STORYMIRROR

Manash ranjan Pattanayak

Abstract

2  

Manash ranjan Pattanayak

Abstract

ବିବ୍ରତ(ଅଣୁ ଗଳ୍ପ )

ବିବ୍ରତ(ଅଣୁ ଗଳ୍ପ )

1 min
274

ମୁଁ ସେଦିନ କାହିଁକି ବହୁତ ବିବ୍ରତ ହୋଇ ଥିଲି। ଈଶ୍ବରଙ୍କୁ ବହୁତ ଗାଳି ଦେଲି। ଏତେ ବଡ ଅବିଚାର କଣ ପାଇଁ କଲ ତୁମେ? ଭାଗବତରେ ଅଛି "ଆପଣା କଲା କର୍ମ ମାନ। ବେଳୁ ହୋଇବ ସାବଧାନ "

ସେ ଭୁଲିଲା ଓ ବିବାହ କଲା। ଆଉ ମୋ ପ୍ରେମ? ସେ କଣ ପାଣିରେ ଗାର ଥିଲା? ହସିଲି ପାଗଳ ଭଳି। ମହୁରୀ ଶଙ୍ଖ ବାଜୁଥିଲା ତା ଦୁଆରେ। ସେ ଯାଉଥିଲା କିଛି ମହିଳା ମାନଙ୍କ ସହ ବାଡୁଅ ପାଣିରେ ଗାଧୋଇବା ପାଇଁ। ପୁଣି କାନ୍ଦୁଥିଲା କଇଁ କଇଁ। ଅମାନିଆ ଲୁହ ବୋହୁଥିଲା ମୋ ନୟନରୁ। ପୁଣି ହସିଦେଲି ଆଉ ସେଇ ଭଗବାନଙ୍କୁ କହିଲି ସେ ଯାଉ ଖୁସିରେ ରହୁ ଆଉ ତା ପ୍ରେମକୁ ତା ବାଡୁଅ ପାଣିରେ ଧୋଇଦେଉ। ବିବ୍ରତ ହୋଇପଡି ଥିବା ହୃଦୟଟା ମଜବୁତ୍ ହେଉଥିଲା ମୋ ପ୍ରିୟାର ଆଗାମୀ ଭବିଷ୍ୟତର ସୁଖ ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract