Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Satyabati Swain

Romance

2  

Satyabati Swain

Romance

ରବିସ୍

ରବିସ୍

5 mins
240


ଆଃ ମୋ ବେଣୀ। ମୋ ନାକ..ଦେଖ୍ ମୋ ସାଙ୍ଗେ ଲାଗେନା କହୁଛି।

କଣ କରିବୁ?

ତୋ ସଂଗେ କଥା ହେବିନି।

ଆଉ 

ମା କୁ କହିଦେବି।

ଆଉ

ସୂର୍ଯ୍ୟ ସାଙ୍ଗେ ସାଙ୍ଗ ହେବି।

ଆଉ

କମଳାକୁ କହିଦେବି ତୁ ତାକୁ ଭଲ ପାଉ

ଚୁପ୍।ଏକବାର ଚୁପ୍।

କାହିଁକି?

ଆଲୋ ହୁଣ୍ଡି ତୁ କିଛି ବୁଝି ପାରୁନୁ ନା କଣ?

କଣ

ତୋ ମୁଣ୍ଡ ଆଉ ଗଣ୍ଡି ଲୋ କଇଁ। ଏଡୁଟିଏ ହେଲୁଣି କିନ୍ତୁ ସବୁବେଳେ ସେଇ ପିଲା।

ବଡ଼ ହେଲେ କଣ ହେବ କିରେ ଚନ୍ଦୁ ଭାଇ ? ଦେଖୁନ ମୁଇଁ କେତେ ବଡ଼ ହୋଇଗଲେଣି। ଦେଖ୍ ଦେଖ୍ ତୋ କାନ୍ଧ ଖାଇଲିଣି ବା

ଡେଙ୍ଗା କି ମୋଟା ହୋଇ ଗଲେ କେହି ବଡ଼ ହୋଇଯାଏ ନା ଲୋ ହୁଣ୍ଡି। ଶରୀର ସହ ମନ ଟା ବଡ଼ ହେବା ଦରକାର ବୁଝିଲୁ।

ମନ ସେଇଟା କଣ


ସେଇଟା ମଣିଷକୁ ବଡ଼ କରାଏ,ଭଲ ମନ୍ଦର ଫରକ୍ ବତାଏ,ଦୁନିଆଁ ଚିହ୍ନାଏ,ସ୍ବପ୍ନ ଦେଖାଏ,ରଙ୍ଗ ଲଗାଏ।

ରଙ୍ଗ ହଁ ତ ମୁଁ ବି ରଙ୍ଗ ଲଗାଏ ମୋ ଚିତ୍ରରେ। ରଙ୍ଗ ନ ଦେଲେ ଚିତ୍ର କଣ ଠିକ୍ ଭାବେ ଫୁଟେ କି ଚନ୍ଦୁ ଭାଇ?

ବୁଝିଲୁ ହୁଣ୍ଡି ମୁଁ ଆଶ୍ଚର୍ଯ୍ୟ ହୁଏ ତୋ ପରି ଅତି ସରଳ,ଛନ୍ଦ କପଟ ହିଁନ, ବୋକୀ,ଫାଉଣ୍ଡି ଏତେ ସୁନ୍ଦର ଚିତ୍ର ଆଙ୍କେ କେମିତି


ମୁଁ କଣ ଆଙ୍କେ। ଆଙ୍କେ ମୋ ତୂଳୀ। ତୂଳୀ ଧରି କିଛି ଗୋଟେ ଟପିକ୍ ଉପରେ ଧ୍ୟାନ କେନ୍ଦ୍ରୀଭୂତ କଲେ ଆପେ ଆପେ ଆଙ୍କି ହୋଇଯାଏ ତ। ମୁଁ କେତେବେଳେ ଆଙ୍କେ


ଏଇଟା ତୋର ସବୁଠୁ ଭଲ ଗୁଣ। କେତେ ମେଡାଲ ପାଇଲୁଣି କିନ୍ତୁ ତୋ ମନକୁ କେବେ ଛୁଇଁନି ତୋତେ ଚିତ୍ର ଆଙ୍କି ଆସେ ବୋଲି। ଅନନ୍ୟ ପ୍ରତିଭାର ଅଧିକାରିଣୀ ତୁ।

