Bidyut lata Mishra

Romance Tragedy

3.6  

Bidyut lata Mishra

Romance Tragedy

ରେଡ୍ ରୋଜ୍

ରେଡ୍ ରୋଜ୍

7 mins
567



   ବାହାରେ ମନୁ ମଉସା କହୁଥିଲେ ଏଇ ନାଲି ଗୋଲାପ ଗୁଡିକ ଶୁଖି ଝଡୁଛନ୍ତି ଟିକେ ନେଇରୁମ ଭିତରେ ସଜା ଇଲେ ସୁନ୍ଦର ଲାଗିବ । ମନୁ ମଉସା ଭାରି ଯତ୍ନ ନିଅନ୍ତି ମୋ ଫୁଲ ଗଛ ଗୁଡିକର । ନାଲି ,ହଳଦିଆ,ଗୋଲାପୀ ଏମିତି ନାନାରଙ୍ଗର ଗୋଲାପ ଫୁଲରେ ସଜ୍ଜିତ ମୋ ବଗିଚା । ଭାରି ନିଜର ମୋର ଏହି ଗୋଲାପ ଫୁଲ । ସମାଜ ଗୋଲାପକୁ ପ୍ରେମ ପୁଷ୍ପ ମାନ୍ୟତା ଦିଏ । ପ୍ରେମିକ ଟିଏ ପ୍ରେମିକାକୁ ଗୋଲାପ ଫୁଲ ଦେଇ କାଳେ ନିଜ ମନ କଥାକୁହେ କିନ୍ତୁ ମୋର ଗୋଲାପ ପ୍ରତି ପ୍ରେମ କିଛି ଅଲଗା । ପ୍ରେମ ହୀନ ଜୀବନ ଟିକୁ ମୁଁ ମୋ ସ୍ବ ଇଛାରେ ବାଛି ନେଇଥିଲି । ପ୍ରେମ କିନ୍ତୁ ମୋତେ ଛାଡ଼ି ନଥିଲା । ପ୍ରେମ କରିବାକୁ କଣ କିଏ ବାଧ୍ୟ କରିପାରେ ନା କାହାର ବାଧାରେ ପ୍ରେମ ବାଧା ପ୍ରାପ୍ତ ହୋଇପାରେ । ବେଳେ ବେଳେ ମୋ ସହକର୍ମୀ ସବୁ ଭାବନ୍ତି ,ମୋର ଗୋଲାପ ଫୁଲ ପ୍ରତି ଅହେତୁକ ପ୍ରେମ ପଛରେ କାରଣ ।

 

  ମନୁ ମଉସା ଗୋଲାପ ଫୁଲ କିଛି ଆଣି ମୋ ରୁମରେ ସଜାଇଦେଲେ । ପ୍ରତି ତିନି ଚାରି ବର୍ଷରେ ଥରେ ବଦଳି ହୁଏ ମୋର । ମୋ ନିଃସଙ୍ଗ ଜୀବନର ସାଥି ଏଇ ମନୁ ମଉସା । ମୋ ରେସିଡେନ୍ସ ବାହାରେ ଗଢା ହୁଏ ଗୋଲାପ ଫୁଲ ବଗିଚାଟିଏ ମନୁ ମଉସାଙ୍କ ହାତରେ । ପ୍ରତି ତିନି ଚାରି ବର୍ଷରେ ଏହା ପୁନରାବୃତ୍ତି ହୁଏ । ବଦଳି ପୂର୍ବରୁ ଛାଡ଼ିଆସେ ମୋ ଗୋଲାପ ଫୁଲର ବଗିଚାଟିଏ ।


   ଆଜି ପୁଣି ମୋ ଜୀବନର ନିଃସଙ୍ଗ ମୁହୂର୍ତ୍ତରେ ମନକୁ ଆସୁଥିଲା ରୋଜି ଦିଦି । ବାପାଙ୍କ ପୋଲିସ ଚାକିରୀରେ ବଦଳି ହୁଏ । ସେଇଥର ବି ମୋର କଲେଜ ଆରମ୍ଭ ପୂର୍ବରୁ ବଦଳି ହୁଏ ଗୋଟିଏ ଛୋଟ ସହର ଜୟପୁର । ସେଇଠି କଲେଜରେ ଜଇନିଂ ହୁଏ ମୋର । ମୁଁ ବହୁତ ଶୀଘ୍ର ସାଙ୍ଗ ଗଢିପାରେନି । ଖେଳା ଖେଳିରେ ଧୁରନ୍ଧର ଥିବା ଯୋଗୁ କଲେଜ ତରଫରୁ ମୁ ପ୍ରତିନିଧିତ୍ଵ କରେ ବିଭିନ୍ନ ପ୍ରତିଯୋଗିତାରେ । କଲେଜରେ ମୋତେ ନେଇ ବହୁତ୍ ଆଲୋଚନା ଚାଲେ । ସମସ୍ତଙ୍କ ଠାରୁ ମୋର ଭିନ୍ନତା ପାଇଁ ହୁଏତ ମୁଁ ସେମାନଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲି । ଆଲୋଚନାରେ ସଂପୃକ୍ତ ନହେଲେ ବି ମୋ କାନରେ ଅନେକ ଥର ଗୋଟିଏ ଡାକ ଶୁଭେ ,""ଏ ..ରେଡ୍ରୋଜ୍"


  କିଛିଦିନ ଭିତରେ ମୁଁ ଆବିଷ୍କାର କଲି ସେଇରେଡ୍ରୋଜ୍କୁ ।ରୋଜି ନାମ୍ନୀ ଅସାମାନ୍ୟ ସୁନ୍ଦରୀ ଝିଅଟିଏ । ତାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିଲା ତାର ଘନ କୃଷ୍ଣ କେଶ । ଆଜି କାଲି ପାର୍ଲର ଯାଇ ଚୁଟି କାଟିବା ଫେସନ । କିନ୍ତୁ ଝିଅଟିର ଲମ୍ବା ବେଣୀର ଦିୱାନା ବହୁତ ଥିଲେ କଲେଜରେ । ଯେହେତୁ ସେତେବେଳେ ଡ୍ରେସ କୋଡ଼ ନଥିଲା । ଝିଅଟି ରେଡ୍ ଚୁଡିଦାର ପିନ୍ଧି ଆସେ । ଘନ କେଶ ଗୁଚ୍ଛରେ ଠିକ୍ କାନ ଉପରକୁ ଚୁଟିରେ କ୍ଲିପ ଦେଇ ଲାଗିଥାଏ ନାଲି ଗୋଲାପଟିଏ । ସଜ ଗୋଲାପ ଟି ସେମିତି ଅକ୍ଷୁର୍ଣ୍ଣରୁହେ କଲେଜ ଆସିବା ଠାରୁ ଯିବା ପର୍ଯ୍ୟନ୍ତ । ମୋ ଠାରୁ ସେ ତିନୋଟି ଉପର ଶ୍ରେଣୀରେ ପଢୁଥିଲେ । ତେଣୁ ସେଦିନ ସେ ଏକା ତର ତର ହୋଇ ଘରକୁ ଗଲା ବେଳେ ମୁଁ ମୋ ସାଇକେଲ ତାଙ୍କ ପାଖରେ ଅଟକାଇ ଦେଲି । ବସିବାକୁ ସଂକୋଚ ଥିଲା ତାଙ୍କ ମନରେ କିନ୍ତୁ କଥା ହୋଇସାରିଲା ପରେ ସେହି ଡର ପାଣି ଫୋଟକା ପରି ମିଳେଇଗଲା ।


