STORYMIRROR

Manash ranjan Pattanayak

Abstract Romance

3  

Manash ranjan Pattanayak

Abstract Romance

ବାଧ୍ୟ(ଅଣୁ ଗଳ୍ପ )

ବାଧ୍ୟ(ଅଣୁ ଗଳ୍ପ )

1 min
356

ସେଦିନ ମୁଁ ହଠାତ୍ ତାକୁ ପଚାରିଲି,ତୁ ବିଭା ହେଲେ ମତେ ଡାକିବୁ ତ?


ଉତ୍ତର ଦେଲା, ଏଇ ତମେ ନ ଆସିଲେ ମୁଁ କଦାପି ବାହା ହେବିନି।


ବର୍ଷ ପରେ ବର୍ଷ ଗଡି ଚାଲିଲା। ଏହା ଭିତରେ ସେ ଦି ଚାରି ଥର ଚିଠି ଦେଇଥିଲା ମତେ। ଭଲ ମନ୍ଦ ଦେହ ପାଳ ଆଦି ପଚାରି ଚିଠି ଦିଏ। ଶେଷକୁ ଗୋଟିଏ ଧାଡିରେ ଶେଷରେ ଲେଖିଥାଏ, ଜାଣିଛ ନା, ତୁମକୁ ବାଧ୍ୟ କରିବାର ଅଧିକାର ମୁଁ ହରାଇ ବସିଛି।

ମୁଁ ମନେ ମନେ ହସିଦିଏ ପୁଣି ଭାବେ କାହିଁ କେଉଁ ଦିନ ତୁ ତ ମତେ କିଛି ବି କୋଉ ବାବଦରେ ବାଧ୍ୟ କରିନୁ। ଏ ଶେଷ ଧାଡିରେ ସବୁ ଥର ଚିଠିରେ କଣ ପାଇଁ ଲେଖୁଛୁ ଲୋ ମୋ ବାୟାଣୀ । ହଠାତ୍‌ ଦିନେ, ମନେ ପଡିଗଲା ସେ କହିଥିଲା, ତମେ ନ ଆସିଲେ ମୁଁ ବାହା ହେବିନି। ସେ ବାହା ହେଲା, ମତେ ଡାକିନି ସତ ! କିନ୍ତୁ ଏଇ ବାଧ୍ୟ କରିବାର ଶଦ୍ଦକୁ ସେ ବାର ବାର ମତେ ଦେଉଥିବା ଚିଠିରେ କଣ ପାଇଁ ଲେଖୁଥିଲା?''ବାଧ୍ୟ କରିବାର ଅଧିକାର ହରାଇଛି""ଏଇ ବାକ୍ୟ ଅବୁଝା ହୋଇ ରହିଗଲା ସବୁ ଦିନ ପାଇଁ ମୋ ସ୍ମୃତି ପଟ୍ଟରେ ।

ସେ କିନ୍ତୁ ମନ ଆନନ୍ଦରେ ବହୁ ବର୍ଷ ପୂର୍ବରୁ ତା ଜୀବନ ସାଥୀ ସଙ୍ଗେ ମତେ ପର କରି ଘର ସଂସାର ଗଢ଼ିଲା ଯାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract