Bidyut lata Mishra

Romance Tragedy

4  

Bidyut lata Mishra

Romance Tragedy

ପତିବ୍ରତା

ପତିବ୍ରତା

5 mins
438



   ଅତି ଯତ୍ନରେ ଖବରକାଗଜର ସପ୍ତମ ପୃଷ୍ଠାରୁ କିଛି ଅଂଶ କୁ କାଟିରଖିଥିଲା ତାପସି । ହୁଏତ ଏହି ଦିନଟି ତା ଜୀବନରେ ଏକ ଚୀର ଆକାଂକ୍ଷିତ ଦିନ ଥିଲା । କିନ୍ତୁ ଯତ୍ନରେ କାଟିଥିବା କାଗଜ ଖଣ୍ଡ ଟି ପାଇଁ ସ୍ଥାନ ଟିଏ ଖୋଜି ପାଉନଥିଲା । ସବୁଠି ଯେମିତି ଉମେଶଙ୍କ ଉପସ୍ଥିତି । ହ୍ୟାଣ୍ଡବେଗ ଭିତରେ ଯତ୍ନରେ ରଖିଦେଲା । ତା ପରେ ପୁଅର ଟିଫିନ୍ ,ଉମେଶଙ୍କ ବ୍ରେକ ଫାଷ୍ଟ ଭିତରେ ବ୍ୟସ୍ତରହିଲା ତାପସି ।


  ଅଫିସରେ ପହଂଚି ସୁଧା ଟିକିଏ ଫୁରସତ ନଥିଲା,ବଡ ବାବୁ ଆସି ଚାରିଟି ଫାଇଲରଖି କହିଦେଇ ଗଲେ ଶୀଘ୍ର ହିସାବ ପାଇଁ । ସେହି ସମୟରେ ହିଁ ଫୋନ ବାଜି ଉଠିଲା,"ମେରା ଜୀବନ କୋରା କାଗଜ......"

   ଅଫିସ ସମୟରେ ଫୋନ ଉଠାଇବାକୁ ପସନ୍ଦ କରେନି ତାପସି ବିରକ୍ତିରେ ବ୍ୟାଗରୁ ଫୋନ ଟି ବାହାର କଲା,ଟ୍ରୁ କଲରରୁ ନାଁ ଟି ଦେଖି ସତେ ଯେମିତି ଚମକି ପଡିଲା

-ବିସ୍ମୟ!!! 


-କଂଗ୍ରାଚୁଲେସନ୍ସ


-କଣ ଏବେବିରାଗ କମିନି?କିଛି ତ କୁହ?

-ବହୁତ ଦିନ ଆଗରୁ ତ ତୁ ମୋତେ ମୁକ କରିଦେଇଛୁରେ ବାୟାଣୀ,ଭଲ ଅଛୁ?

-ହମ୍ମ ବହୁତ ଭଲ ,ଜାଣ ମୋ ପୁଅ ଫୋର୍ଥ ପଢ଼ିଲାଣି ଆଉ ମୁଁ ବି ଘରେ ବସି ବୋର ହେଲି ତ ଏବେ ଦୁଇ ବର୍ଷ ହେଲା ଚାକିରୀ କରୁଛି ।

-ଆଉ ତୋ ସ୍ୱାମୀ?

-ସେ ବି ବହୁତ ଭଲ ଅଛନ୍ତି?ସବୁ ଠିକ୍ ଅଛି ତୁମେ ଓଏଏସ ପାଇବା ଖବର ସେ ହିଁ ତ ମୋତେ କହିଲେ?

-ତୁ ଉମେଶ ବାବୁଙ୍କୁ ମୋ କଥା କହିଛୁ??

-ଏୟା ଯେ ମୁଁ ତୁମ ଫ୍ୟାନ ।

-ଫ୍ୟାନ କଣ ବେ ??

 (ତାପସି ଫାଇଲ ହେଲା? ବଡ଼ ବାବୁର ଡାକରେ ଚମକି ପଡିଲା ତାପସି)


-ସରି ଟିକେ ବିଜି ଅଫିସ ଟାଇମ ତ?

-ଓକେ ,ତୁ ତୋ କାମ କରେ ବି ହେପି ଅଲୱେଜ ।


 ବିସ୍ମୟ ଫୋନ କାଟି ସାରିଥିଲା । ଟିକେ ବି ବଦଳି ନଥିଲା ତାପସି ,ହୁଏତ ବିସ୍ମୟ ବି ବଦଳିନି । ବଦଳିଛି ତ କେବଳ ସମୟ । ସବୁ ଠିକ୍ ଠାକ ଭିତରେ ବି ଏମିତି କଣ ଭୂଲ ହେଲା ଆଜି ଯାଏ ବିସ୍ମୟ ଖୋଜୁଛି । ବିସ୍ମୟ ହୁଏତ ସର୍ବଗୁଣ ସମ୍ପନ୍ନ ପୁଅଟିଏ ଥିଲା ତାପସି ପାଇଁ ।ରୂପ,ଗୁଣ କେଉଁଥିରେ କିଛି କମି ନଥିଲା । କବିତା ଲେଖା,ବଂଶୀ ବଜେଇବା,ମିମିକ କରିବା ଏହି ସବୁ ହିଁ ତ ଥିଲା ଯେଉଁଥି ପାଇଁ ତାପସୀ ପ୍ରଥମେ ଆକର୍ଷିତ ହୋଇଥିଲା ବିସ୍ମୟ ପାଇଁ । ଆଉ ବିସ୍ମୟ ତ ସେହିଦିନ ତାପସି କୁ ବିସ୍ମିତ କରିଦେଲେ ଯେବେ କଲେଜ ଫଁକ୍ସନରେ ତାପସି ସହ ଡୁଏଟ୍ ଗାଇବାକୁ ଅନୁରୋଧ କରିଥିଲେ ତାପସି କୁ ।

ତାପସି ଶ୍ୟାମଳରଙ୍ଗର ପାଞ୍ଚଫୁଟିଆ ଝିଅଟିଏ,ନିଜ ଠାରୁ ଦୁଇ ବର୍ଷ ବଡ଼ ବିସ୍ମୟ ଙ୍କ ପ୍ରତିଭା ଆଗରେ ସତରେ ଵିସ୍ମିତ ହେଉଥିଲା ତାପସି ।


 ତାପସିର ପ୍ଳସ ଟୁ ସେକେଣ୍ଡ ୟର ଆଉ ବିସ୍ମୟ +୩ ଫାଇନାଲରେ । ବିସ୍ମୟଙ୍କ ଇଚ୍ଛା ସିଭିଲ ସେର୍ଭିସ ଆଉ ତାପସି ଯେମିତି ପ୍ରେରଣାର ସ୍ରୋତସ୍ୱିନୀ ଟିଏ । ବନ୍ଧୁତ୍ବକୁ ପ୍ରେମ ଭାବେ ଉଭୟ ଗ୍ରହଣ କରିସାରିଥିଲେ । କିନ୍ତୁ ବିବାହ !! ତାପସି ,ବିସ୍ମୟଙ୍କୁ ସବୁବେଳେ କୁହେ । ମୁଁ ତୁମ ଯୋଗ୍ୟ ନୁଁହ ବିସ୍ମୟ, ତୁମେ ୬ଫୁଟିଆ ଗୋରା ସୁନ୍ଦର ,ବୁଦ୍ଧିମାନ ପିଲାଟିଏ ଆଉ ମୁଁ ...

ତୁମକୁ ବିବାହ ସ୍ୱପ୍ନରେ ସୁଦ୍ଧା ମୁଁ କରିପାରିବିନି ।

ତାପସି କୁ ବିସ୍ମୟ ବାୟାଣୀ ଡାକେ କାରଣ ବିସ୍ମୟ ପାଇଁ ତାପସୀ ପ୍ରତିଦିନ କିଛି ନା କିଛି ଟିଫିନ୍ ହାତରେ କରି ଆଣେ,ଏତେ ଭଲ ପାଉଥିଲେ ବି ମୁଁହରେ କୁହେନି । ବିସ୍ମୟ ଧୀରେ ଧୀରେ ସଫଳ ହୁଏ ତାପସି କୁ ବୁଝାଇବାରେ । ଦୁଇ ପ୍ରେମ ପକ୍ଷୀ ଉଡ଼ିବୁଲନ୍ତି ମୁକ୍ତ ଆକାଶରେ । ତଥାପି ତାପସି ମନରେ ଥାଏ ଦ୍ଵନ୍ଦ । ତାପସିର ହଠାତ ବିବାହ ଠିକ୍ ହୁଏ । ଆଉ ପୁଣି ତାପସି ନିଜକୁ ଯୋଗ୍ୟ ଭାବେ ନି ବିସ୍ମୟଙ୍କ ପାଇଁ । ଆଉ ଯୋଗ୍ୟ ଆଯୋଗ୍ୟର ମନୋଭାବ ତାପସିର ଜୀବନର ଗତିପଥ ବଦଳାଇଦିଏ ।


ତମାମ ଅତୀତକୁ ତର୍ପଣ କରିବାକୁ ଚେଷ୍ଟା କରି ବି ବାରମ୍ବାର ହାରୁଥାଏ ତାପସି ନିଜ ପାଖରେ । ବିସ୍ମୟଙ୍କୁ ଭୁଲିବା ସମ୍ଭବ ହୋଇପାରିନି ୧୨ ବର୍ଷ ପରେ ବି । କିନ୍ତୁ ଉମେଶଙ୍କୁ ସ୍ୱାମୀରୂପେ ପାଇଲା ପରେ ସେ କେବେ ବି ଚେଷ୍ଟା କରିନି ବିସ୍ମୟ ଙ୍କ କଥା ବୁଝିବା ପାଇଁ । ଏଇମିତି ସ୍ୱାର୍ଥପର ହୋଇଯିବାକୁ ବାଧ୍ୟ ହୋଇଛି । ନିଜର ସମସ୍ତ ଦୁଃଖ କୁ ଚାପି ଖୁସି ଦେଇଛି ସମସ୍ତଙ୍କ ମୁଁହରେ । ଆଜି ଯେମିତି ତାପସିର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା । ଏତେ ଦିନ ପରେ ବି ତା ମନରେ ବିସ୍ମୟ ଙ୍କ ପାଈଁ ଭଲପାଇବା ଟିକେ ବି କମିନି,ନା ଏସବୁ ଠିକ୍ ନୁହେଁ ।


   ବିସ୍ମୟ ତହସିଲଦାର ଭାବେ ତାପସି କାର୍ଯ୍ୟରତ ତହସିଲ କୁ ଆସିଲା ପରେ ଯେମିତି ଅଧିକ ଧୈର୍ଯ୍ୟ ହରା ହୋଇଗଲା ତାପସି । ବିସ୍ମୟଙ୍କୁ ନେଇ ପୁରା ଅତିତ ଆଜି ତା ବର୍ତ୍ତମାନ ଆଗରେ ଦଣ୍ଡାୟମାନ । ଏହି ତିନି ମାସ ଭିତରେ ଅନେକ ଥର ବିସ୍ମୟ ଚେଷ୍ଟା କରିଛି ତାପସି ସହ ପଦେ କଥା ହେବାକୁ କିନ୍ତୁ ତାପସୀ....... । ନିଜ କୁ ପୁଣି ସେ ଦୁରେଇରଖୁଛି ବିସ୍ମୟ ଠୁ । ଠିକ୍ ରେ ସେ ବିସ୍ମୟର ମୁଁହକୁ ବି ଦେଖିନି । ବିସ୍ମୟ ଅନିଚ୍ଛା ସତ୍ତ୍ୱେ ତାପସିର ସହରରେ ପୋଷ୍ଟିଂ ପାଇବା ଆଉ ତାପସିର ଏଇମିତି ବ୍ୟବହାର ଭାରି କଷ୍ଟ ଦେଉଛି କିନ୍ତୁ ବିସ୍ମୟ ଯେ ଉପାୟହିଁନ । ତାପସି ସେଦିନ ବି ବିସ୍ମୟର ଚ୍ୟାମ୍ବର ଆସି ତାର ଆବଶ୍ୟକୀୟ ଫାଇଲ ସବମିଟ କରି ଚାଲିଯାଉଥାଏ ହଠାତ ମୁଣ୍ଡ ଘୁରାଇ ପଡ଼ିଯାଏ ସେଠି । ତହସିଲଦାର ନିଜେ ଜଣେ କିରାଣୀ କୁ ହାତରେ ଉଠାଇ କାର୍ ଯାଏ ନେବା ଦେଖି ଆଶ୍ଚର୍ଯ୍ୟ ହେଉଥାନ୍ତି ଅଫିସର କର୍ମଚାରୀ । ବିସ୍ମୟ ମେଡିକାଲରୁ ତାପସି କୁ ନେଇ ତା ଘରକୁ ଯାଇଥିଲା । ଅତ୍ୟଧିକ ଟେନ୍ସନ ଯୋଗୁ ଲୋବିପି । ଡକ୍ଟର କହିଛନ୍ତି ରେଷ୍ଟ ପାଇଁ ।


