STORYMIRROR

Ajita Mishra

Inspirational

2  

Ajita Mishra

Inspirational

ଉପହାର

ଉପହାର

1 min
226

 

ପ୍ରତିଦିନ ମୁଁ ଯାହାଠାରୁ ପାଇଥାଏ ଅନେକ ନୂତନ ପୁରାତନ ଶିଳ୍ପ , ସଂସ୍କୃତି,  ଐତିହ୍ୟ କଳା ଓ ବିଜ୍ଞାନ ସମ୍ବନ୍ଧରେ ଚିତ୍ତାକର୍ଷକ ସନ୍ଦେଶ । ସେ ହେଉଛନ୍ତି ମୋ ସାର୍ । କିଛି ବାର୍ତ୍ତା ଲେଖନୀ ର କେନ୍ଦ୍ରବିନ୍ଦୁ ପାଲଟିଯାଏ । ସତେକି ସେହି ମେସେଜ୍ କୁ ବାଦ୍ ଦେଲେ ବିଦ୍ୟା ଓ ବୁଦ୍ଧି ତାର ଅସ୍ତିତ୍ବ ହରାଇଦିଏ .....

ଅନେକ କର୍ମମୁଖର କଷଣ ଆସିଛି ମାତ୍ର ସାର୍ ତାଙ୍କ ଶିକ୍ଷା ବିତରଣ କରିବା କାର୍ଯ୍ୟ ରୁ କେବେ ଅବସର ନେଇ ନାହାନ୍ତି । ନୂତନ ସୃଜନାତ୍ମକ ଶିକ୍ଷା ଦେବା ତାଙ୍କର ଉଦ୍ଦେଶ୍ୟ । ସରସ୍ଵତୀ ଙ୍କ କୃପା ରୁ, ସାହିତ୍ୟ  ରଚନାର ଢାଲ ବା ଝରକଲମର କାଳି ଠୋପାଏ ହେଉଛନ୍ତି ଗୁରୁ ।   

ପବିତ୍ର ଶିକ୍ଷକ ଦିବସ ରେ ଆଜି ସେ  ଅସହାୟ ଭାବରେ ମୃତ୍ୟୁ ସହ ଲଢୁଥିବା କଥାଶୁଣି ମୁଁ ଭାଙ୍ଗି ପଡ଼ଲି । ଦଉଡ଼ ଗଲି ଟିକେ ଦର୍ଶନ ପାଇବା ଆଶାରେ...

          ଜୀବନରେ ବ୍ୟାସ ଓ ଦ୍ରୋଣଙ୍କ ଆକର୍ଷଣ ଠାରୁ କିଛି କମ୍ ନୁହନ୍ତି ମୋ ସାର୍ । ତାଙ୍କ ନିକଟରେ ଦଣ୍ଡେ ବସିଯାଇ ଟିକିଏ ଦୁଃଖ ବାଣ୍ଟିଦେବା ରେ  ହୃଦୟ ସାର୍ଥକ ହେବ .... 

-" ବିଦାୟ ଦେ ଜିତା ମତେ..... " କହି ଉଚ୍ଚାରଣ କଲେ ଓମ୍ ...ଓମ୍... ନମୋ... 

ମୁଁ ପାଟିରେ ଟୋପାଏ ପାଣି ଦେବାକୁ ବ୍ୟଗ୍ର ହେଲି , ଜୋର୍ ଦେଇ ବାରମ୍ବାର କହିଚାଲିଲି " ଓମ୍ ନମୋ ଭଗବତେ ବାସୁଦେବାୟ " .......

ତଣ୍ଟି ରେ କିଛି ଜଳ ଗ୍ରାସ ହେଲା ସତ ମାତ୍ର ଆଶା ମଉଳି ଆସିଲା । ବେକ ଭାଙ୍ଗି ଯାଉଛି କି କଷ୍ଟ ସତେ ,, ଓଃ....

କିଛି ବର୍ଷତଳେ ନେଇଥିବା " ଫାଷ୍ଟ ରେସ୍-ପଣ୍ଡର କୋର୍ସ୍ " ରେ ଶିଖାଯାଇଥିବା ସି ପି ଆର୍ ପ୍ରଣାଳୀ ଦ୍ୱାରା ମୁଁ ତାଙ୍କୁ ଜୀବିତ କରିବାକୁ ଚେଷ୍ଟା କଲି .... ଦୁଇ ହାତରେ ଛାତିରେ ଚାପ ଦେଲି ,,ପାଟିରେ ବାରମ୍ବାର ଫୁଙ୍କିକି ଅମ୍ଳଜାନ ଦେବାକୁ ଉଦ୍ୟମ କଲି....

ମାତ୍ର ନା ନିରାଶ ହେବାକୁ ହେଲା ମତେ । ଅସହାୟ ଭାବରେ ସାର୍ ଙ୍କୁ ସ୍ୱର୍ଗଦ୍ୱାରରେ ଅନ୍ତିମ ନିଦ୍ରାରେ ସମ୍ମାନ ଜଣାଇଲି । 


"ତୋ ଲେଖନୀ କାଳଜୟୀ ହେଉ " ତାଙ୍କର ଶେଷ ଆଶୀର୍ବାଦ ର ଲେଖାଟି ଆଜିବି ମୋ ସାହିତ୍ୟ ର ଅସ୍ତିତ୍ବ କୁ ନୂତନ ସମ୍ଭାବନା ଦେବାର ହୃତ୍-ସ୍ପନ୍ଦନ ଟିଏ ମୁ ଅନୁଭବ କରେ । ଆକର୍ଷଣୀୟ ପତିତପାବନ ବାନା ର ଦର୍ଶନ ପାଇଁ ଭକ୍ତ ଲାଳାୟିତ ଥିବା ପରି ନିତି ଯାହାଙ୍କ ଅକ୍ଷରକୁ ମୁଁ ଅତ୍ୟନ୍ତ ଉତ୍କଣ୍ଠା ରସହ ଅପେକ୍ଷା କରୁଥିଲି ସେହି ଦିଗ୍-ଦ୍ରଷ୍ଟା ଙ୍କୁ ମୋର ପ୍ରତ୍ୟେକ ଗଳ୍ପ ଏକ ଉପହାର ହେଉ... ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational