Manash ranjan Pattanayak

Romance Tragedy

4.3  

Manash ranjan Pattanayak

Romance Tragedy

ପ୍ରତାରଣା

ପ୍ରତାରଣା

9 mins
418



ମୁଁ ତୁମକୁ ଭଲ ପାଏ ବିବାହ କରିବାକୁ ଇଛା କରେ । ସବିତା ଏ କଥା ଶୁଣି କିରି କିରି ହୋଇ ହସିଲା । ଏଥିପାଇଁ ମତେ ପାର୍କକୁ ଡାକିଥିଲ? ହଁ ସବିତା,ତୁମେ କେବଳ ମୋର । ମୁଁ କେବଳ ତୁମକୁ ବାହା ହେବି । ଆଉ କିଏ କଣ ଦୁଇଟା ତିନିଟା ବାହା ହୁଅନ୍ତି? ମୋର ଧୈର୍ଯ୍ୟ ନାହିଁ,ତୁମେ ଛଳନା କରନାହିଁ । ସବିତାର କାନ୍ଧ ଧରି ନିଜ ଆଡକୁ ଆଣିବାକୁ ପ୍ରକାଶ ଚେଷ୍ଟା କରେ । ସବିତା ଏକ ଚାପୁଡା ପ୍ରକାଶ ଗାଲରେ ଦେଲା । ଛୋଟ ଲୋକ ପିଲା । ତୋର ଇଜ୍ଜତ କେତେ ବେ । ମତେ ନିଜ ଆଡକୁ ଆଲିଙ୍ଗନ ପାଇଁକି ଭିଡୁଛୁ? ପୁଣି ସମସ୍ତଙ୍କର ଆଖି ଆଗରେ । ପ୍ରକାଶ ଗାଲକୁ ଆଉଁସି ଛିଡା ହୋଇଥାଏ । ସବିତା ରାଗିକରି ବାହାରକୁ ଆସିଲା । ନିଜର ସ୍କୁଟି ଷ୍ଟାର୍ଟ କରି ଦ୍ରୁତ ଗତିରେ ଚାଲିଗଲା । ଉପସ୍ଥିତ ପାର୍କରେ ଥିବା ଅନ୍ୟ ଦର୍ଶକମାନେ ଏହି ଦୃଶ୍ଯକୁ ଦୂରରୁ ଦେଖୁଥାନ୍ତି । ନିଜ ନିଜ ଭିତରେ ହସାହସି ହୋଇ କଥାବାର୍ତ୍ତା କରୁଥାନ୍ତି । ପ୍ରତିଶୋଧର ନିଆଁରେ ପ୍ରକାଶର ଆଖି ଲାଲ ହେଲାଣି । ନିଜର କଣ୍ଠ ରୁଦ୍ଧ ହେଉଛି । ବାରମ୍ବାର ନିଜର ରୁମାଲ କାଢି ଗୋଟିଏ ଅଧାଗଢା ସିମେଣ୍ଟ ଚେୟାରରେ ବସି ନିଜ ମୁହଁ ପୋଛୁଥାଏ ।


ସଂଧ୍ୟା ବେଳର ସୂର୍ଯ୍ୟ ଦିଗ୍‌ବଳୟ କାଟି ଅସ୍ତ ହେବାପାଇଁ ପ୍ରସ୍ତୁତ । ହଠାତ୍‌ ସାଇରନ୍‌ ଦେଇ ପୋଲିସ ଭ୍ୟାନ୍‌ ପାର୍କ ଗେଟ୍ ମୁହଁରେ ଛିଡାହେଲା । ଦୁଇ ତିନି ଜଣ କନେଷ୍ଟବଳ ଦୌଡା ଦୌଡି ହୋଇ ପାର୍କ ଭିତରକୁ ପଶିଆସିଲେ । ନିଜ ନିଜ ସ୍ଥାନ ପରିତ୍ୟାଗ କରନି କହି ବାରଣ କଲେ । ନିସ୍ତବ୍ଧ ହୋଇ ସମସ୍ତ ଉପସ୍ଥିତଥିବା ପାର୍କ ଭିତର ଦର୍ଶକମାନେ ଛିଡା ହୋଇଥାନ୍ତି । ଆଠ ଦଶଟି ଛୋଟ ଶିଶୁ ମନ ଖୁସିରେ ଦୋଳି ଖେଳରେ ମାତିଥାନ୍ତି । ପରସ୍ପର ମଧ୍ୟରେ ତାଳି ମାରି ମଜା କରୁଥାନ୍ତି । ଦଶ ମିନିଟ୍‌ ଛାଡି ଅନ୍ୟ ଏକ ଧଳା ରଙ୍ଗର ପୋଲିସ ଭ୍ୟାନ୍‌ ପାର୍କ ଭିତରକୁ ଆସିଲା । ପ୍ରକାଶ ତଳକୁ ମୁହଁ ପୋତି ଚଉକିରେ ବସିଥାଏ । ସବିତା ସେହି ଭ୍ୟାନ୍‌ରୁ ଦୁଇଜଣ ପୋଲିସ ଅଫିସର ସହ ବାହାରକୁ ଓଲ୍ଲାଇଥିଲା । ପୋଲିସ ଅଫିସର ପଚାରିଲେ ଏଠାରେ କଣ ଆସାମୀ ଅଛି? ୟେସ୍‌ ସାର୍‌ । ସଙ୍ଗେ ସଙ୍ଗେ ପୋଲିସ ଅଫିସର ତାଙ୍କ ସର୍ଭିସ ରିଭରବଲ କାଢିଲେ । ବଡ ପାଟିରେ କହିଲେ ଯଦି କୌଣସି ଲୋକ ଯିବାକୁ ଚେଷ୍ଟା କରେ ମୁଁ ତାକୁ ଫାୟାର କରିଦେବି । ଡୋଣ୍ଟ ମୁଭ୍‌ ଏନି ୱାନ୍ । ପୋଲିସ ମାନଙ୍କ ସହ ସବିତାକୁ ଦେଖି ପ୍ରକାଶ ଭୟରେ ଛାନିଆଁ ହେଉଥାଏ । ପ୍ରକାଶକୁ ହାତ ଦେଖାଇ ସବିତା କଇଁ କଇଁ ହୋଇ କାନ୍ଦି ପୋଲିସ ଅଫିସରଙ୍କୁ କଣ ଗୁଡାଏ କହିଦିଏ । କ୍ଷୀପ୍ର ବେଗରେ ଦୁଇଜଣ ଅଫିସର ଦୌଡ଼ିଗଲେ ସେ ବସିଥିବା ଅଧାଗଢା ସିମେଣ୍ଟ ଚେୟାର ପାଖକୁ । ବିଧା ଗୋଇଠା ଚାପଡାର ବର୍ଷା ପ୍ରକାଶର ଉପରେ ଆରମ୍ଭ ହେଲା । ତା ହାତରେ ହାତକଡା ପକାଇ କନେଷ୍ଟବଳକୁ ଧରାଇଦେଲେ । ଭିଡି ଭିଡି ତାକୁ ଭ୍ୟାନ୍‌ ପାଖକୁ ଆଣିଲେ । ପୋଲିସ ଅଫିସର ସବିତାକୁ ପ୍ରଶଂସା କଲେ । ତୁମରି ପରି ଝିଅ ମାନେ ନିଜର ଲଜ୍ଜାକୁ ନଡରି ଯଦି ଆଇନ୍‌କୁ ସହଯୋଗ କରନ୍ତେ ଏଇ ସହରରୁ ମୁଁ ଗୁଣ୍ଡା ବଦମାସ୍‌ଙ୍କ ଜୁଲମ୍‌ରୁ ରକ୍ଷା କରିପାରନ୍ତି । ତୁମେ ଝିଅ ଆମ ସହ ଥାନାକୁ ଆସ । ତୁମ ରିପୋର୍ଟରେ ଦସ୍ତଖତ କରି ଯିବ । ପ୍ରକାଶ ବଡପାଟିରେ କହିଲା ମୋର ଦୋଷ କଣ? ମତେ ବିଚ୍‌ ରାସ୍ତାରେ ଏଭଳି ବାଡେଇ ଥାନାକୁ ନିଆଯାଉଛି କାହିଁକି? ଚୁପ୍‌କର ଶଳା ବଦମାସ । ପାର୍କ ଭିତରେ ଝିଅ ମାନଙ୍କୁ ଅଶ୍ଳୀଳ ବ୍ୟବହାର କରୁଛୁ । ବଳତ୍କାର ପାଇଁ ଉଦ୍ୟମ କରୁଛୁ? ଗୋଟିଏ ଶକ୍ତ ଗୋଇଠା ତାକୁ ଦେଲେ । ସେ ଛାଟି ହୋଇ ଭ୍ୟାନ୍‌ ରେଲିଂରେ ମାଡହେଲା । ଦୁଇଜଣ କନେଷ୍ଟବଳ ତାକୁ ଭ୍ୟାନ୍‌ ଭିତରକୁ ଭିଡି ନେଲେ । ଉକ୍ତ ଭ୍ୟାନ୍‌ ସିଧା ପୋଲିସ ଷ୍ଟେସନ ଗଲା ।


