ପ୍ରତିଫଳନ
ପ୍ରତିଫଳନ
ରାଜୁଆ ର ମେଡିକାଲ ପଡିଥିବା ଖବର ପାଇ ଗାଁ ସାରା ଲୋକ ଚିନ୍ତିତ ହୋଇ ପଡିଥିଲେ । କିଏ ଭଗବାନ ଙ୍କ ପାଖରେ ପ୍ରଥନା କରୁଥିଲା ତ କିଏ ତା’ର ଭଲ ହେବା ପାଇଁ ଭଗବାନ ଙ୍କ ପାଖରେ ମାନସିକ ରଖୁଥିଲା । ହେଲେ ତା’ ମା ପାର୍ବତୀ ଦେବୀ କାହାକୁ କିଛି କହିପାରୁନଥିଲା, ଖାଲି ଆଖିରୁ ଲୁହ ଗଡାଇ କାନ୍ଥ କୁ ଆଉଜି ବସିଥିଲା । ତା’ର ହାତ ପାଉଛି ନା ଗୋଡ ପାଉଛି ପୁଅ ତା କୁ ଦେଖିବାକୁ ଧାଇଁ ଯିବ ନା’ ପାଖରେ ପଇସା ଅଛି କହକୁ କହିବ ସେ ତାକୁ ଗାଡି କରି ନେଇ ଯିବ ସେ ତା ପୁଅ କୁ ଦେଖିବ । ସେ ବି ଭଗବାନକୁ ଡାକୁଛି ‘‘ପ୍ରଭୁ ମୋର କିଛି ଦରକାର ନାହିଂ ଖାଲି ରାଜୁଆ କୁ ଭଲ କରିଦିଅ’’ କାହା ପୁଅ କ’ଣ କାହାକୁ ପିତା ଲାଗିବ !
କାହାର କୋମଳ ହାତ ବାଜି ପାର୍ବତୀ ଦେବୀ ର ଭାବନା ଭାଙ୍ଗିଗଲା । ଦେଖେ ତ ପଡୋଶୀ ରମୁ ର ମାଆ ଗୌରୀ ଆଖିରୁ ଲୁହ ପୋଛି ଦେଇ କହୁଥାଏ .......ଦେଖ ଲ ରାଜୁଆ ମାଆ ରାଜୁଆ କଥା ଶୁଣି ମନ କଷ୍ଟ ହେଲା ସେଇଠି ପାଇଁ ଧାଇଁ ଆସିଲି ଆର ମାସ ଗଲେ ତା’ଆର ମାସ କୁ ରମୁ ର ବାହାଘର ହେବ ନେଇ ଥିବା ପାଇସା ଗୁଡିକ ଯଦି ଦେଇ ଦିଅନ୍ତ ପୁଅଟା ଭଲରେ ଭଲରେ ବାହା ହୋଇଯାନ୍ତା ।ପାର୍ବତୀ ଦେବୀ ଆଖିକୁ ଆହୁରି ଲୁହ ଜକେଇ ଆସିଲା । ଆଉ କିଛି କହିବା ଆଗରୁ ପୁଣି ଗୌରୀ କହିବାକୁ ଲାଗିଲା “ ଖାଲି ମୁଁ କାହିଁକି ସାରା ଗାଁ ଲୋକ ଅନେଇ ବସିଛନ୍ତି ତୋ ପୁଅ ର ଆସିବା ବାଟକୁ । ପଇସା ନେଲାବେଳକୁ ନେଇଯିବ ଦେଲା ବେଳକୁ ରାହୁ ଗ୍ରାସିବ । ଏ କଥା ମୁଁ କହୁନି ମ’ ଗାଁ ସାରା ଲୋକ କହୁଛନ୍ତି ।
ପାର୍ବତୀ ଦେବୀ ଆଉ କୋହ ସମ୍ବାଳି ପାରିଲେନି ନିଜକୁ ସମ୍ଭାଳି ନେଇ କହିବାକୁ ଲାଗିଲେ ....... ଶୁଣିଥିଲି , ନଇଁପଡିଥିବୁ ଯେତିକି ବେଳେ ବିଧାଟେ ମାରିବ ସେତିକି ବେଳେ ,ହେଲେ ଆଜି ତୁମେମାନେ କରି ଦେଖୁଛ । ଧନ୍ୟ କହିବ ତୁମକୁ ! ଧନ୍ୟ କହିବ ତୁମପରି ପଡୋଶୀ ଙ୍କୁ ଯିଏ , ବିପଦ ଆପଦ ରେ ଛିଡା ହେବା କଥା ସେ ଆସି ମୋ ବିପଦ ସମୟ ରେ ଆସି କଟା ଘା’ ରେ ଚୂନ ଲଗାଉଛି । ତୁମେ ଯାଅ ଏଠୁ ଯଦି ମୋ ପୁଅ ନ ସୁଝି ପାରିବ ମୁଁ ତୁମ ଘରେ ବାସନ ମାଜି ସୁଝି ଦେବି ।
ଖବର ଉଡ଼ି ଉଡ଼ି ଆସି ପହଞ୍ଚିଲା ରାଜୁଆ ର ମୃତ୍ୟୁ ଘଟି ସାରିଛି । ଏଇ ଖବର ପାଇ ଗାଁରେ ଦୁଃଖର ଲହରୀ ଖେଳିଗଲା । ପାର୍ବତୀ ଦେବୀ ର କଥା ନା କହିବା ଭଲ | କାନ୍ଦି କାନ୍ଦି ଗାଁ ଲୋକଙ୍କ ପାଖରେ ଯାଇ ଖାଲି କାକୁତି ମିନତି ହେଲେ ଡାକ୍ତରଖାନା ରେ ପୁଅଟାକୁ ଦେଖିବାକୁ ଯାଇପାରିଲି ନାହିଁ ଯେ ପୁଅଟା ମରିଗଲା ଏବେ ମୋ ପୁଅର ଶରୀର ଟା'କୁ ଆଣିବା ପାଇଁ ସାହାର୍ଯ୍ୟ କର । ହେଲେ କେହି ଶୁଣିବାକୁ ନାରାଜ । ଗାଁରୁ ଭୁବନେଶ୍ବର ପ୍ରାୟ ୨୫୦ କିଲୋମିଟର , ୫ କିଲୋମିଟର କି ୧୦ କିଲୋମିଟର ହୋଇଥିଲେ ଯାହା ହୋଇଥାନ୍ତା କହି ଘଉଡାଇ ଦେଲେ | ବିଚରା ପାର୍ବତୀ ଦେବୀ ବୁକୁ ଫଟାଇ ବାହୁନି ବାରେ ଲାଗିଲେ ।
ବିଚରାର ସ୍ୱାମୀ ଏଇ କିଛିଦିନ ତଳେ ଚାଲିଯାଇଥିଲା । ଏବେ ପୁଣି ପୁଅ । ବିରି ଉପରେ କୋରଡ଼ା ମାଡ ପରି ଦୁଃଖର ପାହାଡ଼ଟା ପାର୍ବତୀ ଦେବୀଙ୍କ ଉପରେ ଲଦିହୋଇ ଗଲା । ବାପର କରଜ ସୁଝିବା ପାଇଁ ଯାଇଥିଲା ଯେ ଶବ ହୋଇ ପଡ଼ିଛି । କିଏ କେମିତି ଆଣିବ ଆଣିବ ବୋଲି ଭାବୁଥିବା ବେଳେ ଘରେ ଆସି ପହଞ୍ଚିଲା ପୋଲିସ୍ ଗାଡ଼ି । ପଛେ ପଛେ ଆମ୍ବୁଲାନ୍ସ ରେ ରାଜୁଆ ର ଶରୀର | ଭଗବାନକୁ ଧନ୍ୟବାଦ ଦେଇ ପାର୍ବତୀ ଦେବୀ ପୁଅକୁ ଦେଖିବାକୁ ଧାଇଁ ଗଲେ । ଏଣେ ପୋଲିସ୍ ଗାଡ଼ି ଆସିଥିବା ଦେଖି ଗାଁ ବାଲା ଆସି ରୁଣ୍ଡ ହୋଇଥିଲେ ।
ପୋଲିସ୍ ପାର୍ବତୀ ଦେବୀ ଏବଂ ଗାଁ ମୁରବି ଙ୍କୁ ଘର ଭିତରକୁ ନେଇ କିଛି କାଗଜପତ୍ର କାମ କରିବାରେ ଲାଗିଲେ | ଏଣେ ଗାଁବାଲା କଥାବର୍ତ୍ତା ହେବାରେ ଲାଗିଥିଲେ ଏଇ ରାଜୁଆ ଟା ବି ଗାଁ ଭିତରେ ଯାହା କରିଥିଲା କରିଥିଲା ହେଲେ ବାହାର ଜାଗାରେ କିଛି ଠିକ୍ କଲାନି | ଯାହା ଫଳରେ ଆମ ଗାଁକୁ ପୋଲିସ୍ ବାଲା ଆସିଲା l ପୁଣି ହାତରେ ଏତେ ମାତ୍ରାରେ ବନ୍ଧୁକ ଧରି କିଛି ଗୋଟେ ବଡ୍ ଜାଗାରେ ହାତ ମାରିଥିଲା ବୋଧେ ।
ଘର ଭିତରୁ ପୋଲିସ୍ ଅଫିସର ଏବଂ ଗାଁର ମୁରବୀ ମାନଙ୍କ ସହ ପାର୍ବତୀ ଦେବୀ ବାହାରିଲା ବେଳକୁ ମିଡ଼ିଆ ବଲା ଆସି ପହଞ୍ଚି ଯାଇଥିଲେ । ସର୍ବ ସମ୍ମୁଖରେ ୨୧ ତୋପ ସଲାମୀ ସହ ରାଜୁଆର ଅନ୍ତିମ ସଂସ୍କାର କରାଗଲା । ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ଲକ୍ଷ ଟଂକାର ସହାୟତା ରାଶି ସହିତ ସୁରଜ ବେହେରା ପୁରସ୍କାର ରେ ସମ୍ମାନିତ କରାଯାଇଛି ବୋଲି ଘୋଷଣା କରାଗଲା । ଏହା ଦେଖି ଗାଁ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ |
ମିଡ଼ିଆ ବାଲାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପୋଲିସ୍ ଅଫିସର ଜଣକ କହୁଥାନ୍ତି
ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳବାସୀ ଯେଉଁ କାମ କେବେ କରିନଥିଲେ ସେହିଭଳି ଏକ ମହତ୍ କାମ କରି ରାଜୁଆ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରାଯାଇଛି | ଆଜି ସେ ସ୍ୱର୍ଗବାସୀ ହୋଇଥିଲେ ସୁଦ୍ଧା ନିଜର ଅଙ୍ଗ ଦାନ କରି ୬ ଜଣ ଲୋକଙ୍କ ଜୀବନ ବଞ୍ଚାଇ ସେମାନଙ୍କୁ ନୂଆଁ ଜୀବନ ଦାନ କରିଯାଇଛି | ମୃତ୍ୟୁ ପରେ ଅଗ୍ନି ରେ ମୁକ୍ତି ପାଉଥିବା ମୁଲ୍ୟବାନ ଅଂଗ ଯଦି କାହା ପାଇଁ ଜୀବନ ହୋଇପାରେ ତେବେ ସେ ଅଂଗ କୁ ଅଗ୍ନିରେ ନଷ୍ଟ କରିବା ର ଆବଶ୍ୟକ କ'ଣ ରହିଛି । ଯାହା ରାଜୁଆ ନିଜ ବାପାଙ୍କ ମୃତ୍ୟୁ ସମୟରେ ବୁଝି ପାରିଥିଲା । ସେଥିପାଇଁ ସେ ପ୍ରଥମରୁ ନିଜ ର ଅଙ୍ଗ ଦାନ କରିବ ବୋଲି ମେଡ଼ିକାଲ ରେ ଲେଖି ଯାଇଥିଲା । ଆଜି ସିନା ସେ ସ୍ୱର୍ଗବାସୀ ହୋଇଯାଇଛି ହେଲେ ତା' କର୍ମ ସବୁଦିନ ପାଇଁ ଅମର ହୋଇ ଯାଇଛି ।
ଗାଁ ବାଲା ଖାଲି କୁହା କୁହି ହେଉଥାନ୍ତି ଆମେ ଯାହାକୁ କଳା କୋଇଲା ବୋଲି କହୁଥିଲୁ ତା'ର କର୍ମ ଆଜି ତା'କୁ କୋହିନୁର ହୀରା କରିଦେଇଛି ରେ ।
