Rajesh Kumar Barik

Crime

3  

Rajesh Kumar Barik

Crime

ହତ୍ୟା

ହତ୍ୟା

2 mins
4



ଧୂଆଁଳିଆ ସିତୁଆ ସକାଳ,ରାସ୍ତା କଡ ଅଳିଆ ଗଦା ରୁ କୁକୁରଟିଏ ପଲିଥିନ ଟିକୁ ହନ୍ତାଳୁ ଥାଏ , ଯିବା ଆସିବା ଲୋକ ଦେଖୁଥାନ୍ତି ହେଲେ କିଛି ନଜର ପଡୁନଥାଏ । ବେସ କିଛି ସମୟ ର ବ୍ୟବଧାନ ପରେ ସେଇ ଅଳିଆ ଗଦା ପାଖରେ ଜଣ ଗହଳି କିଛି ବୀର ପୁରୁଷ ସେଇ କୁକୁର କୁ ଘଉଡାଇ ଦେଇ ନିଜର ଜ୍ଞାନ ପ୍ରଦାନ କରୁଥାନ୍ତି ସାଧାରଣ କୁ । ଘଟଣା ଟା ବି ଏପରି ହେବନି କାହିଁକି ପଲିଥିନ ଭିତରୁ ସଦ୍ୟ କଟା ଯାଇଥିବା ମଣିଷ ର ଗୋଡ ମିଳିଛି ଯେ ! ଭାବିବା ସ୍ଵାଭାବିକ । କୁକୁରଟି ଦାନ୍ତ ରେ ଗୋଡ ରେ କ୍ଷତାକ୍ତ କାରି ଆହୁରି ବିକୃତ କରିଦେଇଛି । ଦେଖଣାହରି ଙ୍କ ମନରେ ଅନେକ କାହାଣୀ


  ସତରେ କେଡେ ନିର୍ଦୟ ସହ ହତ୍ୟା କରିଛି । କେହିଜଣେ ବଦମାସ ଝିଅ ଟିକୁ ଅନେକ ଖଣ୍ଡ କରି ଫ୍ରିଜ ରେ ରଖିଛି , ଖଣ୍ଡ ଖଣ୍ଡ କରି ଅଳିଆ ଗଦା ଉପରେ ଆଣି ଫିଙ୍ଗି ଯାଉଛି । ସେ ବହୁତ ଚାଲାକ ଏବେଠାରୁ ପୋଲିସ ପ୍ରଶାସନ ସଜାଗ ନ ରହିଲେ ସେ ଧରାପଡିବନି ।


ସେଇ ପୁଆଟା ଘର ବୋଧେ ଏଇ ଆଖପାଖର ନହେଲେ ସେ ଏଇ ସ୍ଥାନ କୁ ବାଛିଲା କାହିଁକି ? ଏମିତି ମଣିଷକୁ ପ୍ରେମ କରିବ କାହିଁକି ହଣା ଖାଇ ଫ୍ରିଜ ରେ ରହିବ କାହିଁକି ?


ଜନ୍ମ ଦେଇଛନ୍ତି ମାନେ ବାପା ମାଆ ବିବାହ କରାଇବେ ନିଶ୍ଚୟ । ସେମାନଙ୍କ ଇଚ୍ଛା ବିରୁଦ୍ଧ ରେ ଗଲେ ଏପରି ହେବ । ଘଟଣାର ସତ୍ୟାସତ୍ୟ ବାହାରକୁ ଆସୁ ଆହୁରି କିଛି ତଥ୍ୟ ବାହାରକୁ ବାହାରିବ ।


 ଘଟଣା ସ୍ଥଳ ରେ ପୋଲିସ ବାଲା ଙ୍କ ଠାରୁ ପ୍ରଥମେ ମିଡିଆ ବାଲା ଆସି ନିଜର ଏକ୍ସକୁଜିଭ ଚଲାଇବା ଆରମ୍ଭ କରି ଦେଇଥାନ୍ତି । 


