Rajesh Kumar Barik

Romance

3  

Rajesh Kumar Barik

Romance

ପ୍ରେମର ପ୍ରେମର ପ୍ରଥ ସ୍ପର୍ଶ-୦୧

ପ୍ରେମର ପ୍ରେମର ପ୍ରଥ ସ୍ପର୍ଶ-୦୧

2 mins
169



ଜୋସ୍ନାକୁ ଗୋଲାପ ଦେବ ବୋଲି ସକାଳୁ ସକାଳୁ ଗାଧୋଇ ପାଧୋଇ ନିଜକୁ ଆଇନା ଆଗରେ ଘଡିଏ ଦେଖିଲା ଚକରା । ସରି ଜାଇଥିବା ବରୋପ୍ଲସ୍ କ୍ରିମକୁ ଜୋର୍ ଲଗାଇ କ୍ରିମ୍ ବାହାର କରି ମୁହଁରେ ଲଗାଇଲା, ପାନିଆରେ ଚୁଟି ସଜାଡି ସାରି ମାଆଙ୍କ ବାକ୍ସରୁ କୋଡିଏ ଟଙ୍କା ବାହାର କରି, ହାତରେ ଅଧା ଭଂଗା ନାଲି ରଂଗର ରେସିଂ ସାଇକେଲଟିକୁ ଧରି ଚାଲିଲା ।

   ଆଖିରେ ତାର ଅଶୁମାରି ସ୍ୱପ୍ନ........ ମନ୍ଦିର ବେଢାରେ ପାହୁଚ ଉପରେ ଅପେକ୍ଷା କରିଥିବ ଜୋସ୍ନା ତା ପାଖକୁ ଯିବ ଆଉ ସିନେମା ଷ୍ଟାଇଲ୍ରେ ଗୋଲାପ ଧରାଇ ଦେବ ତାର ହାତରେ । ଜୋସ୍ନା..... ସ୍ମିତ ହାସ୍ୟ ଦେଇ ଜାବୁଡି ଧରିବ ଚକରାକୁ । ଆଖିର ଇଶାରାରେ ଆଉ ମନର ତଳେ ଲୁଚି ରହିଥିବା ଅକୁହା କଥାକୁ ଏକା ଥରକରେ କହି ସାରିଦେବ, ତା ପରେ ସ୍ୱପ୍ନର ସହର ଭିତରେ ଘର ଟିଏ ତୋଳି ସଜାଇ ରଖିବ ଜୋସ୍ନା କୁ। ନା ସେଠିଥିବେ ଘର ଲୋକ ନା ପଇସାର ଭୟ । ଏଇ ପ୍ରେମର ସହର ଭିତରେ ଖାଲି ଥିବ ମଳୟର ପୁଲକ, ଫୁଲର ବାସ୍ନା ଆଉ ପ୍ରେମର ରଙ୍ଗ ଆଉ ତାରି ଭିତରେ ଖାଲି ମୁଁ ଥିବି ଆଉ ତୁ ଥିବୁ .............। ଏମିତି ଭାବୁ ଭାବୁ   ପଥରରେ ଚକାଟା ବାଜି ହଠାତ୍ ସାଇକେଲର ଚକାଟା ପମ୍ପଚର ହୋଇଗଲା । ସ୍ୱପ୍ନଟା ଭାଙ୍ଗିଗଲା ..... ଆଉ ଅଳ୍ପ ଦୂର ଥାଏ ମନ୍ଦିର ବାଧ୍ୟ ହୋଇ ସାଇକେଲ୍କୁ ହାତରେ ଧରି ମନ୍ଦିରରେ ଚାଲି ଚାଲି ପହଞ୍ଚିଲା ଚକରା।


  ମୌସୁମୀର ସକାଳରେ ଝିପା ଝିପା ବର୍ଷା ସାଙ୍ଗକୁ ଶିତଳ ପବନଟା ବି ଦେହକୁ ଥରାଇ ଦେଉଥାଏ। ଶୁନସାନ୍ ମନ୍ଦିର ବେଢାରେ ଅପେକ୍ଷା କରିଥାଏ ଚକରା । ବେଶ୍ କିଛି ସମୟର ନିରବତା ପରେ ଚଳ ଚଞ୍ଚଳ ହୋଇ ଉଠିଲା ମନ୍ଦିର... ଅପଲକ ନୟନରେ ଚାହିଁ ବସିଥାଏ, କେତେବେଳେ ଆସିବ ଜ୍ୟୋସ୍ନା, ସଜ ଫୁଟା ଗୋଲାପି ଗୋଲାପକୁ ହାତରେ ଧରେଇ ଦେଲେ କାମ ସରିବ ! ଛାତି ଭିତରର ଦୁକୁଦୁକିଟା ଜୋର ଜୋରସେ ଧଡକୁ ଥାଏ । ମନ ଭିତରେ ଭିନ୍ନ ଏକ ଶିହରଣ ଖେଳି ଯାଉଥାଏ, ତଥାପି ନିରବ ।


  ବେଶ୍ କିଛି ସମୟର ନିରବତା ପରେ, କେଉଁଠି ଥିଲା କେଜାଣି ଆକାଶରେ କଳା କଳା ମେଘ ମାଳା ସବୁ ଘୋଟିବାରେ ଲାଗିଲା । ଚାରିପାଖରେ ଅନ୍ଧାର ଖାଲି ଅନ୍ଧାର, ସତେ ଯେମିତି ସଜ ସକାଳରେ ସନ୍ଧ୍ୟାର ଭ୍ରମ । ଚାହୁଁ ଚାହୁଁ ବରକୋଳିଆ ଟୋପାରେ ବର୍ଷା ମୂଷଳ ଧାରାରେ ବର୍ଷି ବାରେ ଲାଗିଲା । ମନ୍ଦିର ବେଢାରେ ଲୋକ ମାନେ ସବୁ ଏପାଖ ସେପାଖ ହେଉଥାନ୍ତି। ତଥାପି ଏକାକୀ ମନ୍ଦିରର ପାହାଚ ଉପରେ ହତାଶରେ ବସିଥାଏ, ବର୍ଷା ଛିଟାରେ ଭିଜୁଥାଏ ହେଲେ ସେଥିପ୍ରତି ତାର ନିଘା ନଥାଏ । 

  ସତେ ଯେମିତି ସବୁ ଆଶା ସବୁ ସାହାସିକତା ଏଇ ବର୍ଷା ପାଣିରେ ଧୋଇ ହୋଇ ଯାଇଛି । ମନରେ ଯେଉଁ ଉତ୍ସୁକତା ନେଇ ମନ୍ଦିରକୁ ଯେଉଁ ଗୋଲାପ ନେଇ ଆସିଛି, ଏ ଗୋଲାପଟା ବୋଧେ ଜ୍ୟୋସ୍ନା ପାଇଁ ଠିକ୍ ନଥିଲା ବୋଧହୁଏ ସାଇବାବା ପସନ୍ଦ କରି ନେଇଛନ୍ତି ଏଇ ଗୋଲାପକୁ ! ନହେଲେ ଜ୍ୟୋତ୍ସ୍ନା ଆସି ନଥାନ୍ତା । ବୋଧହୁଏ ଭାଗ୍ୟରେ ନାହିଁ !

 ବର୍ଷା ଟିକେ କମ ହେଲା, ଲୋକ ମାନେ ସବୁ ଯିବା ଆସିବା କରୁଥାନ୍ତି ମେଘୁଆ ଅନ୍ଧାର ଭିତରେ । ମନରେ ରାଗ ହତାଶ ମିଶା ବିରକ୍ତି ଭାବ ନେଇ ଆଉ କେତେ ସମୟ ଅବା ଅପେକ୍ଷା କରିବ ! ନିଜକୁ ଝାଡି ଝୁଡି ହୋଇ ଉଠିଲା ବେଳକୁ କେହିଜଣେ ଦୈଡି କରି ମନ୍ଦିର ପାହୁଚକୁ ଉଠୁଥିବା ସମୟରେ ପାଦ ଖସିବାକୁ ଯାଉଥିଲା..... ଚକରା ଦୈଉଡି ଯାଇ ନିଜର ବାହୁ ବନ୍ଧନରେ ଧରିନେଲା । ଠିକ୍ ଏହି ସମୟରେ ବିଜୁଳି ଚମକରେ ଚମକି ଉଠିଲା ତାର ଚେହେରା, ସେ ଆଉ କେହି ନଥିଲା ସେଥିଲା ତାର ଅତି ଆପଣାର ଜୋସ୍ନା ଗୋଟିଏ ହାତରେ ଯୋସ୍ନା ଥିବା ବେଳେ ଅନ୍ୟ ହାତରେ ଗୋଲାପ ସତେ ଯେମିତି ଚାହିଁ ରହିଥିଲା ଏ ଦୁହିଁଙ୍କୁ ...... ।

    (କ୍ରମଶଃ ..... ଆଗାମୀ ଅଧ୍ୟାୟରେ )



Rate this content
Log in

Similar oriya story from Romance