ନବବର୍ଷର ପ୍ରକୃତ ପରିଭାଷା
ନବବର୍ଷର ପ୍ରକୃତ ପରିଭାଷା
ନବବର୍ଷର ପ୍ରକୃତ ପରିଭାଷା
ସମୟ ସ୍ରୋତରେ ପୁରୁଣା ବର୍ଷ ବିଦାୟ ନିଏ ଏବଂ ନୂତନ ଆଶା ଓ ସ୍ୱପ୍ନକୁ ନେଇ ଆସେ "ନୂଆ ବର୍ଷ"। ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ଜାନୁଆରୀ ମାସ ପହିଲା ତାରିଖକୁ ଆମେ ନବବର୍ଷ ଭାବେ ପାଳନ କରିଥାଉ। ଏହା କେବଳ ଏକ ତାରିଖ ପରିବର୍ତ୍ତନ ନୁହେଁ, ବରଂ ଜୀବନକୁ ନୂଆ ଭାବେ ଗଢ଼ିବାର ଏକ ସୁଯୋଗ। ଆଶା ଅବଶୋଷ କୁ ଏକ ନୂଆ ଉନ୍ମାଦ ଦେବାର ପରିକଳ୍ପନା । ଏସବୁ ଭିତରେ ନୂଆଁ ବର୍ଷ ର ପରିଭାଷା କହିଲେ ଆମେ କ'ଣ ବୁଝିବା ? ଖାଲି ନୂଆଁ କ୍ୟାଲେଣ୍ଡର ବଜାରରୁ ଆଣି କାନ୍ଥରେ ଟଙ୍ଗାଇ ଦେବା ! ନା ଆଉ କିଛି ? ପ୍ରତ୍ୟେକ ଦିନ ନୂଆଁ ନୂଆଁ ସକାଳ ହେଉଛି ତାରିଖ ବଦଳୁଛି ନୂଆଁ ଭାବନା ସୃଷ୍ଟି ହେଉଛି ।
ନୂଆଁ ର କିଛି ନିର୍ଦ୍ଧିଷ୍ଟ ଅର୍ଥ ନଥାଏ ! ଯେପରି କି ନୂଆଁ କରି ସୃଷ୍ଟି ଜିନିଷ କୁ ଆମେ ନୂଆଁ କହୁଥିବା ବେଳେ, ପୂର୍ବରୁ ରହିଥିବା କଥା କୁ ଆମେ ଏବେ ପ୍ରଥମେ ଜାଣିଲା ପରେ ତାହା ମଧ୍ୟ ନୂଆ ପରି ଲାଗିଥାଏ । ଏଇ ନୂଆଁ ସବୁବେଳେ ଜ୍ଞାନ ପ୍ରଦାନ କରେ , ଉତ୍ସାହ ସୃଷ୍ଟିକରେ ଆଉ ଭୟ ଜାଗ୍ରତ କରେ ।
ଭାରତ ଏକ ସାଂସ୍କୃତିକ ବିବିଧତାର ଦେଶ, ଯେଉଁଠାରେ ପ୍ରତିଟି ରାଜ୍ୟ ଏବଂ ଧର୍ମର ନିଜସ୍ୱ ପରମ୍ପରା ଓ କ୍ୟାଲେଣ୍ଡର / ପାଞ୍ଜି ରହିଛି। ଭାରତରେ ଦେଖାଯାଉଥିବା କ୍ୟାଲେଣ୍ଡର ରେ କେବଳ ଦିନ ଗଣନା କରାଯାଉଥିବା ବେଳେ ପାଞ୍ଜି ରେ ତିଥି ବାର ପକ୍ଷ ଆଦି ଗଣନା ର ତଥ୍ୟ ରହିଥାଏ। ଆଉ ଏଇ ଗଣନା କୁ ନେଇ ଭାରତରେ ବିଭିନ୍ନ ସମୟରେ ନବବର୍ଷ ପାଳନ କରାଯାଏ। ଭାରତର ପ୍ରମୁଖ ରାଜ୍ୟ ଓ ଧର୍ମର ନବବର୍ଷ ଅଲଗା ଅଲଗା ହୋଇଥାଏ ।
ଓଡ଼ିଶା (ମହା ବିଷୁବ ସଂକ୍ରାନ୍ତି)
ଓଡ଼ିଶାରେ ନବବର୍ଷକୁ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହା ସାଧାରଣତଃ ଏପ୍ରିଲ ୧୪ ତାରିଖରେ ପଡ଼ିଥାଏ। ଏହି ଦିନ ହନୁମାନଙ୍କ ଜନ୍ମୋତ୍ସବ ପାଳନ କରାଯାଏ ଏବଂ ନୂତନ ପାଞ୍ଜିର ପ୍ରଚଳନ ହୁଏ। ଘରେ ଘରେ ପଣା ସେବନ କରାଯାଇ ନୂଆ ବର୍ଷକୁ ସ୍ୱାଗତ କରାଯାଏ।
ପୁରୀ ଗଜପତି ଙ୍କର ଶାସନ କାଳ କୁ ଗଣନା କରିବା ନିମନ୍ତେ ନୂଆ ବର୍ଷର ଆରମ୍ଭ ହୁଏ ଗଜପତିଙ୍କ ନୂଆ ଅଙ୍କ ବର୍ଷ ସୁନିଆ (ଭାଦ୍ରବ ଶୁକ୍ଳ ଦ୍ୱାଦଶୀ) ଠାରୁ ଆରମ୍ଭ ହୁଏ। ଯାହା ମାଦଳା ପାଞ୍ଜିରେ ଲିପିବଦ୍ଧ ହୁଏ । ବର୍ଷକୁ ଅଂକ ଭାବରେ ବିବେଚନା କରାଯାଏ ।
ଦକ୍ଷିଣ ଭାରତ (ଉଗାଦି ଏବଂ ପୁଥାଣ୍ଡୁ)
କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା: ଏହି ରାଜ୍ୟଗୁଡ଼ିକରେ 'ଉଗାଦି' (Ugadi) ପର୍ବକୁ ନବବର୍ଷ ଭାବେ ପାଳନ କରାଯାଏ। ଏହା ଚୈତ୍ର ମାସର ଶୁକ୍ଳ ପ୍ରତିପଦା ଦିନ ପଡ଼େ।
ତାମିଲନାଡୁ: ତାମିଲ ସମ୍ପ୍ରଦାୟର ଲୋକେ ଏପ୍ରିଲ ମାସରେ 'ପୁଥାଣ୍ଡୁ' ପର୍ବ ପାଳନ କରନ୍ତି।
କେରଳ: କେରଳରେ ନବବର୍ଷକୁ 'ବିଷୁ' (Vishu) କୁହାଯାଏ, ଯେଉଁଠାରେ 'ବିଷୁ କାଣୀ' ଦର୍ଶନର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି।
ମହାରାଷ୍ଟ୍ର ଓ ଗୋଆ (ଗୁଡ଼ି ପାଡ଼ୱା)
ମହାରାଷ୍ଟ୍ରରେ 'ଗୁଡ଼ି ପାଡ଼ୱା' ଅତି ଧୁମଧାମରେ ପାଳନ କରାଯାଏ। ଏହି ଦିନ ଘର ସାମ୍ନାରେ ଏକ ବାଉଁଶ ବାଡ଼ିରେ ଓଲଟା କଳସ ଓ ଶାଢ଼ୀ ବାନ୍ଧି 'ଗୁଡ଼ି' ସ୍ଥାପନ କରାଯାଏ, ଯାହା ବିଜୟର ପ୍ରତୀକ ଅଟେ।
ପଶ୍ଚିମବଙ୍ଗ ଓ ଆସାମ (ପୋଇଲା ବୈଶାଖ ଓ ବିହୁ)
ବଙ୍ଗାଳୀ ନବବର୍ଷ: ଏହାକୁ 'ପୋଇଲା ବୈଶାଖ' କୁହାଯାଏ। ବଙ୍ଗାଳୀ ବ୍ୟବସାୟୀମାନେ ଏହି ଦିନ 'ହାଲଖାତା' ବା ନୂତନ ଖାତା ପୂଜା କରନ୍ତି।
ଆସାମ: ଆସାମରେ 'ରୋଙ୍ଗାଲି ବିହୁ' ବା ବୋହାଗ ବିହୁ ନବବର୍ଷ ଭାବେ ପାଳନ କରାଯାଏ, ଯାହା ସେମାନଙ୍କର ପ୍ରମୁଖ କୃଷି ଭିତ୍ତିକ ପର୍ବ।
ପଞ୍ଜାବ (ବୈଶାଖୀ)
ପଞ୍ଜାବରେ 'ବୈଶାଖୀ' ପର୍ବକୁ ନୂତନ ବର୍ଷ ଭାବେ ପାଳନ କରାଯାଏ। ଶିଖ୍ ସମ୍ପ୍ରଦାୟ ପାଇଁ ଏହାର ଧାର୍ମିକ ମହତ୍ତ୍ୱ ବହୁତ ଅଧିକ, କାରଣ ଏହି ଦିନ 'ଖାଲସା ପନ୍ଥ'ର ପ୍ରତିଷ୍ଠା ହୋଇଥିଲା।
ଗୁଜରାଟ (ବେଷ୍ଟୁ ବରଷ)
ଗୁଜରାଟରେ ନବବର୍ଷ ଦୀପାବଳିର ପରଦିନ ପାଳନ କରାଯାଏ, ଯାହାକୁ 'ବେଷ୍ଟୁ ବରଷ' କୁହାଯାଏ। କାର୍ତ୍ତିକ ମାସର ଶୁକ୍ଳ ପ୍ରତିପଦା ଦିନ ଏହି ନବବର୍ଷ ଆରମ୍ଭ ହୁଏ।
ଧର୍ମ ଭିତ୍ତିକ ନବବର୍ଷ
ଇସଲାମ ଧର୍ମ: ଇସଲାମିକ କ୍ୟାଲେଣ୍ଡରର ପ୍ରଥମ ମାସ 'ମୁହରମ' ର ପ୍ରଥମ ଦିନକୁ ହିଜ୍ରୀ ନବବର୍ଷ ଭାବେ ପାଳନ କରାଯାଏ।
ପାର୍ସୀ ଧର୍ମ: ପାର୍ସୀ ସମ୍ପ୍ରଦାୟର ନବବର୍ଷକୁ 'ନଭରୋଜ୍' (Navroz) କୁହାଯାଏ, ଯାହା ମାର୍ଚ୍ଚ ମାସରେ ପଡ଼େ।
ବିକ୍ରମ ସମ୍ବତ (Vikram Samvat)
ଆରମ୍ଭ: ଏହା ଖ୍ରୀଷ୍ଟପୂର୍ବ ୫୭ (57 BC) ରେ ଆରମ୍ଭ ହୋଇଥିଲା। ଏହା ମହାରାଜା ବିକ୍ରମାଦିତ୍ୟଙ୍କ ବିଜୟର ସ୍ମୃତିରେ ପ୍ରଚଳିତ।
ଗଣନା: ଯଦି ଆପଣ ବର୍ତ୍ତମାନର ଇଂରାଜୀ ବର୍ଷ (Gregorian Calendar) ରୁ ବିକ୍ରମ ସମ୍ବତ ବାହାର କରିବାକୁ ଚାହାନ୍ତି, ତେବେ ସେଥିରେ ୫୭ ବର୍ଷ ଯୋଗ କରିବାକୁ ପଡ଼ିବ।
ସୂତ୍ର: Current Year + 57 = Vikram Samvat
ବିଶେଷତ୍ୱ: ଏହା ମୁଖ୍ୟତଃ ଚନ୍ଦ୍ରର ଗତି (Lunar Calendar) ଉପରେ ଆଧାରିତ ଏବଂ ଉତ୍ତର ଭାରତରେ ଅଧିକ ପ୍ରଚଳିତ।
ଶକାବ୍ଦ (Shaka Samvat)
ଆରମ୍ଭ: ଏହା ଖ୍ରୀଷ୍ଟାବ୍ଦ ୭୮ (78 AD) ରେ କୁଷାଣ ସମ୍ରାଟ କନିଷ୍କଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।
ଭାରତର ଜାତୀୟ କ୍ୟାଲେଣ୍ଡର: ୧୯୫୭ ମସିହାରେ ଭାରତ ସରକାର ଏହାକୁ ଭାରତର 'ଜାତୀୟ ସୌର କ୍ୟାଲେଣ୍ଡର' ଭାବେ ଗ୍ରହଣ କରିଛନ୍ତି।
ଗଣନା: ଇଂରାଜୀ ବର୍ଷରୁ ୭୮ ବର୍ଷ ବିୟୋଗ କଲେ ଶକାବ୍ଦ ମିଳିଥାଏ।
ସୂତ୍ର: Current Year - 78 = Shaka Samvat
ଓଡ଼ିଶାରେ ବ୍ୟବହାର: ଓଡ଼ିଆ ପଞ୍ଜିକାରେ 'ଶକାବ୍ଦ'କୁ ଅତି ଗୁରୁତ୍ୱ ଦିଆଯାଏ। ଜଗନ୍ନାଥଙ୍କ ବିଭିନ୍ନ ନୀତି ଏବଂ ଜ୍ୟୋତିଷ ଗଣନାରେ ଏହାର ଉଲ୍ଲେଖ ଥାଏ।
ପ୍ରକୃତରେ "ନୂଆ" ବୋଲି କିଛି ନଥାଏ, କେବଳ ଆମର ଦୃଷ୍ଟିକୋଣ ବଦଳିଗଲେ ସବୁକିଛି ନୂଆ ପରି ମନେହୁଏ। ସୂର୍ଯ୍ୟ ପ୍ରତିଦିନ ଉଦୟ ହୁଅନ୍ତି, କିନ୍ତୁ ଯେଉଁଦିନ ଆମେ ଜୀବନର ମୂଲ୍ୟ ବୁଝିପାରୁ, ସେହିଦିନଟି ହିଁ ଆମ ପାଇଁ ପ୍ରକୃତ 'ନୂଆ ବର୍ଷ'।
ତେଣୁ, ଆସନ୍ତୁ କେବଳ ଉତ୍ସବରେ ମାତି ନରହି, ଏହି ନବବର୍ଷରେ ନିଜକୁ ଜଣେ ଉତ୍ତମ ମଣିଷ ଭାବେ ଗଢ଼ିତୋଳିବା ପାଇଁ ଶପଥ ନେବା। ଆମର କର୍ମ, ଚିନ୍ତାଧାରା ଏବଂ ବ୍ୟବହାରରେ ଯଦି ପରିବର୍ତ୍ତନ ଆସେ, ତେବେ ହିଁ ପ୍ରତିଟି ପ୍ରଭାତ ଆମ ପାଇଁ ଏକ ନୂତନ ସମ୍ଭାବନା ନେଇ ଆସିବ ।
****
ରାଜେଶ କୁମାର ବାରିକ୍
ଦେବେନ୍ଦ୍ରପୁର , ଅଭଣା , ବାଲେଶ୍ଵର
୯୯୯୮୬୨୨୩୩୬
