Mamatamanjari Das

Romance Inspirational

4  

Mamatamanjari Das

Romance Inspirational

ପ୍ରେମର ଲୁଚକାଳି ଖେଳ

ପ୍ରେମର ଲୁଚକାଳି ଖେଳ

3 mins
223


ପାଖା ପାଖି ବସିଛନ୍ତି ପ୍ରସାଦ ଓ ପାୟଲ । ସଂଧ୍ୟା ଆଗତ ପ୍ରାୟ। ବାଦଲ ଓ ସୂର୍ଯ୍ୟ ଦେବଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ ।ଗୋପାଳ ପୁର ବେଳାଭୂମିରେ ଭବ୍ୟ ସୌନ୍ଦର୍ଯ୍ୟ କରଣର ଭରପୁର ମଜା ନେଉଛନ୍ତି ପର୍ଯ୍ୟଟକ ମାନେ ।

କିନ୍ତୁ ପୁରା ଗମ୍ଭୀର ଅଛନ୍ତି ପ୍ରସାଦ ଓ ପାୟଲ । ଛୋଟବେଳ ଶଢେଇରେ ଖେଳରୁ ଏମାନଙ୍କ ଜୀବନର ଆରମ୍ଭ । କେତେ ଲୁଚକାଳି ଖେଳ ,ସ୍କୁଲ କଲେଜ ରୁ ଏବେ ଆରମ୍ଭ ହେବାକୁ ଯାଉଛି ଚାକିରୀ ଜୀବନ ।ପୁଣି ଜଣଙ୍କ ର ବାଙ୍ଗାଲୋର ତ ଆଉ ଜଣଙ୍କ ର ସ୍ୱପ୍ନ ନଗରୀ ମୁମ୍ବାଇ । ପ୍ରସାଦ କହିଲେ କିଛି କହିବନି । ପାୟଲ କହିଲା କଣ କହିବି ! ସବୁକିଛି ତ ଅଚାନକ ହୋଇଗଲା । ଶୁଣ ପ୍ରସାଦ ଆମେ ଯିବା ପୂର୍ବରୁ ବିବାହ କରିନେବା ।ପ୍ରସାଦ କହିଲେ ନାଁ ଏବେ ନୁହେଁ। ଆମେ ଆହୁରି ପାଞ୍ଚବର୍ଷ ଜୀବନକୁ ଉପଭୋଗ କରିବା ପରେ ସଂସାର ଜଞ୍ଜିରରେ ବାନ୍ଧି ହେବା । ହେଲେ କିଛି କହିବା ପୂର୍ବରୁ ପାୟଲର ପାଟିରେ ହାତ ଦେଇ ପ୍ରସାଦ କହିଲେ ଏହି ଦେଖ ସମୁଦ୍ର ର ତରଙ୍ଗ ମାଳାକୁ । କିପରି ଗୋଟିଏ ଆସିଲେ ଆଉ ଗୋଟିଏ ଲୁଚି ଯାଉଛଛି ଅନନ୍ତ ଜଳରାଶିରେ ।ସେମାନଙ୍କ ଭିତରେ ବି ଲୁଚକାଳି ଖେଳ ଚାଲିଛି । ଅନ୍ଧାର ମାଡି ଆସୁଥିଲା ଦୁହେଁ ହାତ ଧରା ଧରି ହୋଇ ଚାଲିଲେ ଭଡା ନେଇଥିବା ଲଜ୍ କୁ । ପାୟଲ କହିଲା ଆଜି ବୋଧେ ଓଡିଶା ଛାଡିବା ପୂର୍ବରୁ ଏକାଠି ରହିବାର ଆମର ଶେଷ ରାତି । ପ୍ରସାଦ ପାୟଲକୁ ନିଜ ବାହୁ ବନ୍ଧନରେ ଜାବୁଡି ଧରି କହୁଥିଲେ ତା 'ହେଲେ ଆସନା ପାୟଲ ଜୀବନ ଟିକୁ ଆମେ ମନଭରି ଉପଭୋଗ କରିବା ।ଆଜିକୁ ପ୍ରାୟ ଆମର କୋଡିଏ ବର୍ଷର ସମ୍ପର୍କ କିନ୍ତୁ ଏଯାଏଁ ମୁଁ ତୁମ ଦାଣ୍ଡ ଅଗଣାରେ ସୀମିତ ଅଛି । ଥରେ ଘରେ ପଶିବାର ସୁଯୋଗ ତ ଦିଅ । ପ୍ରସାଦର ବାହୁ ବନ୍ଧନରୁ ନିଜକୁ ମୁକ୍ତ କରୁ କରୁ ପାୟଲ କହିଲା ଅଗଣା ଯାଏ ହିଁ ଠିକ୍ । କାହିଁକି ନା ଘରେ ପ୍ରବେଶ କରିବାକୁ ହେଲେ ବନ୍ଦାଣ ଥାଳି ଠାରୁ ଆରମ୍ଭ କରି ସମସ୍ତ ଗୁରୁଜନଙ୍କ ର ଆଶିର୍ବାଦ ବି ଦରକାର । ଘରେ ମୋତେ ସ୍ୱାଧିନତା ଦେଇଛନ୍ତି, ମୋ ଉପରେ ସେମାନଙ୍କ ର ଭରସା ଅଛି ବୋଲି, କିନ୍ତୁ ସେମାନଙ୍କ ସହ ମୁଁ ଯେଉଁ ଦିନ ଲୁଚକାଳି ଖେଳି ଦେବି ସେଦିନ ମୋର ଅସ୍ତିତ୍ବ ମରିଯିବ ପ୍ରସାଦ ।

ପାୟଲକୁ ଆହୁରି ନିକଟକୁ ଭିଡିଆଣିଲେ ପ୍ରସାଦ । ଗଣ୍ଡ ଦେଶରେ ଆଙ୍କିଦେଲେ ଗଭୀର ଚମ୍ବନ ଗୋଟିଏ ।ଆଉ କହିଲେ ଜାଣ ପାୟଲ ତୁମର ଏହି ଗୁଣଟି ମୋତେ ବେଶୀ ଆକୃଷ୍ଟ କରେ । ଆମ ଭିତରେ ଆମେ ଅନେକ ଏକାନ୍ତ ସମୟ ବିତାଇଛେ ଦୁହେଁ ସାଙ୍ଗ ହୋଇ । କିନ୍ତୁ କୌଣସି ଦୂର୍ବଳ ମୁହୂର୍ତ୍ତରେ ବି ତୁମେ ମୋ ପାଖରେ ନିଜକୁ ମୁକ୍ତ କରି ସମର୍ପି ଦେଇନ । ବରଂ ଉପଦେଶ ମାଧ୍ୟମରେ ତୁମେ ମୋତେ ପ୍ରେମର ପ୍ରକୃତ ସ୍ୱାଦ ଚଖେଇଛ । ତୁମେ ନିଜକୁ ମୀରା କରିଦେଇଛ ପୂର୍ଣ୍ଣ ସମର୍ପଣ ରେ । ପ୍ରସାଦ ବ୍ୟତୀତ ତୁମେ କାହାକୁ ଆଖି ଉଠେଇ ଚାହିଁନ । ତୁମ କଥା ମୁଁ ନିଶ୍ଚୟଁ ରଖିବି ।ପାୟଲ ପ୍ରସାଦ ର କଥା କିଛି ବୁଝି ପାରୁ ନଥିଲା । ସକାଳ ହେଲା । ପାୟଲ ଓ ପ୍ରସାଦ ଦୁହେଁ ପରଷ୍ପର ଠାରୁ ବିଦାୟ ନେଇ ନିଜ ନିଜ ଘରକୁ ଚାଲିଗଲେ ।ବହୁତ କଷ୍ଟ ଦାୟକ ଥିଲା ଉଭୟଙ୍କ ପାଇଁ ସେହି ବିଦାୟ କାଳୀନ ମୁହୂର୍ତ୍ତ । ଘରେ ପହଞ୍ଚିଲା ପରେ ମାମା ପାୟଲକୁ ଦେଖି ଖୁସିରେ ବିଭୋର ହୋଇଗଲା । ସାନ ଭଉଣୀ ଦଉଡି ଆସି କହିଲା ,ଅପା ତୁ' କୋଉଦିନ ଯିବୁ ? ପାୟଲର ମାମା ପ୍ରତିମା ଦେବୀ ପାଟିକରି କହିଲେ ,ସେ ଆସି ପହଞ୍ଚୁ ପହଞ୍ଚୁ ଯିବା କଥା କହୁଛୁ । ଛୁଆଟା ମୋର ପାଠପଢା ଭିତରେ ଏମିତି ପେଶୀ ହୋଇଗଲା ଯେ ଲୁଚକାଳି ଖେଳ ପରି ତା ଜୀବନ ଟା ହୋଇଗଲା । ଆଖି ପୁରେଇ ତାକୁ ଭଲରେ କୋଉଦିନ ଦେଖି ପାରିଲି ନାହିଁ । ସେତେବେଳେ ଘର ଭିତରକୁ ପଶିଆସିଲେ ପ୍ରସାଦର ବାପା ବୋଉ । ହସି ହସି କହିଲେ "ଏମିତି ତ ଲୁଚକାଳି ଖେଳରେ ସମୟ ସରେ ଭଉଣୀ "। ପ୍ରତିମା କହିଲେ , ଏମିତି ହଠାତ୍ ଆସିଲ ଭାରି ଭଉଣୀ ? ପାୟଲ ଉଭୟଙ୍କୁ ପ୍ରଣାମ କରି ଘର ଭିତରକୁ ଚାଲିଗଲା । ପ୍ରସାଦର ମାମା କହିଲେ " ଆମ ପିଲାଙ୍କର ପ୍ରେମର ଲୁଚକାଳି ଖେଳରେ ମୋହର ଦେବାକୁ ଆସିଛୁ , ଯଦି ତୁମର ଆପତ୍ତି ନଥାଏ । ପ୍ରତିମା କୁଣ୍ଢେଇ ପକେଇଲେ ପ୍ରସାଦର ମାମାଙ୍କୁ । ଆନନ୍ଦ ବିଭୋର ହୋଇ କହିଲେ ମୁଁ କାହିଁକି ମନା କରିବି ଭଉଣୀ ।ଛୋଟ ବେଳ ଲୁଚକାଳି ଖେଳରୁ ଜୀବନ ଆରମ୍ଭ ସେମାନଙ୍କର । ଯୌବନରେ ବି ପଥ ହୁଡି ନାହାନ୍ତି ସେମାନେ । ନୂଆ ଚାକିରୀ ଜୀବନ ସହିତ ନୂଆ ସାଂସାରିକ ଜୀବନରେ ବାନ୍ଧି ହୋଇଗଲେ ସବୁ ଲୁଚକାଳି ଖେଳ ଛାଡି ସେ ଆମକୁ ବି କୁନି କୁନି ଖେଳନା ଧରାଇ ଦେବେ । ପୁଣି ଆରମ୍ଭ ହୋଇଯିବ ନାତି ନାତୁଣୀଙ୍କ ଲୁଚକାଳି ଖେଳ । ହସି ଉଠିଲେ ସମସ୍ତେ ।

ପାଖଘରେ ଥାଇ ସବୁ ଶୁଣୁଥିଲା ପାୟଲ । ଖୁସିରେ ଝୁମୁଥିଲା ପାୟଲର ମନ । ବହୁତ ଦିନର ଲୁଚକାଳି ଖେଳପରେ ତାଙ୍କ ପ୍ରେମରେ ଏବେ ବାଜିଲା ଗୁରୁଜନ ଙ୍କ ଆଶିର୍ବାଦ ର ମୋହର । ବିବାହ ବନ୍ଧନରେ ଆବଦ୍ଧ ହେଲାପରେ ସେ ମୁକ୍ତ ବିହଙ୍ଗ ପରି

ଉଡି ବୁଲିବେ । ନଥିବ କୌଣସି ବାଧା କି ବନ୍ଧନ ।

ପାଖେଇ ଆସିଲା ବିବାହର ମୁହୂର୍ତ୍ତ । ଯଜ୍ଞ କୁଣ୍ଡ ହୋମ ନିଆଁକୁ ସାକ୍ଷୀ ରଖି ଦୁଇ ଆତ୍ମା ଏକ ଆତ୍ମା ହୋଇଗଲେ । ଚତୁର୍ଥୀ ରାତିରେ ନିଜକୁ ପୂର୍ଣ୍ଣ ସମର୍ପଣ କରିଦେଲା ପାୟଲ ପ୍ରସାଦର ବାହୁ ବନ୍ଧନରେ । ଝରକା ଫାଙ୍କରୁ ବାଦଲ ତଳେ ଲୁଚକାଳି ଖେଳୁଥିବା ପୁନେଇର ଚାନ୍ଦ ମୁରୁକି ମୁରୁକି ହସୁଥିଲା । ପ୍ରେମ ଆଉ ଜୀବନର ଲୁଚକାଳି ଖେଳ ଭିତରେ ଯିତିଗଲା ପ୍ରେମ । ଆରମ୍ଭ ହେଉଥିଲା ଜୀବନର ନୂତନ ଅଧ୍ୟାୟ ।



Rate this content
Log in

Similar oriya story from Romance