ସହଭାଗୀ
ସହଭାଗୀ


ଲଞ୍ଚ ଆୱାର । ମିନୁ ନିଜର ବକ୍ସ ଖୋଲିଲା । ଧଳା ଧଳା ସିଝା ମଣ୍ଡା ଓ ସୋଲାକଷା ଦେଖି ଖୁବ୍ ଖୁସି ହୋଇଗଲା । ସବୁଦିନ ଯାହା ଆଣିଥାଏ ତାକୁ ଅନ୍ୟ ମାନଙ୍କ ସଙ୍ଗେ ବାଣ୍ଟିକି ଖାଇବା ତାର ଅଭ୍ୟାସ ।ଡିବାଟିକୁ ଖୋଲିଦେବାମାତ୍ରେ ଏକ ଚାପାଗୁଞ୍ଜରଣ ଶୁଣିଲା । ଆରେ ବାଃ ; ।
: ଆଜି ଏୟାକୁ ଆଣିଛୁ ! ତୋପରି ଭାଗ୍ୟବାନ କିଏ ଅଛି । କେମିତି ଏତେ ସବୁ କରିପାରୁଛୁ ?
ମିନୁ ଚୁପ୍ ରହିଲା କିଛି ସମୟ , ଧୀରେ କହିଲା ଏସବୁ ମତେ ନାନୀ ମାନେ କରିକି ଦେଇଛନ୍ତି ; ମୋତେ ବିଶେଷ କିଛି ଆସେନି , ପିଠାପଣା ତ ଜୀବନରେ କେବେ କରିନି ।
- ଆଉ ସେମାନେ ଚାକିରି କରନ୍ତିନି ?
- ହଁ କରନ୍ତି , ମାତ୍ର ଜଣେ ଘରେ ରହି ଘରର ସଂପୂର୍ଣ୍ଣ ଦାୟିତ୍ଵ ବହନ କରିଛନ୍ତି । ଘରଖର୍ଚ୍ଚ କେମିତି ମ୍ୟାନେଜ୍ ହବ , ଅତିଥି ମାନଙ୍କ ପାଇଁ କିପରି ଚର୍ଚ୍ଚା କରିବାକୁ ହେବ , ଘରେଥିବା ବୃଦ୍ଧ ଓ ବୃଦ୍ଧା ମାନେ କିପରି ଶାନ୍ତିରେ ରହିବେ ସବୁକିଛି ସେ ବ୍ୟବସ୍ଥିତ କରନ୍ତି ।
ସମସ୍ତ କଲିଗ୍ ଆଶ୍ଚର୍ଯ୍ୟ । ପରସ୍ପରର ମୁହଁ ଚାହାଁ ଚାହିଁ ହେଲେ । ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କେହି ଜଣେ କହିଲେ ଧନ୍ୟ ଆଜିର ଏ ବସ୍ତୁବାଦୀ ବ୍ୟଥାତୁର ଦୁନିଆରେ କିଏ କାହାପାଇଁ କରୁଛି । ସମସ୍ତେ ତ ନିଜେ ନିଜର ଖୁସି ଚାହାନ୍ତି । ଯା ହେଉ ତୁମ ଘରର ହାୱା ଟିକେ ସମସ୍ତଙ୍କୁ ବାଜି ଯାଆନ୍ତାନି । !
ମିନୁ ଖୁବ୍ ଆମୋଦିତ ହେଲା । କହିଲା - ଏଦୁନିଆରେ ପରର କେହି ନାହାନ୍ତି । ନିଜର ଭାବିଲେ ସମସ୍ତେ ନିଜର ଲାଗିବେ ,ପରର ଭାବିଲେ ପର ପର । ମାତା ପିତା ଭାଇଭଉଣୀଙ୍କୁ ଛାଡ଼ି ସୁଦୂର ସହରୁ ମୁଁ ଆସିଲି ଓ ଏଠାରେ ପୁଣି ତା'ଠାରୁ ଦୁଇଗୁଣ ଲୋକଙ୍କୁ ପାଇଗଲି । ସକାଳୁ ଯୋଗ ପ୍ରାଣାୟାମ ,ପୂଜାପାଠ ଏକାଠି କରୁ ଫ୍ରି ସମୟରେ ତାସ୍ , ଲୁଡୁ , କେରମ୍ ଆଦି ମଧ୍ୟ ଖେଳୁ । ଆମେ ସମସ୍ତେ ପରସ୍ପର ମଧ୍ୟରେ କାମ ବାଣ୍ଟି ନେଇଛୁ ।
ଯେତେ ଗପିଲେ ମଧ୍ୟ ଯୌଥ ପରିବାରର ମହତ୍ତ୍ଵ କେହି ଗାଇ ପାରିବେନି । ମିନୁର ଦେହ ଖରାପ ହେଲେ ଛୋଟ ପିଲାମାନେ ସଦା ପ୍ରସ୍ତୁତ ଥାଆନ୍ତି " ଖୁଡ଼ୀ ଯେମିତି ରୋଗଶଯ୍ୟାରେ ଏକାକି ନହୁଅନ୍ତି ।ଅରୁଚା ପାଟିରେ ଖୁଡ଼ୀ ଏଇଟା ଟ