ସହର ର ଛାତି ଉପରେ ବିରାଟ ଅଘଟଣ । କେହି ଜଣେ ଦୃବୁତ୍ତ ଝିଅଟିର ଗୋଡକୁ କାଟିଆଣି ଅଳିଆ ଗଦା ଉପରେ ପକାଇଯାଇଛି । ଆଉ ବାକି ସବୁ ଶରୀର କୁ କେଉଁଠି ରଖିଛି ନା ଅନ୍ୟ ସ୍ତାନରେ ଫିଙ୍ଗି ଦେଇଛି । ଏହା ଅଙ୍ଗ ତସକରି ନା ଆଉକିଛି ଖୁବ କମ ସମୟ ଭିତରେ ତାହାର ପାରଦାଫାସ କରିବ ଆମ ଟିଭି । ଅପରୂପ ୟୁଟୁବ ବାଲା କହୁଥାନ୍ତି ଆପଣ ମାନେ ଖାଲି ଲାଇକ, କମେଣ୍ଟ , ସସ୍କ୍ରାଇବ କରନ୍ତୁ । ଆମେ ଆପଣ ଙ୍କୁ live ଅପଟୁଡେଟ ଦେବୁ ।


  ଭିଡ ଯୋଗୁଁ ରାସ୍ତାରେ ଗାଡି ମୋଟର ବି ଅଟକି ରହିଥାଏ । ସମସ୍ତେ ଖାଲି କଟା ଗୋଡକୁ ଦେଖୁଥାନ୍ତି । ପୋଲିସ ସହ ଫରେନ୍‌ସିକ୍କ ଟିମ ଆସି ପହଞ୍ଚିଲେ । କିଛି ସମୟ ଅନୁଧ୍ୟାନ କରି କଟା ଗୋଡ ଟିକୁ ନେଇ ଚାଲିଗଲେ । ଭିଡ ପୁରା ଶାନ୍ତ ହୋଇଯାଇଥାଏ । ଦିନ ତମାମ ଟିଭି, ୟୁଟୁବ ରେ ଖବର ବାଜିଲା ପରେ । ସନ୍ଧ୍ୟା ସମୟରେ କମିସନେଟ ପୋଲିସ ପ୍ରେସ ମିଟ ଆରମ୍ଭ କରିଲେ ।


     ପରିବେଶ କୁ ସୁରକ୍ଷା ଦେବାପାଇଁ ପରିବେଶ ରେ ମିଳାଇ ଯାଉଥିବା ( biodegradable) ପଲିଥିନ ବ୍ୟବହାର କରାଯାଏ । ଯାହା ସାଧାରଣତଃ ଅପେକ୍ଷା କମ୍ପାନୀ ଆଉ ମେଡିକାଲ ମାନଙ୍କରେ ବହୁଳ ବ୍ୟବହାର କରାଯାଏ । ଏମିତି ଏକ ପଲିଥିନ ରେ କଟା ସେଇ ଗୋଡ ମିଳିଥିଲା । ଗୋଡ ଟି କଟିଥିବା ପ୍ରଣାଳୀ କହୁଛି ଯେ ଗୋଡ ଟିକୁ ମେଡିକାଲ ରେ ଡାକ୍ତରୀ ଟିମ ମିଶି କାଟି ଅପରେସନ କରିଛନ୍ତି । ଏହା ଏକ ସାଧାରଣ ପ୍ରକ୍ରିୟା ,ଏଥିରେ କିଛି ଚିନ୍ତା କରିବାରେ ନାହିଁ । ଏଇ ଗୋଡଟି କୁ କାଟି ଅପରେସନ କରିଥିବା ମେଡିକାଲ କୁ ଚିହ୍ନଟ କରିସାରିଛୁ । ଏହା କେଉଁ ପରିସ୍ଥିତି ରେ ଏଠାକୁ ଆସିଲା ତାହାର ତଦନ୍ତ ଚାଲିଛି । 


    ଦିନ ତମାମ ଟିଭି, ୟୁଟୁବ ରେ ଖବର ବଜାଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଚେନାଲ ମାନେ ମଥାରେ ହାତ ଦେଇ ବସିଲେ ।


           


Rate this content
Log in

Similar oriya story from Crime