Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

4 mins
204



 ଜୀବନଟା ଗୋଟେ ନାଟକ। ନୁହେଁ ତ ଆଉ କଣ ? ସମସ୍ତେ କୁହନ୍ତି ପ୍ରଥମ ପ୍ରେମ ଭୁଲି ହୁଏନା। କଣ ସତ ? ଯଦି ସତ ତାହେଲେ ସଂଗ୍ରାମ ସହ ଜୀବନ ବିତେଇବା, ରାତି ରାତି ଅନିଦ୍ରା ରହି ଗପିବା ସବୁ କେମିତି ମିଛ ହେଇଗଲା ସେଇଦିନ......


    ଯେଉଁଦିନ କାର୍ ଦୁର୍ଘଟଣାରେ ତା ଗୋଡଟି କଟିଗଲା ସେଇଦିନ ହିଁ ଦୁରେଇଗଲା ସଂଗ୍ରାମ ବିଭିନ୍ନ ବାହାନା କରି । ବଦଳିଗଲା ପ୍ରଥମ ପ୍ରେମ, ପ୍ରତିଶ୍ରୁତିର ପରିଭାଷା। ଖୁସିରେ ସଂସାର କଲା ସଂଗ୍ରାମ, ହେଲେ ମୁଁ ?? ଅନୁବନ୍ଧିତ ହୋଇଗଲି ୱ୍ହିଲ୍ ଚେୟାର ସହ।



    ମୋର ତ ଅଗାଧ ବିଶ୍ବାସ ଓ ଭରସା ଥିଲା ସଂଗ୍ରାମ ସହିତ। କିନ୍ତୁ........

କଣ କଲା ସଂଗ୍ରାମ ??ରୁବି ଉପଦେଶ ଦେଉଥିଲା ତାର ନୂଆଁ ନୂଆଁ ପ୍ରେମରାଇଜରେ ପାଦ ଦେଇଥିବା ସାଙ୍ଗ ଅନିତାକୁ।ଅନିତା କହିଲା ନା ନା ତୋର ଭୁଲ୍ ଧାରଣା। ତମ ପ୍ରେମ ନିବିଡ, କାମରହିତ ହୋଇନଥିବ। ତୋ ପରିସ୍ଥିତି ଦେଖି ମୁଁ ସଫା ସଫା ମୋ ପ୍ରେମିକକୁ କହି ସାରିଛି, ଏବଂ ସେ କହିଛନ୍ତି କୌଣସି ପରିସ୍ଥିତିରେ ବି ମୋ ଠାରୁ ଦୁରେଇ ଯିବେନାହିଁ। ହଉ, କହି ଦୀର୍ଘନିଃଶ୍ବାସ ମାରିଲା ରୁବି। ଚାଲିଗଲା ଅନିତା।



    ଦୁଃଖର ପାହାଡ ଭିତରୁ ବାହାରି ବଞ୍ଚିବାକୁ ଚେଷ୍ଟାକଲା ରୁବି। ଆଜିକାଲିର ଯୁଗରେ ବିଜ୍ଞାନର ଅବଦାନ। ନକଲି ଗୋଡର ବ୍ୟବହାର ସହ ବାହାରକୁ ବାହାରିବାରେ ଲାଗିଲା ରୁବି। ଦିନେ ସହରର ରାଜରାସ୍ତାରେ ଚାଲିଚାଲି ଯିବା ସମୟରେ ଦେଖିଲା ଗୋଡର ବେଲ୍ଟଟି ଢିଲା ହୋଇଯାଇଛି। ସଜାଡିବାକୁ ନଇଁପଡିବା ସମୟରେ କାର୍ ଟିଏ ଧକ୍କା ଦେଲା। ଛିଟିକି ପଡିଲା ରୁବି।



     କାର୍ ଟି ଧଡ୍ କରି ଠିଆ ହୋଇଗଲା ଓ ଓହ୍ଲେଇଲେ ଜଣେ ସୁଦର୍ଶନ ଯୁବକ। " ସରି " ମ୍ୟାଡମ୍ ! କହି ରୁବିକୁ ଉଠାଇନେଲେ ଯୁକଜଣକ। ଛିଟିକି ପଡି ଭାଙ୍ଗି ଯାଇଥିଲା ନକଲି ଗୋଡଟି। ନିଜ ହାତରେ ଉଠାଇ ରୁବିକୁ କାର୍ ରେ ବସାଇଲେ ଓ ଡାକ୍ତରଙ୍କ ପାଖକୁ ନେଇକି ଗଲେ। ରାସ୍ତାସାରା ରୁବିକୁ ଅନେଇ ରହିଥିଲେ ଯୁବକଜଣକ।ରୁବି ଭଦ୍ରବ୍ୟକ୍ତିଙ୍କର ନାଆଁ ପଚାରିଲା। ଯୁବକଜଣକ ସ୍ମିତହସି କହିଲେ, ମୋ ନାଆଁ ନିଖିଳ। ମୁଁ ବ୍ୟାଙ୍କରେ ଚାକିରୀ କରେ। ଆପଣ ବି ତ ଉଚ୍ଚଶିକ୍ଷିତା। ଘରେ କେବଳ ମାଆ ଅଛନ୍ତି କହିଲା ରୁବି। ରୁବିର ଚିକିତ୍ସା ସହ କ୍ରୁତ୍ରିମ ଗୋଡ ପ୍ରତ୍ୟାରୋପଣ କରାଇ ରୁବିକୁ ଘରେ ଛାଡିବା ପାଇଁ ଗଲେ ନିଖିଳ ।ରୁବିର ଅନୁରୋଧ ରକ୍ଷାକରି ତା ଘରେ ଚାହା ପିଉ ପିଉ ରୁବିର ମାଆ ରୁବି ବିଷୟରେ ସବୁ ବର୍ଣ୍ଣନା କରିଦେଲେ। ସବୁ ଶୁଣିସାରି ନିଖିଳ ବାହାରିଲେ ନିଜ ଘର ଅଭିମୁଖେ ଏଇ ପ୍ରତିଶ୍ରୁତି ସହ ଯେ ପ୍ରତିଦିନ ରୁବିକୁ ଦେଖାକରି ଯିବେ।



     ଯିବାଆସିବା ଆରମ୍ଭ ହେଲା ନିଖିଳର। ରୁବି ତାର ପୁର୍ବ ଈତିହାସ ବର୍ଣ୍ଣନା କରିବା ସହ ପଚାରିଲା, ପୁସ୍ତକର ପ୍ରୁଷ୍ଠା ବିଦୀର୍ଣ୍ଣ କରି ସବୁଠି ବର୍ଣ୍ଣିତ ପ୍ରଥମ ପ୍ରେମ ଭୁଲିହୁଏନା। ହଁ, ଈତିହାସ ପ୍ରୁଷ୍ଠା କିମ୍ୱା ପ୍ରଥମ ପ୍ରେମ କେହି ବି ଭୁଲ୍ ନୁହଁ । ଆଶ୍ଚର୍ଯ୍ୟଚକିତ ହୋଇ ନିଖିଳ ପଚାରିଲା ତାହେଲେ ଭୁଲ୍ କଣ ?

ସ୍ମିତ ହସି ରୁବି କହିଉଠିଲା, ଦେଖନ୍ତୁ ନିଖିଳବାବୁ ! ଏକବିଂଶ ଶତାବ୍ଦୀର ପ୍ରେମରେ ପ୍ରେମିକ, ପ୍ରେମିକା ଭିତରେ ଭରସା ଓ ବିଶ୍ବାସର ମାତ୍ରା କମ୍ ଥିଲେ, ସ୍ୱାର୍ଥ ଓ କାମରହିତ ନଥିଲେ ପ୍ରଥମ କଣ କେତେତମ ପ୍ରେମ ହେଲେ ବି ତାହା ପ୍ରେମରେ ଗଣତି ହୁଏନାହିଁ। 


   ପ୍ରେମ ! ବିଶ୍ବାସର, ଭରସାର, ଆତ୍ମାର ମିଳନ। ସେହି ଚିରନ୍ତନ।ଏଇ ଦେଖନ୍ତୁନା, ମୁଁ ଗୋଟିଏ ଝିଅକୁ ବହୁତ ଭଲପାଉଥିଲି ଓ ସେ ବି। ଜଣେ ଅନ୍ୟକୁ ଭଲରେ ଜାଣିବାକୁ ଚେଷ୍ଟିତ ଥିଲୁ। ହଠାତ୍ ଦିନେ ସେ ମୋତେ କହିଲା ବ୍ୟାଙ୍କର ମୋର ପଦାଧିକାରୀଙ୍କ ସହ ତାର ପ୍ରେମ ହୋଇଗଲା। ଭାଙ୍ଗିପଡିଲି ମୁଁ। ସେଦିନ ଅନ୍ୟମନସ୍କ ଗାଡି ଚଳାଇବା ସମୟରେ ଆପଣଙ୍କୁ ଧକ୍କା ହୋଇଗଲା। ତାକୁ ବହୁତ ବୁଝେଇଲି, ପ୍ରେମର ମାପକାଠି ସମ୍ପତ୍ତି ନୁହଁ, ପ୍ରେମ ନୁହେଁ ବାଟଭୁଲା ଜଳପରୀ, କିଛି   ଶୁଣିଲା ନାହିଁ ସେ। ଓଲଟି ପଚାରିଲା କେଉଁ ପୁରାଣରେ ଲେଖା ଅଛି ଧନାଢ୍ଯ ବ୍ୟକ୍ତିଙ୍କୁ ପ୍ରେମ କରିବା ମନା ? 



    ବହୁତ ବୁଝେଇଲି ସେହି ଅଧିକାରୀ ମଦ୍ୟପ, ଚରିତ୍ରହୀନ, ଶୁଣିଲାନି ସେ। କହିଚାଲିଥିଲେ ନିଖିଳ। ଉଡିଗଲା ଗୁଡି, ରହିଗଲା ଭାବନା। ତାମାନେ ନୁହଁ ନା ପ୍ରଥମପ୍ରେମ ଭୁଲି ହୁଏନା। ଜାଣିଛନ୍ତି ମ୍ୟାଡମ, ଆଜିକାଲି ଯୁଗ ଏମିତି ହୋଇଗଲା, ଗାଆଁ  ହେଉ ଅଥବା ସହର , ଝିଅଟି ଯଦି ପ୍ରେମ ନକରିଛି ବିଶେଷକରି ଅନଲାଇନର ଅଦେଖା, ଅଶୁଣା ମନୁଷ୍ଯଟିକୁ ତାହେଲେ ତାକୁ ଲାଗେ ସତେ ଯେମିତି ତା ଜୀବନ ଅଧୁରା। ସହମତିଭିତ୍ତିକ ବାହାଘର ଦରକାର ନାହିଁ, ସେଇ ପ୍ରେମିକ ପ୍ରବର ହିଁ ପରିବାର ଠାରୁ ଉର୍ଦ୍ଧ୍ବରେ। ତାକୁ ହିଁ ବାହାହେବାକୁ ଜିଦ୍ କରିବସେ ଝିଅଟି। ନହେଲେ ସୁବିଧାଉପାୟ ଆତ୍ମହତ୍ୟାର ଧମକ। ଲାଚାର, ଅସହାୟ ବାପାମାଆ। ତେଣୁ ତ ବଳାତ୍କାର , ବଧୁହତ୍ୟାର ମାତ୍ରା ପ୍ରତିଦିନ ଖବରକାଗଜର ପ୍ରୁଷ୍ଠା ମଣ୍ଡନ କରେ ଓ ଟେଲିଭିଜନର ମୁଖ୍ଯ ସମ୍ୱାଦ। 



