Sanuja Meghamala

Romance Tragedy

4  

Sanuja Meghamala

Romance Tragedy

ପ୍ରତାରଣା

ପ୍ରତାରଣା

6 mins
274



ଅନେକ ବାଦ ବିବାଦ ବାଧା  ପ୍ରତିବନ୍ଧକ କଳ୍ପନା ସମ୍ଭାବନା  ର ଅନ୍ତ ଘଟାଇ ଯେତେ ବେଳେ ଶିଳ୍ପୀ ର ବାହାଘର ନିଜ ସ୍ଵପ୍ନ ର ପୁରୁଷ ଅପୂର୍ବ ସହିତ ହେବାପାଇଁ ଦୁଇ ପରିବାର ରୁ ସ୍ଵୀକୃତି ମିଳିଗଲା ପାଦ ଦୁଇଟା ତାର ଭୂଇଁ ରେ ପଡୁ ନ ଥିଲା।ଖୁସି ରେ ଆତ୍ମହରା ହୋଇଗଲା ସେ ।କ୍ଷଣିକ ଭିତରେ ନୀଳ ଆକାଶ ରେ ଡେଣା ମେଲେଇ ଉଡି ଆସିଲା ସେ  ପକ୍ଷୀ  ଟିଏ ହୋଇ।

           ଶିଳ୍ପପତି ରାଜୀବ ବିଶ୍ଵାଳ ଙ୍କ  ଝିଅ ସେ। କେତେ ଧନୀ ପ୍ରତିପତ୍ତି ସମ୍ପନ୍ନ ଉଚ୍ଚ ଶିକ୍ଷିତ ପୁଅ ମାନ ଙ୍କ ପରିବାର ରୁ ପ୍ରସ୍ତାବ ଆସୁଥିଲା ଶିଳ୍ପୀ ପାଇଁ। ଶିଳ୍ପୀ କିନ୍ତୁ ତା ଜିଦି ରେ ଅଟଳ ଥିଲା ।ଯେତେ ଯିଏ ବୁଝାଇଲେ ବି ବୁଝିଲା ନାହିଁ ବାହା ହେବ ତ ଅପୂର୍ବ କୁ ନ ହେଲେ ନାହିଁ। ପିଲା ଦିନରୁ ସେ ସେମିତି।  ଭାରି ଜିଦିଆ।  ହେଉ ପଚ୍ଛେ ସହର ଠାରୁ ଅନେକ ଦୂର ଅପୂର୍ବ ଙ୍କ ଗାଆଁ, ସେଥିରୁ ତାକୁ କ'ଣ ମିଳିବ ଯେ ତା ପାଖରେ ଅପୂର୍ବ  ଓ ତାଙ୍କ ଭଲ ପାଇବା ଅଛି। ସେଇ ଟିକିଏ ଭଲ ପାଇବା ପାଇଁ ସବୁ କିଛି ଭୂଲି ଯିବାକୁ ପ୍ରସ୍ତୁତ ଶିଳ୍ପୀ। ବାପା ମା ଙ୍କ ସ୍ନେହ,ଆଦର ସାମାଜିକ ପ୍ରତିପତ୍ତି ସମ୍ମାନ ସବୁକୁ ପଛ କରିଦେଲା ସେ।     ଆଡଜଷ୍ଟ୍ କରିଗଲେ ବିଶେଷ କିଛି ଅସୁବିଧା ରହିବନି। ସେ ଓ ଅପୂର୍ବ ଉଭୟ ଚାକିରୀ କରିଛନ୍ତି ମାନେ ବାହାଘର ପରେ କିଛି ଦିନ ଗାଆଁ ରେ କଟେଇ ଦେଇ ଫେରି ଆସିବେ ଏଇ   ସହର କୁ। ତା ପରେ କେବେ ମଝିରେ ମଝିରେ ଗାଆଁ କୁ ଯିବ । ଏତିକି ତ୍ୟାଗ ତ ସେ ତା ପ୍ରେମ କୁ ପାଇବା ପାଇଁ କରିପାରିବ । ତାକୁ ବୁଝେଇ ବୁଝେଇ ତା ଠାରୁ ଯୁକ୍ତି ରେ ହାରି ଗଲେ ଓ ଶେଷ ରେ ତା ବାପା ମାଆ ରାଜି ହୋଇଗଲେ। ଝିଅ ର ଖୁସି ପାଇଁ ସେମାନେ ନିଜ ମତକୁ ପରିବର୍ତ୍ତନ କରି ଅପୂର୍ବ ସହିତ ତାର ବିବାହ ପାଇଁ ସ୍ଵୀକୃତି ଦେଇ ଦେଲେ।

 ତା ପରେ ସେ ଅପୂର୍ବ ର ହାତ ଧରି ଚାଲି ଆସିଲା ବାପଘର ର ଏରୁଣ୍ଡି ଡେଇଁ ଶାଶୁ ଘର ର ଅଗଣା କୁ ବୋହୂ ହୋଇ। ମନ ରେ ଥିଲା ତାର ଅସୁମାରୀ ସ୍ଵପ୍ନ ପୁଣି ଅସରନ୍ତି ଭୟ। କେମିତି ଶାଶୁ ଘରେ ବୋହୂ ହୋଇ ମଥାରେ ଓଢ଼ଣୀ ଦେଇ ଚାଲିବ। ସମସ୍ତଙ୍କୁ ଆପଣ ର କରି ପାରିବ ତ। । ପ୍ରଥମେ ପ୍ରଥମେ ସକାଳୁ ଉଠିବା ଚିନ୍ତା ରେ ଶିଳ୍ପୀ କୁ ରାତିରେ ନିଦ ହେଉ ନ ଥାଏ। ଅପୂର୍ବ ତାକୁ ଦିନେ ସାହାସ ଦେଇ ବୁଝେଇ ଦେଲେ ଏତେ ଭୟଭୀତ ହେବା ର କିଛି କାରଣ ନାହିଁ। ଯେତିକି ପାରିବ ସେତିକି କରିବ । ତମ କୁ କେହି କିଛି କହିବେନି ଏ ଆଶ୍ୱାସନା ମୁଁ ଦେଉଛି । ତୁମେ ଜମା ବ୍ୟସ୍ତ ହୁଅନି।  

  ଶିଳ୍ପୀ ନିଜ ବ୍ୟବହାର ରେ ସମସ୍ତ ଙ୍କୁ ନିଜର କରି ବାକୁ ଚେଷ୍ଟା କଲା । ବାପା ଙ୍କ ଘରେ ହାତରେ ପାଣି ଗିଲାସ ଟେ ଆଣି ପିଉ ନଥିଲା  ସେ । ଚାକର ପୁଝାରୀ ଅନେଇ ବସିଥାନ୍ତି ତା ହୁକୁମ ମାନିବାକୁ। ଏବେ କିନ୍ତୁ ଏଠି ନୂଆ ବୋହୂ ସାଜି ମୁଣ୍ଡରେ ଓଢ଼ଣା ଦେଇ ନିଜ ଇଚ୍ଛା ରେ ନିଜ ରୁଚି ରେ ସବୁ କାମ କରିବାକୁ ତାକୁ ଭାରି ଖୁସି ଲାଗୁଥିଲା। ରୁଣୁ ଝୁଣୁ ଚୁଡି ର ଶବ୍ଦ ତାକୁ ଆନମନା କରୁଥିଲା ।ପାଉଁଜି ର ଝନ୍ ଝଣ ତା କାନ ରେ ବଂଶୀ ର ମିଠା ସ୍ୱର ତୋଳୁ ଥିଲା । ଓଢଣୀ ଭିତରୁ ଧୀରେ ଧୀରେ କଥା କହିଲା ବେଳେ ତା ହାତକୁ ଅପୂର୍ବ ଭିଡ଼ି ଧରିଲେ ଲାଜ ରେ ସେ ଜଡ ସଡ ହୋଇଯାଉଥିଲା ତା ଛାତିର ସ୍ପନ୍ଦନ ବଢ଼ିଯାଇଥିଲା। ସେ ବୁଝି ପାରୁ ନ ଥିଲା..ଅପୂର୍ବ ଙ୍କ ସହିତ ତାର ଅନେକ ଦିନ ର ପ୍ରେମ ସମ୍ପର୍କ। ହେଲେ ଏମିତି ତ ଆଗରୁ କେବେ ସେ ଅନୁଭବ କରି ନି। ବିବାହ ବନ୍ଧନରେ ରେ ବାନ୍ଧି ହୋଇଗଲା ପରେ  ଅପୂର୍ବ କେମିତି ନୂଆ ନୂଆ ଲାଗୁଥିଲେ ଆଉ ସବୁଯାକ ଲାଜ ସରମ ତାକୁ   ଜାବୁଡି ଧରିଥିଲା। ପୂର୍ବ ରୁ ଚିଲେଇ ଚିଲେଇ କଥା ହେଉଥିବା ଶିଳ୍ପୀ ଧୀରେ ଧୀରେ କଥା ହେଉଥିଲା। ଜୀବନ ଟା ତାକୁ ସ୍ଵପ୍ନ ଭରା ରୋମାଣ୍ଟିକ ଉପନ୍ୟାସ ଭଳି ଲାଗୁଥିଲା। 

ତାକୁ ଶାଶୁ ବୁଝେଇ ଦେଲେ ଏଇଟା ତୋ ଘର।ତୁ ଆମ ଝିଅ। ଆମକୁ ଯେମିତି ଚଲେଇବୁ ଆମେ ସେମିତି ଚଳିବୁ। ସେ ବିଶ୍ୱାସ କରି ପାରୁ ନ ଥିଲା। ସେ ତ ଆଗରୁ ଶୁଣିଛି ଶାଶୁ ମାନେ ଭାରି କଡା ମିଞ୍ଜାଜ୍ ର ବୋଲି। ସବୁ କଥା ଓ କାମ ରେ ଆପତ୍ତି ଅଭିଯୋଗ ଥାଏ ସେମାନଙ୍କର। ଏଠି ତ ସବୁ ଓଲଟା। ଭଗବାନ ଙ୍କ ନିକଟ ରେ କୃତଜ୍ଞତା ରେ ମୁଣ୍ଡ ନୁଆଇଁ ଦେଲା ।

ଶାଶୁ ମା ଙ୍କ ପାଖେ ପାଖେ ରହି ସେ ରୋଷେଇ ଶିଖିବାକୁ ଚେଷ୍ଟା କରୁଥିଲା। ପ୍ରଥମେ ମନା କଲେ ବି ପରେ ତା ଆଗ୍ରହ ଦେଖି ଶାଶୁ ମଧ୍ୟ ସବୁ କାମ ଖୁସି ରେ ଶିଖେଇ ଦେଉଥିଲେ। ଶାଶୁ ବୋହୂ ଙ୍କ ଭିତରେ ମଧୁର ସମ୍ପର୍କ ଟେ ହେଇଗଲା। ଶିଳ୍ପୀ ମନେ ମନେ ଭାବୁଥିଲା ଯାହା ହେଉ ସେ ଭାଗ୍ୟବତୀ ତାକୁ ଏମିତି ଘର ଟେ ମିଳିଛି। ତାଙ୍କର ଛୁଟି ସରି ଆସୁଥିଲା ସେ ଶାଶୁ ଙ୍କ ଠାରୁ  ଅପୂର୍ବ ଙ୍କ ପସନ୍ଦ ର କିଛି ଖାଦ୍ୟ ରୋଷେଇ କରିବା ଶିଖି ନେଲା।। ଯାହା ବି ହେଉ ଯେତେ କଷ୍ଟ ପଡୁ ନିଜ ହାତରେ ରୋଷେଇ କରି ଖାଇବାକୁ ଦେବ ସେ ଅପୂର୍ବ ଙ୍କୁ। ତା ଭିତରେ ଗୋଟେ ସ୍ୱର୍ଗୀୟ ଆନନ୍ଦ।

ସେମାନେ ଗାଆଁ ରୁ ଫେରି ଆସିଲେ।   ଜୀବନ କୁ ଖୁବ୍ ଉପଭୋଗ କରୁଥିଲେ। ଆଉଟିଂ ଲଂଗ୍ ଡ୍ରା ଇଭ୍ ଇଂ,ଉଇ କେଣ୍ଡ ରେ ବୁଲିବା. ମାର୍କେତିଂ କରି ରେଷ୍ଟୁରାଣ୍ଟ ରେ ଖାଇ ମୁଭି ଯିବା ..ଗୋଟେ ଟ୍ରେଣ୍ଡ୍ ହୋଇଗଲା। ଜୀବନ ର ସଂଜ୍ଞା ବଦଳି ବଦଳି ଗଲା ।

