Siddhartha Tripathy

Romance Inspirational

3  

Siddhartha Tripathy

Romance Inspirational

ପ୍ରେମିକା

ପ୍ରେମିକା

3 mins
189



ନିତା ! ଏ ନିତା ! କହି ତା ହାତଟାକୁ ଧରିଥିଲା ବିଶ୍ୱ। ନିତା ହାତଟାକୁ ଛଡେଇ ନେଉ ନେଉ କହିଲା, ଜାଣିଛ ବିଶ୍ୱ ମୋ ଭଉଣୀ ମିତା କୁହେ ହୃଦୟର ଭକ୍ତି ବଳରେ ଶାଳଗ୍ରାମ ଶିଳା ଦେବତା ହୁଅନ୍ତି ; ଭକ୍ତି ତୁଟିଗଲେ ଦେବତା ହୁଅନ୍ତି ସାମାନ୍ୟ ଶିଳାଖଣ୍ଡ। 


ସେମିତି 'ଯାହାକୁ ଯିଏ ରସିଲା, ମଲ୍ଲିଫୁଲ ପରି ବାସିଲା। '

ନୁହେଁ ତ କ'ଣ ?


ଏଇ ଦେଖୁନ, ଆଜି ଘରେ ପୂଜା। ତଥାପି ମିଛ ବାହାନା କରି ଦପ୍ତର ଛୁଟି ଥିଲେ ବି କାମ ଅଛି କହି କୌଣସି ଏକ ଆକର୍ଷଣରେ ତମର ଥରେ ମାତ୍ର ନିବେଦନରେ ତମ ନିକଟକୁ ଚାଲିଆସିଲି। 


ଭବିଷ୍ୟତ ଭାବିଲେ, ସାଂସାରିକ ଜୀବନର ରୂପେଲି ପରଦାରେ ଜୀବନର ରୂପେଲି ଚଳଚ୍ଚିତ୍ର ଚାଲିବ ଅଥବା କୃଷ୍ଣଧବଳ ଭାବିଲା ବେଳକୁ ଭାରୀ କ୍ଳାନ୍ତିବୋଧ କରୁଛି।


 ତେଣୁ ତ.....


ତମ ଆହ୍ୱାନରେ କିଛି ନବୁଝି ନଶୁଝି ଦୌଡିଆସୁଛି ମୁଁ। ପହଞ୍ଚିଲା ପରେ ମନକୁ ନାନାଦି ପାପ ଛୁଉଁଛି ।ଅଭିଆଡି ଝିଅଟା ଲୁଚିଛପି ଯୁବକଟିକୁ ଭେଟିବାକୁ ଆସୁଛି, ଭୁଲ୍ ନାହିଁ ତ ?


ହଁ ତମେ କହିପାର ପାଣି ଅନ୍ଧ, ପ୍ରେମ ଅନ୍ଧ । ଭୁଲ ଠିକର ହିସାବ ପ୍ରେମପାଠରେ ନଥାଏ। 

କିନ୍ତୁ....

ମୁଁ ପରା ହିନ୍ଦୁ ରମଣୀ ! ସମାଜ, ସଂସ୍କାରର ରଜ୍ଜୁରେ ବନ୍ଧା। 


ଓଃ ! କି ସାରଗର୍ଭକ ଭାଷଣ, କହି ହସିହସି ନିତାର ଗ୍ରୀବାରେ ଚୁମ୍ବନଟିଏ ଆଙ୍କିଦେଲା। ଲାଜେଇଯାଇ ହାତରେ ପୋଛିଦେଲା ନିତା। ନିତା ଶରୀରରେ ସାମାନ୍ୟ କମ୍ପନ ଅନୁଭବ କଲା ବିଶ୍ୱ। 


ବିଶ୍ୱ କହିଲା, ଶୁଣ ନିତା, ମୁଁ କେବେ ବି କଳ୍ପନାର ଜାଲ ବୁଣିନଥିଲି ମୋ କୋଠରୀରେ ତମ ସହ କେଇ ମୁହୂର୍ତ୍ତ । ମୁଁ କେବେ ବି କାମଲାଳସାର ବଶବର୍ତ୍ତୀ ହୋଇ ତମ ସହ ପ୍ରେମ କରିନଥିଲି। ତମେ ଜୀବନରେ ପ୍ରେମର ସଂଜ୍ଞା ଜାଣିନଥିଲ। ମୋତେ ପ୍ରଥମ ଦେଖାରେ କହିଥିଲ, ମୁଁ ପ୍ରେମ କରିନାହିଁ କିମ୍ୱା କରିବାର ନାହିଁ। ଅବଶ୍ୟ ମୁଁ ଟିକେ ଭାଙ୍ଗି ପଡିଥିଲି କିନ୍ତୁ କୌଣସି ହିନ୍ଦୀ ଚଳଚ୍ଚିତ୍ରର ଧାଡିଏ ମୋ ଭଙ୍ଗାମନରେ ଆଶାର କୋମଳ କିରଣ ଜାଗ୍ରତ କରେଇଥିଲା।  


ଜାଣିପାରୁଥିଲି ତମ ପ୍ରେମ ଉପରେ ଦେଇଥିବା ମନ୍ତବ୍ଯ ଭୁଲ୍ ।

କାରଣ " ପ୍ୟାର କିୟା ନେହି ଜାତା, ହୋ ଜାତା ହୈ। "


ଜାଣିଛ ନିତା ! ପୃଥିବୀର ସବୁ ରମଣୀ ସୁନ୍ଦରୀ ; କେହି ମିସ୍ ଇଣ୍ଡିଆ ତ କେହି ଗ୍ରାମ୍ୟ ସୁନ୍ଦରୀ। ଯେମିତି ଫୁଲର ସୌନ୍ଦର୍ଯ୍ୟ ତା ଗଠନରେ ନଥାଏ ବରଂ ଥାଏ ତାର ବାସ୍ନାରେ। 


ସେମିତି ରମଣୀର ସୌନ୍ଦର୍ଯ୍ୟ ତା'ର ଦେହର ରଙ୍ଗ ବା ଶରୀର ଗଠନରେ ନଥାଏ। ; ଥାଏ ତା'ର ବ୍ୟକ୍ତିତ୍ୱରେ। ଆଦର୍ଶବାଦ, ସଂସ୍କାର, ଆଉ ନିରଳସ ନିଷ୍ଠା ହିଁ ନାରୀର ବ୍ୟକ୍ତିତ୍ୱ। ବ୍ୟକ୍ତିତ୍ୱକୁ ବାଦ୍ ଦେଇ ନାରୀ ହାଡମାଂସଧାରୀ ଶରୀର ସୁନ୍ଦରୀ ହୋଇପାରେ ; କିନ୍ତୁ ସୌନ୍ଦର୍ଯ୍ୟମୟୀ ରମଣୀ ହୋଇନପାରେ। 


ତମେ ସେହି ସୌନ୍ଦର୍ଯ୍ୟମୟୀ ରମଣୀ। ପୁରୁଷ ଜୀବନରେ ପ୍ରଥମ ନାରୀର ସ୍ମୃତି ; ନାରୀ ଜୀବନରେ ପ୍ରଥମ ପ୍ରେମର ସ୍ପର୍ଶ କୌଣସିଦିନ ବାସି ହୁଏନାହିଁ।


ସଂସାରରେ କେତେ ପୁଅଝିଅ ପ୍ରେମର ବହ୍ନିରେ ଝାସ ଦିଅନ୍ତି। କାହାର କିଛି ଯାଏ ଆସେ ନାହିଁ କାରଣ ଆଜିକାଲିର ପ୍ରେମରେ ପ୍ରେମିକ, ପ୍ରେମିକା ଖୋଜିବୁଲନ୍ତି ବୁଲାକୁକୁରଙ୍କ ପରି ସମୟ ଓ ସୁଯୋଗ। 


କିନ୍ତୁ.....


ଆମର ତ ଅନେକ ଥର ସାକ୍ଷାତ ହୋଇଛି। ସ୍ଥାନର ବି ଅଭାବ ନାହିଁ। ତଥାପି ଆମେ ସଞ୍ଜମତା ହରାଇନାହେଁ। ତମ ପରି ଝିଅ ମୋ ପରି ପୁଅକୁ ଭେଟିଲେ ବ୍ରହ୍ମପୁର ସହରରେ ଭୂମିକମ୍ପ ହୋଇଯାଏ। ଖଲ୍ଲିକୋଟ କଲେଜ, ମହିଳା ମହାବିଦ୍ୟାଳୟର ଅନେକଙ୍କ ଆଖିରେ ଈର୍ଷାର ନାଲିବତୀ ଜଳିଉଠେ। ବାଟ ନପାଇ ବ୍ରହ୍ମପୁର ଠାରୁ ହରଡାଖଣ୍ଡି ଛକଯାଏଁ ଗାଡି ସବୁ ରାସ୍ତାରେ ଅଟକିଯାଏ। ବାଳିକାବିଦ୍ୟାଳୟର କିଶୋରୀମାନେ ଲଲିପପ୍ ଫୋପାଡିଦେଇ ନିଜ ନିଜ ଆଙ୍ଗୁଠି ଚୁଚୁମିବାରେ ଲାଗନ୍ତି। 


ଠୋ ଠୋ ହସିଉଠିଲା ନିତା।

ଧିରେ ଧିରେ ବିଶ୍ୱ ଆଡକୁ ଆକର୍ଷିତ ହେଉଥିଲା। ବିଶ୍ୱ କୋଠରୀଟିକୁ ଅନ୍ଧକାର କରିଦେଲା। ନିତା ପଚାରିଲା, ରୋଷେଇ ସରିଛି ? ନିତାର ଜାମା ଖୋଲୁଖୋଲୁ ହଁ ଭରୁଥିଲା ବିଶ୍ୱ। 


ଦୁଇଟି ଶରୀର ଏକ ହେଉଥିଲେ। ଅନଭିଜ୍ଞ ପ୍ରେମିକ, ପ୍ରେମିକା। 


ହଠାତ୍....

ମାଆ ଲୋ...

କହି ପାଟି କରିଉଠିଲା ନିତା । କଷ୍ଟ ହେଲା ବୋଧହୁଏ। 

ଅଲଗା ହୋଇଗଲା ବିଶ୍ୱ। 

ବୁଝିପାରୁଥିଲା ନିତାର ମନକଥା। 

ଜାବୁଡିଧରି କାନ୍ଦୁଥିଲା ନିତା। 


ବିଶ୍ୱ ନିତାର ଆଖିରୁ ଲୁହ ପୋଛୁଥିଲା। ନିତା କହୁଥିଲା, ବିଶ୍ୱ !


ନିତା କହୁଥିଲା ପ୍ରକୃତରେ ଝିଅ ଜୀବନ ଯନ୍ତ୍ରଣାସିକ୍ତ। ଜଣକୁ ଶରୀର, ମନ ସବୁ ଦେଲି। ମଧ୍ୟବିତ୍ତ ପରିବାରର ଝିଅ ମୁଁ। ବାହାଘର ନିଶ୍ଚିତ ହେବ। ତାକୁ ମନ, ଶରୀର ସବୁ ଦେବାକୁ ହେବ। 


ସାରାଜୀବନ ମୁଁ ଏହିପରି ତମ ସ୍ମୃତିର କଣ୍ଟକିତ ଶରଶଯ୍ୟାରେ ଶୋଇଥିବି। ମୁହଁରେ ହସ ଫୁଟାଇଲେ ବି ହୃଦୟ ଭିତରେ ଅହରହ ଜଳିବି ନିଶ୍ଚୟ। ନାରୀଟିଏ ଏମିତି କି ପାପ କରିଥାଏ ଯେ ପ୍ରାୟତଃ ପ୍ରେମିକକୁ ପ୍ରେମ କରି ବି ପାଇପାରେନାହିଁ। ଛାଡି ମଧ୍ୟ ଛାଡି ପାରେ ନାହିଁ। 


ସଂସାର ତ କରିବି ।

କିନ୍ତୁ...

ମୋର ଯେଉଁ କୁମାରୀ ଦେହର ଅଲେଖା ଶିଳାଖଣ୍ଡରେ ତମେ ନିଜ ଶାରିରୀକ ଅନୁଭୂତିର ବର୍ଣ୍ଣମାଳା ଉତ୍କୀର୍ଣ୍ଣ କରିଦେଲ, ସେହି ଦେହର ଶିଳାଲେଖ କ୍ରମଶଃ କ୍ଷୟ ହୋଇଯିବ ତ ?


ହସିହସି ବିଶ୍ୱ କୋଳେଇ ନେଉଥିଲା ନିତାକୁ। କହିଲା, ଏ ନିତା ! ଆମ ପ୍ରେମ ତ ବହୁତ ଦିନର। କେବେ ବି ଶରୀର ସୁଖର ନିବେଦନ କରିଥିଲି କି ? ଆଜି ବି ଚାହିଁନଥିଲି। 


କିନ୍ତୁ ଦୁଇଟି ଶରୀରର ଆବେଗ ଆମକୁ ଆଗକୁ ବଢେଇଦେଇଥିଲା। 

ହେଲେ ମୁଁ ଅମାନିଆଁ ଭଅଁର ନୁହଁ। 

ମୁଁ ତମ ପ୍ରେମିକ ବିଶ୍ୱ ତମର ଭବିଷ୍ୟତ ଜୀବନସାଥି। 


ଆଁ କରି ଅନେଇଥିଲା ନିତା। ନିତା ପାଟିରେ ଖାଇବା ଭରିଦେଉ ଦେଉ ବିଶ୍ୱ କହୁଥିଲା, ହେ ମୋର ଭାବି ଧର୍ମପତ୍ନୀ, ମୋ ପ୍ରେମିକା ଏ ଜନ୍ମର, ଜନ୍ମଜନ୍ମାନ୍ତର। 

ହସୁଥିଲେ ପ୍ରେମୀଯୁଗଳ ।



Rate this content
Log in

Similar oriya story from Romance