STORYMIRROR

Ajita Mishra

Romance Tragedy

2  

Ajita Mishra

Romance Tragedy

ନିଷ୍ପତ୍ତି

ନିଷ୍ପତ୍ତି

1 min
92


   ପୌଷର ଶୀତୁଆ ସକାଳ |ଆଶା ଜାଣିପାରେ ତାର ରୋଜଗାର ନାହିଁ ତେଣୁ ସ୍ୱାମୀଙ୍କର ହେଉନା କାହିଁକି ଅଯଥା ପଇସା ଖର୍ଚ୍ଚ କରିବାପାଇଁ ସେ କୁଣ୍ଠାବୋଧ କରେ, କେବେ ହକ୍ ଜମାଏନି।ଅବିନାଶ ଅତି ସରାଗରେ ଦେଇଥିବା ଏନ୍ଡ୍ରାଇଡ୍ ଫୋନଟି ଆଜି ଆଶାକୁ ସୂଚାଇ ଦେଲା ଏକ ଘୋରୋଇ ସ୍ତ୍ରୀର ଅଧିକାର ଓ ମର୍ଯ୍ୟାଦାକୁ।ଏଣୁ ସେ ଗଭୀର ଆତ୍ମସମ୍ମାନର ସହ ତାହା ଅବିନାଶଙ୍କୁ ପୁଣି ଲେଉଟାଇ ଦେଉଛି।

   କ୍ଷମତା ଯାହାର ନଥାଏ ସେ ଉପଭୋଗ ମଧ୍ୟ କରିବା ଠିକ୍ ନୁହେଁ।କାଲି ସଂଧ୍ୟାରେ ଆଶା ଫେସବୁକରେ ଚାଟିଙ୍ଗ୍ କରୁ କରୁ ଚାହା ଦେବାପାଇଁ ଅବିନାଶଙ୍କୁ ଭୁଲି ଗଲା।ଯଦିଓ ଚା ତିଆରି କରିକି ଡାଇନିଂ ଟେବୁଲ୍ ଉପରେ ଥୋଇ ଦେଇଥିଲା।ଅବିନାଶ ବାଥରୁମରୁ ଆସିବା ପରେ ତାଙ୍କ ହାତରେ କିମ୍ବା ତାଙ୍କ ସାମ୍ନାରେ କପଟିକୁ ଥୋଇବା ପାଇଁ ଆଶାର ଖିଆଲ୍ ହେଲା ନାହିଁ। ଏହା ନିଶ୍ଚିତ କ'ଣ ଏକ ଗୃହକର୍ତ୍ତୀର ବିରାଟ ଅବହେଳାର ଉଦାହରଣ ହୋଇପାରେ?ଯାହା...

ଖାଲିଟାରେ ଶାଶୁ ଘରେ ସମସ୍ତଙ୍କ ସାମ୍ନାରେ ତାକୁ ଅପଦସ୍ତ କରାଗଲା।


ଆଶା ବାରମ୍ବାର ମନା କରିଆସୁଛି ଘରେ ଅନ୍ୟ କାମବାଲି ରଖିବା ଦରକାର ନାହିଁ। କାଳେ ସ୍ତ୍ରୀର କ'ଣ ହେଇଯିବ ଏହି ଭୟରେ ଅଭିନାଶଙ୍କ ଶଙ୍କିତ ମନ ଘର କାମ ପାଇଁ ଲୋକ ଖୋଜେ।ଏତେ ଆମୋଦ ପ୍ରମୋଦ ଭିତରେ କ'ଣ ଏଇ ଫେସ୍ ବୁକ୍ ଚାଟିଙ୍ଗ ପାଇଁ ଭଟ୍ଟା

ପଡ଼ିଯିବ... ?ଆଶା ଆଜି ଏହାର ସମାଧାନ କରିବାକୁ ଚାହେଁ।

   ଅବିନାଶ୍ ଅଫିସରୁ ଆସିବା ପରେ ସେ କହିଲା"କ୍ଷମା କରିବ ଅଭି, ମନରେ ଜମାଟ ବାନ୍ଧିଥିବା କୋହକୁ କୋହଳ କରିବା ପାଇଁ ଆଜିଠାରୁ ଏହି ଫୋନଟି ଆଉ ମୋର କାମରେ ଆସିବ ନାହିଁ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance