Siddhartha Tripathy

Romance Inspirational Others

4.0  

Siddhartha Tripathy

Romance Inspirational Others

ପ୍ରେମ.....!

ପ୍ରେମ.....!

3 mins
280



ଯୁଗବଦଳିବା ସହ ପ୍ରେମର ସଂଜ୍ଞା ବଦଳିଛି। ଆଜିକାଲି ଯୁବପିଢି ପ୍ରାୟତଃ ପ୍ରେମବିବାହକୁ ସ୍ଥିରୀକୃତ ବୈଦିକ ବିବାହର ରୂପ ଦେବାକୁ ପସନ୍ଦ କରନ୍ତି ଓ ଚେଷ୍ଟା ବି। ବାପାମାଆ ବି ବାଧ୍ୟହୋଇ ଅଥବା ଆଧୁନିକତାକୁ ଆପଣେଇ ରାଜି ବି ହୁଅନ୍ତି।

ଯୌବନ କ୍ଷଣସ୍ଥାୟୀ। ଯୌବନରେ ହିଁ ପ୍ରାୟତଃ ପ୍ରେମ ହୁଏ। ପ୍ରଶାଧନ ସାମଗ୍ରୀର ପ୍ରଲେପରେ ଯୌବନକୁ ଧରି ରଖିବାର ପ୍ରଚେଷ୍ଟାରେ ଥିବା ପ୍ରେମ ବି କ୍ଷଣସ୍ଥାୟୀ।

ତାହେଲେ.....

ମନରେ ପ୍ରେମର ପ୍ରଲେପ ଲଗେଇ ଆଗକୁ ବଢିଚାଲିଲେ ପ୍ରେମ ଅଜର, ଅମର ନିଶ୍ଚିତ।

ସମୁଦ୍ରଠି ଅଛି ଚିରଯୌବନ। ମଣିଷ କ'ଣ ତା ପାଇଛି ? ସମୁଦ୍ରରୁ ଅମୃତନେଇ ବଞ୍ଚିଲେ ଦେବତାମାନେ, ମଣିଷକୁ ଦେଲେ ନାହିଁ। ସମୁଦ୍ର ମରଣକୁ ସ୍ୱୀକାର କରେନାହିଁ, ମୁର୍ଦ୍ଦାରକୁ ଧରି କୂଳରେ ଆଣି ଫୋପାଡିଦିଏ। ମଣିଷ ଝିଣ୍ଟିକାପରି ବଞ୍ଚି ବଳର ପ୍ରାବଲ୍ୟରେ ଫୁଲିଉଠେ ,ଦୁର୍ବଳକୁ ଗଞ୍ଜଣା ଦିଏ ।

କିନ୍ତୁ ସମୁଦ୍ର......

ବଳର ଅବତାର ହୋଇ ବି ବେଳାକୁ ଲଙ୍ଘେ ନାହିଁ।

ଆମେ ପ୍ରେମର ସାଗର ହୋଇ ଅମୃତ ପାନ କରିବାକୁ ହେଲେ ନଦୀ ସମୁଦ୍ର ହୋଇ ବଞ୍ଚି ରହିବା କହୁଥିଲା ସନ୍ଦୀପ। ସେପଟୁ ହସିହସି ଉତ୍ତର ଦେଉଥିଲା ସନ୍ଧ୍ୟା , ବାଃ କି ସୁନ୍ଦର ଅନୁଶୀଳନ। ମୁଁ ତମ ପଥର ଯାତ୍ରୀ। ଆମର ଚିନ୍ତାଧାରା ଏକ, ତେଣୁ ମୋର ବିଶ୍ବାସ ଆମ ପ୍ରେମ ଚିରସ୍ଥାୟୀ।

ହଠାତ୍ ସନ୍ଦୀପ କହିଲା, ଏଇ ସନ୍ଧ୍ୟା ! ମାଆ ଆସିଲେଣି ସନ୍ଦେହ କରିବେ, ଫୋନ୍ ରଖ।

ମୁହଁଫୁଲେଇ ସନ୍ଧ୍ୟା କହିଲା, ଆରେବାବା, ପୁଅଟା ହୋଇ ଏତେ ଭୟ କ'ଣ ,ମୁଁ ତ ଝିଅଟା ହୋଇ ଭୟ କରୁନି।

ସନ୍ଧ୍ୟା କହିଲା ଜାଣିଛ ସନ୍ଦୀପ, ପ୍ରଲେପ ଦେଇ ଯୌବନକୁ ଚିରସ୍ଥାୟୀ କରିନହେଲା ପରି ଭୟର ଘନବାଦଲ ଭିତରେ ପ୍ରେମର ଚାନ୍ଦ ହଜିଯାଏ ଓ ଲୁହର ବର୍ଷାରେ ପ୍ରେମ ଧୋଇଯାଏ।