     ପୁଅଙ୍କ କଥା ନକହିଲେ ଭଲ। ରେଡିଓ ମରାମତି କରୁଥିବା ଯୁବକ ପ୍ରଯୁକ୍ତିବିଜ୍ଞାନ ଇଞ୍ଜିନିୟର କହି ଗଳାଫାଡି ନ୍ରୁତ୍ୟ ସଙ୍ଗୀତର ଭିଡିଓ ପୋଷ୍ଟକରି କୁମାରୀକନ୍ୟା ଖୋଜିବୁଲେ ଓ ପାଇଯାଏ ବି। ଉଦ୍ଦେଶ୍ଯ ନା ପ୍ରେମ, ନା ଜୀବନ ସଙ୍ଗିନୀ, ବରଂ ବ୍ୟବହାର କରି ଫୋପାଡିଦେବା ଲକ୍ଷ୍ୟ। ପ୍ରଥମ ପ୍ରେମର ସଂଜ୍ଞା ହିଁ ବଦଳେଇଦେଲେ ଏମାନେ।


 

   ନିଖିଳର କଥାରେ ସହମତ ହେବାସହ ତାର ଉନ୍ନତ ଚିନ୍ତାଧାରାର ପ୍ରଶଂସା କରୁଥିଲା ରୁବି। ଆଜିକାଲି ନିଖିଳ ବିଷୟରେ ଭାବିବାକୁ ଲାଗୁଥିଲା ରୁବି। କିଛିଦିନ ଭିତରେ ଦୁହେଁ ଦୁହିଁଙ୍କର ନିକଟତର ହୋଇସାରିଥିଲେ। ହଠାତ୍ ଦିନେ ନିଖିଳ ରୁବିକୁ ଅନୁରୋଧ କଲା। କିଛି ଉପହାର ନିଜହାତରେ ଦେବାକୁ ଚାହୁଁଛି, ଯଦି ଅନୁମତି ଦେବେ। ହସିହସି କହିଲା ରୁବି, ଏଇଟା କଣ ପଚାରୁଛନ୍ତି, ଖରାପ କାହିଁକି ଭାବିବି ? ନିଖିଳ ପକେଟରୁ ବାହାରକଲା ଦୁଇଟି ରୁପା ପାଉଞ୍ଜି। କହିଲା, ପାଦଟା ଖାଲିଖାଲି ଲାଗୁଛି। କାନ୍ଦିପକେଇଲା ରୁବି। ସ୍ନେହରେ ଲୁହ ପୋଛୁ ପୋଛୁ ନିଖିଳ କହିଲା କାନ୍ଦୁଛନ୍ତି କାହିଁକି  ? ରୁବି କହିଲା ଏସବୁ ମୋ ଭାଗ୍ୟରେ ନାହିଁ। ନିଜ ହାତରେ ପାଉଞ୍ଜି ପିନ୍ଧେଇଦେଲା ନିଖିଳ। 


  ଦୁହିଁଙ୍କ ପ୍ରେମ ଚରମ ସୋପାନରେ । ତାପରେ ସ୍ଥିର ହେଲା ବାହାଘର। ରୁବି ଅନୁରୋଧକଲା ମୋର ମାଆ ଏକା। ତେଣୁ ମୋର ସବୁଠାରୁ ଉତ୍ତମ ସାଙ୍ଗ ପାଖକୁ ମିଶିକରି ଯାଇ ନିମନ୍ତ୍ରଣ କରି ଆସିବା। ହଁ ଭରିଲା ନିଖିଳ। ବାହାରିଗଲେ ଦୁହେଁ। ଘର ଖୋଜିଖୋଜି ପହଞ୍ଚିଲେ ଦୁହେଁ। ବହୁତ କଷ୍ଟରେ ଘରଖୋଜି ପାଇଗଲେ।ଅନିତା ନିଖିଳକୁ ଓ ନିଖିଳ ଅନିତାକୁ ଅନେଇ ରହିଥିଲେ। ନିଖିଳ କହିଲା, ଅନିତା ତମର ଏ କି ଅବସ୍ଥା। ଏତେବଡ ଘରର ଉଚ୍ଚମନା ଝିଅ, ଏଇ ଝୋପଡିରେ, ଏମିତି କେମିତି ହେଲା ?  



