ବିଦିର୍ଣ୍ଣ ଧରା
ବିଦିର୍ଣ୍ଣ ଧରା
ନବ ବର୍ଷରେ ପୁରୀର ଚାରିଆଡ଼େ ଅସଂଖ୍ୟ ଜନ ଗହଳି।ଆମ ସହ ଅପୁ ବାହାରିଲା ଭୂବନେଶ୍ୱର ଅଭିମୁଖେ |ପଛ ରଲମ୍ବା ସିଟ୍ ଟା ସଦାବେଳେ ତା ଅକ୍ତିଆର ରେ ଥାଏ |ପିଲାଏ ଚାହାନ୍ତି ଗାଡ଼ି ଭିତରେ କାଚ ରୁ ଏପଟସେପଟ ପ୍ରକୃତି କୁ ଭରପୁର ଉପଭୋଗ କରିବାକୁ। ସେ ମୋତେ ପଚାରିଲା ଏଗୁଡ଼ା ବୋଉ ଜଙ୍ଗଲ କି ? ମୁଁ ମନାକଲି।-ନା ଦୂରରୁ ସେଇଭଳିଦେଖାଯାଏ।ପ୍ରାୟ ଏଗାର ବାର ବର୍ଷ ତଳେ ତୁ ଜନ୍ମ ହୋଇନଥାଉ,ଏ ରାସ୍ତା କଡ଼ ରେ ଶହ ଶହ ବର୍ଷର ଡେଙ୍ଗାମୋଟା ମୋଟା ଗହଳିଆ ଗଛସବୁ ଥୀଲା |ବାବାଙ୍କ ସହ ଏ ରାସ୍ତାରେ ଯାଆସ କଲାବେଳେ ଖରାର ପ୍ରକୋପ ଆମେ ଜାଣିପାରୁ ନ ଥିଲୁ।ସତେକି ବୃକ୍ଷ ଗୁଡ଼ିକ ଆମକୁ ସ୍ୱାଗତ କରୁଥିଲେ।ଦିନଥିଲା ଖରା କୁ ମଧ୍ୟ ମଣିଷ ଉପଭୋଗ କରୁଥିଲା।
କିପରି ହୋଇଥିବ ସେହି ବୃହଦାକାର ବୃକ୍ଷ ସବୁ ଅରଣ୍ୟ କିଭଳି ଦିଶୁଥିବ!ଅଙ୍କା ବଙ୍କା ସ୍ମୃତି କୁ ଅପୁ ନିଜ ମାନସ ପଟରେ ଆଙ୍କୁଥାଏ। ମୁ ଭାବୁଥିଲି ଆମେ ଆମ ପରବର୍ତ୍ତୀ ପିଢ଼ି ପାଇଁ ପ୍ରକୃତିକୁ ସଂରକ୍ଷଣ ନ କରି ନଷ୍ଟ କରି ଚାଲିଛୁ। କିଛି ବର୍ଷ ପରେ ମଣିଷ ସମାଜ ଦୁଃଖ ଜର୍ଜରିତ ହୋଇ କାଳାତିପାତ କରିବେ,ନିଶ୍ଚୟ ପୂର୍ବ ପୁରୁଷମାନଙ୍କୁ ନୃଶଂସ ଅମଣିଷ କହିବେ। ପ୍ରକୃତିକୁ ବିଦୀର୍ଣ୍ଣ କରି କେବଳ ରାସ୍ତାଘାଟ ଘରଦ୍ୱାର କରିଛନ୍ତି ବାପ ଅଜା। ଏଠାରେ ଏବେ ରାସ୍ତା ମଝିରେ କେବଳ କନିଆରି ଗଛ।ବର୍ଷା ଦିନରେ ହଳଦିଆ ଫୁଲ ଭର୍ତ୍ତିହୋଇଯାଏ।ମନକୁ କିଛିଟା ସାନ୍ତ୍ୱନା ପ୍ରଦାନକରେ।ହେଲେ କି ଆଶ୍ଚର୍ଯ୍ୟ ର କଥା !ବସନ୍ତ ଆସିବାକୁ ଅନେକ ଦିନ ବାକି ଅଛି ଆଉ ଏଗୁଡ଼ିକୁ ସଂପୂର୍ଣ ଥୁଣ୍ଟା କଲା କିଏ କାହିଁକି ? ପୁଅ ମୁହଁ ରେ ସରୁ ହସର ଧାର ଟିଏ |ଓଓଓ ମୁଁ ଜାଣିଛି ବୋଉ ,ଗଛକୁ କାଟିଲେ ତାହା ଆହୁରି ଗହଳିଆ ମୋଟା ହେବ ଭାବି ଏହାକୁ ଲୋକେ କାଟିଥାନ୍ତି....
ରାସ୍ତା ମଝି ରେ ଲମ୍ବାଧାଡ଼ି ରେ କୌଣସି ରାଜନୈତିକ ଦଳର ହଜାର ହଜାର ପତାକା ପୋତା ଯାଇଥାଏ। ସେସବୁ ସ୍ଥିର ନିଶ୍ଚଳ ଭାବରେ ଠିଆ ହୋଇସତେକି ବସନ୍ତ ର ମଳୟ ପବନ ଆଗମନୀକୁ ସୂଚାଇ ଦେଉଥିଲେ |