ଠୋ ଠୋ ହସୁଥିଲେ ଦୁହେଁ ଦାର୍ଶନିକ ଆରିଷ୍ଟୋଟାଲ ପରି।

ପାଖରେ ବସି ଛୋଟଭଉଣୀ ଲିଜା କହୁଥିଲା ଦିଦି, ପାପା ପ୍ରସ୍ତାବ ଦେଖୁଛନ୍ତି, ଇଞ୍ଜିନିୟରିଙ୍ଗ ସମାପ୍ତ କରିଛ ଅଥଚ ପୁଅଚରିତ୍ରରେ ବହୁତ ଝିଅଙ୍କୁ ବୋକା ବନେଇ କି ଲାଭ ପାଉଛ ? ବର୍ତ୍ତମାନ ସନ୍ଦୀପ ଚରିତ୍ରରେ କେଉଁ ଝିଅକୁ ବୋକା ବନୋଉଛ ?

ହସିଉଠିଲା ତନ୍ଦ୍ରା। କହିଲା ନା ଲୋ !

ଆଜିଯାଏଁ ବହୁତ ଝିଅ ସଂସ୍ପର୍ଶରେ ଆସିଛି। ଦୁଇଦିନ କଥାବାର୍ତ୍ତା ପରେ ପ୍ରେମର ପୁରୀ ଛାଣିବା ଆରମ୍ଭ କରିଦିଅନ୍ତି। ମୋର ଗୋଟିଏ ସର୍ତ୍ତ ଥାଏ କେବଳ କଥାବାର୍ତ୍ତା, କେହି କାହାକୁ ଦେଖିବାର ନାହିଁ ।

ଆଁ କରି ଅନେଇଥିଲା ତନ୍ଦ୍ରାର ଛୋଟଭଉଣୀ। ଦିଦି କ'ଣ ଲାଭପାଉଛ ଏସବୁରେ ?

ଭେଜାଲ....

ଏହି ଶବ୍ଦ ଶୁଣି କିଛି ବୁଝିନପାରି ଆଁ କରି ଅନେଇଥିଲା ଛୋଟଭଉଣୀଟି।

ହସିହସି ବୁଝୋଉଥିଲା ତନ୍ଦ୍ରା । ଜାଣିଛୁ, ପୁଅ ଚରିତ୍ରରେ ଅଭିନୟ କରି ଝିଅଙ୍କ ମନସ୍ତତ୍ତ୍ୱ ପଢିବାକୁ ଚେଷ୍ଟାକରେ ମୁଁ। ଦୁଇଦିନର କଥାବାର୍ତ୍ତାରେ ପ୍ରେମ, ଭରସା ଓ ସମର୍ପଣର ଭାବ।

ଲିଜା କହିଲୁ, ପାପାମମ୍ମିଙ୍କ ଏତେ ସୁନ୍ଦର ସମ୍ପର୍କ, ପଚିଶବର୍ଷର ବୈବାହିକ ଜୀବନପରେ ବି ଦୁହେଁ ଦୁହିଁଙ୍କୁ ଭଲରେ ଜାଣିପାରିନାହାନ୍ତି, ଆଉ ଦୁଇଦିନର ପ୍ରେମରେ ଏତେ ବିଶ୍ବାସ.....! ଘରପରିବାର ଛାଡି ଚାଲିଯିବାର ପ୍ରତିଶୃତି ପ୍ରେମ ନା ଶରୀରର ଦହନ.....!

ହୁଏ ବି ସେମିତି।

କିଛିଟା ସଫଳ, ଅଧିକାଂଶ ଅସଫଳ।

କିନ୍ତୁ......

ଏଇ ଝିଅ ସନ୍ଧ୍ୟା, ବହୁତ ସରଳ ଓ ଭଲ। ମୋ ସର୍ତ୍ତରେ ରାଜି ହୋଇଗଲା।

ଲିଜା ପଚାରିଲା ' ସର୍ତ୍ତ....,କି ସର୍ତ୍ତ....!

ସ୍ମିତହସି ତନ୍ଦ୍ରା କହିଲା, କେହି କାହାକୁ ଦେଖିବାର ଇଚ୍ଛା ପ୍ରକଟ କରିବା ନାହିଁ, ଅଶ୍ଳିଳ କଥାବାର୍ତ୍ତା ନାହିଁ। ଝିଅଟି ରାଜି ବି ହୋଇଗଲା। ସତରେ ଝିଅ ହେଲେ ବି ମୋତେ ସେହି ଝିଅଟିକୁ ପ୍ରେମ ହୋଇଗଲା ପରି ଲାଗୁଛି।

ଠୋ ଠୋ ହସୁଥିଲା ଲିଜା।

ପ୍ରେମ........!

ତା ବି ଝିଅଟିର ଝିଅସହ।

କିସ ପୁଣି ଦେଖା ନଯାଏ।

ଲିଜା କହିଚାଲିଥିଲା----

ଦିଦି, ମୋର ପରୀକ୍ଷା ମୁଣ୍ଡ ଉପରେ। କରୋନା ମହାମାରୀର ପ୍ରକୋପରେ ବିଶ୍ୱ କବଳିତ। ତମର ଅନୁଶିକ୍ଷଣ କେନ୍ଦ୍ର ବନ୍ଦ। ପାପାମମ୍ମି କେଉଁ ମୁହୂର୍ତ୍ତରେ ବାହାକରିଦେବେ କହିହେବନାହିଁ। ତମର ତ ମଜାର ସମୟ ଏଇଟା ।କରୁଥାଅ ଏସବୁ।

ତନ୍ଦ୍ରା କହିଲା ରକ୍ଷଣଶୀଳ ପରିବାରର ଝିଅଟିଏ ମୁଁ। ବାପାମାଆଙ୍କ ନିଷ୍ପତ୍ତିର ଅପମାନ କରିବାର ସାହସ ମୋର ନାହିଁ।

କିନ୍ତୁ........

ନିଜର ସଂସାର କରିବା ଆଗରୁ କିଛି ଝିଅଙ୍କ ଜୀବନ ତ ସୁଧାରିଦେବି। ପ୍ରେମର ଡଙ୍ଗାରେ ନିରୀହ ଝିଅମାନଙ୍କୁ ବସାଇ ପ୍ରେମ ନାମରେ କାମର ଆହୁଲା ମାରି ଜୀବନ ସମୁଦ୍ରରେ ମାଡିଚାଲିବାକୁ କହି କାମର ଡଙ୍ଗାକୁ ଡୁବେଇ ଦିଅନ୍ତି।

ପ୍ରେମ କେବଳ ପୁଅଝିଅର ନୁହେଁ।

ଓଠର ଗୋଲାପି ଲିପଷ୍ଟିକ ସଜାଡୁ ସଜାଡୁ ମୁହଁମୋଡି ଲିଜା କହୁଥିଲା ଅଦ୍ଭୁତ ମନସ୍ତତ୍ତ୍ୱ , ଉଦ୍ଭଟ ଚିନ୍ତାଧାରା। ଝିଅର ପ୍ରେମ ଝିଅ ସହିତ।

ପୁଣି ମୋବାଇଲେ ବାର୍ତ୍ତା ଆସିଲା ସନ୍ଧ୍ୟାର।

ଝିଅ ହୋଇ ବି ଝିଅଟିର ପ୍ରେମରେ ପଡିଯାଇଥିଲା ସେ।

ସମୟ ଅତିକ୍ରାନ୍ତ ହେଲା। ତନ୍ଦ୍ରା ଭାବୁଥିଲା ନିଜ ଚରିତ୍ର ସହ ସନ୍ଧ୍ୟାର ଚରିତ୍ର ସମ୍ପୁର୍ଣ୍ଣ ମିଶିଯାଉଥିଲା। ପାଖ ଗାଆଁର ଝିଅଟି। ଏଥର ନାଟକର ପରିସମାପ୍ତି କରିଦେବା ଭାବି ପାରଳାଖେମୁଣ୍ଡିର ଛୋଟ ପାର୍କକୁ ଆମନ୍ତ୍ରଣ କଲା ତନ୍ଦ୍ରା।

ସେପଟୁ ସନ୍ଧ୍ୟା ଲେଖୁଥିଲା, ସନ୍ଦୀପ ତମ ବ୍ୟତିରେକ ମୁଁ ଆଉ କାହାକୁ ଜୀବନସାଥି ବାଛିପାରିବି ନାହିଁ। ଆମେ ସୁନ୍ଦର ଜୀବନ ଅତିବାହିତ କରିବା ।ମୁଁ ବି ଚାକିରୀ କରିଛି ଆଉ ତମେ ବି।

