଙ୍କ ମଧ୍ୟରେ ଏ ନରର ବା କି ଔକାତ ଭାବି ତୁନି ହୋଇ ରହିଯାଏ| ମୁ ଇଶ୍ବରଙ୍କୁ ମାନେ ମନରେ | ମନ୍ଦିର ଯିବା କ୍ବଚିତ କେବଳ କିଛି ଖାସ ପୂଜା ଓ ପାର୍ବଣରେ ହିଁ ସେ ପବିତ୍ର ଦିବ୍ୟସ୍ଥାନରେ ପାଦ ପଡ଼ିବୀର ସୌଭାଗ୍ୟ ମିଳିଥାଏ ) ନେଇ ମୁ କେବେ ଆପତ୍ତି ଜଣାଇନି | ସେ କିନ୍ତୁ ଗୋଟାଏ କଥା କୁହନ୍ତି, ସେ କୁଆଡ଼େ ମୋତେ ବାହା ହୋଇ ଠିକ୍ କି ଭଲ୍ କରିଛନ୍ତି ଜାଣିନାହାନ୍ତି | ଅଳସୁଆ କେବେ ତ ପୂଜା ବେଳେ ବେଡ୍ ରୁ ଉଠି ବସ ନଚେତ ବାହାରକୁ ଯାଅ ..ସେ କୁହନ୍ତି ଯାହା ମୁ ହଁ ବୋଲି କହି ପୁଣି ଶୋଇପଡ଼େ | ସେ ତା ପୂଜା କରୁ ମୁ କାହିଁକି ବାହାରକି ଯିବି ବୋଲି ନିଜକୁ ନିଜେ ପ୍ରଶ୍ନ କରେ |

ଠିକ୍ ଏତିକି ବେଳେ କେହି ଜଣେ ଅଚିହ୍ନା ଚେହେରା ଜଣଙ୍କ ମୋ ସାମ୍ନାକୁ ଆସନ୍ତି | ମୁ କିଛି ଜାଣିବା ଆଗରୁ ସେ ସେଠାରୁ ଉଭାନ ହୋଅ ଯାଆନ୍ତି | ଆଉ ତା ପରେ.....ତା ପରେ ଆଖି ଖୋଲିଲା ବେଳକୁ ନିରବତା ପୂର୍ଣ୍ଣ ସେଇ ଅନ୍ଧାରୁଆ ଛୋଟିଆ ଭଡ଼ା ଘରର ଅନ୍ଧାର ନା ସେଠି କିଏ ଥିଲେ ନା ମୁ କାହାକୁ ଦେଖୁପାରୁଥିଲି ନା କାହା ସ୍ବର ଶୁଣି ପାରୁଥିଲି | ଅଜଣା ଉତ୍କଣ୍ଠା ଅସୁମାରୀ ସ୍ବପ୍ନ ଓ ସୁନ୍ଦର ସଂସାରର ସ୍ବପ୍ନଟା ସେତେବେଳକୁ ଭାଙ୍ଗି ଯାଇଥାଏ ମୁ ବାସ୍ତବତାକୁ ଫେରିସାରିଥାଏ | ଜାଣିବାକୁ ଡେରି ନଥିଲା ଯେ ସେ ଥିଲେ ମୋ ଗତ ରାତିର ସ୍ବପନର କେହି ଜଣେ ଯାହାର ଚିତ୍ର ମୋ ପାଇଁ ଥିଲା ଅସ୍ପଷ୍ଟ | ମନେ ପଡ଼ିଲା କଥାଟିଏ ଜୀବନର ଜଳଛବି ପ୍ରତିବିମ୍ବ ହୋଇ କଳ୍ପନା ରୂପରେ ସ୍ବପ୍ନରେ ଆସନ୍ତି | ଏବେ ଖୋଜୁଛି ସେ କିଏ ? ଆଗନ୍ତୁକ ନା ଆପଣାର ! ହଉ କଳ୍ପନାକୁ କଳ୍ପନାରେ ରଖିବା | 


Rate this content
Log in