  ତା ପରଠୁରୋଜି ଦିଦି ପାଲଟି ଗଲେ ମୋ ନିଃସଙ୍ଗ ଜୀବନର ସାଥି । ପ୍ରତିଦିନ ମିଶି କଲେଜ ଯିବା ଆସିବା ,ତାଙ୍କୁ ଗୁପଚୁପ ଖୁଆଇବା ଭିତରେ ବହୁତ ଖୁସି ହେଉଥିଲି ମୁଁ । ଗୋଲାପ ଫୁଲକୁ ଭାରି ଭଲ ପାଉଥିଲେରୋଜି ଦିଦି । ଅଦ୍ଭୁତ ଯୁକ୍ତି ଥିଲା ତାଙ୍କର । ଏଇ ଗୋଲାପ ପିନ୍ଧିଲେ କାଳେ ତାଙ୍କର ଶୁଭ ହୁଏ । କଲେଜରେ ଯେଉଁ ଦୁଇ ବର୍ଷ ରୋଜି ଦିଦିଙ୍କ ସହ କଟିଲା ସେତକ ମୋ ପାଇଁ ସ୍ମୃତି ଅଦ୍ୟାବଧି । ଏବେବି ରୋମାଂଚିତ ହୁଏ ମୁଁ ଭାବିଲା ମାତ୍ରେ ସେହି ଦିନର କଥା ସବୁକୁ । ଦିନୁ ଟିଏ ତାଙ୍କୁ ନଦେଖିଲେ ପାଗଳ ଭଳି ହେବା ,ତାଙ୍କ ଆଖିରେ ଟିକେ ଲୁହ ଦେଖିଲେ ଦୁନିଆ ସହ ଲଢ଼ିବା ଏହି ସବୁର କାରଣ ଥିଲା ମୋର ତାଙ୍କ ପ୍ରତି ଅହେତୁକ ଭଲ ପାଇବା ।ରୋଜିଦିଦି ଙ୍କ ସ୍ପର୍ଶ ମାତ୍ରେ ମୋ ଭିତରେ ସୃଷ୍ଟି ହେଉଥିଲା ଏକ ଅଜବ ଶିହରଣ । ମୋତେ ଅତି ଖୁସି ହେଲେ ସେ ଜାବୁଡି ଧରି ନିଅନ୍ତି । ଟିକେ ନର୍ଭସ ହେଲେ ମୋ ବାଆଁ ହାତର ଆଙ୍ଗୁଠି ଗୁଡ଼ିକ ତାଙ୍କ ହାତରେ ଚିପୁଥାନ୍ତି । ମୋତେ ଟିକେ କଷ୍ଟ ହୁଏ କିନ୍ତୁ କାହିଁକି କେଜାଣି ସେହି ମୁହୂର୍ତ୍ତରେ ମୁଁ ଆଃ ଟିକେ ବି କରେନି । ଆମ ଘରକୁ ଆସିବା ମୋ ମମି ଡାଡି ଙ୍କ ସହ ମିଶିବା ଭିତରେ ସେ ମୋ ପରିବାରର ମଧ୍ୟ ବହୁତ ନିଜର ପାଲଟି ଯାନ୍ତି । ତାଙ୍କର ଲମ୍ବା କେଶକୁ ହାତରେ ଆଉଁସି ସେରେଡ୍ରୋଜ୍ ପାଖେ ମୋ ହାତ ଅଟକି ଜାଏ । ବାଃ ,ରୋଜି ଦିଦି ଏଇ ଗୋଲାପ ସତେ ଯେମିତି ତୁମ ପାଇଁ ହିଁ ଫୁଟେ ତୁମ କେଶରେ ଲାଗିବାକୁ । ଖିଲି ଖିଲି ହୋଇ ହସି ଉଠନ୍ତି ସେ ।


 ସେଦିନ ବି ରୋଜି ଦିଦି ଘରକୁ ଆସିଥିଲେ । ମୁଁ ଗ୍ରାଉଣ୍ଡରୁ ଆସିନଥିଲି । ଅପେକ୍ଷା କରି ଚାଲିଗଲେ । ତାଙ୍କର ଯେହେତୁ ଗ୍ରାଜୁଏସନ ସରିଥିଲା ତେଣୁ ଆଉ କଲେଜ ଯିବାର ନଥିଲା । ଘରକୁ ଫେରିବା ପରେ ମମି କହିଲା ସେ ବ୍ୟସ୍ତ ହେଉଥିଲେ ମୋ ସହ କଥା ହେବାକୁ । ମୋରୁମରେ ଖଟରେ ବସିଥିଲେ । ଅଜାଣତରେ ଖସି ପଡ଼ିଥିଲା ମୋର ପ୍ରିୟରେଡ୍ରୋଜ୍ ମୋ ରୋଜି ଦିଦିର । ସାଇତିରଖିଛି ସେଇ ଗୋଲାପ ଆଜିବି କିନ୍ତୁ ଜାଣି ନଥିଲି ତାପରେ ଏଇମିତି କିଛି ହେବ । ତା ପରର ପାଞ୍ଚ ଦିନ ମୁଁ ସ୍ପୋର୍ଟସ ପାଇଁ ଭୁବନେଶ୍ବର ଚାଲିଆସିଲି । ଜୟପୁର ଫେରି ଯାହା ଦେଖିଲି ବିଶ୍ୱାସ କରି ହେଲା ନାହିଁ । ମମି ହସି ହସି କହିଲା ନିତିନ ଭାଇ ପାଇଁରୋଜିକୁ ଠିକ୍ କରିଦେଲେ ମାଇଁ । ମମି ,ଡାଡି,ମାମୁଁ, ମାଇଁ ସବୁ ଖୁସି ଥିଲେ ହୁଏତରୋଜି ଦିଦି ବି ।


  ରୋଜି ଦିଦି ଙ୍କୁ ସାମ୍ନା କରି ପାରୁନଥିଲି ମୁଁ । କିଛି ହେଉଥିଲା ମନରେ ଯାହା ମୁଁ ନିଜେ ବି ଜାଣି ପାରୁ ନଥିଲି । ବହୁତ କଷ୍ଟରେ ନିଜକୁ ପ୍ରସ୍ତୁତି କଲିରୋଜି ଦିଦିକୁ ସାମ୍ନା କରିବାକୁ । ନିର୍ବନ୍ଧ ସରିଲା । ବହାଘରକୁ ଅଳ୍ପ ଦିନ ବାକି । ସାଇକେଲ ଟିକୁ ଷ୍ଟାଣ୍ଡ ମାରି ଛୁଟି ଗଲି ଘରକୁ ।ରୋଜି ଦିଦି ଛାତ ଉପରେ ଥିଲେ । ସବୁଦିନ ଖୁସି ହେଲେ ସେ ମୋତେ ଏଇମିତି କୁଣ୍ଢାଇ ଧରନ୍ତି । ଆଜିବି ....ଧରିନେଇଥିଲେ ।

କିନ୍ତୁ ମୁଁ ତାଙ୍କୁ ମୋ ଠାରୁ ଅଲଗା କଲିନାହିଁ । ମୋ ବନ୍ଧନ ଦୃଢ଼ରୁ ଦୃଢତର ହେଉଥିଲା । ତାଙ୍କୁ ହରେଇବାର ଭୟ ମୋତେ ବ୍ୟଥିତ କରୁଥିଲା । ମୋ ମୁଁହ ବାଜି ଖସି ପଡ଼ିଲା ମୁଣ୍ଡରୁ ରେଡ୍ରୋଜ୍ । ଅଚାନକ ମୋ ବାହୁ ବନ୍ଧନରୁ ମୁକ୍ତ ହୋଇରୋଜି ଦିଦି କହି ଉଠିଲେ ,

-ଶ୍ଵେତା !!କଣ ହୋଇଛି ତୋର??ଆମ ସମ୍ପର୍କ ଏବେ ବଦଳିଯିବ ମୋତେ ତୁ ରୋଜି ଦିଦି ନଡାକିରୋଜି ଭାଉଜ ଡାକିବୁ ଆଉ ମୁଁ ତତେ ମୋ ଗେଲ୍ଲୀ ନଣନ୍ଦ ।

-ତମେ ଖୁସିରୋଜି ଦିଦି?

-ଅଜଣା ଜାଗାରେ ବାହା ନହୋଇ ମୁଁ ଚିନ୍ହହା ଜାଗାରେ ପୁଣି ମୋ ହୃଦୟ ଶ୍ଵେତାର ଭାଇକୁ ବାହା ହେବି ଖୁସି କାହିଁକି ହେବିନିରେ ।


 ମୋତେ ଛାଡ଼ିରହିଯିବ ତୁମେରୋଜି ଦିଦି କିନ୍ତୁ ମୁଁ ? ମୋ ଆଖିକୁ ଦେଖୁଥିଲେରୋଜି ଦିଦି । ବୁଡି ଯାଉଥିଲୁ ଦିହେଁ ଦୁହିଁଙ୍କ ଭିତରେ । ପୁଣି ଧରିନେଲି ତାଙ୍କୁ ଜୋରରେ । ହୁଏତ ବହୁତ ଡ଼ରିଯାଇଥିଲେ ରୋଜି ଦିଦି । ମୋ ବାହୁ ବନ୍ଧନରୁ ନିଜକୁ ମୁକୁଳାଇ ଦେଲେ । ତାଙ୍କ ଆଖିରେ ବି ଲୁହ ଥିଲା । କଂଠ ଓଦାଳିଆ ଶୁଭୁଥିଲା । କହିଲେ ,

-ରୋଜିର ଜୀବନରେ ଶ୍ଵେତାର ସ୍ଥାନ ସବୁବେଳେ ସ୍ୱତନ୍ତ୍ର ଜୀବନ ସାରା । କିନ୍ତୁ ମାନିବାକୁ ପଡେ ସମାଜକୁ ସମାଜର ପରମ୍ପରାକୁ । ପରିବାରର ଖୁସି ପାଇଁ ସାଲିସ କରିବାକୁ ହୁଏ । ନିଜକୁ ମାରିଦେବାକୁ ହୁଏ ନିଜ ଭିତରେ ।

   ଠିକ୍ ସମାଜ ପାଇଁ ତୁମେ ବଞ୍ଚିବ ଆଜିଠୁ ,କିନ୍ତୁ ସେ ସମାଜରେ ଶ୍ୱେତା ନଥିବ । ଆଖିର ଲୁହକୁ ଲୁଚେଇ ସେଠାରୁ ଚାଲି ଆସିଲି ।ରୋଜି ଦିଦି ଙ୍କ ବିବାହ ଦିନ ଦେଇଥିଲିରେଡ୍ରୋଜ୍ ଟିଏ । କହିଥିଲି ,


-ନିଅ ତୁମ ପାଇଁ ଶୁଭ ନାଁ । କେବେବି ଅଲଗା କରିବନି ନିଜଠୁ ।


  ସେଇଟା ଥିଲା ମୋ ଶେଷ ଦେଖା । ଜିଦ୍ କରି ଆଡ଼ମିଶନ କଲି ଦିଲ୍ଲୀରେ ମାଉସୀ ଘରେରହି ।ରୋଜି ଦିଦିକୁ ସାମ୍ନା କରିବାର ସାହସ ମୋର ନଥିଲା । ଆଉ ଏହି ସବୁ ଅନ୍ତର୍ଦ୍ବନ୍ଦ ହିଁ ଯେ ପ୍ରେମ ମୁଁ ହୃଦବୋଧ କରିଥିଲି । ପରିବାର ଠାରୁ ଅଲଗା ହୋଇଗଲି ମୁଁ ପରିବାର ଭିତରେ ଥାଇ ମଧ୍ୟ । ନିଜ ଭିତରେ ନିଜକୁ ଖୋଜୁଥିବା ମନୁଷ୍ୟ ଟିଏ । ଆଜି IPS ଶ୍ୱେତା ପଟନାୟକ ଭାବେ ମୋର କର୍ତ୍ତବ୍ୟ ମୁଁ କରୁଛି । କିନ୍ତୁ ଚାହିଁଲେ ମଧ୍ୟ ଅଲଗା କରିପାରୁନି ନିଜକୁ ମୋରେଡ୍ରୋଜ୍ ଠାରୁ ।

ପିଲାଟି ଦିନରୁ ମୁଁ ଟମବୟ ନେଚରର । ମମି ଡାଡି କେବେ ମୋତେ ବାଧ୍ୟ କରନ୍ତିନି ଝିଅ ଭଳିରହିବାକୁ । ମୋ ସବୁ ନିଷ୍ପତ୍ତିକୁ ମାନି ନେଇଛନ୍ତି ସବୁ ବେଳେ । ମୁଁ ମୋ ମନର ଦୁର୍ବଳତା କାହା ଆଗରେ ଦେଖାଇନି କିନ୍ତୁ ଆଜି ଏତେ ବର୍ଷ ପରେ ଭାରି ଵ୍ୟସ୍ତ ଲାଗୁଥିଲା ।


   ଡାଡି ମଧ୍ୟ ବାରମ୍ବାର ଫୋନ କରୁଥିଲେ ମମିର ଦେହ ଭଲନଥିଲା । ଯାଉଥିଲି ଘରକୁ । ତିନି ବର୍ଷ ହେଲା ଘରକୁ ଯାଇନଥିଲି । ଗେଟ୍ ଖୋଲିବା ମାତ୍ରେ ମୋତେ କିଛି ଅଲଗା ଲାଗୁଥିଲା । ଘର ସାମ୍ନାରେ ଶୋଭା ପାଉଥିଲା ଭଳିକି ଭଳି ଗୋଲାପ ।କୁନି ଝିଅଟିଏ ବଗିଚାରେ ଖେଳୁଥିଲା । ଭାଇର ପୁଅ ,ଭାଉଜ,ଭାଇ ସବୁ ତ ଅଷ୍ଟ୍ରେଲିଆରେ ତେବେ ହୁଏତ ତ ଝିଅ ଟି ପାଖ ପଡିଶାର କାହାର ହୋଇଥିବ । ମୋତେ ଦେଖି ଝିଅଟି ହୁଏତ ଡରିଗଲା । କାରଣ ଭୁବନେଶ୍ୱରରେ ମିଟିଙ୍ଗ ଥିଲା, ମିଟିଙ୍ଗ ସାରି ମୁଁ ୟୁନିଫର୍ମରେ ହିଁ ପହଞ୍ଚି ଯାଇଥିଲି । ଝିଅଟି ଦୌଡ଼ି ଯାଇ ପାଣି ଦେଉଥିବା ଜଣେ ସ୍ତ୍ରୀଲୋକ ହୁଏତ ତା ମାମା ହୋଇଥିବେ ତାଙ୍କୁ ପଛପଟୁ ଜାବୁଡି ଧରିଲା । ସେ ମୁଁହ ବୁଲାଇବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି କାରଣ ଫିକାରଙ୍ଗର ଏକ ଚୁଡିଦାର ,ଶୂନ୍ୟ ହାତ ଆଉ ଶୁଖିଲା ମୁଁହରେ ମୋ ସାମ୍ନାରେ ରୋଜି ଦିଦି ଥିଲେ ।

  ମମି ଠୁ ଶୁଣିଲି ନିତିନ ଭାଇ କ୍ୟାନ୍ସରରେ ଚାଲିଯାଇଥିଲା ଦୁଇମାସ ତଳେ । ମାମୁ ମାଇଁ ସାନ ପୁଅ ବୋହୂ ପାଖେରୁହନ୍ତି । ମମିର ଦେହ ଖରାପ ଯୋଗୁଁ ଏଇଠି ରହୁଛନ୍ତି ରୋଜି ଦିଦି ।


   ରୋଜି ଦିଦି ମୋ ସାମ୍ନାରେ ଠିଆ ହୋଇଥିଲେ । ଲମ୍ବା କେଶ ବଦଳରେ ଚୁଟିକୁ ପୁରା ଛୋଟ କରିଦେଇଥିଲେ ,ସବୁ ଚୁଟି ପଛକୁ ନେଇ କ୍ଲିପ ଟିଏ ମାରିଥିଲେ । ମୁଁ ଖୋଜୁଥିଲିରେଡ୍ରୋଜ୍ କିନ୍ତୁ ...

-କଣ ଦେଖୁଛୁ ଶ୍ୱେତା ତୋରେଡ୍ରୋଜ୍ କେମିତି ବଦଳି ଯାଇଛି । ଏହି ଦଶବର୍ଷରେ ଦିନଟିଏ ପାଇଁ ତୁ ମୋତେ ଖୋଜିନୁ । ନିତିନ ଙ୍କୁ ବାରମ୍ବାର କେମୋ ଦେଲା ବେଳେ ମୁଁ ସାହାସ ହରାଉଥିଲି କିନ୍ତୁ ତୁ ନଥିଲୁ । ପାଞ୍ଚ ପାଞ୍ଚ ଥର ମିସ୍ କ୍ୟାରେଜ ପରେ ପିହୁ ଜନ୍ମ ,କିନ୍ତୁ ତୁ ନଥିଲୁ । ସମାଜ ଠାରୁ ଆଣ୍ଠୁକୁଡି ଆଉ ବିଧବା ହେବାର ଲାଂଛନା ସହୁଥିଲି କିନ୍ତୁ ତୁ ନଥିଲୁ । ଦେଖେ ଆଜି ମୁଁ ବଞ୍ଚିଛି ତ କେବଳ ଏହି ପିହୁ ପାଇଁ ନହେଲେ କେବେଠୁ.....

ମୋର ହାତ ଉଠିଯାଉଥିଲାରୋଜି ଦିଦି ଉପରକୁ,

-ମୋ ଭୁଲ ପାଇଁ ତୁମେ ନିଜକୁ କାହିଁକି ଦଣ୍ଡ ଦେବରୋଜି ଦିଦି?ଶ୍ଵେତା ସବୁବେଳେରୋଜିର ।

 ମୁଁରୋଜି ଦିଦି ଙ୍କ କେଶରେ ଲଗାଉଥିଲି ବଗିଚାରୁ ନେଇ ନାଲି ଗୋଲାପ ଟିଏ । ପିହୁ ଖିଲି ଖିଲି ହୋଇ ହସି ଉଠିଲା

-ତୁମ ପାଇଁରେଡ୍ରୋଜ୍ ଶୁଭ ନା ??ଆଉ କେବେ ନିଜଠୁ ଅଲଗା କରିବନି ତାକୁ ।

ରୋଜି ଦିଦି ମୋତେ ପୁଣି ଭିଡି ଧରିଥିଲେ ଆଖିରୁ ଝରିଯାଉଥିଲା ଅମାନିଆ ଲୁହ । ମୋ ମୁଁହ ବାଜି ତଳେ ପଡିବା ପୁର୍ବରୁ ପିହୁ ଧରିନେଲା ଫୁଲଟିକୁ । ପିହୁକୁ କୋଳେଇ ନେଇ ତାକୁନି ହାତରେରୋଜି ଦିଦିର ଚୁଟିରେ ଲଗାଇଦେଲିରେଡ୍ରୋଜ୍ । ପିହୁ ଥରେ ମୋ ଗାଲରେ ଆଉ ଥରେ ରୋଜି ଦିଦି ଗାଲରେ ଚୁମାଟିଏ ଦେଇ କହିଲା,


 -ମାମା ରେଡ୍ ରୋଜ ବହୁତ ସୁନ୍ଦର ଦିଶୁଛି ତୁମ ଚୁଟିରେ ।


 ଆମେ ଦୁହେଁ ଏକା ସାଙ୍ଗରେ ପିହୁକୁ କହିଉଠିଲୁ,

   "ହଁ ପିହୁ ମାମା ,ତୁମେ ତ ଆମ ସମସ୍ତଙ୍କରେଡ୍ରୋଜ୍"


 ହସି ଉଠିଲା ପିହୁ ଠିକ୍ ରେଡ଼ ରୋଜ ପରି । ମୁଁ ଦେଖୁଥିଲି ମୋରେଡ୍ରୋଜ୍କୁ ହୁଏତ ବହୁତ ଦିନ ପରେ ସେ ହସୁଥିଲା କାରଣ ଆଖି କୋଣରେ ଚିକଚିକ କରୁଥିଲା ଲୁହ ଦୁଇ ବୁନ୍ଦା ।



రచనకు రేటింగ్ ఇవ్వండి
లాగిన్

Similar oriya story from Romance