ତନ୍ଦ୍ରା କହିଲା ଠିକ୍ ଅଛି, ଆସନ୍ତାକାଲି ସନ୍ଧ୍ୟାରେ ପାର୍କକୁ ଆସ ସନ୍ଧ୍ୟା ।

ପକ୍ଷୀଙ୍କର ଘରବାହୁଡା ହେଉଥିଲା। ସୂର୍ଯ୍ୟ ସମୟ ସମାପ୍ତିର ଘୋଷଣା କରି ପାହାଡଆଢୁଆଳରେ ଲୁଚିଯାଉଥିଲେ। ଆଜିର ଚନ୍ଦକିରଣ ଅନ୍ୟଦିନ ଅପେକ୍ଷା ଶୀତଳ ଲାଗୁଥିଲା। ଛୋଟପାର୍କଟିରେ ସୀମିତ ଗହଳି। ବୁଢାବୁଢୀ ଦୁଇଟି ସାମ୍ନା ଠେଲାରୁ ବରାଦୁଇଟି କିଣି ଖାଇବା ଆରମ୍ଭ କରିଥିଲେ। ଛୁଆଦୁଇଟିକୁ ପାଖରେ ବସେଇ ପାପାମମ୍ମି ଇଂରାଜୀ ରାଇମ୍ ଗାଇବାକୁ ବାଧ୍ଯ କରୁଥିଲେ। ମୁନିସିପାଲିଟି ସଫାକରିବା ବୁଢା ସନିଆର ଅସୁସ୍ଥତା କାରଣରୁ ଛଅବର୍ଷର ଝିଅଟି ପାର୍କ ସଫାକରୁକରୁ ବୁଢାବୁଢୀ ଫୋପାଡିଥିବା ବରାପତ୍ରର ବାସ୍ନା ଆଘ୍ରାଣ କରି ଛୁଆଗୁଡାକର ରାଇମ୍ ଶୁଣୁଥିଲା।

ଦୁଇପଟରୁ ପ୍ରବେଶ କଲେ ଦୁଇଜଣ ଯୁବକ ଯୁବତୀ। ସୁନ୍ଦର, ଆଧୁନିକ ପରିପାଟି। ସମସ୍ତଙ୍କ ନଜର ଲାଖିଗଲା ଦୁହିଁଙ୍କ ଉପରେ।

ପାର୍କ ଭିତରେ........

ସନ୍ଦୀପ ଖୋଜୁଥିଲା ସନ୍ଧ୍ୟାକୁ, ସନ୍ଧ୍ୟା ଖୋଜୁଥିଲା ସନ୍ଦୀପକୁ। ଫୋନବାର୍ତ୍ତାରେ ଦେବଦାରୁ ବୃକ୍ଷମୂଳରେ ଠିଆ ହେବାର ନିଷ୍ପତ୍ତି ନେଲେ ଦୁହେଁ।

ସାମ୍ନାସାମ୍ନି ହୋଇ ଆଶ୍ଚର୍ଯ୍ଯରେ ଅନେଇଥିଲେ ଦୁହେଁ ଦୁହିଁଙ୍କୁ।

କାରଣ.....

ସନ୍ଦୀପ ଚରିତ୍ରରେ ବାର୍ତ୍ତାଳାପ କରୁଥିବା ଝିଅ ତନ୍ଦ୍ରା ଥିଲା।

ଏବଂ ସନ୍ଧ୍ୟା ଚରିତ୍ରରେ ବାର୍ତ୍ତାଳାପ କରୁଥିବା ଝିଅ ଥିଲା ତପନ। ଗଜପତିର ସହକାରୀ ଜିଲ୍ଲାପାଳ।

ତନ୍ଦ୍ରା ବ୍ୟାଙ୍କ କ୍ୟାସିଅର।

ହସୁଥିଲେ ଦୁହେଁ। ପାର୍କସାରା ବଲବଲ କରି ଅନେଇଥିଲେ ଦୁହିଁଙ୍କୁ।

ଆଗରୁ ଅଭିନୟ କରୁକରୁ ମନମିଶିଯାଇଥିଲା। ସୁନ୍ଦର ଚାକିରୀଆ ପ୍ରସ୍ତାବରେ ବି ରାଜିଥିଲେ ତନ୍ଦ୍ରାର ପରିବାର।

ବାହାଘର ଚାଲିଥିଲା ଧୁମଧାମରେ।

ଭୁଲ୍ କହିଲି କି ?

କରୋନା ସମୟରେ ଧୁମଧାମ କେମିତି ?

ଆରେବାବା ! ଆତସବାଜି, ପଟୁଆର, ବିରାଟ ଆୟୋଜନ ହିଁ କ'ଣ ଧୁମଧାମ କି ?

ସୁଯୋଗ୍ୟ ବରକନ୍ୟା, ଉତ୍ତମ ବୁଝାମଣା, ସୁନ୍ଦର ସଂସାରର ପ୍ରଣ ହିଁ ଧୁମଧାମ।

ପଚାଶ ଜଣକ ଭିତରେ ମୋ ନାଆଁ ଅଛି। ଛୋଟସହର। ଭୋଜି ସରିଯିବ। ମୁଁ ଆସୁଛି, ଆପଣ ମଜା ନିଅନ୍ତୁ।



Rate this content
Log in

Similar oriya story from Romance