ପ୍ରେମିକାର ବାହାଘର
ପ୍ରେମିକାର ବାହାଘର
*ପ୍ରେମିକାର ବାହାଘର*
ଇଂ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ
ସହକାରୀ ଯନ୍ତ୍ରୀ, ଗୁମ୍ମା, ଗଜପତି
ପୁରୀ ଆହୁରି କିଛି ବାଟ ଅଛି। ବେଳ ବୁଡୁଛି। ସାଧାରଣ ବଗିର ଟିକେଟ ନେଇ, ସଂରକ୍ଷିତ ବଗିରେ ଜଣେ ବୟସ୍କଙ୍କ ସିଟ୍ ପାଖରେ ବସିବାକୁ ଚେଷ୍ଟା କରୁଛି ବିପୁଳ ତ୍ରିପାଠୀ। ବୟସ୍କ ଜଣକ କିଛି ନକହିପାରିଲେ ବି ବିରକ୍ତିରେ ଜଣାନପଡିଲା ପରି ନିଜ ଗୋଡଟିକୁ ସିଟ୍ ରେ ଲମ୍ୱାଇ ଦେଉଛନ୍ତି। ବିପୁଳ ଆଉ ଟିକେ ଆଗକୁ ଘୁଞ୍ଚି ଆସୁଛି। ମନେମନେ ଭାବୁଛି ଏମିତି ବସିବା ଅପେକ୍ଷା ଠିଆହୋଇଯିବା ଭଲ।
କିନ୍ତୁ....
ସୁଦୂର ରାୟଗଡାରୁ ପୁରୀ। ଠିଆହୋଇ ଆସିବା ଅସମ୍ଭବ। ତାଛଡା ବସିନପାରିଲେ ବି ମାନସିକ ଶାନ୍ତି ଯେ ବିପୁଳ ସିଟ୍ ଟିଏ ପାଇ ବସିଛି।
ସାମ୍ନାରେ ଯୁବକଜଣକ ଚକୋଲେଟ ଦେଲାବେଳେ ଯୁବତୀଟି ଲାଜେଇଯାଇ ମୁଣ୍ଡ ହଲେଇ ମନା କରୁଛି। ପାଖରେ ବସିଥିବା ଝିଅଟି କହୁଛି, ଦିଦି ! ପାଠପଢି ଏତେବଡ ଶିକ୍ଷୟିତ୍ରୀ ଅଥଚ ଭାବି ଜିଜୁଙ୍କୁ ଲାଜ କ'ଣ ?
ମନେମନେ ହସୁଛି ବିପୁଳ। ହିନ୍ଦୀଶବ୍ଦ ହେଉ ବା ଇଂରାଜୀର ବ୍ୟବହାର ହେଲେ ବୋଧହୁଏ ସମ୍ପର୍କ ଅଧିକ ବୋଧଗମ୍ୟ ହୁଏ ।ହଁ ଆମେ ପରା ଉଗ୍ରାଧୁନିକ !
ରେଳଲାଇନର ଡାହାଣପଟେ ଆଖି ଯେତେ ଦୂରକୁ ପାଉଛି, ଦେଖାଯାଉଛି ଅରାଏ ଅରାଏ ଶାଗୁଆ କ୍ଷେତ, ଉପର ବିରାଟ ଆକାଶ, ଅଛିଣ୍ଡା ଆକାଶ, " ଓଃ " !କେଉଁଠି ଥିଲା ଏତେ ଆକାଶ, ଏତେ ବିସ୍ତୃତି !
ମୁକ୍ତି- ତା' ପାଇଁ ଗୋଟିଏ ନୂଆଁ ଶବ୍ଦ, ତୁନିତୁନି ଯେପରିକି ଜିଭରେ ଲେଉଟାଉଛି ତାକୁ, ଆଉ ପଦାକୁ ଅନେଇ ଅନେଇ ମନେପଡୁଛି ଆଉ ଗୋଟିଏ ଶବ୍ଦ ,ଆକାଶ।
ନୂଆଁ ଲାଗୁଲାଗୁ ପୁରୁଣା ସ୍ମୃତି ମନେପଡୁଛି ।
ଆକାଶ- ଏତେ ପାଖରେ- ଅଥଚ- ।
ମୁଣ୍ଡ ଟେକି ଚାହିଁଥିଲେ ଦିଶିଥାନ୍ତା
ଚଢେଇ ଭସାଣ ଆକାଶ - ଘୁଡିଉଡା ଆକାଶ- ସେହି ଯେଉଁଠୁ ଚାହୁଁ ଚାହୁଁ ଶାଗୁଣା ଅଦୃଶ୍ଯ ହୋଇଯାଏ କାହିଁ କେତେ ଉପରେ....।
ମନେପଡିଲା ସେ ଦିନେ ପିଲା ହୋଇଥିଲା, ତା'ର ବି ବାପାବୋଉ ଥିଲେ । ସେ ଆଉ ପିଲା ନୁହଁ । ହେଇ ଛିଣ୍ଡାହାର ପବନରେ ଉଡିଗଲାପରି ଆକାଶରେ ଚଢେଇ ଉଡିଯାଉଛନ୍ତି- ଗଲେଣି ଉଭେଇ।
ଆକାଶ ଥିଲା, ଅଛି ବି ବର୍ତ୍ତମାନ। କେତେ କ'ଣ ଆସିଥିଲା, ଚାଲିଯାଇଛି। ତା'ର ଚାଳିଶବର୍ଷ ଆଉ ଅଠଚାଳିଶ ହେବନାହିଁ।
ଦୀର୍ଘନିଃଶ୍ବାସ ଛାଡିଲା ବିପୁଳ ତ୍ରିପାଠୀ। ତାକୁ ଲାଗୁଥିଲା କେବଳ ଆନନ୍ଦ ମିଳିଲେ ଯଥେଷ୍ଟ ନୁହେଁ, ସେ ଆନନ୍ଦ ହୁଅନ୍ତା ତା ' ନିଜର ଗୋଟାସୁଦ୍ଧା, ସେଥିରେ ଆଉ କାହାର ଭାଗ ନଥାନ୍ତା।
କିନ୍ତୁ......
ଏସବୁ ଭାବନାରେ ସୁନ୍ଦର। ଓଃ ! କ'ଣ ଗୋଟିଏ କାମୁଡିଦେଲା ସମୁଦ୍ରବେଳାର ବାଲୁକାରାଶୀର ଅନ୍ଧକାରରେ। ପାହାରେ ପକେଇ ହାତରେ ଧରିନେଇ ଦେଖିଲା ବିପୁଳ ତ୍ରିପାଠୀ ! ଆରେ , ସେ ନିରୀହ କଙ୍କଡାଟିର ଅସମୟରେ ହତ୍ୟା କରିଦେଲା। ସେ କଙ୍କଡାଟି ବି କାହାର ପୁଅ କି ଝିଅ, ସ୍ୱାମୀ କି ସ୍ତ୍ରୀ ! ପ୍ରେମିକ କି.....।
ଭାବୁଭାବୁ ରାଗରେ କଙ୍କଡାଟିର ଅସ୍ତିତ୍ବ ତା ହାତମୁଠାରେ ଲୋପ ପାଇସାରିଥିଲା।
ଠୋ ଠୋ ହସିହସି ପ୍ରେମିକା, ପ୍ରେମିକା ଚିତ୍କାର କରି ଶୋଇଥିବା ବାଲୁକାରାଶୀରୁ ଉଠି ଜଗନ୍ନାଥ ମନ୍ଦିର ଆଡକୁ ଅଗ୍ରସର ହେଲା ବିପୁଳ ତ୍ରିପାଠୀ।
ସେ ମହୋଦଧିଠାରୁ ମନ୍ଦିର ଭିତରେ ଯାହାସବୁ ଦେଖିଲା ତାହା ଆନନ୍ଦର ଉପଭୋଗ୍ୟ ସାମଗ୍ରୀ ନୁହେଁ , କି ଆଭିଜାତ୍ୟର ନିଦର୍ଶନ ନୁହେଁ। ପଇସା ଅଛି, ମାତ୍ର ଜୀବନ ନାହିଁ ,ସ୍ନେହ ଶ୍ରଦ୍ଧା ନାହିଁ, କି ଶାନ୍ତି ଟିକିଏ ନାହିଁ।
କେଉଁଠି ବି ଶାନ୍ତି ନାହିଁ। ଆଲୁଅ ଓ ଗହଳିରେ ତା ଶ୍ବାସରୁଦ୍ଧ ହୋଇଯାଉଥିଲା। ଜଗନ୍ନାଥଙ୍କୁ ମୁଣ୍ଡିଆଟିଏ ମାରି ପୁଣି ଫେରିଲା ସମୁଦ୍ର କୂଳ।
ଲମ୍ବ ହୋଇ ଶୋଇଗଲା ସେଠି।
ସାମ୍ନାରେ ସମ୍ପୁର୍ଣ୍ଣ ଉଲଗ୍ନ ଯୁବକଯୁବତୀଙ୍କ ଆଧୁନିକ କାମକ୍ରିଡା। ଆଖି ବନ୍ଦ କରିଦେଲା ବିପୁଳ ତ୍ରିପାଠୀ। ଓଃ ଅସହ୍ଯ ଏ ଦୃଶ୍ଯ। ମୁଦ୍ରିତ ଆଖିରେ ବି ଅଶ୍ଳିଳ ଚଳଚ୍ଚିତ୍ର ପରି ନାଚିଯାଉଛି ସେ ଦୃଶ୍ଯ।
ଅଥଚ.....
ଆଭା......
କିଛି ତ ଚାହିଁନଥିଲା ବିପୁଳ ତ୍ରିପାଠୀ !
ଅନାବିଳ, ଅନାସକ୍ତ ପ୍ରେମ ସହ ଶରୀର ଗଠନର ପ୍ରଶଂସା କରୁଥିଲା। ବହୁକଷ୍ଟରେ ଅନିଚ୍ଛା ସତ୍ତ୍ୱେ ଥରେ ଦୁଇଥର ଆଲିଙ୍ଗନରେ ସୀମିତ ଥିଲା ସେମାନଙ୍କ ପ୍ରେମ।
ପ୍ରେମ ! ନୁହେଁ ଅଶ୍ଳିଳତା।
ପ୍ରେମ ! ନୁହେଁ ପଙ୍କିଳ ପୁଷ୍କରିଣୀ।
ପ୍ରେମ ! ନୁହେଁ କାମଜ୍ୱାଳା।
ଏଇଆ ଭାବି ତ ସେ ଆଭାର ହସ୍ତ ବି ସଙ୍କୋଚରେ ସ୍ପର୍ଶ କରୁଥିଲା।
ମନ କରୁଥିଲା ଅନ୍ୟ ପ୍ରେମିକ, ପ୍ରେମିକା ପରି ଶରୀର ସହ ଶରୀରର ମିଳନ।
କିନ୍ତୁ ବିବେକ......
ସେ ବାଧାଦେଉଥିଲା ଏପରି କର୍ମ କରିବାକୁ।
ମନ ବିବେକର ଲଢେଇ, ସର୍ପ ନକୁଳର ଲଢେଇ ପରି।
କିନ୍ତୁ.....
ବିଜୟ ହେଲା ବିବେକର ।
ମନେମନେ ଅନୁଶୀଳନ କରୁଥିଲା ବିପୁଳ ତ୍ରିପାଠୀ।
ଆଭାସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଧହୁଏ ଆଭା ଆଜି....
ମନେପଡୁଛି ଯେତେବେଳେ ବି ଆଭାସହ ସାକ୍ଷାତ ହୋଇଛି, ଦୁହିଁଙ୍କ ଭିତରେ ସବୁବେଳେ ସାମାନ୍ଯ ଦୂରତା, ହସହସ ମୁହଁ, କିଛି ଔପଚାରିକ କଥାବାର୍ତ୍ତା ।
ଦୁହିଁଙ୍କ ବ୍ୟସ୍ତବହୁଳ ଜୀବନ ଭିତରେ ପ୍ରେମର କଢ ଏତିକି ହିଁ ଫୁଟିବାରେ ସମର୍ଥ ଥିଲା।
ଆଜି ତାର ଅର୍ଦ୍ଧନଗ୍ନ, ଅର୍ଦ୍ଧପାଗଳ ଅବସ୍ଥାରେ ସମୁଦ୍ର ବାଲିରେ ଅନନ୍ତ ଶୟନର କାରଣ କ'ଣ ଆଭା....?
ହୋଇପାରେ ବି, ନ ହୋଇପାରେ ବି।
ଆଜି ଏତେ ଥଣ୍ଡାରେ ସମୁଦ୍ର ବାଲିରେ ବି କାହିଁକି କେଜାଣି କାମର ଜୁଆର।ମନେପଡୁଛି ତା'ର ଓ ଆଭାର ପ୍ରଥମ ସାକ୍ଷାତ। ଜନଗହଳିପୂର୍ଣ୍ଣ ସ୍ଥାନରେ ସଂଯୋଗବଶତଃ ସାକ୍ଷାତ, ଜ୍ଞାନର ଆଦାନ ପ୍ରଦାନ, ତାସହ ମୋବାଇଲ ନମ୍ବର ବି।
କୌଣସି ନିଭୃତ କୋଠରୀର ଅନ୍ଧକାରରେ ଅମାବାସ୍ୟାର ଅନ୍ଧକାର ପରି ଶରୀରର ଜ୍ୱାଳା ମେଣ୍ଟାଇବା ପ୍ରେମ ତ ନଥିଲା ଦୁହିଁଙ୍କର। ଶିକ୍ଷିତ, ମାର୍ଜିତ, ଉନ୍ନତ ଚିନ୍ତାଧାରାର କଥାବାର୍ତ୍ତା ଭିତରେ ପ୍ରେମର ଦୁଇଧାଡି " ଆମେ ଏଇ ଜନ୍ମର ସାଥି, କେହି କାହାରିକୁ ଛାଡିବା ନାହିଁ। "
ବିପୁଳ ତ୍ରିପାଠୀ ଭାବୁଥିଲା, ଲେଖକଙ୍କ ଲେଖନୀରେ ସୁନ୍ଦର ଲଘୁ ପ୍ରେମ କ୍ଷଣସ୍ଥାୟୀ, ଅନାବିଳ, ଅନାସକ୍ତ ପ୍ରେମ ଚିରସ୍ଥାୟୀ। କାମ ପ୍ରେମର ଶତ୍ରୁ.......ଇତ୍ୟାଦି ।
କିନ୍ତୁ.....
ସେ ତ ମୁକସାକ୍ଷୀ। ଭାଙ୍ଗିଗଲା ମନ୍ଦିର, ସରିଗଲା ସ୍ୱପ୍ନ। ଦୁହିଁଙ୍କର ତ ଅଗାଧ ପ୍ରେମ ଥିଲା। ମନେଅଛି କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଅନୁରୋଧ କରିଥିଲା ତା ବି ମୋବାଇଲରେ, କାରଣ କୌଣସି ପରିସ୍ଥିତିରେ ଆଭା କାଳେ ଭୁଲ୍ ବୁଝିବ। ବିପୁଳ ତ୍ରିପାଠୀ ଅନୁରୋଧ କରିଥିଲା ଏ ଆଭା........!
ଏତେ ପ୍ରେମ କଲାପରେ ବି ଆମର ବାର୍ତ୍ତାଳାପ ସୀମିତ। ତମସହ ଦିନଟିଏ ମୋର ଦରକାର। ଆଭା ପଚାରିବସିଲା " କ'ଣ କରିବ? "
ସରଳ ଭାବରେ ଉସ୍ଛାହର ସହ ବିପୁଳ ତ୍ରିପାଠୀ କହିଉଠିଲା " *ସବୁକିଛି*।"
ଆଭାର ରୋକଠୋକ ଉତ୍ତର, ପାଗଳ ନା କ'ଣ ? ଆଲିଙ୍ଗନଠାରୁ ପାଦେ ଆଗକୁ ଚିନ୍ତାକଲେ ମୋ ରାଗ ତାଳୁକୁ ଚଢିଯିବ। ଚୁପ୍ ହୋଇଗଲା ବିପୁଳ ତ୍ରିପାଠୀ।
ଭାବୁଥିଲା ନାରୀ ଆଗରେ ପୁରୁଷ ସଦା ଦୁର୍ବଳ। ସେ ବିବାହ ପରେ ହେଉ କିମ୍ୱା ପ୍ରେମ ବ୍ୟାପାରରେ।
ମନମାରି ରହିବା ଦେଖି ତରଳିଗଲା ଆଭା। ମୁଁ ସବୁ ରାଜି ବିପୁଳ କହିଉଠିଲା।
କିନ୍ତୁ........
ଭାବୁଥିଲା ବିପୁଳ ତ୍ରିପାଠୀ। ନାରୀର ମନସ୍ତତ୍ତ୍ୱ ବୁଝିବା ମୁସ୍କିଲ। ପ୍ରକୃତରେ ଆଭା କ'ଣ ତାପରି ଶୟନେ, ସ୍ୱପନେ, ସଦାଜାଗରଣେ ମନେ ପକୋଉଥିବ ? କେଜାଣି ?
ହଠାତ୍ ଦିନେ.....
ଆଭା ପ୍ରସ୍ତାବ ଦେଲା କାର୍ ରେ ଭଉଣୀସହ ଦୂର ଯାତ୍ରା ପାଇଁ। ଖୁସିରେ ହଁ ଭରିଲା ବିପୁଳ ତ୍ରିପାଠୀ। ବିପୁଳ ତ୍ରିପାଠୀ କହିଲା ଠିକ୍ ଅଛି ଆଭା, କିନ୍ତୁ ତମେ ମୋ ପାଖରେ ବସିବ। ଆଭା କହିଲା, ତା ତ ଠିକ୍ ଯେ କିନ୍ତୁ ଛୋଟଭଉଣୀଟା କ'ଣ ଭାବିବ ? ତାଛଡା ମୁଁ ଭୟାଳୁଟା କହିଲା ଆଭା।
ବିପୁଳ ତ୍ରିପାଠୀ ବିରକ୍ତିରେ କହିଉଠିଲା , ଆଚ୍ଛା ଭଲପାଇବା ତମର ! ପାଖରେ ବସିବା ବି ମନା! ମୁଁ ତ ଡ୍ରାଇଭର ନୁହଁ, ତେଣୁ ମୋ ପାଖରେ ବସିବାରେ ଅସୁବିଧା କ'ଣ ?
ହଁ ଭରିଲା ଆଭା। ରାତିସାରା ମୋବାଇଲରେ ଆଭାର ବାର୍ତ୍ତା ପଢୁଥିଲା ସେ। ଭୋରରୁ କାର୍ ନେଇ ପହଞ୍ଚିଗଲା ସେ। ପଛରେ ଚୁପଚାପ ବସିଗଲା ଆଭା। ବିପୁଳ ପାଖରେ ବସିଗଲା ସାନଭଉଣୀ। କାନମୁଣ୍ଡ ଆଉଁଶି ମନଦୁଃଖରେ ଆଗକୁ ବଢିଲା ବିପୁଳ ତ୍ରିପାଠୀ।
ରାସ୍ତାରେ ଜଳଖିଆ ଖାଇବା ସମୟରେ ସୁଯୋଗ ଦେଖି ଆଭା ବିପୁଳର ହାତଟାକୁ ଧରିନେଇ ପଚାରିଲା, ରାଗିଲ କି ?
ବିପୁଳ ତ୍ରିପାଠୀର ଶରୀରରେ ଅଦ୍ଭୁତ କମ୍ପନ।
ହସ୍ତ ସ୍ପର୍ଶ ମାତ୍ରେ ବିପୁଳର ପାରଦ ଖସିଗଲା। ଖୁସିରେ ବୁଲାବୁଲି ସାରି ଫେରିଲେ ସଂଧ୍ୟାରେ।
ହଠାତ୍ ଦିନେ....
ସାକ୍ଷାତ ହେଲା ଆଭା ଓ ବିପୁଳର।
ଆଭା କହିଲା, ମୋର ବାହାଘର ସ୍ଥିର ହୋଇସାରିଛି ଏହି ସହରରେ।
ଆଁ କରି ଅନେଇଥିଲା ବିପୁଳ ତ୍ରିପାଠୀ। ପଚାରିଲା, ଏକା ସହରରେ କାହିଁକି ସ୍ଥିର କଲ ? ତାଛଡା ତମେ କେମିତି ରାଜି ହୋଇଗଲ ? ଆଭା କହିଲା, ତମର ଅଭିଜ୍ଞତା, ବୟସ ମୋଠାରୁ ଅଧିକ। ମୁଁ ରକ୍ଷଣଶୀଳ ପରିବାରର ଝିଅ। ତାଛଡା ଦୁହିଁଙ୍କ ଚାକିରୀ ଗୋଟିଏ ସହରରେ।ତମେ ଆଉ ଟିକେ ଆଗରୁ ଦେଖା ହୋଇଥିଲେ ହୁଏତ.....। ଛାଡ ମୋ ଭାଗ୍ୟରେ ନାହିଁ । ତେଣୁ ମୁଁ ରାଜି ହୋଇଗଲି। ତମେ ବହୁତ ମନେ ପଡିବ। ହଁ ଆମେ ଜୀବନସାରା ଭଲ ସାଙ୍ଗର ସଂଜ୍ଞା ନେଇ ରହିବା।
କି ଉପାଦାନରେ ଗଢା ବିପୁଳ ତ୍ରିପାଠୀ ??ଏତେପରେ ବି ଖୁସିରେ ଅନେଇ ରହିଥିଲା ଆଭାକୁ। ଆଭା ପଚାରିଲା ମନଦୁଃଖ ନାହିଁ ତ ?
ମୁହଁରେ ଲାଜ, ପେଟରେ ଭୋକ, କରିବ କ'ଣ ? ଚୁପଚାପ ଫେରିଗଲା ସେ। ପଛରୁ ଡାକି ଆଭା କହିଲା ଏଇ ଶୁଣ ତାଙ୍କର ନିର୍ବନ୍ଧ ନାହିଁ, କିନ୍ତୁ ବିରାଟ ଭୋଜିର ଆୟୋଜନ କରିଛନ୍ତି, ତମେ ଆସିବ।
ହଁ ଭରି ହସିଦେଇ ଚାଲିଆସିଲା ବିପୁଳ ତ୍ରିପାଠୀ ।
ଘରେ ବିଛଣାରେ ପଡିଗଲା। ତାକୁ ଲାଗୁଥିଲା ବିଛଣାସାର ଜଙ୍ଗଲି ସରିସୃପ ତା ଶରୀରକୁ ଝୁଣିଝୁଣି ଖାଉଛନ୍ତି।
ମନେମନେ ଭାବୁଥିଲା ବିପୁଳ ତ୍ରିପାଠୀ । ଭୁଲ୍ କାହାର ?
ସଂସ୍କାରୀ ଝିଅର ?
ପ୍ରେମ ଏକତରଫା ଶୁଣିଥିଲା। କିନ୍ତୁ ଏହି ପ୍ରେମ ତ ଏକତରଫା ନଥିଲା। ସେ ଶୁଣିଥିଲା ପ୍ରେମ ପୂଜା। ସେ ତ ସେମିତି ହିଁ ପ୍ରେମ କରିଥିଲା। ହଁ ମଣିଷ ମନ, ବେଳେବେଳେ ଚହଲିଯାଏ। କିନ୍ତୁ......।
ସରିଗଲା ଆଭାର ପ୍ରାୟୋଜିତ ଭୋଜି। ବାହାନାକରି ଅନ୍ୟ ସହରକୁ ସେହିଦିନ ଚାଲିଗଲା ବିପୁଳ ତ୍ରିପାଠୀ ।
ଧିରେଧିରେ ଆଭା ନୂତନ ବନ୍ଧନରେ ବାନ୍ଧିହେବାରେ ଲାଗିଲା। ଛଟପଟ ହେଉଥିଲା ବିପୁଳ ତ୍ରିପାଠୀ ।
ସେହି ଶୁଭଦିନ ବି ଆସିଯାଇଛି ଆଜି। ଘୋସାରି ହୋଇ ହୋଇ କେତେବେଳେ ବିପୁଳ ତ୍ରିପାଠୀ ସମୁଦ୍ରଲହଡି ପାଖରେ ପହଞ୍ଚିସାରିଥିଲା। ହଠାତ୍ ବାଣରୋଷଣୀ ଶବ୍ଦ ବିପୁଳର କାନରେ ବାଜୁଥିଲା। ଥଣ୍ଡାଯୋଗୁ ମହୋଦଧି ଶୁନଶାନ ଥିଲା।
ଧିରେଧିରେ ସମୁଦ୍ର ଲହଡି ସହପୁରୀ ଆହୁରି କିଛି ବାଟ ଅଛି। ବେଳ ବୁଡୁଛି। ସାଧାରଣ ବଗିର ଟିକେଟ ନେଇ, ସଂରକ୍ଷିତ ବଗିରେ ଜଣେ ବୟସ୍କଙ୍କ ସିଟ୍ ପାଖରେ ବସିବାକୁ ଚେଷ୍ଟା କରୁଛି ବିପୁଳ ତ୍ରିପାଠୀ। ବୟସ୍କ ଜଣକ କିଛି ନକହିପାରିଲେ ବି ବିରକ୍ତିରେ ଜଣାନପଡିଲା ପରି ନିଜ ଗୋଡଟିକୁ ସିଟ୍ ରେ ଲମ୍ୱାଇ ଦେଉଛନ୍ତି। ବିପୁଳ ଆଉ ଟିକେ ଆଗକୁ ଘୁଞ୍ଚି ଆସୁଛି। ମନେମନେ ଭାବୁଛି ଏମିତି ବସିବା ଅପେକ୍ଷା ଠିଆହୋଇଯିବ
ା ଭଲ।
କିନ୍ତୁ....
ସୁଦୂର ରାୟଗଡାରୁ ପୁରୀ। ଠିଆହୋଇ ଆସିବା ଅସମ୍ଭବ। ତା ଛଡା ବସି ନପାରିଲେ ବି ମାନସିକ ଶାନ୍ତି ଯେ ବିପୁଳ ସିଟ୍ ଗୋଟିଏ ପାଇ ବସିଛି।
ସାମ୍ନାରେ ଯୁବକଜଣକ ଚକୋଲେଟ ଦେଲାବେଳେ ଯୁବତୀଟି ଲାଜେଇଯାଇ ମୁଣ୍ଡ ହଲେଇ ମନା କରୁଛି। ପାଖରେ ବସିଥିବା ଝିଅଟି କହୁଛି, ଦିଦି ! ପାଠପଢି ଏତେବଡ ଶିକ୍ଷୟିତ୍ରୀ ଅଥଚ ଭାବି ଜିଜୁଙ୍କୁ ଲାଜ କ'ଣ ?
ମନେମନେ ହସୁଛି ବିପୁଳ। ହିନ୍ଦୀ ଶବ୍ଦ ହେଉ ବା ଇଂରାଜୀର ବ୍ୟବହାର ହେଲେ ବୋଧହୁଏ ସମ୍ପର୍କ ଅଧିକ ବୋଧଗମ୍ୟ ହୁଏ ।ହଁ ଆମେ ପରା ଉଗ୍ରାଧୁନିକ !
ରେଳଲାଇନର ଡାହାଣ ପଟେ ଆଖି ଯେତେ ଦୂରକୁ ପାଉଛି, ଦେଖାଯାଉଛି ଅରାଏ ଅରାଏ ଶାଗୁଆ କ୍ଷେତ, ଉପର ବିରାଟ ଆକାଶ, ଅଛିଣ୍ଡା ଆକାଶ, " ଓଃ " !କେଉଁଠି ଥିଲା ଏତେ ଆକାଶ, ଏତେ ବିସ୍ତୃତି !
ମୁକ୍ତି- ତା' ପାଇଁ ଗୋଟିଏ ନୂଆଁ ଶବ୍ଦ, ତୁନିତୁନି ଯେପରିକି ଜିଭରେ ଲେଉଟାଉଛି ତାକୁ, ଆଉ ପଦାକୁ ଅନେଇ ଅନେଇ ମନେପଡୁଛି ଆଉ ଗୋଟିଏ ଶବ୍ଦ ,ଆକାଶ।
ନୂଆଁ ଲାଗୁଲାଗୁ ପୁରୁଣା ସ୍ମୃତି ମନେପଡୁଛି ।
ଆକାଶ- ଏତେ ପାଖରେ- ଅଥଚ- ।
ମୁଣ୍ଡ ଟେକି ଚାହିଁଥିଲେ ଦିଶିଥାନ୍ତା
ଚଢେଇ ଭସାଣ ଆକାଶ - ଘୁଡିଉଡା ଆକାଶ- ସେହି ଯେଉଁଠୁ ଚାହୁଁ ଚାହୁଁ ଶାଗୁଣା ଅଦୃଶ୍ଯ ହୋଇଯାଏ କାହିଁ କେତେ ଉପରେ....।
ମନେପଡିଲା ସେ ଦିନେ ପିଲା ହୋଇଥିଲା, ତା'ର ବି ବାପାବୋଉ ଥିଲେ । ସେ ଆଉ ପିଲା ନୁହଁ । ହେଇ ଛିଣ୍ଡାହାର ପବନରେ ଉଡିଗଲା ପରି ଆକାଶରେ ଚଢେଇ ଉଡିଯାଉଛନ୍ତି- ଗଲେଣି ଉଭେଇ।
ଆକାଶ ଥିଲା, ଅଛି ବି ବର୍ତ୍ତମାନ। କେତେ କ'ଣ ଆସିଥିଲା, ଚାଲିଯାଇଛି। ତା'ର ଚାଳିଶବର୍ଷ ଆଉ ଅଠଚାଳିଶ ହେବନାହିଁ।
ଦୀର୍ଘନିଃଶ୍ୱାସ ଛାଡିଲା ବିପୁଳ ତ୍ରିପାଠୀ। ତାକୁ ଲାଗୁଥିଲା କେବଳ ଆନନ୍ଦ ମିଳିଲେ ଯଥେଷ୍ଟ ନୁହେଁ, ସେ ଆନନ୍ଦ ହୁଅନ୍ତା ତା' ନିଜର ଗୋଟାସୁଦ୍ଧା, ସେଥିରେ ଆଉ କାହାର ଭାଗ ନଥାନ୍ତା।
କିନ୍ତୁ......
ଏସବୁ ଭାବନାରେ ସୁନ୍ଦର। ଓଃ ! କ'ଣ ଗୋଟିଏ କାମୁଡିଦେଲା ସମୁଦ୍ରବେଳାର ବାଲୁକାରାଶିର ଅନ୍ଧକାରରେ। ପାହାରେ ପକେଇ ହାତରେ ଧରିନେଇ ଦେଖିଲା ବିପୁଳ ତ୍ରିପାଠୀ ! ଆରେ , ସେ ନିରୀହ କଙ୍କଡାଟିର ଅସମୟରେ ହତ୍ୟା କରିଦେଲା। ସେ କଙ୍କଡାଟି ବି କାହାର ପୁଅ କି ଝିଅ, ସ୍ୱାମୀ କି ସ୍ତ୍ରୀ ! ପ୍ରେମିକ କି.....।
ଭାବୁଭାବୁ ରାଗରେ କଙ୍କଡାଟିର ଅସ୍ତିତ୍ୱ ତା ହାତମୁଠାରେ ଲୋପ ପାଇସାରିଥିଲା।
ଠୋ ଠୋ ହସିହସି ପ୍ରେମିକା, ପ୍ରେମିକା ଚିତ୍କାର କରି ଶୋଇଥିବା ବାଲୁକାରାଶିରୁ ଉଠି ଜଗନ୍ନାଥ ମନ୍ଦିର ଆଡକୁ ଅଗ୍ରସର ହେଲା ବିପୁଳ ତ୍ରିପାଠୀ।
ସେ ମହୋଦଧିଠାରୁ ମନ୍ଦିର ଭିତରେ ଯାହାସବୁ ଦେଖିଲା ତାହା ଆନନ୍ଦର ଉପଭୋଗ୍ୟ ସାମଗ୍ରୀ ନୁହେଁ , କି ଆଭିଜାତ୍ୟର ନିଦର୍ଶନ ନୁହେଁ। ପଇସା ଅଛି, ମାତ୍ର ଜୀବନ ନାହିଁ ,ସ୍ନେହ ଶ୍ରଦ୍ଧା ନାହିଁ, କି ଶାନ୍ତି ଟିକିଏ ନାହିଁ।
କେଉଁଠି ବି ଶାନ୍ତି ନାହିଁ। ଆଲୁଅ ଓ ଗହଳିରେ ତା ଶ୍ୱାସରୁଦ୍ଧ ହୋଇଯାଉଥିଲା। ଜଗନ୍ନାଥଙ୍କୁ ମୁଣ୍ଡିଆଟିଏ ମାରି ପୁଣି ଫେରିଲା ସମୁଦ୍ର କୂଳ।
ଲମ୍ବ ହୋଇ ଶୋଇଗଲା ସେଠି।
ସାମ୍ନାରେ ସମ୍ପୁର୍ଣ୍ଣ ଉଲଗ୍ନ ଯୁବକଯୁବତୀଙ୍କ ଆଧୁନିକ କାମକ୍ରୀଡା। ଆଖି ବନ୍ଦ କରିଦେଲା ବିପୁଳ ତ୍ରିପାଠୀ। ଓଃ ଅସହ୍ୟ ଏ ଦୃଶ୍ୟ। ମୁଦ୍ରିତ ଆଖିରେ ବି ଅଶ୍ଳୀଳ ଚଳଚ୍ଚିତ୍ର ପରି ନାଚିଯାଉଛି ସେ ଦୃଶ୍ୟ।
ଅଥଚ.....
ଆଭା......
କିଛି ତ ଚାହିଁନଥିଲା ବିପୁଳ ତ୍ରିପାଠୀ !
ଅନାବିଳ, ଅନାସକ୍ତ ପ୍ରେମ ସହ ଶରୀର ଗଠନର ପ୍ରଶଂସା କରୁଥିଲା। ବହୁକଷ୍ଟରେ ଅନିଚ୍ଛା ସତ୍ତ୍ୱେ ଥରେ ଦୁଇଥର ଆଲିଙ୍ଗନରେ ସୀମିତ ଥିଲା ସେମାନଙ୍କ ପ୍ରେମ।
ପ୍ରେମ ! ନୁହେଁ ଅଶ୍ଳୀଳତା।
ପ୍ରେମ ! ନୁହେଁ ପଙ୍କିଳ ପୁଷ୍କରିଣୀ।
ପ୍ରେମ ! ନୁହେଁ କାମଜ୍ୱାଳା।
ଏଇଆ ଭାବି ତ ସେ ଆଭାର ହସ୍ତ ବି ସଙ୍କୋଚରେ ସ୍ପର୍ଶ କରୁଥିଲା।
ମନ କରୁଥିଲା ଅନ୍ୟ ପ୍ରେମିକ, ପ୍ରେମିକା ପରି ଶରୀର ସହ ଶରୀରର ମିଳନ।
କିନ୍ତୁ ବିବେକ......
ସେ ବାଧାଦେଉଥିଲା ଏପରି କର୍ମ କରିବାକୁ।
ମନ ବିବେକର ଲଢେଇ, ସର୍ପ ନକୁଳର ଲଢେଇ ପରି।
କିନ୍ତୁ.....
ବିଜୟ ହେଲା ବିବେକର ।
ମନେମନେ ଅନୁଶୀଳନ କରୁଥିଲା ବିପୁଳ ତ୍ରିପାଠୀ।
ଆଭା ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଧହୁଏ ଆଭା ଆଜି....
ମନେପଡୁଛି ଯେତେବେଳେ ବି ଆଭା ସହ ସାକ୍ଷାତ ହୋଇଛି, ଦୁହିଁଙ୍କ ଭିତରେ ସବୁବେଳେ ସାମାନ୍ୟ ଦୂରତା, ହସହସ ମୁହଁ, କିଛି ଔପଚାରିକ କଥାବାର୍ତ୍ତା ।
ଦୁହିଁଙ୍କ ବ୍ୟସ୍ତବହୁଳ ଜୀବନ ଭିତରେ ପ୍ରେମର କଢ ଏତିକି ହିଁ ଫୁଟିବାରେ ସମର୍ଥ ଥିଲା।
ଆଜି ତାର ଅର୍ଦ୍ଧନଗ୍ନ, ଅର୍ଦ୍ଧପାଗଳ ଅବସ୍ଥାରେ ସମୁଦ୍ର ବାଲିରେ ଅନନ୍ତ ଶୟନର କାରଣ କ'ଣ ଆଭା....?
ହୋଇପାରେ ବି, ନ ହୋଇପାରେ ବି।
ଆଜି ଏତେ ଥଣ୍ଡାରେ ସମୁଦ୍ର ବାଲିରେ ବି କାହିଁକି କେଜାଣି କାମର ଜୁଆର।ମନେପଡୁଛି ତା'ର ଓ ଆଭାର ପ୍ରଥମ ସାକ୍ଷାତ। ଜନଗହଳିପୂର୍ଣ୍ଣ ସ୍ଥାନରେ ସଂଯୋଗବଶତଃ ସାକ୍ଷାତ, ଜ୍ଞାନର ଆଦାନ ପ୍ରଦାନ, ତା ସହ ମୋବାଇଲ ନମ୍ବର ବି।
କୌଣସି ନିଭୃତ କୋଠରୀର ଅନ୍ଧକାରରେ ଅମାବାସ୍ୟାର ଅନ୍ଧକାର ପରି ଶରୀରର ଜ୍ୱାଳା ମେଣ୍ଟାଇବା ପ୍ରେମ ତ ନଥିଲା ଦୁହିଁଙ୍କର। ଶିକ୍ଷିତ, ମାର୍ଜିତ, ଉନ୍ନତ ଚିନ୍ତାଧାରାର କଥାବାର୍ତ୍ତା ଭିତରେ ପ୍ରେମର ଦୁଇଧାଡି " ଆମେ ଏଇ ଜନ୍ମର ସାଥି, କେହି କାହାରିକୁ ଛାଡିବା ନାହିଁ। "
ବିପୁଳ ତ୍ରିପାଠୀ ଭାବୁଥିଲା, ଲେଖକଙ୍କ ଲେଖନୀରେ ସୁନ୍ଦର ଲଘୁ ପ୍ରେମ କ୍ଷଣସ୍ଥାୟୀ, ଅନାବିଳ, ଅନାସକ୍ତ ପ୍ରେମ ଚିରସ୍ଥାୟୀ। କାମ ପ୍ରେମର ଶତ୍ରୁ.......ଇତ୍ୟାଦି ।
କିନ୍ତୁ.....
ସେ ତ ମୁକସାକ୍ଷୀ। ଭାଙ୍ଗିଗଲା ମନ୍ଦିର, ସରିଗଲା ସ୍ୱପ୍ନ। ଦୁହିଁଙ୍କର ତ ଅଗାଧ ପ୍ରେମ ଥିଲା। ମନେଅଛି କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଅନୁରୋଧ କରିଥିଲା ତା ବି ମୋବାଇଲରେ, କାରଣ କୌଣସି ପରିସ୍ଥିତିରେ ଆଭା କାଳେ ଭୁଲ୍ ବୁଝିବ। ବିପୁଳ ତ୍ରିପାଠୀ ଅନୁରୋଧ କରିଥିଲା ଏ ଆଭା........!
ଏତେ ପ୍ରେମ କଲାପରେ ବି ଆମର ବାର୍ତ୍ତାଳାପ ସୀମିତ। ତମ ସହ ଦିନଟିଏ ମୋର ଦରକାର। ଆଭା ପଚାରିବସିଲା " କ'ଣ କରିବ? "
ସରଳ ଭାବରେ ଉତ୍ସାହର ସହ ବିପୁଳ ତ୍ରିପାଠୀ କହିଉଠିଲା " *ସବୁକିଛି*।"
ଆଭାର ରୋକଠୋକ ଉତ୍ତର, ପାଗଳ ନା କ'ଣ ? ଆଲିଙ୍ଗନଠାରୁ ପାଦେ ଆଗକୁ ଚିନ୍ତାକଲେ ମୋ ରାଗ ତାଳୁକୁ ଚଢିଯିବ। ଚୁପ୍ ହୋଇଗଲା ବିପୁଳ ତ୍ରିପାଠୀ।
ଭାବୁଥିଲା ନାରୀ ଆଗରେ ପୁରୁଷ ସଦା ଦୁର୍ବଳ। ସେ ବିବାହ ପରେ ହେଉ କିମ୍ୱା ପ୍ରେମ ବ୍ୟାପାରରେ।
ମନ ମାରି ରହିବା ଦେଖି ତରଳିଗଲା ଆଭା। ମୁଁ ସବୁ ରାଜି ବିପୁଳ କହିଉଠିଲା।
କିନ୍ତୁ........
ଭାବୁଥିଲା ବିପୁଳ ତ୍ରିପାଠୀ। ନାରୀର ମନସ୍ତତ୍ତ୍ୱ ବୁଝିବା ମୁସ୍କିଲ। ପ୍ରକୃତରେ ଆଭା କ'ଣ ତାପରି ଶୟନେ, ସ୍ୱପନେ, ସଦା ଜାଗରଣେ ମନେ ପକୋଉଥିବ ? କେଜାଣି ?
ହଠାତ୍ ଦିନେ.....
ଆଭା ପ୍ରସ୍ତାବ ଦେଲା କାରରେ ଭଉଣୀ ସହ ଦୂର ଯାତ୍ରା ପାଇଁ। ଖୁସିରେ ହଁ ଭରିଲା ବିପୁଳ ତ୍ରିପାଠୀ। ବିପୁଳ ତ୍ରିପାଠୀ କହିଲା ଠିକ୍ ଅଛି ଆଭା, କିନ୍ତୁ ତମେ ମୋ ପାଖରେ ବସିବ। ଆଭା କହିଲା, ତା ତ ଠିକ୍ ଯେ କିନ୍ତୁ ଛୋଟଭଉଣୀଟା କ'ଣ ଭାବିବ ? ତା ଛଡା ମୁଁ ଭୟାଳୁଟା କହିଲା ଆଭା।
ବିପୁଳ ତ୍ରିପାଠୀ ବିରକ୍ତିରେ କହିଉଠିଲା , ଆଚ୍ଛା ଭଲପାଇବା ତମର ! ପାଖରେ ବସିବା ବି ମନା! ମୁଁ ତ ଡ୍ରାଇଭର ନୁହଁ, ତେଣୁ ମୋ ପାଖରେ ବସିବାରେ ଅସୁବିଧା କ'ଣ ?
ହଁ ଭରିଲା ଆଭା। ରାତିସାରା ମୋବାଇଲରେ ଆଭାର ବାର୍ତ୍ତା ପଢୁଥିଲା ସେ। ଭୋରରୁ କାର୍ ନେଇ ପହଞ୍ଚିଗଲା ସେ। ପଛରେ ଚୁପଚାପ ବସିଗଲା ଆଭା। ବିପୁଳ ପାଖରେ ବସିଗଲା ସାନଭଉଣୀ। କାନମୁଣ୍ଡ ଆଉଁସି ମନଦୁଃଖରେ ଆଗକୁ ବଢିଲା ବିପୁଳ ତ୍ରିପାଠୀ।
ରାସ୍ତାରେ ଜଳଖିଆ ଖାଇବା ସମୟରେ ସୁଯୋଗ ଦେଖି ଆଭା ବିପୁଳର ହାତଟାକୁ ଧରିନେଇ ପଚାରିଲା, ରାଗିଲ କି ?
ବିପୁଳ ତ୍ରିପାଠୀର ଶରୀରରେ ଅଦ୍ଭୁତ କମ୍ପନ।
ହସ୍ତ ସ୍ପର୍ଶ ମାତ୍ରେ ବିପୁଳର ପାରଦ ଖସିଗଲା। ଖୁସିରେ ବୁଲାବୁଲି ସାରି ଫେରିଲେ ସନ୍ଧ୍ୟାରେ।
ହଠାତ୍ ଦିନେ....
ସାକ୍ଷାତ ହେଲା ଆଭା ଓ ବିପୁଳର।
ଆଭା କହିଲା, ମୋର ବାହାଘର ସ୍ଥିର ହୋଇସାରିଛି ଏହି ସହରରେ।
ଆଁ କରି ଅନେଇଥିଲା ବିପୁଳ ତ୍ରିପାଠୀ। ପଚାରିଲା, ଏକା ସହରରେ କାହିଁକି ସ୍ଥିର କଲ ? ତା ଛଡା ତମେ କେମିତି ରାଜି ହୋଇଗଲ ? ଆଭା କହିଲା, ତମର ଅଭିଜ୍ଞତା, ବୟସ ମୋ ଠାରୁ ଅଧିକ। ମୁଁ ରକ୍ଷଣଶୀଳ ପରିବାରର ଝିଅ। ତା ଛଡା ଦୁହିଁଙ୍କ ଚାକିରୀ ଗୋଟିଏ ସହରରେ।ତମେ ଆଉ ଟିକେ ଆଗରୁ ଦେଖା ହୋଇଥିଲେ ହୁଏତ.....। ଛାଡ ମୋ ଭାଗ୍ୟରେ ନାହିଁ । ତେଣୁ ମୁଁ ରାଜି ହୋଇଗଲି। ତମେ ବହୁତ ମନେ ପଡିବ। ହଁ ଆମେ ଜୀବନସାରା ଭଲ ସାଙ୍ଗର ସଂଜ୍ଞା ନେଇ ରହିବା।
କି ଉପାଦାନରେ ଗଢା ବିପୁଳ ତ୍ରିପାଠୀ ??ଏତେ ପରେ ବି ଖୁସିରେ ଅନେଇ ରହିଥିଲା ଆଭାକୁ। ଆଭା ପଚାରିଲା ମନ ଦୁଃଖ ନାହିଁ ତ ?
ମୁହଁରେ ଲାଜ, ପେଟରେ ଭୋକ, କରିବ କ'ଣ ? ଚୁପଚାପ ଫେରିଗଲା ସେ। ପଛରୁ ଡାକି ଆଭା କହିଲା ଏଇ ଶୁଣ ତାଙ୍କର ନିର୍ବନ୍ଧ ନାହିଁ, କିନ୍ତୁ ବିରାଟ ଭୋଜିର ଆୟୋଜନ କରିଛନ୍ତି, ତମେ ଆସିବ।
ହଁ ଭରି ହସିଦେଇ ଚାଲିଆସିଲା ବିପୁଳ ତ୍ରିପାଠୀ ।
ଘରେ ବିଛଣାରେ ପଡିଗଲା। ତାକୁ ଲାଗୁଥିଲା ବିଛଣାସାର ଜଙ୍ଗଲି ସରୀସୃପ ତା ଶରୀରକୁ ଝୁଣିଝୁଣି ଖାଉଛନ୍ତି।
ମନେମନେ ଭାବୁଥିଲା ବିପୁଳ ତ୍ରିପାଠୀ । ଭୁଲ୍ କାହାର ?
ସଂସ୍କାରୀ ଝିଅର ?
ପ୍ରେମ ଏକତରଫା ଶୁଣିଥିଲା। କିନ୍ତୁ ଏହି ପ୍ରେମ ତ ଏକତରଫା ନଥିଲା। ସେ ଶୁଣିଥିଲା ପ୍ରେମ ପୂଜା। ସେ ତ ସେମିତି ହିଁ ପ୍ରେମ କରିଥିଲା। ହଁ ମଣିଷ ମନ, ବେଳେବେଳେ ଚହଲିଯାଏ। କିନ୍ତୁ......।
ସରିଗଲା ଆଭାର ପ୍ରାୟୋଜିତ ଭୋଜି। ବାହାନା କରି ଅନ୍ୟ ସହରକୁ ସେହିଦିନ ଚାଲିଗଲା ବିପୁଳ ତ୍ରିପାଠୀ ।
ଧିରେଧିରେ ଆଭା ନୂତନ ବନ୍ଧନରେ ବାନ୍ଧିହେବାରେ ଲାଗିଲା। ଛଟପଟ ହେଉଥିଲା ବିପୁଳ ତ୍ରିପାଠୀ ।
ସେହି ଶୁଭ ଦିନ ବି ଆସିଯାଇଛି ଆଜି। ଘୋଷାରି ହୋଇ ହୋଇ କେତେବେଳେ ବିପୁଳ ତ୍ରିପାଠୀ ସମୁଦ୍ରଲହଡି ପାଖରେ ପହଞ୍ଚିସାରିଥିଲା। ହଠାତ୍ ବାଣରୋଷଣୀ ଶବ୍ଦ ବିପୁଳର କାନରେ ବାଜୁଥିଲା। ଥଣ୍ଡାଯୋଗୁ ମହୋଦଧି ଶୁନଶାନ ଥିଲା।
ଧିରେଧିରେ ସମୁଦ୍ର ଲହଡି ସହ ଭିତରକୁ ଯାଉ ଯାଉ ପାଟିକରିଉଠୁଥିଲା ବିପୁଳ ତ୍ରିପାଠୀ। ହେ ମହୋଦଧି ! ହେ ଜଗତର ନାଥ ! ଜାଣିଛ, ଆଜି ମୋ ପ୍ରେମିକାର ବାହାଘର !
ବିପୁଳ ତ୍ରିପାଠୀ କ୍ଷେତ୍ରରେ ସବୁ ବିପରୀତ ଥିଲା। ସମୁଦ୍ର ଭିତରକୁ ଯାହା ଯାଏ, ତାକୁ ସେ କୂଳରେ ଫୋପାଡିଦିଏ। ସମୁଦ୍ର କାହାର ଋଣି ରହେନାହିଁ। ତା ଗର୍ଭକୁ ଯାହା ଯାଏ, ସେ ଫେରାଇଦିଏ। କିନ୍ତୁ ବିପୁଳ ତ୍ରିପାଠୀକୁ କୋଳେଇ ନେଇଥିଲା ସମୁଦ୍ର। ସ୍ୱାର୍ଥୀ ହୋଇଯାଇଥିଲା ସମୁଦ୍ର। ଆଉ ଶୁଣାଯାଉନଥିଲା " *ଏ ସମୁଦ୍ର ଆଜି ମୋ ପ୍ରେମିକାର ବାହାଘର* !!!!!
ଭିତରକୁ ଯାଉ ଯାଉ ପାଟିକରିଉଠୁଥିଲା ବିପୁଳ ତ୍ରିପାଠୀ। ହେ ମହୋଦଧି ! ହେ ଜଗତର ନାଥ ! ଜାଣିଛ, ଆଜି ମୋ ପ୍ରେମିକାର ବାହାଘର !
ବିପୁଳ ତ୍ରିପାଠୀ କ୍ଷେତ୍ରରେ ସବୁ ବିପରୀତ ଥିଲା। ସମୁଦ୍ର ଭିତରକୁ ଯାହା ଯାଏ, ତାକୁ ସେ କୂଳରେ ଫୋପାଡିଦିଏ। ସମୁଦ୍ର କାହାର ଋଣି ରହେନାହିଁ। ତା ଗର୍ଭକୁ ଯାହା ଯାଏ, ସେ ଫେରାଇଦିଏ। କିନ୍ତୁ ବିପୁଳ ତ୍ରିପାଠୀକୁ କୋଳେଇ ନେଇଥିଲା ସମୁଦ୍ର। ସ୍ୱାର୍ଥୀ ହୋଇଯାଇଥିଲା ସମୁଦ୍ର। ଆଉ ଶୁଣାଯାଉନଥିଲା " *ଏ ସମୁଦ୍ର ଆଜି ମୋ ପ୍ରେମିକାର ବାହାଘର* !!!!!
×××××××××××××××××××××××
*ସମାପ୍ତ*
×××××××××××××××××××××××