ପ୍ରେମ ସମ୍ପର୍କ
ପ୍ରେମ ସମ୍ପର୍କ
ପ୍ରଜାପତି ଟି ଉଡ଼ିଆସି ବସିଲା ବାମ କାନ୍ଧ ତଳକୁ। ଶାଢ଼ୀ ଉପରେ। ତୋଟାର ପ୍ରତ୍ୟେକ ଗଛରେ ବଉଳ। ମହକ ଭରା ପରିବେଶ। ମିନତୀର ସାଙ୍ଗମାନେ ପ୍ରଜାପତି ବସିବା ଦେଖି କହିବାକୁ ଲାଗିଲେ। କିଲୋ , ତୋଦେହରେ ପ୍ରଜାପତି ବସିଲାଣି। କିଏ ସେଇ ପୁରୁଷ ,ଆମକୁ କହିବୁନି। କାହାକୁ ଲୁଚି ଛପି ଭଲପାଉଛୁ, ଆମକୁ ଟିକେ ଜଣା। କଣ ଆମେ ଶୁଣିଲେ ଭାଗ ବସେଇବୁ କି, ଏଥିପାଇଁ କହୁନାହୁଁ। ମିନତୀ ଅପଦସ୍ତ ହୋଇଥିଲା।କହିଲା, ପ୍ରଜାପତି ବସିଲେ କଣ ପ୍ରେମ ସମ୍ପର୍କ ସ୍ଥାପନ କରିବାକୁ ହେବ।ତୁମେମାନେ ଅଯଥାରେ କହୁଛ। ମୋର ସେମିତି କିଛି ନାହିଁ। ମୁଁ କାହାକୁ ଭଲ ପାଉନାହିଁ।ସାଙ୍ଗ ମାନଙ୍କ କଥା ଶୁଣି ମିନତୀ ମନେ ମନେ ହସିଦେଲା। ମୋପରି ଜଣେ ଝିଅକୁ କାହିକିବାକିଏ ଭଲପାଇବ। ଝିଅ ବାହାଘର ପ୍ରସ୍ତାବ କିଏ ଦେବ। ଜୀବନ ସାରା ଅବିବାହିତ ରହିବାକୁ ସିଦ୍ଧାନ୍ତ କରିଛି।ସାନ ଭାଇ ଓ ଦୁଇ ଭଉଣୀ ଙ୍କୁ ଛାଡି ବାପା ଆରପାରିରେ। ମା ବୁଢ଼ୀ ହେଲାଣି । ଘର ଚଲେଇବା ଦାଇତ୍ୱ ନିଜଉପରେ। ଚାକିରୀ ରୁ ମିଳୁଥିବା ମାସିକ ବେତନ ଭାଇ ଭଉଣୀକୁ ପଦେଇବା ଓ ଘର ଖର୍ଚ୍ଚ । ଶିକ୍ଷକତା ଚାକିରୀ ଭିତରେ ସ୍ୱଳ୍ପ ବେତନ ନେଇ ଚାଲିବାକୁ ହୁଏ। ଏଣୁ ବିବାହ ନକରିବା ପାଇଁ ସିଦ୍ଧାନ୍ତ କରିଛି ମିନତୀ।
ଆଜି ତାର ମନ ଟିକେ ଅଡ଼ୁଆ ଲାଗୁଥିଲା କାରଣ ଥିଲା ,ପ୍ରଜାପତିଟା ପାଇଁ। କାହିଁକି ଆସି ତା ଦେହରେ ବସିଲା, ଏଇକଥା ମନରେ। ଜଣେ ନାରୀ କଣ ପ୍ରେମ କରିବାକୁ ବାଧ୍ୟ। ନା ସେ ପ୍ରେମ କରିବ ନାହିଁ। ତା ମୁଣ୍ଡରେ ପରିବାର ବୋଝ, ପ୍ରେମ କଲେ ତାକୁ ସମ୍ଭାଳିବି କେମିତି ।
ବହୁଦିନ ତଳର କଥା, ଯେତେବେଳେ ସେ ବାପାଙ୍କ ସହିତ ବଜାରକୁ ଯାଇଥିଲା, ସେତେବେଳେ ସେ ପ୍ରଥମ ଅନୁଭବ କରୁଥିଲେ ପ୍ରେମ। ସେତେବେଳେ ତାକୁ ଚଉଦ ବର୍ଷ। ଜଣେ ତାର ଦୂର ସମ୍ପର୍କୀୟ ସାଙ୍ଗ ସହିତ ତାର ବଜାରରେ ଭେଟ ହେଲା। ସେ ପିଲା ତାସଙ୍ଗରେ ପଢୁଥିଲା। ମିନତିକୁ ଦେଖି ପାଖକୁ ଆସି କହିଥିଲା , ମଉସା, ନମସ୍କାର। ମିନତୀ ସହିତ ମୁଁ ପଢେ। ମିନତୀ ଏହି ତାର କଥା ଶୁଣି ବିରକ୍ତି ହୋଇଥିଲା। ସ୍କୁଲରେ ତାକୁ କହିଥିଲା ତୁ ଏମିତି ବାପାଙ୍କ ସାମ୍ନାରେ ଠିଆ ହେବୁନାହିଁ। ସେତିକିରେ ଥୁକୁଲ ପଡିଥିଲା । ସେ ପିଲା ଆଉ ମିନତୀ ସହିତ କେବେ ଭେଟିନାହିଁ। ତାପରେ ମିନତୀ କେବେ ବି ଭାବିନାହିଁ ପ୍ରେମ କିପରି ହୁଏ। ପରିବାର ର ଦାଇତ୍ୱ ମୁଣ୍ଡେଇ ପ୍ରେମ ସବୁ ଅଫୁଟା ରହିଯାଇଛି।
ପଛରୁ କିଏ କହିଲା ମିନତୀ। ଦେଖେତ ଜଣେ ବ୍ୟକ୍ତି। ତୁମେ ମତେ ଚିଂନି ପାରିବ କି ନା ଜାଣେନା। ମୁଁ ମଳୟ। ତୁମ ସହିତ ହାଇସ୍କୁଲ ରେ ପଢ଼ୁଥିଲି। ତୁମେ ଏବେ କଣ କରୁଛ। ମିନତୀ ମନେ ପଡୁନାହିଁ। କିଛିସମୟ ଭାବି କହିଲା, ଓ ତୁମେ ସେଇ ମଳୟ। କୋଡିଏ ବର୍ଷ ତଳେ ତୁମ ସହିତ ପଢ଼ୁଥିଲି। ଏବେ ତୁମେ କଣ କରୁଛ। ମଳୟ କହିଲା କଣ ବା କରନ୍ତି ସେବା କରିବା ମୋ ଭାଗ୍ୟରେ। ମାନେ, ମିନତୀ ପ୍ରଶ୍ନ କଲା। ଏମସ ରେ ଡାକ୍ତର ଦିଲ୍ଲୀରେ। ଓ ଥଙ୍କସ। ତୁମେ, ମୁଁ ଜଣେ ଶିକ୍ଷୟିତ୍ରୀ ଆମ ଗାଁ ସ୍କୁଲ ରେ ଅଛି। ଶୋ ଥଙ୍କସ। ମଣିଷ ଗଢିବା ପୁଣ୍ୟ କାମ। ମଳୟ ପଚାରିଲା, ତୁମେ ବିବାହ କଲଣି। ମିନତୀ କହିଲା, ନା କରିବିନି। ତୁମେ , ମୁଁ ବି ବିବାହ କରିନି। ତୁମେ ମତେ ବିବାହ କରିବ। ମଳୟ ପ୍ରଶ୍ନ କଲା। ମିନତୀ କିଛି କହିପରିଲାଣି। ଏହି ମଳୟ ର ସ୍ଵଭାଵ ପିଲାବେଳେ ଯାହା ଏବେ ବି ତାହା। ବଜାରରେ ବାପାଙ୍କୁ ଭେଟିଥିଲେ ଏହି ମଳୟ। ସେଇଦିନୁ ମୋର ସହିତ ତାର କଥା ନଥିଲା। ବହୁବର୍ଷ ପରେ ଭେଟ। ସେବି ଜଣେ ପ୍ରସିଦ୍ଧ ଚିକିତ୍ସାକ। କେମିତି ହଠାତ କହୁଛି ତମେ ମତେ ବିବାହ କରିବ। ଯେମିତି ବିବାହ ଗୋଟିଏ ଖେଳ। ମିନତୀ କିଛି ନକହି ଫେରିଆସିଲା । । ଘରେ ଆଜି ତାକୁ ଅଡୁଆ ଲାଗୁଛି, ଯେମିତି ତାର ମନ କିଏ ଚୋରୀ କରିଛି। ସେ କେହିନୁହେଁ, ତାର ପିଲାଦିନର ପ୍ରଜାପତି।