     ଥାନାର ବଡବାବୁ ପଣ୍ଡା ବାବୁ ନାମକ ଜଣେ ସବ୍‌ ଇନିସ୍‌ପେକ୍ଟରଙ୍କୁ ଡାକିଲେ । ପ୍ରକାଶକୁ ଲକ୍‌ଅଫ ଭିତରକୁ ନେବାକୁ ନିର୍ଦ୍ଦେଶ ଦେଲେ । ସବିତା ତା ଘରକୁ ଯିବାକୁ ଅନୁମତି ମାଗିଲା । ଥାନା ବାବୁ ତାକୁ ଏକ ସପ୍ତାହ ପାଇଁ ବାହାରକୁ ନଯିବାକୁ ତାଗିଦ୍‌ କଲେ । ସାର୍‌ କାହିଁକି ମୁଁ ଘରୁ କୁଆଡେ ଯିବି ନାହିଁ କହୁଛନ୍ତି । ଶୁଣ ଝିଅ,ଆସାମୀ ଭିତରେ ଅଛି । ଏ ଟୋକା କୌଣସି ଗ୍ୟାଙ୍ଗ୍‌ର ସଦସ୍ୟ କିମ୍ବା ଆଣ୍ଟି ସୋସିଆଲ ଟେରିରିଷ୍ଟ ହୋଇପାରେ । ତୁମ ରିପୋର୍ଟରେ ସେ ଆରେଷ୍ଟ ହୋଇଛି । ତାର ଅନ୍ୟ ସହଯୋଗୀମାନେ ପ୍ରତିଶୋଧ ପରାୟଣ ହୋଇ ତମ ଉପରେ ଆଉ ଅଧିକ କିଛି କରି ବସନ୍ତି,ତେବେ,,, । ଏଇ କେଶ୍‌ର ଇନ୍‌ଭେଷ୍ଟିଗେସନ୍‌ ଆରମ୍ଭ ହୋଇନି । ଆମକୁ ଥରେ ଅଧେ ତୁମ ଘରକୁ ଯିବାକୁ ପଡିବ । ବର୍ତ୍ତମାନ ତୁମର ଷ୍ଟେଟମେଣ୍ଟ ନେବା ପାଇଁ ଆମ ଲେଡି ଅଫିସର ନାହାନ୍ତି । ଏବେ ତୁମେ ଯାଇପାର କହି ତାର ରିପୋର୍ଟକୁ ପଢିବାକୁ ଲାଗିଲେ । ସବିତା ଦୀର୍ଘ ନିଶ୍ବାସ ଛାଡି ଗୋଟିଏ ପରେ ଗୋଟିଏ ପାହାଚ ଓଲ୍ଲାଉଥାଏ ।

    

      କ୍ରମେ ରାତ୍ରର ନିର୍ଜନତା ବଢୁଥାଏ । ପ୍ରକାଶ ଝାପ୍‌ସା ଅନ୍ଧାର ଥିବା ହାଜତ ଭିତରେ ବସିଛି । ପାଖରେ ତିନିଜଣ କ୍ରିମିନାଲ୍ ଖାଲି ଦେହରେ ବସିଥାନ୍ତି । ପ୍ରକାଶର ଛାତି ଭିତରେ ଅଜସ୍ର ବିରହ ଅନୁତାପର କୋହ । ତାର ଘର ସୁଦୂର ମଫସଲ ଅଂଚଳରେ ଅଖ୍ୟାତ ପଲ୍ଲୀ ଗାଁ । କେତେ ସ୍ବପ୍ନ ନେଇ ସହରରେ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଆସିଥିଲା । ନିଜକୁ ରାସାୟବିତ୍‌ ହେବାର ସ୍ବପ୍ନ ଦେଖୁଥିଲା । ଦିନେ ଏକ ବର୍ଷା ମଧ୍ୟାହ୍ନରେ ବିଶ୍ବବିଦ୍ୟାଳୟ ଛକରେ ଭେଟ ହେଲା ସବିତା । ତାପରେ ଦୁହିଁଙ୍କ ମଧ୍ୟରେ କିଛି କଥା ଓ ଆଳାପ । ସବିତା ତା ୟୁନିଭରସିଟି ନିକଟରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନରେ ବି. ବି. ଏ ପାଠ୍ୟକ୍ରମର ଛାତ୍ରୀ ଥିଲା । କ୍ରମେ ବନ୍ଧୁତ୍ବ ଅତି ନିକଟତର ହେବାକୁ ଲାଗିଲା । ସବିତା ଓ ପ୍ରକାଶ ଗୋଟିଏ ଦିନ ଦେଖା ନହେଲେ ଆତ୍ମହରା ହେଉଥିଲେ । ସବିତା ଉଚ୍ଚ ବର୍ଗ ପରିବାରର କନ୍ୟା ଥିଲା । ଟଙ୍କା ପଇସାର ଅଭାବ ନଥିଲା ତାର । ତଥାପି ପ୍ରକାଶ ନିଜ ବାନ୍ଧବୀ ପାଇଁ ନିଜ ପରିବାର ପଠାଉଥିବା ସ୍ବଳ୍ପ ଅର୍ଥରୁ ନିଜ ଖର୍ଚ୍ଚରୁ କାଟି ଅଳ୍ପ ମୁଲ୍ୟର ଉପହାର ସବିତାକୁ ଭେଟି ଦେଉଥିଲା । ସବିତାର ମନ ମଧ୍ୟରେ ଥିଲା କାମନାର ନିଆଁ । ନିଜ ଶରୀରେ ଥିବା ଭୋକକୁ ଶାନ୍ତ କରିବା ପାଇଁ ସେ ସୁନ୍ଦର ସୁଲୋଢ ପ୍ରକାଶ ଉପରେ ଆଖି ପକାଇଥିଲା । ବହୁବାର ପ୍ରକାଶ ଓ ସବିତା ଦୁହେଁ ମିଶି ସମୁଦ୍ର କୁଳ,ରେଷ୍ଟୁରାଣ୍ଟ,ପାର୍କ,ସିନେମା ହଲ ଓ ନିଜ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏକାଠି ବୁଲିଛନ୍ତି । ହସ ଖୁସି ମନାଇଛନ୍ତି । ପରସ୍ପର ପ୍ରତି ଅତି ନିକଟତର ହୋଇଛନ୍ତି ।