ହେଉ ତୋତେ ଆଙ୍କିବି କି କହୁନୁ

ସତରେ ମୋତେ ଆଙ୍କି ପାରିବୁ,କଇଁ

ହଁ,ଏଇଟା ତ ଗୋଟେ ମାମୁଲି କଥା

ଆଛା ଏବେ ଆଙ୍କିବୁ

ନା ଯେବେ ମୋ ଇଚ୍ଛା ହେବ

କେବେ ତୋ ଇଚ୍ଛା ହେବ

ମୁଁ କି ଜାଣିଛି,ଇଚ୍ଛା କଣ କେହି ଜାଣିଥାନ୍ତି ସେ ଆପେ ଆପେ ହୋଇଯାଏ।

ହେଉ ମୁଁ ଅପେକ୍ଷା କରିବି ଲୋ କଇଁ ତୋ ଇଚ୍ଛା ହେବା ଯାଏ।

ତାପରଠୁ ଆଉ କଇଁ ସଂଗେ ମୋର ଦେଖା ହୋଇ ନଥିଲା। ତା ବାବାଙ୍କର ଟ୍ରାନ୍ସଫର ହୋଇ ଯାଇଥିଲା କୋରାପୁଟରୁ ଭୁବନେଶ୍ୱର। କଇଁ ଦଶମରେ ପଢ଼ୁଥିବା ଓ ରାଜ୍ୟରେ ଚିତ୍ର ପ୍ରତିଯୋଗିତାରେ ପ୍ରଥମ ହେଉଥିବା ଗୋଟେ ଅତି ସରଳ ନିରୀହ ଝିଅ। ବୟସ ତୁଳନାରେ ବାହ୍ୟ ଜ୍ଞାନ ଅତି କମ୍। ସବୁବେଳେ ହସୁଥିବ। କଇଁ ବାବା ଓ ମୋ ବାବା ଏକା ଅଫିସରେ କାମ କରୁଥିଲେ। ପାଖାପାଖି କ୍ବାଟରରେ ରହୁଥିଲୁ ଆମେ। ମୁଁ ଓମ୍ ଚନ୍ଦ୍ର ସାଇ ବିଏସି ଫାଷ୍ଟ ଇଅର ପଢ଼ୁଥିବା ଜଣେ ଛାତ୍ର।

     କଇଁ ଚାଲିଗଲା,କିନ୍ତୁ ମୋ ଛବି ଆଙ୍କି ଦେଲା ନାହିଁ। ଏଇଟା ମୋର ଗୋଟେ ବଡ଼ ଦୁଃଖ। କଇଁ ପରେ କମଳା ମୋର ଅତି ଘନିଷ୍ଠ ହେବାକୁ ଚେଷ୍ଟା କଲା। ମୁଁ ଅନୁଭବ କରିପାରେ କମଳା ମୋତେ ଭଲ ପାଏ। ମୁଁ କମଳା କୁ ବି ଭଲ ପାଏ। କିନ୍ତୁ କଇଁ ପରି ନୁହେଁ।

     କଇଁ ଆକାଶ କଇଁଆ ହୋଇଗଲା। ରାଜଧାନୀ ତାକୁ ମୋହ ଗ୍ରସ୍ତ କଲା। ମୋ ମନ ଦର୍ପଣରେ ଆସ୍ତେ ଆସ୍ତେ ଧୂଳି ଜମି ସମୟ କ୍ରମେ କଇଁ ମୁହଁ ଅସ୍ପଷ୍ଟ ଦିଶିଲା। ସମୟର ଧୂଳି ଆଉ କଣ କି? କିଛି ଅଦୃଶ୍ୟ କରିଦେବା,କିଛୋ ଭୁଲେଇ ଦେବା। ନୂଆ ମୁହଁ,ସଂପର୍କ ଜକ ଜକ ଦିଶିବା। ଆଗକୁ ବଢ଼ୁଥିଲା ଜୀବନ। ପଛରେ କିନ୍ତୁ ରହି ଯାଉଥିଲେ ଦର ଆଉଜା କବାଟର ଗମ୍ଭୀର ଭିତରେ ସାଇତା ସ୍ୱପ୍ନ,ସ୍ମୃତି।

     ମୁଁ ଉଣେଇଶରୁ ଏହା ଭିତରେ ହୋଇଗଲି ଏକତିରିଶ ବର୍ଷ ଯୁବକ। ଚାକିରୀ କଲି ମୋ ସ୍ବପ୍ନ ପଳେଇ ଆସିଥିବା ସହର ରାଜଧାନୀ,ସେକ୍ରେଟାରୀରେ। ଯେଉଁ ଦିନ ଜଏନ୍ କଲି ଶୋଇଥିବା ଇଛାଟିଏ ହଠାତ୍ ଉଠି ପଡିଲା। ମନ କହିଲା କଇଁ ସଂଗେ ଭେଟ ହୋଇ ଯାଆନ୍ତା କି କଇଁ ଆସନରେ କିନ୍ତୁ ବସି ସାରିଥିଲା କମଳା,ମୋ ସ୍ତ୍ରୀ ହୋଇ। ତଥାପି କଇଁକୁ ଦେଖିବା ମୋହ ମୋତେ ଉସ୍କାଉ ଥିଲେ,କାହିଁକି

     ନିରୁତା ପ୍ରେମ ଏମିତି ମୁଠିଏ ଜହ୍ନର ଜୋଛନା କଇଁ ମୋର କିଏ? ଏ ସହର ଛୁଉଁ ଛୁଉଁ କାହିଁକି କଇଁ ମୁହଁ ବାରମ୍ବାର ଦେଖା ଯାଉଛି??ଭାରି ମନ କହୁଛି କଇଁ ସଂଗେ ଟିକେ ଲାଗିବାକୁ। ତା ଚୁଟି ଟାଣିବାକୁ। ତା ପିଠିରେ ବସାଇବାକୁ ନ କାଟୁଥିବା ପରି ହାତ ଠୋଲା ଚଟକଣି।

     କଇଁ କିନ୍ତୁ ଦେଖା ହେଉ ନଥିଲା ତିନି ବର୍ଷ ରହଣି ଭିତରେ ଭୁବନେଶ୍ୱରରେ। ପରିବାର,ଚାକିରୀ ସମସ୍ୟା ଭିତରେ ମୁଁ ପରିପକ୍ୱ ହେଉଥିଲି। ଚାହିଁବା,ପାଇବାରେ ଲଗାମ ଟାଣୁଥିଲି। ଜାକି ଜୁକି ହେଉଥିଲି ଉଡ଼ନ୍ତା ଇଚ୍ଛା ମାନଙ୍କ ସହ ନ୍ୟାୟ ଦେବାକୁ ଯାଇ। ଏହା ଭିତରେ ମୋର ଗୋଟିଏ ଝିଅ ହେଲା। ମୁଁ ତା ନାଁ ରଖିବାକୁ ଚାହିଁଲି କଇଁ। କମଳା ପ୍ରତିବାଦ କଲା,ଛିଃ ବେଇଲୋ କଇଁ ଗୋଟେ ନାଁ। ସବୁଠୁ ବାଛି ବାଛି ମୋ ଝିଅର ନାଁ ଦିଆ ହେବ;କମଳା ର ଦାବୀ। ଝିଅଟି ନାଁ ଦିଆଗଲା ସୋନା।

     ହେଉ,ମୋର କେଉଁ ଇଛାଟି କେବେ ପୁରାଣ ହୋଇଥିଲା କି? ଛୁଆଟି ଉପରେ ତା ମାର ବି ଅଧିକାର ଅଛି। ତା ଛଡା କଇଁ ପ୍ରସଙ୍ଗ ପଡିଲେ କମଳା ଆଖିରେ ଅସହିଷ୍ଣୁ ଭାଵ ଫୁଟି ଉଠେ। ତା ଭାଗର ପ୍ରେମ ବାଣ୍ଟି ହୋଇ ଯାଉଛି ବୋଲି ଅନୁଭବ କରେ। ଈର୍ଷାରେ ଫାଟି ପଡେ। ଯଦିଓ ରାଗେ ନାହିଁ ଉପରେ,ଭିତରେ କିନ୍ତୁ କୁହୁଳେ। ରାଗ ସୁଝାଏ ଜିନିଷ ଫିଙ୍ଗା ଫିଙ୍ଗି କରି। ମୁଁ ଏସବୁ ବୁଝେ। କିନ୍ତୁ କଣ କରିବି ମନଟି ଭାରି ଚଗଲା ସେ କଣ ମୋ ଆୟତରେ ଥାଏ? ନିଜକୁ ଜଗେ,କଇଁ କଥା କମଳା ଆଗେ ନ କୁହେ ବୋଲି। ନେଚେତ୍ କମଳା ମହାଭାରତ କରିବ।

      କଇଁକୁ ମନେ ପକାଇବାରେ କେତେ ଥର କମଳା ପାଖରେ ଥାଇ କଡ଼ ଲେଉଟାଏ ସେ କଥା କେବଳ ମୋ ମନ ଓ ମୋ ନିଃଶ୍ବାସ ହିଁ ବୁଝନ୍ତି। କମଳା କୁହେ କାହିଁକି ଏପଟ ସେପଟ ହେଉଛ। ଅଫିସିରେ କିଛି ଟେନ୍ସନ ଅଛି କି? ଦେହ ଭଲ ଲାଗୁନି କି?

      ମୁଁ ଆଡେଇ ଦେଇ କୁହେ ନାଇଁମ ଏମିତି ନିଦ ଟା କାଇଁ ହେଉନି। କମଳା ତା ଛାତିକୁ ମୋ ମୁଣ୍ଡ ଆଉଜାଇ ନେଇ ଆଉଁସି ଦିଏ। ହାତ ପୁରାଇ ମୁଣ୍ଡ କେଶ ଭିତରେ ମସାଜ୍ କଲା ପରି କରେ। କେତେବେଳେ ନିଦ ଲାଗିଯାଏ ଜଣା ପଡେନି। ଏପରି ଚାଲୁଥାଏ ବାଟ ଜୀବନକୁ ଜୀଇଁବା ପାଇଁ କଇଁ ମୟ ହୋଇ।

 କଣ କି କେବଳ ଟିକେ ଦେଖିବାକୁ ଚାହୁଁଛି ଓ କେଇ ପଦ କଥା ହେବାକୁ ଚାହୁଁଛି । ଏତିକି ତ...

     ଦିନେ ବିପ୍ର ଓ ଅଂଶୁ ଡାକିନେଲେ ମୋତେ ଜନତା ମଇଦାନରେ ହେଉଥିବା ଚିତ୍ର ପ୍ରଦର୍ଶନୀ ଦେଖିବାକୁ। ବହୁ ନାମୀ ଦାମୀ ଚିତ୍ରକରଙ୍କର ଚିତ୍ର ପ୍ରଦର୍ଶନୀ। ଏଠି ଯିଏ ଫାଷ୍ଟ ହେବ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବ। ତା ଛଡା ରାଜ୍ୟ ସରକାର ସାର୍ଟିଫିକେଟ୍ ସହ ପଚାଶ ଲକ୍ଷ ପୁରସ୍କାର ରାଶି ବି ପ୍ରୋତ୍ସାହନ ପାଇଁ ରଖିଛନ୍ତି। ଫାଷ୍ଟ ଚିତ୍ର ବଛା ସରିଛି। ଆଜି ମାନପତ୍ର ଓ ପୁରସ୍କାର ଦିଆଯିବ। ଏଣୁ ତିନି ଅଫିସ ଷ୍ଟାପ୍ ବନ୍ଧୁ ଚିତ୍ର ପ୍ରଦର୍ଶନୀ ବୁଲି ବାହାରିଲେ ଅଫିସ ଟାଇମ ପରେ।

     ଚିତ୍ର ଗୁଡିକ ବୁଲି ବୁଲି ଦେଖୁଥାନ୍ତି ହଜାର ହଜାର ଲୋକ। ତା ଭିତରେ ଚନ୍ଦୁ ବି। ଫାଷ୍ଟ ହୋଇଥିବା ଚିତ୍ରଟି ପାଖେ ଅଟକି ଗଲା ତା ଆଖି। ଏ କଣ? ଏ ଚିତ୍ର ଟିରେ ତ ତାରି ଝାପ୍ସା ମୁହଁ। ଝାପ୍ସା ହାତଟିଏ ଟାଣୁଛି ବେଣୀ ପଛକୁ ଠିଆ ହୋଇଥିବା ଗୋଟେ ଝିଅର। ଝିଅଟିର ମୁହଁ ନୁହେଁ ପଛ ପଟ ହିଁ ଅଛି। ଏ ତ କଇଁ ପଛ। ତା ପଛ ବେକ ମୂଳ ତଳକୁ ଗୋଟିଏ ନାଲି ଜାଇ ଥିଲା। ଏ ଚିତ୍ରରେ ବି ଝିଅଟିର ଠିକ୍ କଇଁ ପରି ବେକ ତଳକୁ ନାଲି ଜାଇଟି ଅଛି। ନିଃସନ୍ଦେହରେ କୁହା ଯାଇ ପାରେ ଝାପ୍ସା ମୁହଁ,ହାତ ଚନ୍ଦୁର ଓ ସେ ଝିଅଟି ନିଶ୍ଚେ କଇଁ। ଚୁତ୍ର ତଳେ ବି ଲେଖା ଯାଇଛି କେ. ଦାଶ।

