STORYMIRROR

Rajesh Kumar Barik

Drama Inspirational

3  

Rajesh Kumar Barik

Drama Inspirational

ସମାନ

ସମାନ

2 mins
3

                           ଠେଲା ଗାଡ଼ିରେ ବହୁ ପ୍ରକାରର ସାମଗ୍ରୀ ଧରି ରାସ୍ତା ପାଖରେ ବିକ୍ରି କରୁଥାଏ ରାଜନ । କିନ୍ତୁ ଗ୍ରାହକଙ୍କ ସଂଖ୍ୟା କମ ଥାଏ, କେତେ ଜଣ ଧରାବନ୍ଧା ଗ୍ରାହକଙ୍କୁ ଛାଡ଼ିଦେଲେ ନୂଆଁ ଗ୍ରାହକ ମାନେ ଖୁବ୍ କମ ଆସୁଥାନ୍ତି । ଅନୁରୂପ ଭାବରେ ତା'କୁ ଛାଡ଼ି କିଛି ଦୂରରେ ବିକ୍ରି କରୁଥିବା ମହିଳାଙ୍କ ଠେଲା ଗାଡ଼ି ପାଖରେ ପ୍ରବଳ ଭିଡ଼ ଲାଗି ରହିଥାଏ। ହେଲେ ସେ ବୁଝିପାରୁନଥାଏ ତା'ର ଭୁଲ ରହିଲା କେଉଁଠି ? ବୋଧହୁଏ ଏଇ ସ୍ଥାନରେ ଭଲ ବେପାର ଠିକ୍ ହେଉନି ବୋଧହୁଏ ସେଇ ମହିଳାଙ୍କ ସ୍ଥାନଟି ବେପାର ପାଇଁ ଉପଯୁକ୍ତ ସ୍ଥାନ |       ଦିନେ ସେ ମହିଳା ଜଣକଙ୍କ ଅନୁପସ୍ଥିତ ଦେଖି ରାଜନ ନିଜର ଠେଲାଗାଡ଼ି ଟିକୁ ସେଇଠାରେ ଲଗାଇଲା କିନ୍ତୁ ଅବସ୍ତା ତା'ଠାରୁ ଆହୁରି ଖରାପ ହେଲା , ନୂଆ ଗରାଖ କାଁ ଭାଁ ଆସିଲେ , ଆସିଲେ ନାହିଁ ଏଣେ ସ୍ଥାନ ପରିବର୍ତ୍ତିନ କରିଥିବାରୁ ଧରାବନ୍ଧା ଗ୍ରାହକ ବି ଆସିଲେ ନାହିଁ । ମନ ଦୁଃଖ ହେଲା ,      ସେ ସବୁଦିନ ପରି ଘରକୁ ଫେରି ଆସିଲା । ହାତ ମୁହଁ ଧୋଇ ଖାଇବାକୁ ବସିଥିବା ବେଳେ ସ୍ତ୍ରୀ ଆସି ରାଗରେ କହିବାକୁ ଲାଗିଲା      ଆସନ୍ତାକାଲି ଛୁଆାର ଟିଓସନ ଫି ଦେବାକୁ ପଡ଼ିବ , ଘରେ ଡାଲି ଚାଉଳ ବୋଲି ଦାନା ଟିଏ ନାହିଁ ଏମିତିରେ ଆମେ ଏମିତି କେତେ ଦିନ ଚଳିବା । ସଞ୍ଚୟ ପଇସା ସବୁ ଶେଷ ହେବକୁ ବସିଲାଣି , ତୁମେ ଗୋଟିଏ କାମ କର ତୁମେ ସେଇ ସ୍ଥାନ ପରିବର୍ତ୍ତିନ କର ଦେଖିବ ବିକ୍ରି ବଟା ଭଲ ହେବ !  ଯଦି ସେତିକ ନପାରୁଛ ପୁଣି ଥରେ ତୁମେ ତୁମ ପୁରୁଣା ଫ୍ୟାକ୍ଟ୍ରି ରେ କାମ ଆରମ୍ଭ କର ଦେଖବ ସବୁ ଠିକ୍ ହୋଇଯିବ ।       ରାଜନ ଭାବୁଥାଏ କରିବ କ'ଣ ? ? ଖାଲି ମନେମନେ ଭାବୁଥାଏ ଅନେକ ବର୍ଷ ଧରି ନିଷ୍ଠାର ସହ କାମ କରୁଥିବା ଫ୍ୟାକ୍ଟ୍ରି ରୁ ସେ କାହିଁକି ବିଦା ହୋଇଛି । ତା ର କାରଣ ସେ ଆଜି ପର୍ଯନ୍ତ ଜାଣିପାରିଲା ନାହିଁ ବୋଲି ତ ଆଜି ସେ ଠେଲା ଗାଡ଼ି ରେ ବିକୁଛି । ନିଜ ସ୍ବାଧିନତା ନିଜ ହୁକୁମ ନିଜେ ମାଲିକ ନିଜ ଦରମା ପାଇଁ । ପୁଣି ସେ ଏଠି ଚଳିବା ପାଇଁ ନିଜ ପରିଚୟ ଖୋଜୁଛି । ମନ ଜମାରୁ ଭଲ ଲାଗିଲା ନାହିଁ ଖାଇବା ପାଖରୁ ଉଠି ଆସିଲା , ବାରମ୍ବାର ଚିନ୍ତା କଲା ସେ ଭୁଲ ତ କେଉଁଠି ଗୋଟେ କରୁଛି । ଅନେକ ଚିନ୍ତାପରେ ସେ ତା ସ୍ତ୍ରୀ ସହ କଥା ହେଲା । ଦୁହେଁ ମିଶି ସ୍ଥିର କରିଲେ ଆସନ୍ତା କାଲି ଠାରୁ ରାଜନ ଘରକାମ ତୁଲାଇବ ଆଉ ତାର ସ୍ତ୍ରୀ ତା' ଠେଲା କାମ ତୁଲାଇବ ।          ରାଜନ ର ସ୍ତ୍ରୀ ଖୁସି ହୋଇଗଲା ସେ ଭାବିବକୁ ଲାଗିଲା ଏତେ ଦିନ ପରେ ତା' ସ୍ୱାମୀ ତା ମନକଥା ଶୁଣିଛନ୍ତି | ଏମିତ ରେ ସେ ଘର , ପିଲାଛୁଆ ସଂସାର ର ନିୟମରୁ ମୁକୁଳି ନିଜ ପାଇଁ ନିଜ ପରିଚୟ ଖୋଜିବ । ସେଇଆ ହିଁ ହେଲା , ବେସ୍ କିଛି ଦିନରେ ଭିତରେ ଠେଲା ଗାଡ଼ିଟି ଗରାଖ ରେ ପରିପୂର୍ଣ୍ଣ  ହେଲା, ଭଲ ଦୁଇ ପଇସା ହାତକୁ ଆସିଲା ।       ରାଜନ ଘରକାମ ସହିତ  ଅନ୍ୟ କିଛି କାମ କରିବାକୁ ଲାଗିଲା । ଦୁହିଁଙ୍କ ପଇସାରେ ପିଲାଙ୍କ ପାଠ ପଢ଼ାକୁ, ଘର ଭଲରେ ଚଳିଲା । ସେଦିନ ମୋବାଇର କୁ ସ୍କ୍ରଲ୍ କରୁ ଜଣେ ଭିଡିଓ ଟିଏ ଦେଖିବକୁ ପାଇଲା ପରିଶ୍ରମୀ ମହିଳାର ସଂଘର୍ଷ ର କାହାଣୀ ଆଉ ଜଣେ ହାରିଯାଇଥିବା ପୁରୁଷର ବିଫଳତାର କାରଣ । ସମାନ ସ୍ଥାନ ସମାନ ଠେଲା ଗାଡ଼ି ସମାନ ଜିନିଷରେ ।                               *** ରାଜେଶ କୁମାର ବାରିକ୍ ଦେବେନ୍ଦ୍ରପୁର , ଅଭଣା , ବାଲେଶ୍ଵର ୯୯୯୮୬୨୨୩୩୬        


Rate this content
Log in

Similar oriya story from Drama