      ସବିତା ତାକୁ ଏମିତି ପ୍ରତାରଣା ସେକଥା କାହିଁକି ବୁଲିବ ପ୍ରକାଶ । କଣ ତାର ଦୋଷ? ଜଣେ ପୋଲିସ ହାଜତ ଚାବି ଖୋଲିଲେ । ପ୍ରକାଶ ଜାକି ଜୁକି ହୋଇ ଗୋଟିଏ କୋଣରେ ବସିଥାଏ । ଅନ୍ୟ ଆସାମୀମାନେ ଶୋଇଛନ୍ତି । ସେମାନଙ୍କୁ ନିଦରୁ ଉଠାଇ ବେଂଚ୍‌ରେ ପୋଲିସମାନେ ବାନ୍ଧି ଦେଲେ । ଆରମ୍ଭ ହେଲା ପୋଲିସ ଦଣ୍ଡ । ମରିଗଲି ମରିଗଲି,କିଛି ଜାଣିନି,କିଛି ଜାଣିନି ଚିତ୍କାରରେ ହାଜତ ଭିତର କମ୍ପୁଥାଏ । ସେହି କୋଠରିରେ ପ୍ରକାଶ ଥରୁଥାଏ । ସେ ଭାବେ ଏହାପରେ ମୋ ପାଳି ପଡିବ । ନା,,,ନା,,,ମୁଁ କିଛି ଭୁଲ୍‌ କରିନି । ସେ ମୋ ସହ ସଂପର୍କ ଗଢିଥିଲା । ମତେ ନେଇ ସେ କୋଣାର୍କ ଯାଇଥିଲା । ନିଜ କାମନା ପୂରଣ ପାଇଁ ମତେ ଘୋଡା କରି ନଚାଇଥିଲା । କୋଣାର୍କ ମନ୍ଦିର ବୁଲିସାରିବା ପରେ ଅଣ୍ଟାରେ ପବନ ଅଟକିବା ଅଭିନୟ କରି ପଥର ଚକଡା ଉପରେ ବସି ରହିଲା । ନିଜ ମୁହଁକୁ ମିଛ ଯନ୍ରଣାମୟ କରୁଥିଲା । ମୁଁ ତାକୁ ସହର ଫେରିଯିବାକୁ କହିଲି,ହେଲେ ସେ ନଚାଲି ପାରିବାର ଛଳନା କଲା । କିଛି ସମୟ ଏକ ଲଜିଂରେ ବିଶ୍ରାମ ନେବାକୁ ମତେ ଅନୁରୋଧ

କଲା । ସବିତାର ବାମ ହାତକୁ ନିଜ କାନ୍ଧରେ ରଖି ମୋ ଡାହାଣ ହାତରେ ତାର ଅଣ୍ଟାକୁ ଧରି ମନ୍ଦିର ବାହାରକୁ ଆଣିଥିଲା ପ୍ରକାଶ । ଅଟୋରିକ୍ସା ସାହାଯ୍ୟରେ ଦୁହେଁ ପହଞ୍ଚିଗଲେ ଗେଷ୍ଟ ହାଉସରେ । ଦିନ ପ୍ରାୟ ବାରଟା । ଡିସେମ୍ବର ମାସର ସୂର୍ଯ୍ୟର କିରଣ ଶିଥିଳ ଥିଲା । ସତେ ଯେପରି ସେ ପ୍ରକାଶକୁ ଦୟା ଦେଖାଇ ତାଙ୍କ ମଧ୍ୟାହ୍ନ ତାପ କମାଇଦେଇଛନ୍ତି । ପ୍ରକାଶ ଓ ସବିତା ଗୋଟିଏ ରୁମ୍‌ ବୁକ୍‌ କରି ସେଠାକୁ ଗଲେ । କେତେବେଳେ ଯିବା ସବିତା? ତମେ କାହିଁକି ଏତେ ବ୍ୟସ୍ତ ହେଉଛ । ଦେଖିବ ମୁଁ ଟିକେ ଶୋଇପଡିଲେ ଆପେ ଆପେ ମୋର ପବନ ଖେଳିଯିବ । ତୁମେ  ଶୋଇଥାଅ ମୁଁ ଯାଉଛି ତୁମ ପାଇଁ ଔଷଧ କିଣି ଆଣିବି । ସବିତା ହସିଲା । ତମେ ଜାଣିପାରୁନ ପ୍ରକାଶ,ଏଇ ଦେଖ ଗେଷ୍ଟ ହାଉସର ଅନ୍ୟ ଗେଷ୍ଟ୍‌ମାନେ ବାରଣ୍ଡାରେ ଗଲାବେଳେ ଆମ ରୁମ୍‌କୁ ଦେଖୁଛନ୍ତି । ତେଣୁ ତମେ ଡୋର ଲକ୍‌ କରି ଭିତରକୁ ଆସ । ମୋ ପିଠିରେ ହାତ ରଖ । ମୁଁ ସହଜରେ ଶୋଇପାରିବି । ପ୍ରକାଶ ଡୋର ଲକ୍‌ କରି ଆସି ତା ବେକରେ ହାତ ଦେଇ ତାକୁ ଆସ୍ତେ ଆସ୍ତେ ବିଛଣା ଉପରେ ଶୁଆଉଥାଏ । ଆରେ ମତେ ଜୋର୍‌ରେ ଧରୁନ! ତମେ ପୁଅ ପିଲା ହୋଇ ଏତେ ଲାଜ କଣ ପାଇଁ କରୁଛ? ତମେ କଣ ଆଗରୁ ମତେ ଭଲ ରୂପେ ଚିହ୍ନିନ କି କହି ପ୍ରକାଶ ଗଳାରେ ଦୁଇହାତ ଛନ୍ଦି ନିଜ ବକ୍ଷ ଉପରକୁ ଭିଡିନେଲା ସବିତା । ମୁଁ ତମକୁ ଜୀବନ ଠାରୁ ବେଶୀ ଭଲ ପାଏ ପ୍ରକାଶ । ମୋର ନାରୀତ୍ବକୁ ତମେ ପୂର୍ଣ୍ଣାଙ୍ଗ ରୂପ ଦିଅ କହି ଦୁଇ ବାହୁରେ ଜାବୁଡ଼ି ଧରିଲା । ଛାଡ ମତେ ସବିତା । ବନ୍ଦ କୋଠରି ଭିତରେ ସୁନ୍ଦରୀ ତରୁଣୀର ପ୍ରେମ ନିବେଦନରେ ତାର ରକ୍ତର ପ୍ରତ୍ୟେକ କଣିକା ଉଷ୍ମ ହେଉଥାଏ । କାମଦେବଙ୍କ ବାଣ ତା ଶରୀରକୁ କ୍ଷତ ବିକ୍ଷେତ କରୁଥିଲା । ତାପରେ ପରସ୍ପର ଆଲିଙ୍ଗନ । ଚୁମ୍ବନ ସହ ମନଭରି ଉପଭୋଗ । ସବିତାର ଲୁଚି ରହିଥିବା କାମନାର ଦୁର୍ବଳତାକୁ ରୂପ ଦେବାରେ ପ୍ରକାଶ ସମର୍ଥ ହେଲା । ନାରୀର ସାନିଧ୍ୟ ପୁରୁଷ ପାଇଁ କେତେ ଜରୁରୀ ତାହା ପ୍ରକାଶ ବୁଝିପାରିଛି । ସତରେ ନାରୀଟିର କୋମଳାଙ୍ଗ ଯୌବନ ହିଁ ପୁରୁଷର କାମ୍ୟ ।


     ସବିତା ଦେଖ ଦିନ ଦୁଇଟା ବାଜିଲା । ଆମେ କେତେବେଳେ ବାହାରିବା? ରୁହ ମୁଁ ବାଥ୍‌ ରୁମ୍ ଯାଇ ଫ୍ରେସ୍‌ ହୋଇ ଆସେ । ସବିତା ଆଜି ଠାରୁ ଆମେ ସ୍ବାମୀ ତ୍ସ୍ରୀ ହେଲେ । ବିନା ସିନ୍ଦୂର ବିନା ହୋମ ଅଗ୍ନିରେ ଆମ ଦୁଇଟି ଶରୀର ଗୋଟିଏ ହେଲା । ତୁମ ପରି ଦୁଷ୍ଟ ଯୁବକ ମୁଁ ଆଗରୁ କେବେ ଦେଖିନଥିଲି । ତମର ବି କମ୍‌ ଦୁଷ୍ଟାମି ନଥିଲା ସବିତା? ତମକୁ କଥା କିମ୍ବା କାମଶାସ୍ତ୍ରରେ ପାରିହେବନି କହି ବାଥ୍‌କୁ ସବିତା ଯାଏ । ତମେ ଭଲ ରୂପେ ଚାଲିପାରୁଛ ସବିତା? ସବିତା ଲାଜରେ ସ୍ମିତହାସ୍ୟ ଦେଖାଇ କହିଲା ଆରେ ବୋକା ବୁଧୁ ତମ ମେଡିସିନରେ ମୋ ଅଣ୍ଟାରେ ଅଟକିଥିବା ପବନ ଖେଳିଗଲା । ମୁଁ ତୁମକୁ ଭଲ ପାଏ ସବିତା । ତୁମେ ମୋର ଜୀବନ । ମତେ ଆଉ ଏପରି ପ୍ରତାରଣା କେବେ କରିବାନି ସବିତା । ତୁମର କଣ ମୋ ଉପରେ ସନ୍ଦେହ ଅଛି କି ପ୍ରକାଶ? 


     ଏକ ବେତ ବାଡିର ପ୍ରହାର ପ୍ରକାଶ ଅଣ୍ଟାରେ ବାଜିଲା । ବୋଉଲୋ ମରିଗଲି କହି ସେ ଛିଡା ହେଲା । ସତକଥା କହିଦେ । କେତେ ଝିଅଙ୍କ ଜୀବନ ଜୀବନ ନଷ୍ଟ କରିଛୁ କହ ବେ ଶଳା । ନଚେତ୍ ଏ ବାଡି ଦେଖ୍‌ । ବାଡେଇ ଛୋଟା କେମ୍ପା କରିଦେବି । ନହିଁ ସାର୍‌ । ମୋର କିଛି ଭୁଲ୍‌ ନାହିଁ । ସେ ଝିଅ ଜାଣିଶୁଣି ମତେ ଦଣ୍ଡ ଦେଇଛି । ମୁଁ ପାର୍କ ଭିତରେ କିଛି ହେଲେ ତା ପ୍ରତି ଅଶ୍ଳୀଳ ବ୍ୟବହାର କରିନି । ଚୁପ୍‌ବେ ବଦମାସ୍‌ । ତୋ ପରି ଯୁବକ ମାନେ ଏକୁଟିଆ ଝିଅଟେ ଦେଖିଲେ ପ୍ରେମ ନିବେଦନ କରିବାକୁ ପଛାନ୍ତି ନାହିଁ । ଏଇ କେଶ୍‌ରେ ତତେ ତିନି ବର୍ଷ ଘଣା ପେଲିବାକୁ ପଡିବ । ଦେଖନ୍ତୁ ସାର୍‌,ମୁଁ ଅସମାଜିକ ଯୁବକ ନୁହେଁ । ସବୁ ପ୍ରତାରଣା ଅଟେ । ଆପଣ ଦୋଷୀକୁ ଆରେଷ୍ଟ କରିଛନ୍ତି । ଯାହା ଲେଖି ସାଇନ୍‌ କରିବାକୁ କହିବେ ମୁଁ କରିଦେବି । ଆପଣ ଆଇନ୍‌ ଅନୁଯାଇ ମତେ ଦଣ୍ଡ ଦିଅନ୍ତୁ । ତୁ କଣ କରୁ? ୟୁନିଭରସିଟିରେ ରାସାୟନିକ ବିଜ୍ଞାନରେ ପିଜି ପାଶ୍‌ ପରେ ଗୋଟିଏ ପ୍ରାଇଭେଟ୍ ଚାକିରି ସନ୍ଧାନ ରେ ଅଛି । ତୋର ରେସିଡେନ୍ସ ଆଡ୍ରେସ କହ । ଲେଖନ୍ତୁ ସାର୍‌ ।


     ସକାଳ ୯ ଟା ବାଜିବ । ପୋଲିସ ଇନସ୍‌ପେକ୍ଟର ନିଜ ଚେୟାରରେ ବସି ଚା ପିଉଥାନ୍ତି । ଆସିଲେ ଲେଡି ଅଫିସର ଅମିତା ମଙ୍ଗରାଜ । ଗୁଡ୍‌ ମର୍ଣ୍ଣିଂ ସାର୍‌ । ପ୍ଲିଜ୍‌ କମ୍‌ ଇନ୍‌ ଅମିତା । ଏଇ ଆଡ୍ରେସ ନିଅ । ଏଇ କେଶ୍‌ ତୁମେ ଟେକ୍‌ଅପ୍‌ କରିବ । ୟେସ୍‌ ସାର୍‌ । ପଣ୍ଡା ବାବୁଙ୍କୁ ନେଇ ସେ ଝିଅର ଘରକୁ ଯାଅ । ତାର ଷ୍ଟେଟମେଣ୍ଟ ଆଣ । ସଂଧ୍ୟା ସୁଧା ତାର ଚାର୍ଜସିଟ୍‌ ପ୍ରସ୍ତୁତ ହେବା ଦରକାର । ସାର୍‌ ମେଡିକାଲ ଟେଷ୍ଟ ହେବନି । ନା ଆବଶ୍ଯକ ନାହିଁ । ସାର୍‌ ଏ ଝିଅର ମୋବାଇଲ ନମ୍ବର ଅଛି । ଆମେ ତାକୁ ଥାନାକୁ ଡକାଇଦେବା । ତାର ମୋବାଇଲ ଅଫ ଅଛି । ମୁଁ ଟ୍ରାୟଲ୍‌ କରିସାରିଛି ।


    ମୁଁ ଭିତରକୁ ଆସିପାରେ କି? ସବିତା ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଗଲା । ତୁମ ଘରକୁ ଆମେ ବାହାରିଥିଲୁ । ଭଲ ହେଲା ତୁମେମାନେ ଆସିଲ । ଆଚ୍ଚା ଅମିତା,ତୁମେ ସ୍ପଟ ଇନ୍‌କ୍ୟୁରୀ ରିପୋର୍ଟ ନିଅ । ଆଙ୍କର ବୟାନ ରେକର୍ଡ କର । ଶୁଣନ୍ତୁ ସାର୍‌ ମୁଁ ସବିତାର ବାପା । କିଛି ବୟାନ ନେବା ଦରକାର ନାହିଁ । ମୁଁ ଜଣେ ରିଟାୟାର୍ଡ ଅଫିସର । ଆଜି ଯାଏଁ ଆମ ପରିବାର ଥାନା କିମ୍ବା କୋର୍ଟ କଚେରି ମାଡିନୁ । ମୋ ଝିଅ ତା ରିପୋର୍ଟକୁ ଉଇଡ୍ର କରିନେବା । କାହିଁକି? ଆପଣ ଆମକୁ ସାହାଯ୍ୟ କରିବା କଥା । ଶୁଣନ୍ତୁ ଆଜ୍ଞା ସବିତା ମୋର ଏକମାତ୍ର ଝିଅ । ତାର ବାହାଘର ଠିକ୍‌ ସରିଛି । ଏକମାସ ପରେ ତାର ବାହାଘର ହେବ । ଏଇ ଘଟଣା ଲୋକଲୋଚନକୁ ଆସିଯିବ । ଯାହା ଫଳରେ,,,,,, । ଆପଣ ଦ୍ୟସ୍ତ ହୁଅନ୍ତୁ ନାହିଁ । ସେ ଟୋକା ଦଣ୍ଡ ପାଉ? ଆପଣ ମତେ କ୍ଷମା କରିବେ ସାର୍‌ । ମୋ ଝିଅ ଏଇ ସହରରେ ବିଭା ହେଉଛି । ସେ ପୁଅ ଡୁବାଇରେ ଇଂଜିନିୟର ଅଛି । ତା ବାପା ବୋଉ ଜାଣିଯିବେ । ମୋ ଝିଅର କ୍ଷତି ହେବ । ଭଲ ପ୍ରସ୍ଥାବଟା ଭାଙ୍ଗି ଯାଇ ପାରେ । ତେଣୁ ଆମେ ଏଇ କେଶ୍‌କୁ ଉଇଡ୍ର କରିନେଉଛୁ । ମୋ ଝିଅ ଭାରି କ୍ଷଣ କୋପୀ । ପିଲାଟି ବେଳୁ ସେ ଗେହ୍ଲାରେ ବଢିଛି । ସେ ପୁଅ ମାନଙ୍କର ଏଭଳି ଚାଲିଚଳନକୁ ଭାରି ଘୃଣା କରେ । ତେଣୁ ପାର୍କ ଭିତରେ ଘଟିଥିବା ତା ପ୍ରତି ଅପମାନକୁ ସହି ନପାରି ଆପଣଙ୍କ ଥାନାକୁ ଆସି ରିପୋର୍ଟ ଲେଖିଦେଲା । ଠିକ୍‌ ଅଛି,,,


    ତମେ ସବିତା ସେ ପୁଅକୁ ଆଗରୁ ଜାଣିଥିଲା? ସବିତା କାନ୍ଦିଲା । ନା ସାର୍‌ । ତମେ ସେ ପାର୍କକୁ କାହିଁକି ଯାଇଥିଲା? ବୁଲିବାକୁ ସାର୍‌ । କହିଲ ତମ ବୟସର ସେ ପାର୍କ ଭିତରେ ଆଉ କେତୋଟି ଝିଅପିଲା ଥିଲେ? ଚାରିଜଣ । ଆଛା କହିଲ ସେ ଟୋକା ସେମାନଙ୍କୁ ଖରାପ ବ୍ୟବହାର ନକରି ତୁମକୁ କାହିଁକି କଲା? ମୁଁ ଜାଣିନି ସାର୍‌ । ମୋ କଲେଜ ୟୁନିଭରସିଟି ନିକଟରେ । ମୁଁ କଲେଜ ଗଲାବେଳେ ସେ ମତେ ଆଗରୁ ବହୁଥର ହଇରାଣ କରିଛି । କି ପ୍ରକାର ହଇରାଣ କରେ? ମୋ ଟୁ ହ୍ବିଲର ଆଗରେ ଛିଡା ହେବା । ମତେ ବଳ ପୂର୍ବକ ରାସ୍ତାରେ ଅଟକାଇବା । ମୋ ଇଛା ବିରୁଦ୍ଧରେ କିଛି ଗିଫ୍ଟି ଦେବା ଇତ୍ୟାଦି । ଏକଥା ଆଗରୁ ତୁମେ ତୁମର ଘରେ ଜଣାଇଥିଲ? ହଁ ସାର୍‌ । ଏହା ଜାଣିଲା ପରେ ଆପଣ ଆପଣଙ୍କ ଝିଅର କଣ ସୁରକ୍ଷା କରିଥିଲେ? ମୁଁ ରିଟାୟାର୍ଡ ଲୋକ । ଦୁଇ ପୁଅ ବାହାରେ ସର୍ଭିସ୍‌ କରନ୍ତି । ଆଜିକାଲି ଗୋଟେ ପୁଅର ଭୁଲ୍‌ କେହି ଦେଖିବେନି ବରଂ କହିବେ ଝିଅର ଦୋଷ । ବେଳେ ବେଳେ ଝିଅ ସହ କଲେଜ ପର୍ଯ୍ୟନ୍ତ ଯିବାକୁ ପଡେ ମତେ । ସମସ୍ତ ଯୁବ ସମାଜର ଦୌରାତ୍ମ୍ୟ ବହୁତ । ସେମାନଙ୍କର ଏହା ଗୋଟେ ଫ୍ୟାସନ୍‌ ହୋଇଗଲାଣି । ପଣ୍ଡା ବାବୁ ସେ ଟୋକାକୁ ଏଠାକୁ ଆଣ । ପ୍ରକାଶ ଆସି ସବିତା ଆଗରେ ଠିଆ ହେଲା । ସବିତା ମନେ ମନେ ଭଗବାନଙ୍କୁ ଡାକୁଥାଏ । ତାର ମନ ମଧ୍ୟକୁ ଭୟ ଗ୍ରାସ କରୁଥାଏ । ଯଦି ସିଏ ପୂର୍ବ ଘଟଣାକୁ ପୋଲିସ ଆଗରେ କହିଦିଏ କିପରି ବଂଚାଇବ ନିଜକୁ? ଟେବୁଲ ଉପରୁ ପାଣି ଗ୍ଲାସ ଧରି ଢକ ଢକ କରି ପିଇଲା ସବିତା । ପୋଲିସ ଇନସ୍‌ପେକ୍ଟର ପ୍ରକାଶକୁ କହିଲେ ହେ ଟୋକା ହିରୋ ହେଉଛୁ । ତୋର ଭାଗ୍ୟ ଭଲ ନିସ୍ତାର ପାଇଗଲୁ । ତଥାପି ତୋ ଏରିଆ ଥାନାକୁ ଭି. ଏଚ୍‌. ଏଫ୍‌ରେ ଜଣାଯାଇଛି । ସେଠାରୁ ଡାଟା ଆସିଲେ ଦେଖିବା,,,, । ତୁମେ ଏଥର ଯାଅ ଝିଅ । ଅମିତା ମଙ୍ଗରାଜ ସବିତାକୁ ଡାୟେରୀରେ ଦସ୍ତଖତ କରିବାକୁ କହିଲେ । ସେ ଲେଖାଇଥିବା ରିପୋର୍ଟ ତାକୁ ଫେରାଇଦେଲେ । ଆମେ ଏଥର ଯାଇପାରିବୁ ସାର୍‌? ହଁ ଯାଆନ୍ତୁ । ଏ ଟୋକାକୁ ବର୍ତ୍ତମାନ ମୁଁ ଛାଡିପାରିବିନି । ଏଇ ସହରରେ କୋଣସି ଥାନାରେ ଆ ନାଁରେ କେଶ୍‌ ନାହିଁ । ନିଜ ଜନ୍ମ ଜାଗାରେ କିଛି କ୍ରାଇମ୍‌ ଅଛି କି ନାହିଁ ଜାଣିଲେ ଦେଖିବା । ପଣ୍ଡା ବାବୁ ତାକୁ ଲକ୍‌ ଅପ୍‌ ଭିତରକୁ ନିଅ । ୟେସ୍‌ ସାର୍‌ । ଲକ୍‌ ଅପ୍‌ କହି ପ୍ରକାଶ ହା ହା ହୋଇ ହସି ଉଠିଲା । ୱା ୱା ରେ ଛଳନା ମୟ ଦୁନିଆ । ମୋ ଭଳି କେତେ ଯୁବକ କେତେ ଛାତ୍ର ପ୍ରତାରଣାର ଶିକାର ହେଉଥିବେ? ହା ହା ହା ହସି ହସି ପ୍ରକାଶ ପଣ୍ଡା ବାବୁଙ୍କ ସହ ହାଜତ ଭିତରକୁ ଯାଉଥାଏ,,, ।


Rate this content
Log in

Similar oriya story from Romance