STORYMIRROR

Rajesh Kumar Barik

Drama Tragedy Inspirational

4  

Rajesh Kumar Barik

Drama Tragedy Inspirational

ଅଜାଙ୍କ ଚୈକି

ଅଜାଙ୍କ ଚୈକି

3 mins
7

ଅଜାଙ୍କ ଚୈକି ନଡ଼ିଆ ଗଛର ଛାଇ , ଜଗନ୍ନାଥ ମନ୍ଦିରର ବାନାଟା ଅସ୍ପଷ୍ଟ ଦିଶୁଥିଲେ ବି ୨୨ ପାହାଚ ସ୍ପଷ୍ଟ ଦେଖାଯାଏ । ଦାଣ୍ଡ ପିଣ୍ଡାକୁ ଲାଗି ପଡ଼ିଥାଏ ଲମ୍ବା ବେଞ୍ଚ ଟିଏ, ଆଉ ତା ପାଖ ରେ ପଡିଥାଏ ସିଂହ ଖୋଦେଇ ଥିବା ଚୈକି | ସେଇ ଚୈକି ଟି ମୋ ଅଜା ଙ୍କର | ସେଇ ଚୈକି ଉପରେ ବସି ଜଗନ୍ନାଥ ମନ୍ଦିର କୁ ମୁଣ୍ଡିଆ ମାରି ଅଜା କରନ୍ତି ନ୍ୟାୟ ନିଶାପ । ପାଖରେ ଥିବା ବେଞ୍ଚ ଉପରେ ବସିଥାନ୍ତି ଅଭିଯୋଗ କାରୀ । ସେ ସେମାନଙ୍କ ସହ କଣ କଥା ହୁଅନ୍ତି କେଜାଣି କଥା ଶେଷ ହେଉ ହେଉ ଚାଲି ଯାଆନ୍ତି ତାଙ୍କ ସହ ଫେରିବାର ସେମିତି କିଛି ଠିକଣା ଥାଏ । କିନ୍ତୁ ସକାଳୁ ଉଠି ପୂଜା ପାଠ ନ କରିବା ପୂର୍ବରୁ ସେ କିଛି କରନ୍ତି ନାହିଁ l ତାଙ୍କ ପୂଜାପାଠ ମନ୍ତ୍ର ଉଚ୍ଚାରଣ ରେ ପୁରା ଘର ପରିବେଶଟା ମହକି ଉଠେ । ତା' ପରେ ପରେ ମାମୁଁ ସ୍କୁଲ କୁ ପଳାନ୍ତି | ପୁଣି କଣ ହେବ ସବୁ ପିଲା ମାନେ ମିଶି ଖେଳ କୁଦ କରି ପୁରା ଘର ଠାରୁ ବାରି ପର୍ଯ୍ୟନ୍ତ କମ୍ପାଇ ଦେଉ । ସଭିଙ୍କର ନଜର ଥାଏ ଅଜାଙ୍କ ଚୈକି ଉପରେ , ସେ ଚୈକି ଉପରେ ବସି ଅଜାଙ୍କ ଠାଣିରେ ଅଭିନୟ କରିବା ନ୍ୟାୟ ନିଶାପ କରିବା | ମାଇଁ, ମାଉସୀ ମାନଙ୍କର ଆକଟ ଥାଏ ଅଜାଙ୍କ ଚୈକି ଉପରେ ଚଢ଼ନାହିଁ ସେ ଆସିଲେ ରାଗିବେ । ମୁଁ କେବେ ଅଜାଙ୍କୁ ଘର ଲୋକଙ୍କ ଉପରେ ରାଗିବାରେ ଦେଖିନି । ବଡ଼ ହେବା ସହ ପାଠପଢ଼ା ଭିତରେ ଏମିତି ହଜିଗଲି ଯେ ମାମୁଁ ଘରକୁ ଆସିବା ଏତେ ସହଜ ହେଲା ନାହିଁ । ନହେଲେ ଦେହ ଖରାପ ହେଲେ ମାମୁଁ ଘର , ଖରା ଛୁଟିରେ ମାମୁଁଘର, ଧାନକଟା ଛୁଟିରେ ମାମୁଁ ଘର, ରଥଯାତ୍ରା ରେ ମାମୁଁଘର ରେ ହିଁ କଟୁଥିଲା । ମାମୁଁଙ୍କ ପୁଅ-ଝିଅ , ଭାଇ ଭଉଣୀ ସବୁ ସମବୟସର ଥିବାରୁ ସେମାନଙ୍କ ସହ ଖେଳିବାରେ ମଜା, ଖେଡେଇ ବାଡ଼ିକୁ ଯାଇ ଜାମୁକୋଳି , ଆମ୍ବ , ପେଡା, ପଇଡ ଖାଇବାର ମଜା ଆଉ କେଉଁଠି ମିଳିନି । ଭଗବାନ ସେ ଖୁସି କେବେ ଦେବେ ଜାଣିନି । ନବମ ଶ୍ରେଣୀ ର ବହିପତ୍ର ସବୁ ସଜାଡି ସ୍କୁଲ କୁ ଯିବାକୁ ବାହାରିଥାଏ । ବାପା କହିଲେ କହିଲେ ଚାଲ ମାମୁଁ ଙ୍କ ଘରକୁ ଯିବା ବୁଝି ହେଲାନି କିନ୍ତୁ ମନ ଭିତରେ ଖୁସି ଥିଲା । ଘର ସାମ୍ନାରେ ପ୍ରବଳ ଗହଳି ମାଆ ବୋଧେ ବୁଝି ସାରିଥିଲା ରାସ୍ତାରୁ କାନ୍ଦ ବୋବାଳି । ଠାକୁର ଘର ସାମ୍ନା ବଙ୍ଗଳା ରେ ଧଳା ଲୁଗା ଢାଙ୍କି ସୋଇ ରହିଥାନ୍ତି ଅଜା | ଭାବିପାରୁନଥିଲି ହେଲା କ'ଣ ଏମିତି ହଠାତ୍ ? ମୁଁ ଖାଲି ରହିଥାଏ ଅଜାଙ୍କ ଚୈକି କୁ କୋକେଇ ଉଠିଲା ମଶାଲ ଧରି ଆଗେ ଆଗେ ଚାଲିଥାଏ । ପଞ୍ଚାୟତ ଅଫିସ୍ ବନ୍ଦ ହେଲା ପରେ ହାଇସ୍କୁଲ ରେ ପହଞ୍ଚିଲୁ ଏବଂ ହାଇସ୍କୁଲ ବି ବନ୍ଦ ରହିଲା l ମଶାଲ ର ନିଆଁ ଟା ଲିଭିବା ଭିତରେ ମୁଁ ବୁଝି ସାରିଥିଲି ଏସବୁ ସେଇ ଅଜାଙ୍କ ଚୈକି ପାଇଁ ହେଉଛି l ବ୍ୟସ୍ତ ରହୁଥିବା ଲୋକଟା ଆଜି ଶାନ୍ତ ହୋଇ ଶାନ୍ତିରେ ସୋଇଛି । ଅନ୍ୟର ଅସୁବିଧା କୁ ଦୂର କରୁଥିବା ଲୋକ କୁ ଆଜି କାହିଁକି ଦେଖିବାକୁ ଆସିଛନ୍ତି । ମୁକ୍ତିର ନିଆଁ ରେ ଅଜା ଜଳୁଥିଲେ । ନୀରବରେ ମାମୁଁ ମାନେ ଛିଡା ହୋଇ ଦେଖୁଥାନ୍ତି ନିଆଁ କୁ ହଠାତ୍ ମନେପଡ଼ିଲା ଚୈକି କଥା | ତା' ଉପରେ ବସିବ କିଏ ? ପ୍ରତ୍ୟେକ ଦିନ ଯୁହାର ହୋଇ କାମକୁ ଯାଉଥିବା ମାମୁଁ, ନା ପ୍ରତ୍ୟେକ ଦିନ ପଣତରେ ସଫା କରୁଥିବା ଆଈ ନା ଚୈକି ର ଛାଇ କୁ ଡରୁଥିବା ମାଇଁ ? କେହି ଜଣେ କହିଲେ ତାଙ୍କ ଚୈକି ତାଙ୍କୁ ଦେଇଦିଅ । ଯୁଇ ର ନିଆଁ ରେ ଚୈକି ଟା ଜଳିବା ସମୟରେ ନୀରବରେ ଛିଡା ହୋଇଥିବା ମାମୁଁ ମାନେ କଇଁ କଇଁ ହୋଇ କାନ୍ଦିବାରେ ଲାଗିଲେ । . . . . ଘଟଣା କୁ ଆଜି ୧୫ ବର୍ଷ ପୁରିଲା, ଆଜି ବି ଅଜା ଫଟୋ ହୋଇ ଚୈକି ରେ ବସିଛନ୍ତି । ଆମ ସମସ୍ତଙ୍କୁ ଅନାଇ ଅନେକ କଥା କହୁଛନ୍ତି ******


Rate this content
Log in

Similar oriya story from Drama