Anuradha Nath

Romance Tragedy

4  

Anuradha Nath

Romance Tragedy

ରେ ବର୍ଷା

ରେ ବର୍ଷା

2 mins
266


ଛୋଟ ବେଳୁ ଦେଖିଛି ବାପା ଙ୍କୁ ବର୍ଷା କୁ ଦେଖିଲେ ଚିତ୍କାର କରନ୍ତି । ସାଧାରଣ ମଣିଷ ଟା କେମିିତି ଗୋଟିଏ ମୁହୂର୍ତରେ ଅସାଧାରଣ ପାଲଟି ଯାଏ ବୁଝି ହୁଏ ନାହିଁ । ମୁଂହ ଖୋଲି କେବେ କହେ ନାହିଁ ,ଏମିତି ପାଗଳ ପରି କାହିଁ ହେଉଛ । ବେଳେ ବେଳେ ବିନା କାରଣ ରେ ଚିଡି ଚିଡି ହେବାର ଦେଖିଛି , ଏମିତିକି ବର୍ଷା ର ଶବ୍ଦ ଯେତିକି ଯେତିକି ବଢ଼ିଥାଏ , ତାଙ୍କ ଚିତ୍କାର ସେତିକି ବଢେ । ଭାରି ଉତ୍ପାତ ହୁଅନ୍ତି ସେ ବିନା କାରଣ ରେ । ଆଉ ସେଇଥି ପାଇଁ ବୋଧହୁଏ ବାପା ଡାକିବାକୁ ଇଛା ହୁଏନି ତାଙ୍କୁ ।


କିନ୍ତୁ ଏଇ ବର୍ଷା ସହ ମୋ ସଂପର୍କ କିଛି ଅଲଗା । ହଁ ଏଇ ବର୍ଷା ର ଛିଟା ରେ ମୁଁ ଖେଲିବାକୁ ଭଲ ପାଏ । ବର୍ଷା ର ବୁନ୍ଦା ରେ ନିଜକୁ ହଜାଇ ଦିଏ । କଛି ସମୟ ପାଇଁ ମୟୂରୀର ର ବେଶ ସାଜି ନାଚେ , ଆମ ଘର ଅଗଣା ରେ । ଅବଶ୍ୟ ଝର୍କା ର ପରଦା ପଛପଟେ ସେ ମତେ ଲୁଚି ଲୁଚି ଦେଖେ । ସାଙ୍ଗମାନେ କୁହନ୍ତି ମୋ ମୟୂରୀ ବେଶ କାଳେ ତାକୁ ଭାରି ଭଲ ଲାଗେ । କିନ୍ତୁ ବାପା ଙ୍କ ଅନୁପସ୍ଥିତିରେ ଏ ବର୍ଷା କୁ ଉପଭୋଗ କରେ ମୁଁ । ବେଳେ ବେଳେ ବାପା ଆସି ଯାଆନ୍ତି, ଆଉ ତାଙ୍କ ଗୋଟିଏ ଚିତ୍କାର ରେ ମୁଁ ଘର ଭିତରକୁ ଚାଲିଯାଏ । ଜମା ବାହାରକୁ ଆସେ ନାହିଁ । ଆଉ ବିଜୁଳି ଇସାରା ଦିଏ , କେତେ ଆଉ ମନ ମାରି ବସିବୁ , ଟିକେ ବାହାରକୁ ଚାଲି ଆସ । ତୋ ମନର ମଣିଷ ସେମିତି ତତେ ଝର୍କା ଆଢୁଆଳ ରେ ଆପେକ୍ଷା କରିଛି , ମୋର ଗୋଟିଏ ଝଲକ ପାଇଁ ।


ସେ ମନର ମଣିଷ ଏବେ ମୋ ପଡୋଶୀ ହୋଇ ଆଉ ନାହିଁ , ମୋ ଜୀବନସାଥି ହୋଇ ସାରିଛି । ଏବେ ବର୍ଷା ଆସିଲେ ମୁଁ ଏକା ଭିଜୁନି , ବରଂ ମୋ ସହ ସେ ଭିଜିବା ଆରମ୍ଭ କରି ଦେଇଛି । କିନ୍ତୁ ମୋ ବାପା ସେମିତି ଚିତ୍କାର କରୁଛନ୍ତି ଏ ବର୍ଷା ଆସିଲେ । କିନ୍ତୁ ଏବେ ମୁଁ ତାଙ୍କ ଉପରେ ଆଉ ବିରକ୍ତ ହେଉନାହିଁ । କାରଣ ମୁଁ ଜାଣି ସାରିଛି ଏଇ ବର୍ଷା ର ଚଡକ ତାଙ୍କ ସାମ୍ନା ରେ ତାଙ୍କ ଭାଇ କୁ ସବୁଦିନ ପାଇଁ ଛଡ଼ାଇ ନେଇଥିଲା । ଆଉ ଏଇ ବର୍ଷା ତାଙ୍କ ଛୋଟ ଦିନ ର ଆଘାତ କୁ ଆହୁରି ପ୍ରହାର କରୁଛି , ସେ ଦିନର ସ୍ମୃତି କୁ ମନେ ପକାଇ ।


ବେଳେ ବେଳେ ପ୍ରଶ୍ନ କରେ ଏହି ଋତୁ କୁ , କାହିଁକି ଆସୁ ତୁ ? ଆମପରି ପ୍ରେମୀ ଯୁଗଳ କୁ ପ୍ରେମରେ ଭିଜାଇବା ପାଇଁ , ନା ମୋ ବାପା ଙ୍କ ପରି ମଣିଷ ର ଲୁହ କୁ ଲୁଚାଇବା ପାଇଁ ।



Rate this content
Log in

Similar oriya story from Romance