     ଏ ନିଶ୍ଚୟ କଇଁର ଚିତ୍ର। କଇଁ ତାକୁ ମନେ ରଖିଛି। ଓଃ କି ଖୁସି ଲାଗୁଥିଲା ନନ୍ଦୁକୁ। କଇଁ...କଇଁ। ଯା ହେଉ କଇଁକୁ ଆଜି ସେ ଦେଖିବ। ଏ ମନ ଧୈର୍ଯ୍ୟ ଧର। ଆଉ କିଛି କ୍ଷଣ। କଇଁ ଆସିବ,ପୁରସ୍କାର ଓ ମାନପତ୍ର ନେବ। ଏଇ ମଉକାରେ ତା ସହ ଦେଖା ହୋଇଯିବ। ଅଂଶୁ ଓ ବିପ୍ର ଡାକୁଥାନ୍ତି "ଆରେ ଚାଲ ଘରକୁ ଯିବା,ଚନ୍ଦୁ"।

 

ହେ ରୁହମ!ଷ୍ଟାର ଚିତ୍ରକରଙ୍କୁ ଟିକେ ଦେଖିବା। ଉତ୍ସବ ତ ଆରମ୍ଭ ହୋଇ ସାରିଲାଣି, ମୁଁ କହିଲି ମୋ ମନ କଥା ନ ଜଣାଇଁ।

    ହେ ଭଗବାନ! କଇଁ ନା ଡକାଗଲା,ସେ ଷ୍ଟେଜକୁ ଆସିଲା। ଇସ୍ କଇଁ ଏତେ ସୁନ୍ଦର,ପୁରା ମଡ଼ର୍ଣ୍ଣ ହୋଇ ଯାଉଛି। କଇଁ ମୟ ଚନ୍ଦୁ। ହାତ ହଲାଇ କଇଁ କଇଁ ବଡ଼ ପାଟିରେ କହି ନିଜ ଖୁସି ଜାହିର କରିବାକୁ ଓ ନିଜକୁ ଚିହ୍ନେଇ ବାକୁ ଚେଷ୍ଟା କଲା ଚନ୍ଦୁ। ଚମତ୍କାର ହସ ଛୁଉଁ ଥିଲେ ଚନ୍ଦୁ ମନ, ହୃଦୟ ଓ ମୁହଁ।ଇଚ୍ଛା ହେଉଥିଲା ଦଉଡ଼ି ଯାଇ କୁଣ୍ଢାଇ ପକାନ୍ତା କଇଁକୁ। କୁହାନ୍ତା " ତୋତେ ଦେଖିବାକୁ କି ଆକୁଳ ବିକଳ ହେଉଥିଲା ମନ ଲୋ କଇଁ"

    ଆୱାର୍ଡ ନେଇ କଇଁ ଓହ୍ଲାଇ ଆସୁଥିଲା ପାହାଚ ପରେ ପାହାଚ। ମୁଁ ଉଠିଗଲି ନିଜ ସିଟ୍ ରୁ। ଘେରି ଯାଉଥିଲେ ଲୋକେ ଓ ମିଡିଆ ଵାଲା କଇଁ ମୁହଁରୁ କିଛି ଶୁଣିବାକୁ ଓ ଅଟୋ ଗ୍ରାଫ ନେବାକୁ। ଭିଡ଼ ଭିତରର ମୁଁ ବି ହାତ ବଢ଼େଇ କହୁଥିଲି ଅଟୋଗ୍ରାଫ ପ୍ଲିଜ଼। ମୋତେ ମିଡିଆ ଵାଲା ଧକ୍କା ଦେଇଥିଲେ। ତେବେବି ମୁଁ କଇଁ ଆଗକୁ ଗଲି ଓ କହିଲି "କଇଁ ଅଟୋଗ୍ରାଫ...କଇଁ ମୋତେ ଟିକେ ଚାହିଁଲା ଅତି "ଅଚିହ୍ନା"ପରି। ମୁଁ କହିଲି "କଇଁ ମୁଁ ଚନ୍ଦୁ ଭାଇ,କୋରାପୁଟ,ତୋ ସଂଗେ ଅହରହ ଲାଗେ। ମନ ପଡୁଛି"?

    ହ୍ଵାଟ ରବିସ୍ ହୁ ଆର ୟୁ ଏହା କହି କଇଁ ନନ୍ଦୁ କୁ ପେଲି ଦେଇ ଆଗକୁ ଲୋକ ଗହଳି ଠେଲି ଚାଲିଗଲା। ପଛରେ ପାହାଚ ଉପରେ ଚନ୍ଦୁ ପଡି ଯାଇ କହୁଥିଲା" ରବିସ୍ ତୁ ମୋ କଇଁ ହୋଇପାରୁନା ତୁ କୁମୁଦିନୀ ଦାଶ ବେଷ୍ଟ ଚିତ୍ରକର। ମୋ କଇଁ ତୁ କାଇଁ ହେବୁ ଯେ

  



Rate this content
Log in

More oriya story from Satyabati Swain

Similar oriya story from Romance