  ଆଶ୍ଚର୍ଯ୍ୟଚକିତ ହୋଇ ରୁବି ପଚାରିଲା, ନିଖିଳବାବୁ ଆପଣ ଅନିତାକୁ ଜାଣନ୍ତି ? ନିଖିଳ କହିଲା, ଏ ହିଁ ମୋର ପ୍ରଥମ ପ୍ରେମିକା। କାନ୍ଦିଉଠି ଅନିତା କହିଲା, ମୁଁ ଧନାଢ୍ଯ ଦେଖି ନିଖିଳଙ୍କ ଉଚ୍ଚପଦାଧିକାରୀଙ୍କୁ ବାହାହୋଇଗଲି। ପ୍ରେମ ସହ ପ୍ରତାରଣା କରି। ସେ ବ୍ୟକ୍ତି ମଦ୍ୟପ, ଚରିତ୍ରହୀନ ଥିଲା। ମୋର ସର୍ବସ୍ବ ଲୁଟିନେଇ ଛାଡି ଚାଲିଗଲା। ଥାନା କଚେରୀ ଘୁରିଘୁରି ଥକ୍କିଗଲି।ଜାଣିଛ ନିଖିଳ, ତମେ କହିଥିଲ ପ୍ରେମ ନୁହେଁ ବାଟଭୁଲା ଜଳପରୀ। ହେଲେ ଏ ଜଳପରୀ ବାଟଭୁଲି ଆଉ ବାଟ ପାଇଲା ନାହିଁ।     ହୁଏତ ଆତ୍ମହତ୍ୟା କରିସାରିଥାନ୍ତି କିନ୍ତୁ ବାଧକ ସାଜିଲା ଜନ୍ମିତ ଝିଅ। ଛାଡ, ଏହା ହିଁ କପାଳ ଲିଖନ। ତୁ ଭଲରେ ରହ ସାଙ୍ଗ। ହଠାତ୍ ରୁବିର ନଜର ପଡିଗଲା ଘର ଭିତରେ ଥିବା ଫଟୋ ଉପରେ। କ୍ରୋଧରେ ରୁବି ପଚାରିଲା, ଅନିତା, ଏଇ ଲୋକ କିଏ ? ଏ ଲମ୍ପଟର ଫଟୋ ତୋ ଘରେ କେମିତି ? ଲୁହ ପୋଛୁପୋଛୁ ଅନିତା କହିଲା, ଏ ପରା ମୋ ସ୍ୱାମୀ। ତୁ ଜାଣିଛୁ କି ? ହସିହସି ରୁବି କହିଲା, ଏଇ ପରା ମୋର ପୁରାତନ ଠକ ପ୍ରେମିକ ପ୍ରବର। 


  ବାହାବେଦୀରେ ପରୀଭଳି ଲାଗୁଥିଲା ରୁବି।ସୁନ୍ଦର ସଂସାରର କଳ୍ପନାରେ ଖୁସି ଥିଲା ନିଖିଳ। ନାଚୁଥିଲା ସହର। 


*ସାରମର୍ମ :: ପ୍ରେମର ପରିସୀମା ନାହିଁ। ଅନାବିଳ, ଅନାସକ୍ତ, ବାସନାରହିତ ପ୍ରେମ ସଫଳ। ପ୍ରେମ ଶାଶ୍ୱତ, ଚିରନ୍ତନ,ସୁନ୍ଦର। ପ୍ରେମରେ ପ୍ରଥମ, ଦ୍ୱିତୀୟର ଦୌଡ ନଥାଏ*।


Rate this content
Log in

Similar oriya story from Romance