STORYMIRROR

Ajita Mishra

Abstract

4.0  

Ajita Mishra

Abstract

ପ୍ରିୟ ଲେଖକ

ପ୍ରିୟ ଲେଖକ

2 mins
298


 ଛୋଟ ଥିଲି , ଖୁବ୍ ଭଲ ପାଉଥିଲି ସମ୍ବାଦ ରେ ବାହାରୁ ଥିବା ସମ୍ପାଦକୀୟ ପୃଷ୍ଠାଟିକୁ ଆମୂଳଚୁଳ ପଢିବାକୁ। ଏପରିକି ଥରେ ରବିବାର ସକାଳେ ସାନ ଭଉଣୀର ମୋ ସହ ବାଦ ଲାଗିଲା " ପ୍ରଥମେ କିଏ ନିଉଜ୍ ପେପର୍ ପଢିବ " ? ମୁ ଆଗେ ପଢିବି ବୋଲି କହୁ କହୁ ମଝିରୁ ଦି ଫାଳ ହେଇଗଲା । ଭାଇ ଆସିଲେ ମଣିଙ୍ଗ ୱାକ୍ ରୁ , ଆମ ଦୁଇଜଣଙ୍କ ଉପରେ ବର୍ଷିଲେ। 

ପିଲାବେଳେ ସାର୍ ରବି କାନୁନଗୋ, ମୃଣାଳ ଚାଟାର୍ଜୀ, ଓ ଆହୁରି ଅନେକ ବିଶିଷ୍ଟ ଲେଖକ ଙ୍କ ଲେଖା ପଢ଼ି ଖୁବ୍ ଖୁସି ହେଉଥିଲି। ବେଳେ ବେଳେ ସେମାନଙ୍କ ସାକ୍ଷାତ ପାଇଲେ ନିଜକୁ ଭାଗ୍ୟବାନ ମନେକରେ। 


ଏମିତି ଏକ ଶୀତ ସକାଳେ ଭାଇ ଡ୍ରଇଂ ରୁମରେ ଥାଇ ଡାକିଲେ ବେବି ବେବି ! ମୁଁ ଆଜ୍ଞା କହି ଦଉଡ଼ି ଆସିଲି । ସେଠାରେ ଉପସ୍ଥିତ ଭଦ୍ର ବ୍ୟକ୍ତି ଙ୍କୁ ଇଙ୍ଗିତ କରି କହିଲେ "ଇଏ ମୋ ଛୋଟ ଭଉଣୀ "ଆପଣଙ୍କ ର ଗ୍ରେଟ୍ ଫେନ୍ " ମତେ ପଚାରିଲେ - ତୁ ଜାଣିଛୁ କିଏ ?

- ମୁଣ୍ଡ ହଲାଇ ମନାକଲି ତତ୍ ସଙ୍ଗେ ସଙ୍ଗେ ପ୍ରଣାମ କଲି ।

ସେ ଥିଲେ ମୋର ପ୍ରିୟ ଲେଖକ ଗୌରହରି ଦାସ । ମୋ ମନରେ ସେଦିନ ର ଖୁସି କହିଲେ ନ ସରେ ।


କିଛି ବର୍ଷ ପରେ ମୋ ବାହାଘର ସୁରୁଖୁରୁରେ ଗୋଟିଏ ଭଲ ସ୍ଥାନରେ ଠିକ୍ ହେଇଯାଉ ଭାବି ସାର୍ ରବିକାନ

ୁନଗୋ କନ୍ୟା ଘର ତରଫରୁ ମୋ ଶଶୁର ସହ କଥା କହିବା ଦାୟିତ୍ଵ ନେଲେ । ବାହାଘର ଠିକ୍ ଠାକ୍ ସୁରୁଖୁରୁରେ ସରିଲା । ସେ ସମୟରେ ଆଶୀର୍ବାଦ ସ୍ୱରୂପ ଅନେକ ଉପହାର ମିଳି ଥିଲା । ତନ୍ମଧ୍ୟରେ ସବୁଠାରୁ ଅଧିକ ଆକର୍ଷଣୀୟ ଥିଲା ମୋପାଇଁ "ଚିହ୍ନା ଚୌହଦି" । ଭିତରେ ସୁନ୍ଦର ଅକ୍ଷର ରେ ଲେଖାଥିଲା ବେବିପାଇଁ ସ୍ନେହର ଉପହାର ଟିଏ.... । ଏଭଳି ଗୁଡ଼ାଏ ବହି ଯାହାକି ମୋ ପାଇଁ ଖାଲି ଉପହାର ନଥିଲା .... ହୃଦୟକୁ ସ୍ପନ୍ଦିତ କରିବାର ଖୋରାକ... ।   


ଫଣି ବାତ୍ୟାର ଅସମ୍ଭବ ପବନ ମାଡଖାଇବା ପରେ ଘରେ ଥିବା କାଚ ଝରକାସବୁ ଝଣଝାଣ୍ ହେଇ ଭାଙ୍ଗିଲା । ତା'ପରେ ପାଣି ମାଡିଆସିଲା । ପାଣି ସହ ଗୁଣ୍ଡ କାଚ ଚାରିଆଡ଼େ ଖେଳେଇଗଲା । ବଡ଼ବଡ଼ ପେଟିରେ ଥିବା ଅସଂଖ୍ୟ ପୁସ୍ତକ ନଷ୍ଟ ହେଇଗଲା । ତା ସହ ନଷ୍ଟ ହୋଇଗଲା ମୋ ପ୍ରିୟ ଲେଖକ ମାନେ ଦେଇଥିବା ବେବି ପାଇଁ ସ୍ନେହର ଉପହାର " 


 ଆଜି ଏତେ ବର୍ଷ ପରେ ସେମାନଙ୍କୁ ଫେସବୁକ ର ବନ୍ଧୁତ୍ୱ ର ସଂଜ୍ଞା ମଧ୍ୟରେ ପାଇ ହୃଦୟର ଖୁସି କୁ ବ୍ୟକ୍ତ କରିବାକୁ ଶବ୍ଦ ପାଏନି । ପ୍ରିୟ କାଳଜୟୀ ଲେଖକମାନେ ବନ୍ଧୁତ୍ୱ ର ସଂଜ୍ଞା ଠାରୁ ଢେର ଉଚ୍ଚତାରେ । ସେମାନେ ଆଜୀବନ ମୋର ନମସ୍ୟ। 




Rate this content
Log in

Similar oriya story from Abstract