Ajita Mishra

Romance

4.3  

Ajita Mishra

Romance

ପ୍ରୀତି

ପ୍ରୀତି

3 mins
103



ଏଏଏଏ ..... ଇଏ କ'ଣ ପ୍ରୀତିର ଫଟ ଟିଏ ଉଠେଇବାକୁ ଚେଷ୍ଟା କଲାବେଳେ ଶିଉଳିଲଗା ପିଛଳ ପଥରରେ ପାଦ ପଡ଼ି ଗଲା । ନଈ ଭିତରକୁ କିଏ ଯେମିତି ଭିଡି଼ନେଲା  । ଅକାତକାତ ପାଣି , ଚାରିଆଡ଼ ଶୂନଶାନ ,କେହି ଗୋଟିଏ ବୋଲି ଲୋକ ଦିଶୁନାହାନ୍ତି । କିଛି ସମୟପରେ କିଏ ଯେମିତି ପେଟରୁ ପାଣିଗୁଡ଼ା ବାନ୍ତି କରାଇଲା । ହେ ଭଗବାନ ! ରକ୍ଷାକର ରକ୍ଷାକର ; ସାମାନ୍ୟ ହାଲୁକା ଲାଗିଲା ।  ନଳକୂପର ପାଣିମାରିବା  ଶବ୍ଦରେ ନିଦଟା ଭାଙ୍ଗିଗଲା ସିଦ୍ଧାର୍ଥ ର । 

ଏ.ସି. ଚାଲିଛି , ମାତ୍ର ଗୋଟା ଶରୀର କେମିତି ଝାଳେଇ ଯାଇଛି , ଦୁଃସ୍ୱପ୍ନ ଟିଏ  !  ଛାତି ଭିତରଟା କେତେବେଳେବି ଭଲ ଲାଗୁନି , କ'ଣ ଗୋଟାଏ ଯେମିତି ହେଉଛି । ଖାଦ୍ୟ ଖାଇବାକୁ ଡର ଲାଗୁଛି । କିଛି ଗୋଟାଏ ମଝିରେ ମଝିରେ ଅଟକି ଯାଉଛି ; ଲମ୍ବା ଲମ୍ବା ନିଃଶ୍ୱାସ ନେଲେବି ଭଲ ଲାଗୁନି ଅଜଣାଭୟଟେ । ପମ୍ପିଙ୍ଗ୍ ମେସିନ୍ ଟିକୁ ବନ୍ଦ କରିଦେବକି ଆଉ । ନା ଏ ଶନିବାର ସେକେଣ୍ଡ ସଟର୍ଡେ , ନିହାତି ଯିବାକୁ ହେବ ଡାକ୍ତରଙ୍କ ପାଖକୁ ।


-- କେବେଠାରୁ ଏମିତି ଲାଗୁଛି ?


-- ଏଇ ପନ୍ଦର କି ମାସେ କି ତାଠୁ ବି କିଛି ବେଶିଦିନ ହେଲାଣି । ଖୁବ୍ ଝାଳ ବାହାରୁଛି , ଦେହ ଝିମ୍ ଝିମ୍ ହେଇ ଯାଉଛି , ଓଠପାଟି ଶୁଖିଯାଇ ଛାତି ଭିତରଟା ଧଡ଼୍ ଧଡ଼୍ କରୁଛି ...


-- ଓଃ , ଡୋଣ୍ଟୱରି ସର୍ , ଇସିଜି କରିବା...

         

-- ନା କିଛି ତ ଗଡ଼ବଡ଼ ଜଣାପଡିଲାନି,, ବିଶେଷ ନୁହେଁ । ଟିକେ ଲିପିଡ୍ ରେ...... କ୍ଷୀର ସର ପନିର ତେଲ ଘିଅ ଖାଇବେନି । ଖାଇବାରେ ଅଳ୍ପ ଲୋନା ସଲ୍ଟ । ଚିନି ଛୁଇଁ ବେନି ।


 ବ୍ଲଡ୍ ପ୍ରେସର ମାପିଲେ ଆଖିକୁ ତଳକୁଟାଣିକି ଦେଖିଲେ ଓ ଶେଷରେ କହିଲେ ବର୍ତ୍ତମାନ ମନୁଷ୍ୟ କେବଳ ବଞ୍ଚିବା ପାଇଁ କିଛି ଖାଇବା ଦରକାର....

ତାପରେ ଲିଭର୍ ଟେଷ୍ଟ ହେଲା , ସେଠାରେ ମଧ୍ୟ ଡାକ୍ତର ସେୟା  କହିଲେ।

- ତେଲଘିଅ ବିଲ୍ କୁଲ୍ ଖାଇବେନି ମାସେ ଅମୁକ ଟାବ୍ଲେଟ୍ ଖାଇବେ ଓ ମାସେ ପରେ ଫୁଣି ଆସିବେ  ।


   ଅଫିସ୍ ରୁ ଆସିବାପରେ ଲୁଣିଗଜା ଟିକେ ମିଳୁଥିଲା ସେତକ ମଧ୍ୟ ଦେବା ଆଗରୁ ସ୍ତ୍ରୀ ପଚାରୁଛନ୍ତି ମାଧବକୁ "ବାବୁଙ୍କୁ ମଇଦା ଓ ଲୁଣି କିଛି ଦେଇନତ ?"

      ‌      

ଅଫିସ୍ ସାରି ଘରକୁ ଆସୁ ଆସୁ ଆଜି ହଠାତ୍ ମୁଣ୍ଡରେ ପ୍ରୀତି କଥା ମନେପଡ଼ିଲା ।  ସେ କହେ ଡାର୍କ ଚକୋଲେଟ୍ ବେଳେବେଳେ ପାଟିରେ ଦେଲେ ଭଲ ଲାଗେ...  ଅଫିସ୍ ରେ ନୂଆଁ କରି ଜଏନ୍ କରିଥିବା ପିଲାଟିର ଆଜି ବାର୍ଥଡେ ଥିଲା  ସେ ଦେଇଛି ଡେରିମିଲ୍କ ର ସିଲ୍କ ଚକୋଲେଟ୍ ଟିଏ । ଖଟରେ ଗଡ଼ିପଡ଼ି ଖାଇବାରେ ଆଜିବି ସିଦ୍ଧାର୍ଥ ତୃପ୍ତି ପାଏ । ଗୁଡ଼ାଏ କାର୍ଯ୍ୟ ଭାର ସମ୍ଭାଳୁ ସମ୍ଭାଳୁ ନୟାନ୍ତ ହେଉଛି ସେ । 


ସବୁ ଅୟସ ମଧ୍ୟରେ ବି ଏକ ଶୂନ୍ୟସ୍ଥାନଟିଏ ସୃଷ୍ଟିହେବା ପ୍ରକୃତିର ଶୁଷ୍କ ନିୟମଟିଏ । ଫେସ୍ ବୁକ୍ ରେ ପ୍ରୀତି ସେୟାର କରିଛି ଗୀତ " ମୈ ତେରେ ଇସ୍କ ମେ ମରନା ଯାଉଁ କହିଁ....

ଲୋ ଭଲ୍ୟୁମ୍ ରେ ଗୀତଟିକୁ ଶୁଣିବାକୁ ଚାହିଁଲି । ବୁଝିବାକୁ ଚେଷ୍ଟା କଲି । ଉଁହୁ ...

ଗୀତଟିର ସବୁ ଶବ୍ଦକୁ ଚିରିଚିରି ତା ଭିତରେ କ'ଣ ରହିଥାଇପାରେ ଜାଣିବାକୁ ଅବସର ଖୋଜୁଥିଲି ।

ଠିକ୍ ଏଇଭଳି ସମୟରେ ଭଗବାନ ଏଜନ୍ମର ଧର୍ମ ପତ୍ନୀଙ୍କୁ ବେଡ୍ ପାଖରେ ଦର୍ଶନ କରାଇଲେ ।


- ଏ ....ଆସ ...ଆସ...

 ସିଦ୍ଧାର୍ଥ ହସିଲା ଭାବିଲା... ଦିନଯାକ ର ଅକ୍ଳାନ୍ତ ପରିଶ୍ରମ ପରେବି ମଣିଷ ଏକୁଟିଆ ଗୀତଟେ ଶୁଣିପାରୁନି ।

ସ୍ତ୍ରୀ କହିଲେ - ଏ ଶୁଣମ ! ମିସେସ୍ ଘଡ଼େଇ ମତେ ଡାକୁଛନ୍ତି ... ଯିବି?


- ଓଃ  ପଚାରୁଛ କ'ଣ ଯେ ପ୍ରିୟେ ! ଯାଅ ...ମନ ଇଚ୍ଛା , ଯୁଆଡ଼େ ଭଲ ଲାଗୁଛି ଯାଅ...ବହୁ ଦିନରୁ ମୁଁ ତମପାଇଁ କିଛି ଆଣିପାରିନି , ମୋର କାର୍ଡ ନେଇଯାଅ । ଆଗକୁ ଦିଇଦିନ ପରେ କୁମାର ପୂର୍ଣ୍ଣିମା ମନମୁତାବକ କଷ୍ଟଲି ଶାଢ଼ୀ ଓ ଗହଣା କିଛି କିଣାକିଣି କରି ନେଇଆସ । ଫେରିଲା ବେଳକୁ ରେଷ୍ଟୁରାଣ୍ଟରେ ଖାଇକି ମୋ ପାଇଁ ହାଲ୍କା କିଛି ପାର୍ସଲ୍ ପ୍ୟାକେଟ୍ ନେଇ ଆସିବ । ରୋଷେୟାଙ୍କୁ ଆଜି ଦଶହରାରେ ଛୁଟି ଦେଇଦିଅ ...

       

ଦିନଗୁଡିକ କେତେ ଶିଘ୍ର ଶିଘ୍ର ଚାଲି ଯାଉଛି । ମଧ୍ୟରାତ୍ରି ହେବାପାଇଁ ଆହୁରି ଦେଢ଼ ଘଣ୍ଟା ବାକି ଅଛି । ଘରଯାକ ଜହ୍ନର ରୂପା ଆଲୁଅ ବିଛେଇ ହେଉଛି । ନିରବରେ ମନ ଚାହୁଁଛି ଏକ କିଶୋର ମାନସିକତା ରେ ପ୍ରୀତି ସହ ଟିକେ ଗପିବାକୁ । ଚଷମାଟା ପିନ୍ଧି ନିଉଜ୍ ପେପର୍ ର ମଝି କଲମଟା ପଢ଼ି ବାକୁ ବାହାର କଲା। ଦେଖିଲା ପ୍ରୀତିର ଲେଖାଟିଏ ବାହାରିଛି । ବଡ଼ ବଡ଼ ଅକ୍ଷରରେ ହେଡ୍ ଲାଇନ୍ " chronological ageing is different from biological ageing "( ବୃଦ୍ଧତ୍ୱ ଏକ ବାଜେ ମାନସିକତା )

ହସ ମାଡ଼ିଲା ସିଦ୍ଧାର୍ଥକୁ। ଯିଏ ଉତ୍ତର ବୟସରେ ପଦାର୍ପଣ କରିନି ସିଏ କେମିତି ବୃଦ୍ଧ ବୃଦ୍ଧାଙ୍କ ପାଇଁ ଏତେ ସବୁ ଲେଖି ଦେଉଛି....


ହ୍ୱଆଟ୍ସ ଆପ୍ ରେ ପ୍ରୀତି ମେସେଜ୍ ଦେଇଛି " କିଛି କହିବାକୁ ଚାହୁଁଛି "। 

ଅବସରପ୍ରାପ୍ତ ହେବାକୁ ଥିବା ଜୀବନଟିରେ ତନ୍ଦ୍ରାଳସ ସକାଳେ ଘର ଭିତରେ ଆରାମ ଲାଗୁନି ,, କେବଳ ହ୍ୱଆଟ୍ସ ଆପ୍ ରେ ସମୟ ଯାଉଛି.....  ବାହାରର ହାଲୁକା ଉଷ୍ମତାବି ସୁଖ ଦେଉନି ...

ହଠାତ୍  ନିଜ ହୃଦୟ ଖୁବ୍ ହାଲୁକା ଅନୁଭବ ହେଲା। ଆଖିରେ ନୁହେଁ ହୃଦୟରେ ଯିଏ ଦେଖିପାରେ ବୁଝିପାରେ ତା'ପାଇଁ ମଧ୍ୟ ସମୟ ଦେଲେ କେତେ ଭଲ ଲାଗେ , ଆଶ୍ୱସ୍ତି ମିଳେ । ସୃଷ୍ଟିର ପ୍ରଗଳ୍ଭ ମୌନତା ରେ ସ୍ନେହ ଓ ସଖାଭାବର ପାରାବାରଟିଏ କାଳଜୟୀ ହୋଇଥାଏ ନିଶ୍ଚୟ ।

 ‌         

ଉତ୍ତର ଲେଖିବାକୁ ଚେଷ୍ଟା କଲା " ସର୍ବ ମଙ୍ଗଲେ ମାଙ୍ଗଲ୍ୟୈ ....

ମୋ ପ୍ରିତୀପଦ୍ମା ସଦା କୁଶଳରେ ରହୁ .....


Rate this content
Log in

Similar oriya story from Romance