ନାରୀ ଶକ୍ତି
ନାରୀ ଶକ୍ତି
ସ୍ଵଚ୍ଛ ଦିବାଲୋକ ରେ ଅଟୋ ଟି ଧିର ଧିରେ ଆସି ଟ୍ରାଫିକ୍ ଲାଇଟ୍ ପାଖରେ ପହଞ୍ଚିଲା | ପଛରେ ବସିଥାନ୍ତି ଜଣେ ଭଦ୍ର ମହିଳା | ଟ୍ରାଫିକ୍ ଲାଇଟ୍ ଗ୍ରିନ୍ ହେବାରୁ ଧିରେ ଧିରେ ସବୁ ଗାଡି ମଟର ଚଳାଚଳ ସ୍ବାଭାବିକ ହେଲା | କିନ୍ତୁ ଅଟୋରେ ବସିଥିବା ମହିଳା ଜଣକ ଅଟୋ ଚାଳକ ଧକ୍କାରେ ତଳେ ପଡ଼ିଯାଇ ଚିଲାଇବାରେ ଲାଗିଲେ ବଞ୍ଚାଅ ବଞ୍ଚାଅ ମୋତେ ଅଟୋ ଚାଳକ ମାରିଦେଲା |
ଧିରେ ଧିରେ ଲୋକଙ୍କ ଭିଡ଼ ଜମିଲା , ଅଟୋ ଚାଳକ କୁ ଲୋକମାନେ ଅଟୋ ରୁ ଭିଡ଼ିନେଇ ବହେ ଛେଚିଲେ । କୁହାକୁହି ହେଲେ . . . . . ନାରୀ ଅବଳା ଦୁଃବଳା ବୋଲି ଏଇ ସମାଜରେ ତା' ପ୍ରତି ଏପରି ଅନ୍ୟାୟ କ'ଣ କରି ଚାଲିବ ! ଦେଶ ରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପୁରା ହୁଗୁଳି ଗଲାଣି ନ ହେଲେ ସ୍ଵଚ୍ଛ ଦିବାଲୋକ ରେ ଏପରି କାମ କରିବା ପାଇଁ କେହି କିପରି ସାହାସ କରି ପାରିଥାନ୍ତେ ! ମହାତ୍ମାଗାନ୍ଧୀ କହିଥିଲେ ଯେଉଁ ଦିନ ନାରୀଟିଏ ରାତ୍ରି ଅଧ ରାତ୍ରିରେ ଏକାକୀ ରାସ୍ତାରେ ଚାଲିପାରିବ ସେଦିନ ଜାଣିବ ଭାରତ ସତରେ ସ୍ଵାଧୀନ ହେଲା ବୋଲି | ଏଇଭଳି ଅଟେ। ଚାଳକ ପାଇଁ . . . . . ଛାଡ଼
ମାଡ଼ ଖାଇସାରି, ମୁହଁ ପୋତି ,ରାସ୍ତା ଉପରେ ନୀରବ ରେ ବସିଥାଏ, ଅଟୋ ଚାଳକ ଜଣକ I ଚିରା ଫଟା ସାର୍ଟ ପ୍ୟାଂଟ ପିନ୍ଧି । ମୁଁହ ,ହାତ ଫାଟି ଖାଲି ରକ୍ତ ବୋହୁଥାଏ | ଭବିବାର ଆଉ କିଛି ନଥାଏ | ଥରେ ମୁହଁ ବୁଲାଇ ଭଙ୍ଗା ଅଟୋ ଆଡକୁ ଅନାଇଲା | ସ୍ପଷ୍ଟ ଭାବରେ ଭଙ୍ଗା କାଚ ର ଆରପାଖରୁ ସେ ଦେଖିପାରୁଥିଲା । ସେହି ନିର୍ଯାତିତ ମହିଳା ଜଣକୁ | ଯିଏ ନିଜର ଦୁଃଖ ର କାହାଣୀ ସବୁ କାନ୍ଦି କାନ୍ଦି କ୍ୟାମରା ଆଗରେ ବିଖାଣୁଥିଲେ । ମିଡ଼ିଆ ବାଲା ବି ଖବର ସଂଗ୍ରହ କରୁଥିବା ସମୟରେ ଥରେ ଥରେ ନିଜର କ୍ୟାମରା ବୁଲାଇ zoom କରି ଅଟୋ ଚାଳକର ମୁହଁର ଫଟୋ ନେଇଯାଉଥିଲେ । ଖବର କୁ ଟିକେ ଗରମ କରିବା ପାଇଁ | ସାଧାରଣ ଜନତା ବି ଫଟୋ ଭିଡ଼ିଓ ନେଇ ଚାଲିଯାଉଥିଲେ ।
ହଠାତ୍ ଅଧିକ ଭିଡ ଦେଖି ପୋଲିସ୍ ଆସିଲା | କେହି କିଛି ବୁଝିବା ଆଗରୁ ସେହି ନିର୍ଯାତିତ ମହିଳା ଜଣକୁ ଗାଡିରେ ବସାଇ ପୋଲିସ୍ ଷ୍ଟେସନ କୁ ନେଇଗଲେ । ଅଟୋ ବାଲା କୁ ନିଜ ଅଟୋ ଧରି ପୋଲିସ୍ ଷ୍ଟେସନ ଆସିବାକୁ କହିଦେଇ ଗଲା ।
ଏଣେ ଟ୍ରାଫିକ୍ ପୋଲିସ୍ CC TV କଣ୍ଟୋଲ ରୁମ୍ ରୁ ସିଧାସଳଖ TV ରେ ପ୍ରସାରଣ ହେଉଥାଏ | ଦେଖନ୍ତୁ କିପରି ମହିଳା ଜଣକ ଅଟୋ ଚାଳକ ର ପକେଟ ରୁ ଟଙ୍କା ମୋବାଇଲ୍ ଲୁଟିବା ପାଇଁ ଉଦ୍ୟମ କରୁଥିବା ସମୟରେ ଅଟୋ ଚାଳକ ର ଧକ୍କାରେ ମହିଳା ଜଣକ ତଳେ ପଡ଼ି ଯାଉଛନ୍ତି । ବିଚରା ଅଟୋ ଚାଳକ ସାଧାରଣ ଲୋକ ଙ୍କ ଠାରୁ ମାଡ ଖାଇ ନିଜର ଜୀବନ-ଜିବିକା ହରାଉଛି ।