  ବିସ୍ମୟ ମନେ ମନେ ଭାବୁଥିଲା ଏଇମିତି କଣ ଟେନ୍ସନ ଥିବ ତାପସିର । ତାପସି ସବୁବେଳେ କୁହେ ତା ସ୍ୱାମୀ ବହୁତ ଭଲ ଆଉ ତାହାର କ୍ୟାର ନିଅନ୍ତି ଆଉ କଣ....ତା ପାଈଁ । ତାପସି ଘର ପାଖେ ପହଁଚିଲା ପରେ କେମିତି ଗୋଟିଏ ଅସ୍ୱାଭାବିକ ଆଚରଣ କରୁଥିଲା । ବିବାହ ପୂର୍ବରୁ ସେ ବିସ୍ମୟ କୁ ତା ବାପା ,ମାଆ ଙ୍କ ସହ ମିଶାଇ ଥିଲା କିନ୍ତୁ ଆଜି ଏମିତି ବାହାରୁ ବାହାରୁ କିଛି ନ କହି ଘରକୁ ଚାଲିଗଲା ।


   ବିସ୍ମୟ କିନ୍ତୁ ଘର ଭିତରକୁ ଯାଇଥିଲା ,ପୁରୁଣା ପ୍ରେମୀ ନୁହେଁ ତ ଉପରିସ୍ଥ ଅଫିସର ଭାବେ । କିନ୍ତୁ ଭିତରେ ଅବସ୍ଥା ଦେଖି ସ୍ଥାଣୁ ପାଲଟି ଗଲା ସେ ।

  ଆକ୍ସିଡେଣ୍ଟରେ ଦୁଇ ଗୋଡ଼ ହରାଇ ବ୍ରେନ ହାମରେଜ ହୋଇଥିବା ସ୍ୱାମୀ,ପାରାଲିସିସ ଆକ୍ରାନ୍ତ ବୁଢ଼ୀ ଶାଶୂ ଆଉ ଦଶ ବର୍ଷର କୁନି ପୁଅ । ତାପସି କହୁଥିଲା," ଉମେଶଙ୍କୁ ବିବାହ କଲା ପରେ ମୁଁ ପରିସ୍ଥିତି ସହ ଖାପ ଖୁଆଇ ଚାଲୁଥିଲି,ଉମେଶ ବି ଗୋଟିଏ ପ୍ରାଇଭେଟ କମ୍ପାନୀରେ ଭଲ ଚାକିରୀ କରୁଥିଲେ କିନ୍ତୁ ତିନି ବର୍ଷ ତଳର ଦୁର୍ଘଟଣାରେ ହରେଇଦେଲେ ନିଜର ଦୁଇ ଗୋଡ଼ ହରେଇବା ସହ ହେଲା ବ୍ରେନ ହାମରେଜ ଆଉ ପାଲଟିଗଲେ ଜୀଅନ୍ତା ଶବ । ବାସ ସେହି ଦିନ ଠାରୁ ମୁଁ ଦେଉଛି ପରୀକ୍ଷା ପ୍ରତି ମୁହୂର୍ତ୍ତରେ ,ପ୍ରତି ଦିନ । "


  -ଏତେ ସବୁ ପରେ ବି ଏତେ ଦିନ ଭିତରେ ଦିନଟିଏ ସୁଧା ତୁ ଜଣେଇବାକୁ ଉଚିତ ମନେ କରିନୁ ,ଏତେ ପର ହୋଇଗଲି ମୁଁ ତୋର?