ିକେ ଚାଖ ,ସେଇଟା ଟିକେ ... କହି ...କେତେବେଳେ ପେଟ ପୁରିଯାଏ ଜଣାପଡ଼େନି ।
* * * * *
ସମୟ ବଦଳି ଯାଇଛି । ବର୍ତ୍ତମାନ ପରିବାରର କାୟା ଖୁବ୍ ଛୋଟ ହୋଇ ଯାଇଛି । ଏଠାରେ ସୁଖ ଓ ଶାନ୍ତି ଶହେ କୋଶ ଦୂରରେ । ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅରାଜକତା ହିଂସା ବ୍ୟାପିବାରେ ଲାଗିଛି । ସମସ୍ତ ପ୍ରକାର ର ଅସୁରକ୍ଷା ଏକ୍ଲାପଣ ଓ ଡିପ୍ରେସନ୍ ରୁ ନିସ୍ତାର ପାଇବାପାଇଁ ଯୌଥ ପରିବାର ଏକମାତ୍ର ସହାୟ ।
ଏକ ବଡ଼ ପରିବାର ଆମ ମୁଣ୍ଡ ଉପରେ ବିରାଟ ଛାୟା ସ୍ୱରୂପ ସୁରକ୍ଷା ପ୍ରଦାନ କରିଥାଏ । ମିନୁ ବହୁ ବର୍ଷ ଏକ ସଂଯୁକ୍ତ ପରିବାରର ବୋହୁ ଭାବରେ ରହିଛି । ପରିବାରରେ କୌଣସି ନାରୀ ପ୍ରତି ଶ୍ରମର ଶୋଷଣ ହେଲେ ତାକୁ ଅନ୍ୟ ମହିଳାମାନେ କିପରି ବିରୋଧ କରନ୍ତି ତାହା ସେ ହୃଦଙ୍ଗମ କରିଛି ।
ସବୁ ସ୍ଥାନରେ କିଛିଟା ଭଲଥାଏ ଓ କିଛି ମନ୍ଦ । ଯଦିଆମେ ଅଜସ୍ର ସ୍ନେହ ଶ୍ରଦ୍ଧାରେ ବାନ୍ଧିହୋଇ ରହିବାକୁ ଚାହୁଛୁ ତେବେ ଆମକୁ କିଛି ହରାଇଲେ କିଛି ପାଇବା ନିତି ଆପଣେଇବାକୁ ପଡି଼ବ । ଏହା ସତ୍ୟଯେ ଅଧୀକ ବାସନକୁସନ ଗୋଟିଏ ଜାଗାରେ ରହିଲେ କିଛି ଶବ୍ଦ ହୋଇଥାଏ । ମାତ୍ର ତାହା ଜୀବନରେ ଏକ ବଡ଼କଥା ନୁହେଁ ।
ବଡ଼ ପରିବାର ରେ ସନ୍ତାନ ସନ୍ତତି ପିଲାବେଳୁ ଜିନିଷ ଆଦାନ ପ୍ରଦାନ( ବାଣ୍ଟିବା,ସେୟାରିଂ ) ଶିଖିଥାନ୍ତି । ଯଦ୍ୱାରା ସେମାନଙ୍କ ନିକଟରେ ହୋମ ସିକ୍ନେସ୍ ଟି ରହିଥାଏ । ବଡ଼ ହେଲାପରେ ସମାଜରେ ଯେଉଁ ଠାରେ ରହିଲେ ମଧ୍ୟ ଲୋକଙ୍କୁ ଆଦର କରିଥାଆନ୍ତି । ବିଜୁଳି ପାଣି ଗ୍ୟାସ୍ ଓ ଅନ୍ୟାନ୍ୟ ସମସ୍ତ ଜିନିଷ ଅଳ୍ପ ସାରିବାର କୌଶଳ ରେ ଯୌଥ ପରିବାର ଅଭ୍ୟସ୍ତ ଥାଆନ୍ତି । ପିଲାଟିଏ ଜନ୍ମ ହେଲେ ଅନେକଙ୍କ ସ୍ନେହ ଆଦର ପାଇ ଏକ ବିଶାଳ ମାନସିକତା ନେଇ ହୁଷ୍ଟପୁଷ୍ଟ ହୁଅନ୍ତି ।
ବର୍ତ୍ତମାନ ଆମ ସମାଜ ରେ ସୁଖ ଓ ଶାନ୍ତିର ନାବଟି ଡଗ୍ ମଗ୍ ହେବାରେ ଲାଗିଛି ।ଆସନ୍ତୁ ଛୋଟ ହେଉବରଂ ପୁଣିଏକ ସଂଯୁକ୍ତ ପରିବାରର ଗଠନ ବିଷୟରେ ଚିନ୍ତା କରିବା । ମୁଁ ଓ ମୋର ନକହି ଆମେ ଓ ଆମର କହିବା ।