ସବୁ ପାଇଯିବାର ଖୁସି ରେ ଦିନ ରାତି ରଙ୍ଗୀନ୍ ଲାଗୁଥିଲା।

କେତେବେଳେ ବର୍ଷେ ପୂରି ଗଲା ବାହା ଘରକୁ ବିଶ୍ୱାସ କରି ପାରୁ ନଥିଲେ ଦୁଇଜଣ।ଜୀବନ ଦୁଇ ଜଣ ଙ୍କ ଭିତରେ ଗୋଟେ ସୁନ୍ଦର ବୁଝାମଣା ବୋଲି ତାକୁ ମନେ ହେଲା। କିନ୍ତୁ ଏ କଣ? କାହାର ନଜର ଲାଗିଲା କେଜାଣି। ଆସ୍ତେ ଆସ୍ତେ ଅପୂର୍ବଙ୍କ  ସ୍ନେହ ଆଦର କମି କମି ଯିବାର ଅନୁଭବ କଲା ଶିଳ୍ପୀ। ରାତିରେ ଡେରି ରେ ଘରକୁ ଫେରୁଥିଲେ। ଛୁଟି ଦିନ ଗୁଡାକ ସେମାନେ ଆଉ ଆଗ ପରି ବାହାରେ କଟା ଉ ନ ଥିଲେ।ବିଶେଷ ଗପ ସପ ହେଇ ପାରିଲେନି ବରଂ କାମ ଅଛି କହି ସକାଳୁ ବାହାରି ଯାଇ ବହୁତ୍ ଡେରି ରାତିରେ ଘରକୁ ଫେରିଲେ ଅପୂର୍ବ। ମିଟିଂ ରେ ଖାଇ ଦେଇଛି କହି ଅପୂର୍ବ ଖାଉ ନ ଥିଲେ। ଥକି ଯାଇଛି କହି ଶୋଇ ପଡ଼ୁଥିଲେ ।ଅପେକ୍ଷା କରି କରି ଶେଷ ରେ ଅଭିମାନ ରେ ଉପାସ ରେ ଶୋଇ ପଡି ମନ କୁ ବୁଝାଇ ଦେଉଥିଲା ବହୁତ ପରିଶ୍ରମ କରି ଥକି ଯାଉଛନ୍ତି ଅପୂର୍ବ। ସକାଳୁ କହୁଥିଲା ତମେ ସେ ପ୍ରୋଜେକ୍ଟ ଛାଡ଼ିଦିଅ ଏତେ ପରିଶ୍ରମ ଆଉ କରନି। ଦେହ ଖରାପ ହେଇଯିବ। କିଛି ଉତ୍ତର ନ ଦେଇ ଅଳ୍ପ ହସି ଦିଅନ୍ତି ଅପୂର୍ବ।

ସେଦିନ ଶନିବାର। ତା ସାଙ୍ଗ ସୁମନ ଫୋନ କଲା। ଫିଲ୍ମ୍ ହଲ ରୁ ବାହାରିଲା ପରେ ଗେଟ୍ ପାଖରେ ଅପେକ୍ଷା କରିବୁ। ଦେଖା ହେବା। କିଛି ବୁଝି ପାରିଲାନି ଶିଳ୍ପୀ । ତାକୁ କହିଲା ପାଗଳ ହେଇଗଲୁ କି। ମୁଁ ଘରେ ଅଛି। ସୁମନ କହିଲା ହଲ ରେ ଜିଜୁ ଙ୍କୁ ଦେଖିଲି ପପ୍ କନ୍ ଓ କୋଲଡ ଡ୍ରିଙ୍କ ନେଲେ। ମିଛ କହୁଚୁ ଫୁ ଲେଇ ଭାଗ କମିଯିବ ବୋଲି। ହଲ ଭିତରେ ଅଛୁ ଅଥଚ ମୋତେ କଫି ଦେବାକୁ ପଡ଼ିବ ବୋଲି ଦେଖା କରିବାକୁ ମନା କରୁଛୁ ନା କଣ ? ଶିଳ୍ପୀ ଚିଡି ଗଲା ଆରେ ୟାର ଅପୂର୍ବ ଙ୍କ ର ଆଜି ମିଟିଂ ଅଛି। ତୁ ଆଉ କାହାକୁ ଦେଖିଥିବୁ। ସୁମନ କହିଲା ମୁଁ  ପୁରା ଦେଖିଚି ତାଙ୍କ ସହିତ ଝିଅ ଟେ ଥିଲା ମୁଁ ଭାବିଲି ସେ ଝିଅ ତୁ ବୋଲି।।  

ଶିଳ୍ପୀ ରାଗରେ ଫୋନ କାଟିଦେଲା କିନ୍ତୁ ମନ ଟା ଅଥୟ ହେଲା..। ସୁମନ ଏମିତି ମିଛ କହିବନି। ଆଉ ଅପୂର୍ବ କଣ ମିଛ କହିଲେ। ଅପୂର୍ବ ଙ୍କୁ କେମିତି ଅବିଶ୍ବାସ କରିବ। ସେ ଗୋଲକ ଧନ୍ଦା ରେ ପଡ଼ି ଗଲା। ତଥାପି ଅପୂର୍ବ ଙ୍କ ପରିବର୍ତ୍ତନ ବ୍ୟବହାର ତାକୁ ଇଚ୍ଛା ନ ଥାଇ ବି ବାଧ୍ୟ କଲା ଅପୂର୍ବ ଙ୍କୁ ସନ୍ଦେହ କରିବାକୁ। ହଁ ନାଇଁ ର ଦ୍ଵନ୍ଦ ଭିତରେ ସେ ବାହାରିଲା ସିନେମା ହଲ କୁ। କିଛି ନ ହେଲେ ବି ସୁମନ ସହିତ ଦେଖା ହେଇଯିବ । ତା ମନ ରେ ଉଠିଥିବା ସନ୍ଦେହ ମଧ୍ୟ ଦୂର ହେଇଯିବ । ଯଥେଷ୍ଟ ସମୟ ଥିଲା। ଅପେକ୍ଷା କରି ରହିଲା ସୋ ଭାଙ୍ଗିବା ପର୍ଯ୍ୟନ୍ତ।

ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ତା ପ୍ରିୟ ବାନ୍ଧବୀ ବର୍ଷା ଗୋଟେ ଅଲଗା ଅନ୍ଦାଜ ରେ ଅପୂର୍ବ ଙ୍କ ହାତରେ ହାତ ଛନ୍ଦି ହସି ହସି ବାହାରି ଆସୁଛି ହଲ ରୁ। କଣ କରିବ ଭାବି ସେ ଭିଡ ଭିତରେ ବର୍ଷା ର ହାତକୁ ଭିଡ଼ି ଆଣି ଚିତ୍କାର କରି କହିଲା ଛି ତମେ ଦୁଇ ଜଣ ଏତେ ତଳକୁ ଚାଲି ଯାଉଛ। ଜଣେ ମୋର ଅନ୍ତରଙ୍ଗ ବାନ୍ଧବୀ ପୁଣି ସହକର୍ମୀ। ଯାହାକୁ ମୁଁ ବିଶ୍ୱାସ ରେ ଅନ୍ତର ର ସବୁ କଥା ଖୋଲି କହିଦିଏ ସେ ଆଜି ଛଳନା ରେ ମୋର ସର୍ବସ୍ବ ଲୁଟି ନେଇଛି ମୁଁ ଜାଣି ପାରିନି । ଅପୂର୍ବ ତୁମେ ଅଗ୍ନି କୁ ସାକ୍ଷୀ ରଖି ସାତ ଫେରା ନେଲା ବେଳେ କଥା ଦେଇଥିଲ ସାତ ଜନମର ସାଥୀ ହେବା ପାଇଁ। ସାତ ଜନ୍ମ କଣ ସାତ ବର୍ଷ ମୋ ସହିତ ବିଶ୍ୱାସ ରେ ରହି ପାରିଲନି।। ପ୍ରତାରକ ବିଶ୍ୱାସ ଘାତକ ତମ ପାଇଁ ତୁମ ଭରସା ରେ ମୁଁ ଦିନେ ମୋ , ବାପା ମାଆ ଓ ଘରକୁ ପଛରେ ଛାଡ଼ି ଆସିଥିଲି । କିନ୍ତୁ ତମେ କ'ଣ କଲ ? କେମିତି ଏ ଛଳନା ର ଖେଳ ଖେଳି ଚାଲିଲ  ଆଉ ମୁଁ ତୁମକୁ ବିଶ୍ୱାସ କରି ଚାଲିଲି।

      ଘୃଣା ରେ ତା ନାକ ଫୁଲି ଫୁଲି ଯାଇଥିଲା। ମୁହଁ ବୁଲେଇ ଫେରି ଆସିଲା ଘରକୁ। ନିଜର  ସବୁ ଜିନିଷ ପତ୍ର ପ୍ୟାକ୍ କଲା। ଚାଲି ଆସିଲା ବାପା ମା ଙ୍କ ପାଖ କୁ।

ଶାଶୁ ଆସିଲେ ବହୁତ୍ ବୁଝାଇବାକୁ ଚେଷ୍ଟା କଲେ। ସେ ତା ନ ଫେରିବା ଜିଦି ରେ ଅଟଳ ରହିଲା। ବୁଝେଇ ଦେଲା ଶାଶୁ ଙ୍କୁ ମୋର ବ୍ୟବହାର ରେ କିଛି କମି ରହିଲା, ମୁଁ ସନ୍ତୁଷ୍ଟ କରିପାରିଲିନି ଅପୂର୍ବ ଙ୍କୁ ସେ ମୋତେ ଲୁଚି ଲୁଚି ଅନ୍ୟ ସହିତ ସମ୍ପର୍କ ରଖିଲେ। ମୁଁ ମୂଲ୍ୟହୀନ ହୋଇଗଲି। ମୋ ପ୍ରେମ, ବିଶ୍ୱାସ ଭରସା ର କିଛି ମୂଲ୍ୟ ନାହିଁ।। ଫେରିଯାଆନ୍ତୁ ମାଆ। ଅପୂର୍ବ ଙ୍କୁ ମୁଁ ଭଲ ପାଇଥିଲି। ଆଜି ତାଙ୍କ ଖୁସି ପାଇଁ ମୁଁ ମୋର ବୈବାହିକ ସମ୍ପର୍କ କୁ ତ୍ୟାଗ କରୁଛି। ସେ ବର୍ଷା କୁ ନେଇ ଖୁସି ରେ ରୁହନ୍ତୁ। ମୁଁ ପ୍ରତାରକ ଅପୂର୍ବ ଙ୍କୁ ଆଉଥରେ ବିଶ୍ୱାସ କରି ପାରିବିନି। ମୋତେ କ୍ଷମା କରିଦେବେ ଆପଣ।

 ବୁଝେଇ ଦେଲା ଯେଉଁଠି ବିଶ୍ୱାସ ଓ ଭରସା ଭାଙ୍ଗି ଯାଏ ସେଠି ଗୋଟେ ମୁହୂର୍ତ୍ତ ନିଃଶ୍ୱାସ ନେବା କଷ୍ଟ ହୁଏ। ମନ ଟା ତାର କାଚ ପରି ଭାଙ୍ଗି ଯାଇଛି। ଯାହା ଯୋଡ଼ି ହେବା ଅସମ୍ଭବ। ଥରେ ପ୍ରତାରିତ ହେଲା ପରେ ଆଉ ସହଜ ରେ ବିଶ୍ୱାସ କରିବା ତା ପାଇଁ ସହଜ ନୁହେଁ।ପ୍ରତାରଣା ର ପ୍ରତିଧ୍ଵନି ପ୍ରତି ମୁହୂର୍ତ୍ତ ରେ ତା କାନରେ ଗୁଞ୍ଜ ରିତ ହୋଇ ତାକୁ ଯନ୍ତ୍ରଣା ରେ ଛଟ ପଟ କରିବ। ସେ ଆଉ ଭଙ୍ଗା ତାଳି ପକା ସମ୍ପର୍କ ଚାହେଁନି। ସବୁ ବନ୍ଧନ ରୁ ମୁକ୍ତି ହିଁ ତାର ଶେଷ ଅଭିଳାଷ। ଚୁପ୍ ରହିଲେ ଶାଶୁ। ଅନୁଭବ କରିପାରିଲେ ତାର ଭଙ୍ଗା ହୃଦୟ ର ଦୁଃଖ ।ଫେରିଆସିଲେ ନୀରବ ରେ।

  

     


Rate this content
Log in

Similar oriya story from Romance