-ମୁଁ ପରିସ୍ଥିତି ସହିତ ବୁଝାମଣା କରିନେଇଛି ବିସ୍ମୟ,ହୁଏତ ମୋ ଜୀବନରେ ତୁମେ ଥିଲ ପ୍ରଥମ ପୁରୁଷ କିନ୍ତୁ ଉମେଶଙ୍କୁ ସ୍ୱାମୀରୂପେ ପାଇବା ଥିଲା ମୋର ପୂର୍ବ ଜନ୍ମର ପୂଣ୍ୟ ଫଳ । ତୁମ ବିଷୟରେ ସବୁ କହିଲା ପରେ ଦିନଟିଏ ପାଇଁ ସେ ତୁମ ବିଷୟରେ ପ୍ରଶ୍ନ କରିନାହାନ୍ତି ଯେଉଁ କେତେ ବର୍ଷ ହସ ଖୁସିରେ କଟିଥିଲା ତାହା ମୋ ପାଇଁ ଚିରଦିନର ସ୍ମୃତି । ମୋ ପତିବ୍ରତା ଧର୍ମ ଉପରେ ମୋର ବିଶ୍ୱାସ ଦିନେ ଉମେଶ ନିଶ୍ଚୟ ମାନସିକ ଭାବେ ସୁସ୍ଥ ହେବେ । ଆମ ପୁଅ ଦିନେ ମଣିଷ ଭଳି ମଣିଷ ହୋଇ ତା ବାପାଙ୍କ ସ୍ୱପ୍ନ ପୂର୍ଣ କରିବ । ଉମେଶ ଙ୍କ ହାତର ସିନ୍ଦୁର ଆଉ ଶଙ୍ଖା ଏବେ ବି ମୋ ପାଖେ ବିସ୍ମୟ ମୁଁ ସେତିକିରେ ଖୁସି । ସବୁ ପରିସ୍ଥିତି କୁ ସାମ୍ନା କରିବାକୁ ପ୍ରସ୍ତୁତ ।


   ବିସ୍ମୟ ଵିସ୍ମିତ ହୋଇଥିଲେ ତାପସି ପାଇଁ ,ସତରେ ଏହି ଟୋପାଏ ସିନ୍ଦୁର ଆଉ ନାଲି ଶଙ୍ଖାରେ ଏତେ ଶକ୍ତି ଥାଏ । ତପୁ ଯାହାକୁ ସେ ବାୟାଣୀ ଡାକେ ,ଅନ୍ଧାର କୁ ଦେଖି ଡରୁଥିବା, ସାମାନ୍ୟ କଥାରେ କାନ୍ଦି କାନ୍ଦି ମୁଁହ ନାଲି କରିଦେଉଥିବା ତାପସି ଜୀବନର ଏତେ କଠିନ ପରିସ୍ଥିତି କୁ ହସି ହସି ସାମ୍ନା କରୁଛି । ତାପସି ସାମ୍ନାରେ ସମ୍ମାନରେ ମୁଣ୍ଡ ନଇଁଯାଉଥିଲା ବିସ୍ମୟ ଙ୍କର ।


-ତୁ ନିଶ୍ଚୟ ଦିନେ ବିଜୟିନୀ ହେବୁ ତାପସୀ, ତୋର କଠିନ ପରିଶ୍ରମ କେବେ ଵ୍ୟର୍ଥ ହେବନି । ଆଉ ତୁ ଯେବେ ବି ଏହି ବିସ୍ମୟର ସାହାଯ୍ୟ ଚାହିଁବୁ ବିନା ଦ୍ଵିଧାରେ କହିବୁ ।

-ରୁହ ମୁଁ ତୁମ ପ୍ରିୟ ଷ୍ଟ୍ରଙ୍ଗ କଫି କରି ଆଣିବି,ଏମିତି କଣ ଚାଲିଯିବ?

-ମୁଁ ନିଶ୍ଚୟ ସେହିଦିନ କୁ ଅପେକ୍ଷା କରିବି ଯେବେ ଉମେଶ ବାବୁ ନିଜେ ମୋତେ କଫି ଅଫର କରିବେ ।

 ହୃଦୟ ଭାରି ହୋଇ ଆସୁଥିଲା ବିସ୍ମୟ ଙ୍କର ଫେରିଲା ବେଳେ ତାପସିର ମୁଁହ କୁ ଦେଖୁଥିଲେ ଅତି ସତର୍କତାରେ ଆଖିର ଲୁହ କୁ ଲୁଚାଇ ମିଛ ହସ ହସୁଥିଲା ।

   ବିସ୍ମୟ ଭାବୁଥିଲେ ସବୁ ଝିଅ ଏମିତି ନା? ତାପସି ଭଳି ସାହସ ଓ ପତିବ୍ରତା ଗୁଣ ସବୁ ଝିଅ ପାଖେରହୁ ।



Rate this content
Log in

Similar oriya story from Romance