STORYMIRROR

Manash ranjan Pattanayak

Romance

3  

Manash ranjan Pattanayak

Romance

ଅଣୁ ଗଳ୍ପ (ହୃଦୟ)

ଅଣୁ ଗଳ୍ପ (ହୃଦୟ)

1 min
241


ସେଦିନ ସେଇ ଆସାମର ଚା' ବଗିଚା କେମିତି ଗୋଟେ କିଛି ହରାଇବାର ଦୃଶ୍ଯ ହେଉଥିଲା। ମୁଁ ଯେହେତୁ ସୁପରଭାଇଜର ଭାବେ ନିଯୁକ୍ତ ତେଣୁ ଅନ୍ୟ ଝିଅ ମାନଙ୍କୁ ଯେଉଁମାନେ ପ୍ରତ୍ୟେହ ଝୁମ୍ପା ସହ ଆସନ୍ତି ଚାପତି ସଂଗ୍ରହ କରିବାକୁ,ସେମାନଙ୍କୁ ପଚାରିଲି ଝୁମ୍ପା ଦେହ ଭଲ ଅଛିତ? ଜଣେ ତା ସାଙ୍ଗ ଝିଅ ଆସାମୀ ଭାଷାରେ କହିଲା,ତା ଅଭିଭାବକ ମନା କଲେ,ସେ ଆଉ ଚା ତୋଳିବା ପାଇଁ ଆସିବ ନାହିଁ। ଅର୍ଥାତ କଣ ପାଇଁ? ଆମେ ଜାଣିନୁ ବାବୁ।। ଭାରି ଦୁଃଖ ଲାଗିଥିଲା ମତେ ସେଦିନ। ସେ ରହିଯାଇଥିଲା ତା ଘରେ କିମ୍ବା ଆଉ କୌଣସି ଦିନ ଦୃଶ୍ଯ ହୋଇନି ମତେ ବୋଧ ହୁଏ ଅନ୍ୟ କିଛି କାମରେ ସେ ଜୟନ କରିଥାଇ ପାରେ। ଯେହେତୁ ମୁଁ ପରଦେଶୀ ତେଣୁ ତା ବିଷୟରେ ବେଶୀ ଡାଟା ନେବା ମୋ ପାଇଁ ମହଙ୍ଗା ହେବ ତେଣୁ ମୁଁ ବି ନିରବି ଗଲି। ସେତେବେଳେ ଏଇ ମୋବାଇଲର ବହୁଳ ଭାବେ ପ୍ରଚଳନ ନଥାଏ। ମୁଁ ସିନା ବହୁତ ଦିନ ତଳୁ ରେଜିଗ୍‌ନେସନ ଦେଇ ଚାଲି ଆସିଲି। ବେଳେ ବେଳେ ମୋ ହୃଦୟ ଭିତରେ ଧସେଇ ପଶେ ସେଇ ନିରିହ ନିଷ୍କପଟ ଝିଅଟି ଯିଏ ଦିନେ ମତେ ହୃଦୟ ଦେଇ ଭଲ ପାଉଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance