ମହାଳୟା ଶ୍ରାଦ୍ଧ
ମହାଳୟା ଶ୍ରାଦ୍ଧ
ମହାଳୟା ପାଇଁ ସରକାରୀ ଛୁଟି ହେଲେ ବେସରକାରୀ ଙ୍କୁ ପଚାରୁଛି କିଏ ' ସତେ ଯେମିତି ବେସରକାରିଆ ମାନଙ୍କର କେହି ପୂର୍ବ ପୁରୁଷ ନାହାନ୍ତି | ଏମିତି ଏମିତିରେ ସ୍ପନ୍ଦନ ଭାବି ପାରୁନଥାଏ ସେ ଅଫିସ୍ କୁ ଯିବ ନା ଶ୍ରାଦ୍ଧ ଦେବ | ମନ ଆଉ ବିବେକ ର ଲଢ଼ାଇ ପରେ ଶେଷରେ ନିସ୍ପତି ହେଲା ସେ ଶ୍ରାଦ୍ଧ କାମ ଶେଷ କରି ଅଫିସ୍ କୁ ଯିବ ।
ଘରେ ଶ୍ରାଦ୍ଧ ଆରମ୍ଭ ହୋଇ ଯାଇଥାଏ । ବ୍ରାହ୍ମଣ ପିତୃ ପୁରୁଷ ଙ୍କ ପାଇଁ ପିଣ୍ଡ ଦାନ କରୁଥାନ୍ତି | କର୍ତ୍ତା ଭାବରେ ବସିଥାଏ ସ୍ପନ୍ଦନ, ସାମ୍ନାରେ ମୁଠା ମୁଠା ଚାଉଳ ସବୁ ବାପା, ମାଆ ,ଜେଜେ ବାପା , ଜେଜେମା ହୋଇ ଅନାଇ ଥାଆନ୍ତି ତାଙ୍କ ଉତ୍ତର ପୁରୁଷ ସ୍ପନ୍ଦନକୁ | ବ୍ରାହ୍ମଣ ମନ୍ତ୍ର ପଢ଼ି ଚାଲିଥାଏ |ସମସ୍ତଙ୍କ ପାଇଁ ଥର ଥର କରି ଭୂଜ୍ୟ ଚାଉଳ ଅର୍ପଣ କରୁଥାଏ l ଫୁଲ , ଦୂବ , ବରକୋଳି ପତ୍ର ଦେଇ ବିଧି ପାଳୁଥାଏ | ହେଲେ ମନ ମଧ୍ୟରେ ଥିବା ଅଶାନ୍ତ ବାତାବରଣ ତା'କୁ ସ୍ଥିର କରିବାକୁ ଦେଉନଥାଏ l ଅଶକ୍ତି ଆତ୍ମାକୁ ଶାନ୍ତି କରିବାକୁ ବସିଥିବା ଶରୀରଧାରୀ ଆତ୍ମାର ହେଉଥାଏ ଭୂଚଳନ | ଏଥିରେ ସେ ବିସ୍ମୟ ହେଲେବି ସେ ସତ କୁ ମାନିବାକୁ ବାଧ୍ୟ ହେଉଥିଲା ।
ସହରର ମଝାମଝି ବିଶାଳ ଖାଲି ପ୍ଲଟ୍ କୁ ବାରମ୍ବାର କିଣିବାକୁ ପରାମର୍ଶ ଦେଇଥିଲେ ବନ୍ଧୁମାନେ ହେଲେ ହାତରେ ପ୍ରଯ୍ୟାପ୍ତ ପଇସା ଥାଇ ଶୁଦ୍ଧା । ନିଜ ଗାଁ ପ୍ରେମ ପାଇଁ ଜେଜେ ହାତକୁ ଆସୁଥିବା ସମ୍ପତି କୁ ହାତଛଡା କରିଦେଲେ । ଏଇ ଗାଁରେ କୁଆଡେ ସେ ଜନ୍ମ ହୋଇଥିଲେ ! ଏଇ ମାଟିରେ ଏଇ ପବନ ରେ ସେ ବଡ ହୋଇଛନ୍ତି । ସହର ରେ ସବୁ ଏକ କୁଆଡ଼େ ଏକ ଘରିକିଆ , ନିଆଁ ପାଣି ବାସନ୍ଦ । ଯାହା ପାଖରେ ପାଇସା ଅଛି ସେ ଚଳିବ ନହେଲେ ନାହିଁ ଉପବାସରେ ରହିବ | ଗାଁରେ ଟିକେ ହଳଦି, ତେଲ ଠୁପେ ମାଗି ଚଳିଲେ ବି ଆନନ୍ଦ । ଭାଇଚାରା , ସହନଶୀଳତା ପ୍ରେମ ଭାବ ସବୁଠୁ ନିଆରା ।
ଭୂର୍ଯ୍ୟ ଚାଉଳରେ ଫୁଲ, ଦୂବ ପଡ଼ି ଏପରି ହୋଇଥାଏ କି ସତେ ଯେମିତି ପିଣ୍ଡ ଚାଉଳ ଭିତରୁ ଜେଜ ଆଖି ଦୁଇଟା ଡିମ୍ବା ଡିମ୍ବା କରି ଅନେଇଛନ୍ତି , ସେ ଆଜି ନିଜ ପଇସା ରେ ସହରରେ ଜାଗା ଖଣ୍ଡିଏ କିଣିଛି ଯେ EMI ଦେଇ ଦେଇ ଅଣ୍ଟା ଭାଙ୍ଗି ପଡୁଛି । ସେଇ ସହରରେ ତୁମ ଶ୍ରାଦ୍ଧ ପଡୁଛି ଜେଜେ । ଆଜି ସେଇ ଜାଗା ଥିଲେ ତୁମ ନାତି ର ଏ ଅବସ୍ତା ହୋଇନଥାନ୍ତା | ତୁମ ଜାଗା ରେ ତୁମ ଶ୍ରାଦ୍ଧ ପଡ଼ୁଥାନ୍ତା | ମନେମନେ କହୁ କହୁ ଜେଜେ ବୋଲି ଜୋର ସେ ପାଟିରୁ ବାହାରି ଆସିଲା | ସମସ୍ତଙ୍କ ଦୃଷ୍ଟିଗୋଚର ରେ ନିଜକୁ ସଜାଡ଼ି ନେଇ ତୁନି ରହିଲା ସ୍ପନ୍ଦନ ।
ପୁଣି ସ୍ପନ୍ଦନ ର ନଜର ପଡ଼ିଲା ବାପାଙ୍କ ପିଣ୍ଡ ଉପରେ | ବାପା ! ଯିଏ ଜୀବନରେ କିଛି କରିନଥିବା ଜୀବ ଟିଏ | ଅନ୍ୟକୁ ଜ୍ଞାନ ଦେଇ ବଡପଣ ଜାହିର କରୁଥିବା ବ୍ୟକ୍ତିଟିଏ । ନିଜ ପସନ୍ଦ ରୁ ବିବାହ କରିଲା ବୋଲି ବ୍ରାହ୍ମଣ ଡାକି ନଣ୍ଡା ହୋଇ ଶୁଦ୍ଧ, ଶ୍ରାଦ୍ଧ ହୋଇଗଲେ ଗାଁ ଲୋକଙ୍କୁ ଡାକି ଖାଇବାକୁ ଦେଲେ ହେଲେ ଆଜି ତାଙ୍କର ପିଣ୍ଡ ଚାଉଳ ପଡୁଛି ।
ପତ୍ନୀ ଆସି ଡାକ ଦେଲେ , ଚମକି ପଡ଼ିଲା ସ୍ପନ୍ଦନ | ଅଫିସ୍ ଟାଇମ୍ ଅନେକ ହେଲାଣି ତୁମେ ଯାଅ ମୁଁ ସମ୍ଭାଳି ନେବି | ହୁଁ.... କହି ଉଠିଗଲା
ବାଇକ୍ ଧରି ଅଫିସ ଅଭିମୁଖେ ଯାଉଥାଏ ସ୍ପନ୍ଦନ, ରାସ୍ତାରେ ସ୍କୁଲ, ମନ୍ଦିର, ବଡ ବଡ ଘର, ରାସ୍ତା ପାଖ ଝୁପୁଡ଼ି ପହ୍ଲା, ଗଛ , ଗୋରୁ ସବୁ ଧିରେ ଧିରେ ଗତି କରୁଥାନ୍ତି । ନଜର ପଡ଼ିଲା ବୃଦ୍ଧା ଆଶ୍ରମ ଉପରେ | ଚାରିପାଖ ପାଚେରୀ ମଝିରେ ଗେଟ୍ , ଆଉ ଗେଟ ର ଗ୍ରିଲ୍ ଆରପାଖ ଗାଡେନ୍ ରେ ବସିଥାଆନ୍ତି ଅନେକ ବୁଦ୍ଧ, ବୃଦ୍ଧା ହସୁଥାନ୍ତି କଥା ହେଉଥାନ୍ତି ହେଲେ ୨ଜଣ ବୁଦ୍ଧ-ବୃଦ୍ଧା ହାତରେ କିଛି ଖାଇବା ଧରି ଏକ ଲୟରେ ଚାହିଁ ରହିଥାନ୍ତି ରାସ୍ତା ଆଡକୁ | ବୋଧେ କେହି ତାଙ୍କୁ ଶ୍ରାଦ୍ଧ ଦେଇ ଦେଇଛି ସେଇ ଖାଇବା ହାତରେ ପଡ଼ିଛି ।
ସେମାନଙ୍କୁ ଦେଖି ସ୍ପନ୍ଦନ ର ଆଖ୍ ଛଳ ଛଳ ହୋଇଗଲା । ଇଛା ହେଉଥିଲା ସେ ସେମାନଙ୍କ ପାଖକୁ ଯାଇ କିଛି ସମୟ ବିତାଇ ଆସିବାକୁ । ହେଲେ ହୃଦୟ କାଠୋର , ସେ କାହା ପାଖକୁ ଯିବ ! କେଉଁ ମୁଁହ ରେ ଯିବ ! କିଛି ସମୟ ପୂର୍ବରୁ ସେ ଯେଉଁ ବାପା-ମାଆ ଙ୍କୁ ଶ୍ରାଦ୍ଧ ଦେଇ ଆସିଛି । ଆଉ ସେମାନଙ୍କୁ ଯାଇ କ'ଣ କହିବ, ବାପା ମୁଁ ତୁମକୁ ଶ୍ରାଦ୍ଧ ଦେଇ ଆସିଛି ! ମୋ ଉପରେ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦିଅ । ଘରକୁ ନେବାର ତ ପ୍ରଶ୍ନ ଉଠୁନି | ଗାଡ଼ି ଆଗକୁ ବଢ଼ିଗଲା ପାଚେରୀ ର କାନ୍ଥରେ ସବୁ ମୁହଁ ଲୁଚିଗଲା ।
ହଁ...... ସେମାନେ ଦିବନ୍ତ ପୁଅ-ବହୂ ର ଶ୍ରାଦ୍ଧ ଦେଇ ଗାଁ ଲୋକଙ୍କୁ ଖାଇବାକୁ ଦେଇଥିଲେ । ସେ ଆଜି ଜିଅନ୍ତା ବାପା- ମାଆ ର ଶ୍ରାଦ୍ଧ ଦେଇଦେଲା ଅସୁବିଧା ରହିଲା କେଉଁଠି I
ପୁଅକୁ ଦୂରରୁ ଦେଖିପାରିଥିଲେ ବୋଧେ ବାପା- ମାଆ ଦୁଇଜଣ | ରାଗ ରେ ଅଭିମାନ ରେ ଯେଉଁ ପୁଅର ଶ୍ରାଦ୍ଧ ଦେଇ ଦେଇଥିଲେ। ସେ ପୁଅ ତାଙ୍କୁ ହିନିମାନ କରିବନି ତ କିଏ କରିବ ! ହେଲେ ସେ ରାଗ ଅଭିମାନ ଭୁଲି ତ ଆପଣାଇବାକୁ ଯାଇଥିଲେ, ହେଲେ ସେ ନିଜ ହାତରେ ଘରୁ ବିଦା କରିଦେଲା | କି ମୁହଁରେ ସେ ଆସିବ ,ଆଜି ମହାଳୟା ରେ ବୋଧେ ଶ୍ରାଦ୍ଧ ଦେଇ ଆସିଛି | ହିସାବ ବରାବର କରିବାକୁ |
ରାଗ ଅଭିମାନ ଭରା ଜୀବନରେ ସାନ ମାନେ ଜଦି ଆଶ୍ରୀବାଦ ଭାବି ମୁଣ୍ଡ ପାତି ନିଅନ୍ତେ ଆଉ ବଡମାନେ ବଡ଼ ହୃଦୟରେ କ୍ଷମା କରିଦିଅନ୍ତେ ଗୋଟେ ପିଢ଼ି ସଳଖି ଯାଆନ୍ତା l ଆକଟ, ବିଚାର, ଶାସନ, ଅନୁଶାସନ ?
